ଯୋଗିନୀ ଏକାଦଶୀ କରିବାର ପୁରା ନିୟମ , ଏପରି କଲେ ହୋଇଥାଏ ମୋକ୍ଷ ପ୍ରାପ୍ତି :-

ଆଷାଢ଼ ମାସର କୃଷ୍ଣ ପକ୍ଷର ଏକାଦଶୀକୁ ଯୋଗିନୀ ଏକାଦଶୀ କୁହାଯାଏ । ଏହି ଯୋଗିନୀ ଏକାଦଶୀ କଲେ ଜୀବନରେ ସମୃଦ୍ଧି ଏବଂ ଆନନ୍ଦ ପ୍ରାପ୍ତି ହୋଇଥାଏ । ଏପରି କୁହାଯାଏ ଯେ ଯୋଗିନ ବ୍ରତ କରିବା ଏବଂ ୮୮ ହଜାର ବ୍ରାହ୍ମଣଙ୍କୁ ଭୋଜନ କରାଇ ପୁଣ୍ୟ ଅର୍ଜନ କରିବା ସହିତ ସମାନ ହୋଇଥାଏ । ଚଳିତ ବର୍ଷର ଯୁନ ୨୪ ରେ ଯୋଗିନ ଏକାଦଶୀ ରହିଛି ଯାହାକି ଜୁନ ୨୩ ରାତି ୯.୪୧ ରେ ଆରମ୍ଭ ହୋଇ ଏବଂ ୨୪ ତାରିଖ ରାତି ୧୧.୧୨ ରେ ସମାପ୍ତ ହେଉଛି । ଏହି ଏକାଦଶୀ ତିଥି ଭଗବାନ ବିଷ୍ଣୁଙ୍କୁ ସମର୍ପିତ ହୋଇଥାଏ । ଯୋଗିନୀ ଏକାଦଶୀ ତିଥି ଦ୍ୱାରା ବ୍ୟକ୍ତିକୁ ମୋକ୍ଷ ପ୍ରାପ୍ତି ହୋଇଥାଏ । ସବୁ ପ୍ରକାରର ପାପରୁ ମୁକ୍ତି ମିଳିଥାଏ ।

ପ୍ରତ୍ୟେକ ମନୁଷ୍ୟକୁ ଏକାଦଶୀ ବ୍ରତ ନିଶ୍ଚିତ କରିବା ଉଚିତ । ପ୍ରତ୍ୟେକ ମାସରେ ଦୁଇଟି ଏକାଦଶୀ ଆସିଥାଏ । ତେଣୁ ଆପଣ ଚାହିଁଲେ ଗୋଟିଏ ଏକାଦଶୀ ବ୍ରତ ପାଳନ କରି ପାରିବେ । ଯଦି କୌଣସି ସମସ୍ୟା ରହିଥାଏ ତେବେ ବିଷ୍ଣୁଙ୍କ ପୂଜା କରନ୍ତୁ । ଏହାଦ୍ବାରା ଆପଣଙ୍କୁ ଏକାଦଶୀର ଫଳ ପ୍ରାପ୍ତ ହେବ । ଏକାଦଶୀର ପୂର୍ବ ଦିନ ଅର୍ଥାତ ଦଶମୀ ଦିନ ଆପଣଙ୍କୁ ଅନ୍ୟ କୌଣସି ଘରର ଅନ୍ନ ସେବନ କରିବା ଉଚିତ ନୁହେଁ । ଏହିଦିନ ମହୁ ଖାଇବା ମଧ୍ୟ ବର୍ଜିତ ଅଟେ । ଏହିଦିନ ଆମିଷ ଭୋଜନ ଠାରୁ ଦୂରେଇ ରହିବା ଉଚିତ ଆପଣ ଚାହିଁଲେ କେବଳ ପଞ୍ଚାମୃତରେ ମହୁ ବ୍ୟବହାର କରି ପାରିବେ । ଦଶମୀ ତିଥି ଦିନ ଅନ୍ନ ସେବନ କରିବା ଉଚିତ ନୁହେଁ ।

ଦଶମୀ ତିଥି ଦିନ ପୂର୍ଣ୍ଣ ଭାବରେ ବ୍ରହ୍ମଚର୍ଯ୍ୟର ପାଳନ କରିବା ଉଚିତ । ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ବିନା ତେଲ ଏବଂ ସାବୁନରେ କେବଳ ଗଙ୍ଗା ପାଣି ମିଶାଇ ସ୍ନାନ କରନ୍ତୁ । ଏହିଦିନ ତେଲ ପ୍ରାୟେଗ କଲେ ଧନ ହାନୀ ହୋଇଥାଏ । ସ୍ନାନ କରିବା ସମୟରେ ପୂର୍ବରୁ ପିନ୍ଧିଥିବା ପୋଷାକକୁ ସ୍ପର୍ଶ କରନ୍ତୁ ନାହିଁ । ତାହାକୁ ଓଦା କରି ହିଁ ଆପଣ ସ୍ପର୍ଶ କରି ପାରିବେ । ସ୍ନାନ କରି ନଥିବା ବ୍ୟକ୍ତିକୁ ସ୍ପର୍ଶ କରନ୍ତୁ ନାହିଁ । ସ୍ନାନ କରି ତୁଳସୀ ଏବଂ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ହଳଦିଆ ବସ୍ତ୍ର ଧାରଣ କରି ଭଗବାନ ବିଷ୍ଣୁଙ୍କ ପୂଜା ପାଠ କରନ୍ତୁ । ସ୍ନାନ ପରେ ହିଁ ତୁଳସୀ ପତ୍ର ନେଇ ବିଷ୍ଣୁଙ୍କୁ ଅର୍ପିତ କରନ୍ତୁ । ଏହାପରେ ହାତରେ ଫୁଲ ଏବଂ ଜଳ ନେଇ ଯୋଗିନୀ ଏକାଦଶୀ ବ୍ରତର ସଂକଳ୍ପ ନିଅନ୍ତୁ ।

ଶୁଭ ମୁହୂର୍ତ୍ତରେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସ୍ଥାପନ କରି ପଞ୍ଚାମୃତରେ ଅଭିଷେକ କରାନ୍ତୁ ଏବଂ ହଳଦିଆ ବସ୍ତ୍ର ଅର୍ପଣ କରି ଚନ୍ଦନ , ହଳଦିଆ ଫୁଲ , ଧୂପ ଦୀପ ଆଦି ପୂଜା ସାମଗ୍ରୀ ପ୍ରସ୍ତୁତ କରନ୍ତୁ । ଏହାପରେ ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ । ଯୋଗିନୀ ଏକାଦଶୀ କଥା ଶୁଣନ୍ତୁ କିମ୍ବା ପଢ଼ନ୍ତୁ । ଏହିଦିନ ସନ୍ଧ୍ୟାରେ ଶ୍ରୀ ହରିଙ୍କ ଆରତୀ କରି ଜାଗରଣ କରନ୍ତୁ ଏବଂ ନିଜର ମନସ୍କାମନା ପ୍ରାର୍ଥନା କରି କୁହନ୍ତି । ଆଗାମୀ ଦିନ ପ୍ରାତଃ ସମୟରେ ଭଗବାନ ବିଷ୍ଣୁଙ୍କ ପୂଜା କରି ବ୍ରାହ୍ମଣ ଭୋଜନ ଏବଂ ଦାନ କରନ୍ତୁ । ଏହାଦ୍ବାରା ଏକାଦଶୀର ଫଳ ନିଶ୍ଚିତ ରୂପରେ ପ୍ରାପ୍ତ ହେବ ।

ଏହିଦିନ ଅନାଜର ସେବନ କରନ୍ତୁ ନାହିଁ । ଏହିଦିନ ଶୁଦ୍ଧ ସାତ୍ଵିକ ଫଳ ଆହାର କରିବା ଉଚିତ । ଯାହାବି ଆହାର ପ୍ରସ୍ତୁତ କରୁଛନ୍ତି ତାହାକୁ ସର୍ବପ୍ରଥମେ ଭଗବାନଙ୍କୁ ଭୋଗ ଲଗାନ୍ତୁ । ତାପରେ ଯାଇ ନିଜେ ସେବନ କରନ୍ତୁ । କେବେବି ଅସମର୍ପିତ ବସ୍ତୁର ଖାଦ୍ୟ ସେବନ କରନ୍ତୁ ନାହିଁ । ଫଳ ଏବଂ ଖୀରରେ ତିଆରି ଖାଦ୍ୟ ଏବଂ ପ୍ରଚଳନ ଅନୁଯାୟୀ ଅନ୍ୟ ଖାଦ୍ୟ ମଧ୍ୟ ସେବନ କରି ପାରିବେ । ଏହିଦିନ ମନର ଶୁଦ୍ଧତା ମଧ୍ୟ ନିତାନ୍ତ ଆବଶ୍ୟକ । ତେଣୁ ଏହି ଦିନ କାହାକୁ ଅପଶବ୍ଦ କୁହନ୍ତୁ ନାହିଁ , କାହାକୁ ଶାରୀରିକ କିମ୍ବା ମାନସିକ ଯନ୍ତ୍ରଣା ଦିଅନ୍ତୁ ନାହିଁ । ଗୁରୁଜନଙ୍କୁ ସମ୍ମାନ ଦିଅନ୍ତୁ । ଏହାସହିତ ଗରିବ ଲୋକଙ୍କୁ ସାହାଯ୍ୟ ମଧ୍ୟ କରନ୍ତୁ । ପୁଣ୍ୟ ଏବଂ ମୋକ୍ଷ ପାଇବା ପାଇଁ ହେଲେ ଅତି ନିଷ୍ଠାର ସହ ଏକାଦଶୀ ବ୍ରତ ପାଳନ କରନ୍ତୁ । ହିନ୍ଦୁ ଧର୍ମରେ ଜୀବ ହତ୍ୟାକୁ ପାପ ବୋଲି ମାନା ଯାଇଛି ।

ଏହି ଏକାଦଶୀ ଦିନ ଘରେ ଝାଡ଼ୁ ଲଗାନ୍ତୁ ନାହିଁ । ଏହିଦିନ କେଶ କିମ୍ବା ଦାଢ଼ି କାଟନ୍ତୁ ନାହିଁ । ଏକାଦଶୀ ଦିନ ଗଛ କାଟିବା ମଧ୍ୟ ବର୍ଜିତ ଅଟେ । ତେଣୁ ଏହିଦିନ ଯଦି ଆପଣଙ୍କ ଘରେ ଜନ୍ମ ଏବଂ ମୃତ୍ୟୁଏ ଶତକ ଥାଏ ତେବେ ଆପଣଙ୍କୁ ଏହି ବ୍ରତ ପାଳନ କରିବା ଉଚିତ । ଭଗବାନଙ୍କ ଆରାଧନା କରନ୍ତୁ ମାତ୍ର ସ୍ପର୍ଶ କରନ୍ତୁ ନାହିଁ । ମାସିକ ଧର୍ମ ହୋଇଥିଲେ ବ୍ରତ କରି ପାରିବେ ଏବଂ ସବୁ ନିୟମ ମାନି ପାରିବେ ମାତ୍ର ଭଗବାନଙ୍କ ପ୍ରତିମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *