ବର୍ତ୍ତମାନ ସମୟରେ ମଣିଷ ଜୀବନରେ ଜୋତା ଚପଲର ମହତ୍ତ୍ୱ ବେଶ ଅଧିକ । ସବୁ ମଣିଷ ଜୋତା ଚପଲର ବ୍ୟବହାର ନିଶ୍ଚିତ କରିଥାଏ । ଆଜିକାଲି ଅଧିକାଂଶ ଲୋକ ମଧ୍ୟ ଘରେ ଚପଲ ପିନ୍ଧି ବୁଲନ୍ତି ଏବଂ ତାହାକୁ ବାହାର କରି କେଉଁଠିବି ଏଣେତେଣେ ରଖି ଦିଅନ୍ତି । ଯାହା ବାସ୍ତୁ ଅନୁସାରେ ଉତ୍ତମ ହୋଇ ନଥାଏ । କାରଣ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କିଛି ସ୍ଥାନ ଦେବା ଦେବୀଙ୍କ ସମ୍ବନ୍ଧିତ ହୋଇଥାଏ । ସେହି ସ୍ଥାନରେ ଦେବଦେବୀଙ୍କ ପ୍ରଭାବ ରହିଥାଏ । ଏପରି ସ୍ଥାନରେ ଜୋତା ଚପଲ ରଖିବା କିମ୍ବା ପିନ୍ଧିବା ଉଚିତ ହୋଇ ନଥାଏ ।
ଏହିସବୁ ସ୍ଥାନରେ ଜୋତା ରଖିଲେ ନକରାତ୍ମକତା ଜନ୍ମିଥାଏ । ଯାହାଦ୍ୱାରା ଘରର ସଦସ୍ୟଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଘରେ ସ୍ୱାସ୍ଥ୍ୟ ସମ୍ବନ୍ଧୀ ଅନେକ ସମସ୍ୟା ଆସିଥାଏ । ତାସହିତ ଘରର ଆର୍ଥିକ ସ୍ଥିତି ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ତେଣୁ ଆଜି ଆମେ ଆପଣଙ୍କୁ କହିବୁ ଯେ ବାସ୍ତୁ ଶାସ୍ତ୍ର ଅନୁସାରେ ଘରର କେଉଁ ଦିଗରେ ଜୋତା ଚପଲ କିମ୍ବା ଜୋତା ରେକ ରଖିବା ଉଚିତ ।
୧ . ଉତ୍ତର ପୂର୍ବ ଦିଗ :-
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ଉତ୍ତରପୂର୍ବ କିମ୍ବା ଐଶ୍ୱନ୍ୟ କୋଣରେ ଭୁଲରେବି ଜୋତା ଚପଲ କିମ୍ବା ଶୁ ରେକକୁ ରଖିବା ଉଚିତ ନୁହେଁ । ଏହି ସ୍ଥାନକୁ ଜୋତା ପିନ୍ଧି ଯିବା ମଧ୍ୟ ଉଚିତ ନୁହେଁ । କାରଣ ଏହି ଦିଗରେ ଭଗବାନଙ୍କ ବାସ ହୋଇଥାଏ । ଏହି ସ୍ଥାନ ଅତ୍ୟନ୍ତ ପବିତ୍ର ମଧ୍ୟ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସ୍ଥାନକୁ ସମ୍ପୂର୍ଣ୍ଣ ଖାଲି ଏବଂ ସଫାସୁତୁରା ରଖିବା ଉଚିତ ।
ଏହି ସ୍ଥାନରେ ଜୋତା ଚପଲ ରଖିଲେ ଘରର ମୁରବିଙ୍କୁ ସମାଜରେ ଅପମାନର ସାମ୍ନା କରିବାକୁ ପଡ଼ିଥାଏ । ଏହାସହିତ ଘରେ ଆର୍ଥିକ ସମସ୍ୟା ମଧ୍ୟ ବଜାୟ ରହେ । ଏହାବ୍ୟତୀତ ଏହି କୋଣରେ ବାସ୍ତୁ ପୁରୁଷଙ୍କ ମୁଣ୍ଡ ରହିଥାଏ । ତେଣୁ ଏହି ସ୍ଥାନରେ ଜୋତା ରଖିଲେ ବାସ୍ତୁ ପୁରୁଷର ଅପମାନ ହୋଇଥାଏ ।
୨ . ଉତ୍ତର ଦିଗ :-
ଘରର ଉତ୍ତର ଦିଗରେ ମଧ୍ୟ ଜୋତା ଚପଲ କିମ୍ବା ଶୁ ରେକକୁ ରଖିବା ଉଚିତ ନୁହେଁ । କାରଣ ଏହି ଦିଗ ଭଗବାନ କୁବେରଙ୍କ ବାସସ୍ଥାନ ଅଟେ । ଯିଏକି ଧନ ସମ୍ପତ୍ତିର ଦେବତା ଅଟନ୍ତି । ତେଣୁ ଏହି କୋଣରେ ଜୋତା ରଖିଲେ ଘରେ ଆର୍ଥିକ ସମସ୍ୟା ଦେଖା ଦିଏ ।
୩ . ମଧ୍ୟ ଭାଗ :-
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ମଧ୍ୟ ଭାଗ କିମ୍ବା ବ୍ରହ୍ମ ସ୍ଥାନରେ ମଧ୍ୟ ଜୋତା ଚପଲ କିମ୍ବା ଶୁ ରେକକୁ ରଖିବା ଉଚିତ ନୁହେଁ । କାରଣ ଏହି ସ୍ଥାନରୁ ହିଁ ପୁରା ଘରକୁ ଶକ୍ତିର ସଞ୍ଚାର ହୋଇଥାଏ । ଏହି ସ୍ଥାନରେ ଜୋତା ରଖିଲେ ଘରେ ନକରାତ୍ମକ ଶକ୍ତିର ସଞ୍ଚାର ହୁଏ । ଯାହାଦ୍ୱାରା ଘରେ ଅନେକ ପ୍ରକାରର ରୋଗ ବଢ଼ିବାର ସମ୍ଭାବନା ଥାଏ । ଏହାସହିତ ଘରର ସଦସ୍ୟଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ ।
୪ . ପୂର୍ବ ଦିଗ :-
ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପୂର୍ବ ଦିଗରେ ମଧ୍ୟ ଜୋତା ଚପଲ ରଖିବା ଉଚିତ ନୁହେଁ । କାରଣ ଏହି ଦିଗର ସ୍ୱାମୀ ସୂର୍ଯ୍ୟଦେବ ଅଟନ୍ତି । ଯିଏକି ଜ୍ଞାନ ଏବଂ ଉନ୍ନତିର କାରକ ଅଟନ୍ତି । ତେଣୁ ଏହି ଦିଗ ମଧ୍ୟ ଅତ୍ୟନ୍ତ ପବିତ୍ର ହୋଇଥାଏ । ଏହି ଦିଗରେ ଜୋତା ରଖିଲେ ପୂର୍ବ ଦିଗରୁ ପ୍ରବାହିତ ହେଉଥିବା ବାୟୁ ଯେତେବେଳେ ପଶ୍ଚିମ ଦିଗକୁ ପ୍ରଭାବିତ ହେବ ସେତେବେଳେ ଜୋତା ଏବଂ ଚପଲରୁ ନକରାତ୍ମକତା ନେଇ ପ୍ରବାହିତ ହେବ । ଯେଉଁ କାରଣରୁ ଘରର ସଦସ୍ୟଙ୍କ ଠାରେ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ଅନେକ ପ୍ରକାରର ଆର୍ଥିକ ହାନୀ ମଧ୍ୟ ହୋଇଥାଏ । ଏହାବ୍ୟତୀତ ଘରର ସଦସ୍ୟଙ୍କୁ ଅପମାନ ସହିବାକୁ ପଡ଼ିଥାଏ ।
ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଜୋତା ଚପଲ ଏବଂ ଶୁ ରେକକୁ ରଖିବା ପାଇଁ ପଶ୍ଚିମ ଦିଗ ସବୁଠାରୁ ଉତ୍ତମ ହୋଇଥାଏ । ଏହି ଦିଗର ଗ୍ରହ ଶନି । ତେଣୁ ଏହି ଦିଗରେ ଜୋତା ରଖିବା ଭଲ ହୋଇଥାଏ । ପରିବାରରେ ସୁଖ ଶାନ୍ତି ବଜାୟ ରହେ ଏବଂ ପରିବାରର ସମସ୍ତେ ଭଲରେ ରହନ୍ତି ଏବଂ ଆର୍ଥିକ ସମସ୍ୟା ମଧ୍ୟ ହୁଏ ନାହିଁ । ଏହାବ୍ୟତୀତ ଆପଣ ଜୋତା ଚପଲ ଏବଂ ଶୁ ରେକକୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ମଧ୍ୟ ରଖି ପାରିବେ । ଏହା ମଧ୍ୟ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଠିକ ଅଟେ । ମାତ୍ର ଘରର ଦକ୍ଷିଣ ପୂର୍ବ ଦିଗରେ ଜୋତା ରଖିବା ଅନୁଚିତ । କାରଣ ଏହି ଦିଗର ସ୍ୱାମୀ ଅଗ୍ନିଦେବ ଅଟନ୍ତି ଏବଂ ଏହାକୁ ପବିତ୍ର ରଖିବା ଉଚିତ ।