ଦାନ୍ତ ମଝିରେ ଫାଙ୍କା ରହିବାର ଅର୍ଥ କଣ ହୋଇଥାଏ । ଜାଣନ୍ତୁ ଶୁଭ ଅଶୁଭ ସଙ୍କେତ

ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଅଙ୍ଗ ଆଧାରରେ ଭବିଷ୍ୟତ ଜାଣିବାର ବିଧି ବିଷୟରେ ବର୍ଣ୍ଣନା କରାଯାଇଛି । ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ଦାନ୍ତ ମଧ୍ୟ ମନୁଷ୍ୟ ସମ୍ବନ୍ଧରେ ଅନେକ କିଛି କହିଥାଏ । ଦାନ୍ତର ଆକାର , ଦାନ୍ତର ପ୍ରକାର ଏବଂ ଦାନ୍ତର ସଂଖ୍ୟା , ଦାନ୍ତ ମଧ୍ୟରେ ଫାଙ୍କା ରହିବା , ଗୋଟିଏ ସ୍ଥାନରେ ଦୁଇଟି ଦାନ୍ତ ରହିବା ଆଦି ସ୍ଥିତି ମନୁଷ୍ୟ ସହିତ ଜଡ଼ିତ ଅନେକ ରହସ୍ୟ ଖୋଲିଥାଏ । ଆପଣଙ୍କୁ କହିରଖୁଛୁ ଯେ ସମୁଦ୍ର ଶାସ୍ତ୍ରରେ ମନୁଷ୍ୟର ବିଭିନ୍ନ ଅଙ୍ଗ ସହିତ ଜଡ଼ିତ ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଏଥିରେ ନାସିକ ଲକ୍ଷଣ , ମୁଖ ଲକ୍ଷଣ , ହସ୍ତ ଲକ୍ଷଣ ଆଦି ବିଭିନ୍ନ ପ୍ରକାରର ଲକ୍ଷଣ ବିଷୟରେ ବର୍ଣ୍ଣନା କରାଯାଇଛି । ଆଜି ଆମେ ଜାଣିବା ଯେ ମନୁଷ୍ୟର ଅଙ୍ଗର ଲକ୍ଷଣ ବିଷୟରେ ।

ଭାଗ୍ୟଶାଳୀ ସ୍ତ୍ରୀ ଏବଂ ପୁରୁଷଙ୍କ ନାକ କିପରି ହୋଇଥାଏ ଏବଂ ତାହାର କେଉଁ ବିଶେଷ ପ୍ରକାର ରହିଛି । ଏହାସହିତ ଦାନ୍ତ ମଝିରେ ଫାଙ୍କା ରହିବା କୌଣସି ସାଧାରଣ ଲକ୍ଷଣ ନୁହେଁ । ଦାନ୍ତ ମଝିରେ ଫାଙ୍କା ରହିଲେ ଅନେକ ମହତ୍ତ୍ୱପୂର୍ଣ୍ଣ ସଙ୍କେତ ମିଳିଥାଏ । ଯାହାକୁ ଆପଣ ମାନେ ଜାଣିରଖିବା ଉଚିତ । ଚାଲନ୍ତୁ ଜାଣିନେବା ସେହି ବର୍ଣ୍ଣନା ବିଷୟରେ ।

୧ . ଶାସ୍ତ୍ର ଅନୁସାରେ ଦାନ୍ତ ଗୁଡ଼ିକ ଏକା ସାଥିରେ , ସମାନ ଏବଂ ଏକାସହିତ ଲାଗି ରହିବା ସବୁଠାରୁ ଉତ୍ତମ ହୋଇଥାଏ । ଏହାଦ୍ବାରା ଉତ୍ତମ ସ୍ୱାସ୍ଥ୍ୟ , ଉତ୍ତମ ଜୀବନ ଏବଂ ଧନ ସମ୍ପତ୍ତି ଯୁକ୍ତ ଜୀବନ ମିଳିଥାଏ ।

୨ . ଯଦି ଦାନ୍ତ ଆଗରେ କିମ୍ବା ପଛରେ ଥାଏ ତେବେ ଏହା ସଫଳତାକୁ ଆବୃତ୍ତ କରିଥାଏ । ଯେଉଁ କାରଣରୁ ମାନସିକ ପୀଡ଼ା , ଘୃଣା ଏବଂ କ୍ରୋଧ ଭଳି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଏପରି ବ୍ୟକ୍ତିଙ୍କୁ ସଫଳତା ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡ଼ିପାରେ ।

୩ . ଯଦି ଦାନ୍ତ ପରିଷ୍କାର ଏବଂ ସ୍ୱଚ୍ଛ ଦେଖାଯାଏ ତେବେ ଜୀବନ ଉତ୍ତମ ଏବଂ ସୌଭାଗ୍ୟ ପୂର୍ଣ୍ଣ ହୋଇଥାଏ । ଏପରି ବ୍ୟକ୍ତି ଦିର୍ଘାୟୁ ହୋଇଥାନ୍ତି ଏବଂ ଅସୀମ ସୁଖ ପ୍ରାପ୍ତ କରନ୍ତି ।

୪ . ସମୁଦ୍ର ଶାସ୍ତ୍ର ଅନୁସାରେ ଦାନ୍ତ ଅଧିକ ପତଳା ହେବା ଅଶୁଭ ହୋଇଥାଏ । ପତଳା ଦାନ୍ତ ଥିବା ଲୋକ କୁଟୀଳ ଏବଂ କ୍ରୁର ସ୍ୱଭାବର ହୋଇଥାନ୍ତି । ଏପରି ଲୋକଙ୍କ ଠାରୁ ସଦୈବ ଦୂର ରହିବା ଉଚିତ ।

୫ . ଦାନ୍ତର ସଂଖ୍ୟା ଦ୍ୱାରା ମଧ୍ୟ ବ୍ୟକ୍ତିର ଭବିଷ୍ୟତ ଜାଣିହୁଏ । ଯଦି କେହି ସ୍ତ୍ରୀ କିମ୍ବା ପୁରୁଷର ୩୧ କିମ୍ବା ୩୨ ଟି ଦାନ୍ତ ଥାଏ ତେବେ ସେମାନେ ଧନବାନ ଏବଂ ପ୍ରତିଷ୍ଠିତ ହୋଇଥାନ୍ତି । ଯଦି କେହି ବ୍ୟକ୍ତିଙ୍କର ୩୦ ଟି ଦାନ୍ତ ଥାଏ ତେବେ ତାଙ୍କୁ ସୁଖ ଏବଂ ଦୁଃଖର ମିଶ୍ରିତ ଫଳ ମିଳିଥାଏ । ଯଦି କେହି ବ୍ୟକ୍ତିଙ୍କର ୨୯ ଟି ଦାନ୍ତ ଥାଏ ତେବେ ତାଙ୍କୁ ମାନସିକ ଯାତନା ଏବଂ ଶାରୀରିକ କଷ୍ଟ ଏବଂ ପରିବାର ଠାରୁ ଦୂରତା ସହ୍ୟ କରିବାକୁ ପଡ଼ିଥାଏ । ଏପରି ଲୋକ ନିଜ ପରିବାର ଠାରୁ ଦୂରରେ ରହି କାମ କରନ୍ତି । ଯଦି କେହି ବ୍ୟକ୍ତିଙ୍କର ୨୮ ଟି ଦାନ୍ତ ଥାଏ ତେବେ ତାଙ୍କର ଉନ୍ନତି ଖୁବ ଧୀର ଗତିରେ ହୋଇଥାଏ । କିନ୍ତୁ ତାଙ୍କୁ ମନ ଇଚ୍ଛା ସଫଳତା ନିଶ୍ଚିତ ପ୍ରାପ୍ତ ହୋଇଥାଏ ।

ଆସନ୍ତୁ ଜାଣିନେବା ଯେ ବ୍ୟକ୍ତିତ୍ୱ ଦାନ୍ତ ମଧ୍ୟରେ ଫାଙ୍କ ଅଧିକ ରହିବାର ଅର୍ଥ କଣ ହୋଇଥାଏ –

୧ . ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ଦାନ୍ତରେ ଫାଙ୍କ ଅଧିକ ଥାଏ ସେମାନେ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି । ସେମାନଙ୍କ ପାଖରେ ଅଦ୍ଭୁତ ପ୍ରତିଭା ଶକ୍ତି ରହିଥାଏ । ଏମାନେ ନିଜ ଜୀବନରେ ବହୁତ ସଫଳତା ଅର୍ଜନ କରନ୍ତି । ଏମାନେ ଖୁବ ସରଳ ସ୍ୱଭାବର ହୋଇଥାନ୍ତି । ପରୋପକାର ଏମାନଙ୍କ ଧର୍ମ ହୋଇଥାଏ ।

୨ . ଯେଉଁ ବ୍ୟକ୍ତିଙ୍କ ଦାନ୍ତରେ ଫାଙ୍କ ଥାଏ ସେମାନେ ଖୁବ ଭଲ ବିଚାରରର ବ୍ୟକ୍ତି ହୋଇଥାନ୍ତି । ଏମାନେ ଅନ୍ୟର ଦୁଃଖ ଏବଂ କଷ୍ଟକୁ ବହୁତ ସହଜରେ ବୁଝି ପାରନ୍ତି । ଏମାନଙ୍କ ବାଣୀ ମଧୁର ହୋଇଥାଏ ଏବଂ ଏମାନେ କେବେବି ଅନ୍ୟକୁ ଖରାପ ଶବ୍ଦରେ କଥା କୁହନ୍ତି ନାହିଁ ।

୩ . ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିର ଦାନ୍ତରେ ଫାଙ୍କ ଥାଏ ସେମାନେ ଦୃଢ଼ନିଶ୍ଚୟୀ ହୋଇଥାନ୍ତି ଏବଂ ଗୋଟିଏ କାମକୁ ପୂରଣ ନକରିବା ପର୍ଯ୍ୟନ୍ତ ତାହାକୁ ଛାଡ଼ନ୍ତି ନାହିଁ । ଯଦି କେହି ସ୍ତ୍ରୀର ସାମ୍ନା ଦାନ୍ତ ମଝିରେ ଫାଙ୍କ ଥାଏ ତେବେ ସେମାନେ ଖୁବ ସଚ୍ଚୋଟ ଏବଂ ଦୟାଳୁ ହୋଇଥାନ୍ତି । ଏପରି ବ୍ୟକ୍ତି ନିଜ ଜୀବନସାଥୀ ସହିତ କେବେ ଧୋକା କରନ୍ତି ନାହିଁ । ଏହି ମହିଳା ମାନେ ଖୁବ ଭାବୁକ ହୋଇଥାନ୍ତି । ଏମାନଙ୍କୁ ଧୋକା ଏବଂ ମିଛ ଭଳି କଥାକୁ ଅଧିକ ଘୃଣା ଥାଏ । ଏମାନଙ୍କ ଭଲ ହେବାର ଅନେକ ଲୋକ ଫାଇଦା ଉଠାଇ ନିଅନ୍ତି । ଏହାଦ୍ବାରା ଏମାନଙ୍କୁ ଖୁବ କଷ୍ଟ ହୋଇଥାଏ । ମାତ୍ର ଏମାନେ ଏ ବିଷୟରେ କାହାକୁ କହି ପାରନ୍ତି ନାହିଁ ।

୪ . ସମୁଦ୍ର ଶାସ୍ତ୍ର ଅନୁଯାୟୀ ଦାନ୍ତରେ ଫାଙ୍କ ଥିବା ମହିଳା ବିବାହ ପାଇଁ ଉତ୍ତମ ହୋଇଥାନ୍ତି । ଏମାନଙ୍କୁ ବିବାହ କରୁଥିବା ପୁରୁଷ ସବୁବେଳେ ସୁଖୀ ଏବଂ ସମୃଦ୍ଧ ଜୀବନ ବଞ୍ଚନ୍ତି ।

୫ . ଏମାନଙ୍କର ଧନ ଲାଳସା ଅଧିକ ଥାଏ । କିନ୍ତୁ ଏମାନେ କେବେବି ଅନ୍ୟକୁ ଧୋକା ଦେଇ ଧନ ଚୋରି କରିବାର ପ୍ରୟାସ କରନ୍ତି ନାହିଁ । ଏମାନଙ୍କୁ ପାରିଶ୍ରମିକ ଅନୁସାରେ ଯେତିକି ମିଳେ ସେମାନେ ସେଥିରେ ହିଁ ଖୁସି ରୁହନ୍ତି । ଏମାନେ ଟଙ୍କା ରୋଜଗାର ପାଇଁ କୌଣସି ଖରାପ କାମ କରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *