ଯୋଗିନୀ ଏକାଦଶୀ ହୋଇଥାଏ ଏହି ଦିନ , ଜାଣି ରଖନ୍ତୁ ଯୋଗିନୀ ଏକାଦଶୀର ପୁରା ବିଧି ଏବଂ ସମୟ :-

ପ୍ରତ୍ୟେକ ବର୍ଷ ଯୋଗିନୀ ଏକାଦଶୀ ଆଷାଢ଼ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥିରେ ପଡ଼ିଥାଏ । ଏହିଦିନ ଭଗବାନ ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀଙ୍କ ପୂଜା ଉପାସନା ମଧ୍ୟ କରା ଯାଇଥାଏ । ପୂଜା କରିବା ଦ୍ୱାରା ଭକ୍ତଙ୍କ ଉପରେ ଭଗବାନ ବିଷ୍ଣୁଙ୍କ କୃପା ବର୍ଷିଥାଏ । ଭଗବାନ ବିଷ୍ଣୁଙ୍କ କୃପା ଦ୍ୱାରା ଭକ୍ତର ସବୁ ପାପ ଦୂର ହୋଇଯାଏ ଏବଂ ସ୍ୱର୍ଗର ପ୍ରାପ୍ତି ମଧ୍ୟ ହୋଇଥାଏ । ଯୋଗିନୀ ଏକାଦଶୀ ବ୍ରତ କରିବା ଦ୍ୱାରା ମଣିଷ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ଏପରି କୁହାଯାଏ ଯେ ଯୋଗିନୀ ବ୍ରତ ନିଷ୍ଠାର ସହ କଲେ ୮୮ ଜଣ ବ୍ରାହ୍ମଣ ଭୋଜନ କରାଇବା ସମାନ ହୋଇଥାଏ । ଲୋକଙ୍କୁ କୁଷ୍ଠ ରୋଗ ଭଳି ଭୟଙ୍କର ରୋଗରୁ ମଧ୍ୟ ମୁକ୍ତି ମିଳିଯାଏ ।

ଏହି ବ୍ରତ କରିବା ଦ୍ୱାରା ଅଭିଶାପ ମଧ୍ୟ ନଷ୍ଟ ହୋଇଯାଏ । ଏକାଦଶୀ ଦିନର ସମ୍ବନ୍ଧ ତିନି ଦିନର ଦିନ ଚର୍ଯା ସହିତ ହୋଇଥାଏ । ଏକାଦଶୀର ଠିକ ପୂର୍ବରୁ ଅର୍ଥାତ ଦଶମୀ ଦିନ ସୂର୍ଯ୍ୟାସ୍ତ ରେ ପୂଜା ଦେବା ପରେ ଭୋଜନ କରିବା ଉଚିତ ନୁହେଁ । ଅର୍ଥାତ ଏକାଦଶୀ ଦିନ ପେଟରେ ଯେପରି କୌଣସି ଅବଶିଷ୍ଟ ଭୋଜନ ନରହେ । ଏହାପରେ ବ୍ରତ କରିବାର ଆଗାମୀ ଦିନ ସୂର୍ଯ୍ୟଦୟ ପରେ ହିଁ ବ୍ରତ ସମାପନ କରାଯାଏ । ଯେତେବେଳେ ଏକାଦଶୀ ଦୁଇ ଦିନର ହୋଇଥାଏ ତେବେ ଦ୍ୱିତୀୟ ଏକାଦଶୀ ଗୋଟିଏ ଦିନ ଏବଂ ବୈଷ୍ଣବି ଏକାଦଶୀ ପରଦିନ ପାଳନ କରାଯାଏ । ଯେଉଁ ଭକ୍ତି କୌଣସି କାରଣ ବଶତଃ ବ୍ରତ କରି ପାରନ୍ତି ନାହିଁ ସେମାନେ ନିଶ୍ଚିତ ଭାବରେ ଭଗବାନ ବିଷ୍ଣୁଙ୍କ ପୂଜା କରିବା ଉଚିତ ।

ଭଗବାନ ବିଷ୍ଣୁଙ୍କ ପୂଜା କଲେ ବିଷ୍ଣୁଙ୍କ କୃପା ଲାଭ ହୋଇଥାଏ । ଯେଉଁ ବ୍ୟକ୍ତି ବ୍ରତ କରି ପାରୁ ନାହାଁନ୍ତି ସେମାନେ ସେହିଦିନ ଭୋଜନରେ ଭାତ ସେବନ କରିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ଏହିଦିନ ବିଷ୍ଣୁ ସହସ୍ର ନାମର ଜପ କରିଥାଏ ତାଙ୍କୁ ଭଗବାନ ବିଷ୍ଣୁଙ୍କର ବିଶେଷ କୃପା ପ୍ରାପ୍ତ ହୁଏ । ଆଜି ଆମେ ଏକାଦଶୀ ବ୍ରତ ପାଳନ କରିବାର ପୁରା ବିଧି ଏବଂ ଶୁଭ ସମୟ ବିଷୟରେ କହିବୁ ।

ଏକାଦଶୀ ବ୍ରତର ଆରମ୍ଭ ଦଶମୀ ଦିନ ସୂର୍ଯ୍ୟାସ୍ତ ପରଠାରୁ ହିଁ ଆରମ୍ଭ ହୋଇଯାଏ । ତେଣୁ ଏହି ଦିନ ତାମସିକ ଭୋଜନ କରିବ ଉଚିତ ନୁହେଁ ଏବଂ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ କରିବା ଉଚିତ । ଏକାଦଶୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିବା ପରେ ଭଗବାନ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଏହାପରେ ଭଗବାନ ବିଷ୍ଣୁଙ୍କ ପୂଜା ପାଠ ଆରମ୍ଭ କରନ୍ତୁ । ପ୍ରଥମେ ଭଗବାନ ବିଷ୍ଣୁଙ୍କ ସାମ୍ନାରେ ଘିଅ ଦୀପ ପ୍ରଜ୍ଜ୍ୱଳନ କରି ଜଳ , ଗଙ୍ଗାଜଳ , କ୍ଷୀରରେ କେଶର ମିଶାଇ କିମ୍ବା ପଞ୍ଚାମୃତରେ ଅଭିଷେକ କରନ୍ତୁ ।

ଏହାପରେ ହଳଦିଆ ବସ୍ତ୍ର , ହଳଦିଆ ଫୁଲ ଏବଂ ହଳଦିଆ ଫଳ ମଧ୍ୟ ଅର୍ପିତ କରନ୍ତୁ । କୌଣସି ଋତୁ ଅନୁଯାୟୀ ଫଳରେ ଖିରି କରି ଅର୍ପିତ କରନ୍ତୁ । ଖୀରରେ ତିଆରି ଲଡ଼ୁ ବନାଇ ମଧ୍ୟ ଅର୍ପିତ କରି ପାରିବେ । ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ଜପ କରନ୍ତୁ । ଏହିଦିନ ଆପଣ ଯାହା ମନସ୍କାମନା କରିବେ ତାହା ସବୁ ପୂର୍ଣ୍ଣ ହେବ । ସନ୍ଧ୍ୟା ସମୟରେ ପୁଣିଥରେ ଘିଅ ଦୀପ ପ୍ରଜ୍ଜ୍ଵଳିତ କରି ଯୋଗିନୀ ଏକାଦଶୀ କଥାର ଶ୍ରବଣ କରନ୍ତୁ । ଏହା ପଦ୍ମ ପୁରାଣର ଉତ୍ତର ଖଣ୍ଡରେ ରହିଛି । ଏହି କଥାର ବକ୍ତା ଶ୍ରୀକୃଷ୍ଣ ଏବଂ ଶ୍ରୋତା ଯୁଧିଷ୍ଠିର ଅଟନ୍ତି ।

ଏହା କଥା ଆପଣ ସକାଳେ କିମ୍ବା ସନ୍ଧ୍ୟାରେ ବି ପଢ଼ି ପାରିବେ । ଏହି କଥା ପଢ଼ିବା ଦ୍ୱାରା ପାପ ଦୂର ହୋଇଯାଏ ଏବଂ ଭଗବାନ ବିଷ୍ଣୁଙ୍କ ଆଶୀର୍ବାଦ ଲାଭ ହୁଏ । ଏକାଦଶୀ ଦିନ ରାତିରେ ଅଖଣ୍ଡ ଦୀପ ପ୍ରଜ୍ଜ୍ୱଳନ କରି ଗୀତା ପଢ଼ିଲେ ପିତରଙ୍କୁ ମୁକ୍ତି ମିଳିଥାଏ । ପ୍ରତ ପାଳନ କରିବା ପୂର୍ବରୁ କୌଣସି ବ୍ରାହ୍ମଣଙ୍କୁ ଦାନ କରନ୍ତୁ କିମ୍ବା ଭୋଜନ କରାନ୍ତୁ । ଯୋଗିନୀ ଏକାଦଶୀର ତିଥି ଜୁନ ୨୩ ଗୁରୁବାର ରାତି ୯ ବାଜି ୩୧ ମିନିଟରେ । ଏବଂ ଶେଷ ହେବ ଜୁନ ୨୪ ସକାଳ ୧୧ ଟା ବାଜି ୧୨ ମିନିଟରେ । ଟେଣୁ ୨୪ ତାରିଖ ପୁରା ଏକାଦଶୀ ରହିବ ଏବଂ ବ୍ରତ ଖୋଲିବାର ସମୟ ଜୁନ ୨୫ ସକାଳ ୫.୪୩ ରେ ।

Leave a Reply

Your email address will not be published. Required fields are marked *