ଚାକିରୀରେ ହେଉଛି ସମସ୍ୟା । ତେବେ ତିନି ଦିନ କରନ୍ତୁ ଉପାୟ , ଚାକିରୀ ସମସ୍ୟାର ହେବ ସମାଧାନ

ସାଧାରଣତଃ ବର୍ତ୍ତମାନ ସମୟରେ ଯୁବ ସମାଜ ଚାକିରୀ ପାଇଁ ତଳିତଳାନ୍ତ ହେଉଛନ୍ତି କହିଲେ ଚଳେ । ଚାକିରୀ ପାଇବାରେ ଲୋକଙ୍କୁ ଅନେକ ସମସ୍ୟା ହୋଇଥାଏ । କିଛି ଲୋକ ଏସବୁ ବିଷୟରେ ଜାଣିଥାନ୍ତି ତେଣୁ ତାଙ୍କୁ ସହଜରେ ଚାକିରୀ ମିଳିଯାଏ । ମାତ୍ର ଆଉ କିଛି ଗାଁରୁ ଆସିଥିବା ଯୁବକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଅନେକ ପରିଶ୍ରମ କରବା ସତ୍ତ୍ୱେବି ଚାକିରୀ ମିଳେ ନାହିଁ । କିନ୍ତୁ ମନେ ରଖନ୍ତୁ ଯେ କେବଳ ପରିଶ୍ରମ କଲେ ହିଁ ଚାକିରୀ ମିଳିବ ନାହିଁ । ଭାଗ୍ୟ ମଧ୍ୟ ସାଥିରେ ରହିବା ଆବଶ୍ୟକ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ତିନୋଟି ପ୍ରୟୋଗ କହିବୁ ଯାହାକୁ ଯଦି ଆପଣ କରୁଛନ୍ତି ତେବେ ଚାକିରୀ ନିଶ୍ଚିତ ମିଳିଯିବ ।

ଯଦି ଆପଣ କୌଣସି ଚାକିରୀ ପାଇଁ ଯାଉଛନ୍ତି ତେବେ ଘରୁ ବାହାରିବା ପୂର୍ବରୁ ଘରର ମୁଖ୍ୟଦ୍ୱାରରେ ଏକ ଗୋଲମରିଚ ରଖି ପାଦ ତଳେ ରଖି ଡେଇଁ ଯାଆନ୍ତୁ । ପ୍ରଥମେ ବାମ ପାଦ ରଖନ୍ତୁ । କାରଣ ବାମ ପାଦ ପକାଇବା ଦ୍ୱାରା ସବୁ ସମସ୍ୟା ଦୂର ହୋଇଯାଏ । ସେହିପରି ଯଦି କୌଣସି ଶତ୍ରୁଙ୍କ ଘରକୁ ଯାଉଛନ୍ତି ତେବେ ସେତେବେଳେ ମଧ୍ୟ ବାମ ପାଦ ପ୍ରଥମେ ପକାନ୍ତୁ । ଏହି ପ୍ରୟୋଗ କରିବା ପରେ ପଛକୁ ବୁଲି ଦେଖନ୍ତୁ ନାହିଁ । କିମ୍ବା କାହା ସହ କଥାବାର୍ତ୍ତା ମଧ୍ୟ କରନ୍ତୁ ନାହିଁ । ଦେଖିବେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିବ । କେବଳ ଚାକିରୀ ନୁହେଁ ବରଂ କୌଣସିବି ବିଶେଷ କାର୍ଯ୍ୟ ପାଇଁ ଯିବା ପୂର୍ବରୁ ଏହି ପ୍ରୟୋଗ ନିଶ୍ଚୟ କରନ୍ତୁ ।

ଯଦି ଆପଣ କୌଣସି ଇଣ୍ଟରଭିଉ ପାଇଁ ଯାଉଛନ୍ତି ତେବେ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ ଆଖପାଖର ଏକ ହନୁମାନ ମନ୍ଦିରକୁ ଯାଆନ୍ତୁ । ଏହା ଆପଣ ନିଜେ କିମ୍ବା ଆପଣଙ୍କ ପାଇଁ ଘରର ଅନ୍ୟ କେହି ସଦସ୍ୟ କଲେ ବି ଭଲ । ତେବେ ସର୍ବପ୍ରଥମେ ଆପଣ ହନୁମାନ ଚାଳିଶା ପଢ଼ି ଏକ ଲେମ୍ବୁ ରଖି ଚାରିପାଖରେ ଲବଙ୍ଗ ରଖି ଦିଅନ୍ତୁ । ଏହାପରେ ” ଓଁ ଶ୍ରୀଂ ହନୁମନ୍ତେ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ । ଏହାକୁ ପାଞ୍ଚ ଥର କିମ୍ବା ଶହେ ଥର ଜପ କରି ହନୁମାନଙ୍କ ଚରଣରେ ସ୍ପର୍ଶ କରି ଦିଅନ୍ତୁ । ଯେଉଁ ବ୍ୟକ୍ତି ଇଣ୍ଟରଭିଉ ପାଇଁ ଯାଉଛନ୍ତି ତାଙ୍କୁ ପକେଟରେ ରଖି ନେଇ ଯିବାକୁ କୁହନ୍ତୁ । ଏପରି କଲେ ଚାକିରୀ ସମସ୍ୟା ଟଳିଯାଏ ।

ଏପରି କୁହାଯାଏ ଯେ ଭଗବାନ ଶିବ ନିଜ ଭକ୍ତକୁ ସବୁ ପ୍ରକାରର ସମସ୍ୟାରୁ ଉଦ୍ଧାର କରିଥାନ୍ତି । ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଆମିଷ ଭୋଜନ ସମ୍ପୂର୍ଣ୍ଣ ତ୍ୟାଗ କରି ଦିଅନ୍ତୁ । ଶନିବାର ଦିନ ହିଁ ଆପଣ ରସୁଣ ପିଆଜ ମାଂସ ଖାଆନ୍ତୁ ନାହିଁ । ଏପରି କଲେ ଚାକିରୀ ସମସ୍ୟା ଆଉ ହେବ ନାହିଁ । ଏହାପରେ ନିୟମିତ ଭାବରେ ଭଗବାନ ଶିବଙ୍କୁ ନିଜ ଘରେ ଚାଉଳ ଦାନା ଅର୍ପଣ କରିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଚାକିରୀ ସମସ୍ୟା ଶେଷ ହୋଇଯିବ ।

ଶନିଦେବ କର୍ମଫଳ ଦେଇଥାନ୍ତି । ସବୁ ପ୍ରକାରର କର୍ମ ଫଳ ସେ ହିଁ ଦିଅନ୍ତି । ଯଦି ଆପଣ ପରିଶ୍ରମ କରିବା ସତ୍ତ୍ୱେ ବି ସଫଳତା ଆସୁନାହିଁ ତେବେ ” ଓଁ ଶଂ ଶନିଶ୍ଚରାୟ ନମଃ ” ଏହି ମନ୍ତ୍ରର ଜପ କରନ୍ତୁ । କର୍ମଫଳ ସହିତ ଶନିଦେବଙ୍କ ସିଧା ସମ୍ବନ୍ଧ ହୋଇଥାଏ । ମଣିଷ କେଉଁ ପ୍ରକାରର କର୍ମ କରିବା ଉଚିତ ତାହା ମଧ୍ୟ ଶନିଦେବ କହିଥାନ୍ତି । ଯଦି ଜାତକରେ ଶନିଦେବଙ୍କ ସ୍ଥାନ ଠିକ ଥାଏ ତେବେ କ୍ୟାରିଅରରେ ସଫଳତା ହିଁ ସଫଳତା ମିଳିଥାଏ । ଏହାସହିତ କୌଣସି ପ୍ରକାରର ବାଧା ମଧ୍ୟ ଆସେ ନାହିଁ । ତାହା ବାସ୍ତବ ଜୀବନରେ ହେଉ କିମ୍ବା ପ୍ରଫେସନାଲ ଲାଇଫରେ ହେଉ । କିନ୍ତୁ ଯଦି ଶନିଦେବ ଜାତକରେ ଦୁର୍ବଳ ହୋଇ ଯାଆନ୍ତି ତେବେ ରୋଜଗାରରେ ଏବଂ କ୍ୟାରିଅରରେ ପ୍ରତି ପର୍ଯ୍ୟାୟରେ ବାଧା ଆସିଥାଏ ।

ଅନେକ ସମସ୍ୟା ମଧ୍ୟ ଆସିଥାଏ । ଆଜି ଆମେ ଆପଣଙ୍କୁ କହିବୁ ଯେ ଶନିବାର ଦିନ ଏପରି କେଉଁ ଉପାୟ କଲେ ଚାକିରୀ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯିବ । ଯଦି ଚାକିରୀରେ ସମସ୍ୟା ଆସୁଛି ତେବେ ଶନିବାର ଦିନ କଳା ବୁଟକୁ ଶୁକ୍ରବାର ଦିନ ରାତିରେ ଭିଜାଇ ରଖନ୍ତୁ । ଶନିବାର ଦିନ ଏହାକୁ ପାଣିରୁ ବାହାର କରି ସୋରିଷ ତେଲରେ ପକାଇ ଦିଅନ୍ତୁ । ସେଥିରେ କୌଣସିବି ମସଲା ପକାଇବେ ନାହିଁ । ଶନିବାର ଦିନ ଏହାକୁ କୌଣସିବି ପଶୁକୁ ଖୁଆଇ ଦିଅନ୍ତୁ । ଏହି ପ୍ରୟୋଗ ଆପଣ ତିନୋଟି ଶନିବାର ଲଗାତାର କରନ୍ତୁ । ଦେଖିବେ ଚାକିରୀ ସମସ୍ୟା ଆଉ ରହିବ ନାହିଁ ।

ଆଉ ଏକ ସମସ୍ୟା ଏହା ଯେ ଚାକିରୀ ତ ଅଛି ମାତ୍ର ଆପଣଙ୍କ ଯୋଗ୍ୟତା ଅନୁସାରେ ନୁହେଁ । ତେଣୁ ଏପରି ପରିସ୍ଥିତିରେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ଷ୍ଟିଲ ପାତ୍ରରେ ତେଲ ନିଅନ୍ତୁ । ତାପରେ ନିଜ ବାମ ହାତର ମଧ୍ୟମା ଆଙ୍ଗୁଠିକୁ ସେହି ତେଲରେ ବୁଡ଼ାନ୍ତୁ ଏବଂ ” ଓଂ ଶଂ ଶନିଶ୍ଚରାୟ ନମଃ ” ଏହି ମନ୍ତ୍ରର ୧୦୮ ଥର ଜପ କରନ୍ତୁ । ତାପରେ ସେହି ତେଲରେ ଅଶ୍ୱତ ବୃକ୍ଷ ତଳେ ଏକ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ଦେଖିବେ ଆପଣଙ୍କ ଯୋଗ୍ୟତା ଅନୁସାରେ ହିଁ ଆପଣଙ୍କୁ ଚାକିରୀ ମିଳିଯିବ ।

Leave a Reply

Your email address will not be published. Required fields are marked *