ଗୁରୁବାର ଦିନ କେବଳ ଏକ ଚୁଟକି ହଳଦୀ ମିଶାଇ କରନ୍ତୁ ଏହି କାମ , ସଫଳତା ସହ ହେବ ଧନ ପ୍ରାପ୍ତି :-

ଜ୍ୟେଷ୍ଠ ମାସ ସବୁଠାରୁ ଅଧିକ କଷ୍ଟଦାୟକ ହୋଇଥାଏ । ଏହି ମାସରେ ସୂର୍ଯ୍ୟର ପ୍ରଚଣ୍ଡ କିରଣ କାରଣରୁ ଜଳାଭାବ ଦେଖା ଦିଏ । ତେଣୁ ଏହି ମାସରେ ଜଳ ଦାନ କରିବା ଅତି ପୁଣ୍ୟ କାମ ହୋଇଥାଏ । ପଶୁ ପକ୍ଷୀଙ୍କ ପାଇଁ ଯଦି ଆପଣ ଜଳ ବ୍ୟବସ୍ଥା କରନ୍ତି ତେବେ ସବୁ ଦେବାଦେବୀଙ୍କ ଆଶୀର୍ବାଦ ଲାଭ ହୋଇଥାଏ । ଗୁରୁବାର ଦିନଟି ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଆରାଧନା ଦିନ ହୋଇଥାଏ ତେଣୁ ଏହିଦିନ ତାଙ୍କ କୃପା ଲାଭ ହେଲେ ବ୍ୟକ୍ତି ସୁଖରେ ଜୀବନଯାପନ କରିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଗୁରୁବାର ଦିନ କରିବାକୁ କିଛି ଛୋଟ ଛୋଟ ଉପାୟ ଗୁଡ଼ିକ କହିବୁ ଯାହାକୁ କଲେ ଜୀବନରେ କେବେବି ସମସ୍ୟା ଆସିବ ନାହିଁ ।

୧ . ଏହିଦିନ ଘରେ ପୋଛା ଲଗାଇବା ଆଦୌ ଉଚିତ ନୁହେଁ କାରଣ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି । ମାତ୍ର ଯଦି ଅତି ଜରୁରୀ ଥାଏ ତେବେ ପାଣିରେ ଏକ ଚୁଟକି ହଳଦୀ ପକାଇ ପୋଛା ଲଗାନ୍ତୁ । ଏପରି କଲେ ଦୋଷ କମିଥାଏ । ଏହିଦିନ ଶ୍ରୀହରି ବିଷ୍ଣୁଙ୍କ ପୂଜାପାଠ ସମୟରେ ପୂଜାଥାଳିରେ ହଳଦୀ ନିଶ୍ଚିତ ରଖିବା ଆବଶ୍ୟକ । ଏହିଦିନ ଶଙ୍ଖ ବଜାଇବାର ଅନେକ ମହତ୍ତ୍ୱ ରହିଛି । ଯାହାଦ୍ୱାରା ନକରାତ୍ମକ ଶକ୍ତି ଘରୁ ଚାଲିଯାଏ ।

୨ . ଏହି ଗୁରୁବାର ଦିନ ଯଦି ଏକ ପାତ୍ରରେ ପାଣି ନେଇ ଏକ ଚୁଟକି ହଳଦୀ ମିଶାଇ ମୁଖ୍ୟଦ୍ୱାରରେ ଛିଟା ଦିଆଯାଏ ତେବେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହିଦିନ ଯଦି ଆପଣ ସକାଳୁ ସୂର୍ଯ୍ୟଙ୍କୁ ଜଳ ଅର୍ପିତ କରୁଛନ୍ତି ତେବେ ପାଣିରେ ଏକ ଚୁଟକି ହଳଦୀ ମିଶାଇ ଅର୍ପଣ କରନ୍ତୁ । ଏପରି କଲେ ଜଣେ ଆପଣ ଅବିବାହିତ ହୋଇଥିବେ ଏବେ ଜଲଦି ବିବାହର ଯୋଗ ହେବ ଏବଂ ଯଦି ଆପଣ ବିବାହିତ ତେବେ ଆପଣଙ୍କ ପରିବାରକୁ ଖୁସି ଆସିବ । ଏହିଦିନ ଅଶ୍ୱତ୍ଥ ବୃକ୍ଷର ପୂଜନ କରାଯାଏ । ତେଣୁ ଏହିଦିନ ଯଦି ଆପଣ ବୃହଷ୍ପତିଙ୍କ ବ୍ରତ ରଖୁଛନ୍ତି ତେବେ ଏହା ଅଧିକ ଉତ୍ତମ ଅଟେ ।

୩ . ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଗୁରୁବାର ଦିନ ତୁଳସୀ ଗଛରେ ଜଳ ଅର୍ପିତ କରୁଛନ୍ତି ତେବେ ଜଳରେ ତିନି ଚାରି ବୁନ୍ଦା କ୍ଷୀର , ଏକ ଚୁଟକି ଅକ୍ଷସଦ ଏବଂ ସାମାନ୍ୟ ମିଠା ବସ୍ତୁ ମିଶାଇ ଅର୍ପଣ କରନ୍ତୁ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିଥାଏ , ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଏବଂ ଧନ ପ୍ରାପ୍ତି ହୋଇଥାଏ । ଯଦି ଆପଣ ଝାଡ଼ୁ କରୁଛନ୍ତି ତେବେ ଗୋଟିଏ କିମ୍ବା ଦୁଇଟି ଦାନ ଜିରା ପକାଇ ଝାଡୁ କରି ବାହାରକୁ ବାହାର କରି ଦିଅନ୍ତୁ । ଏହାଦ୍ବାରା ଘରେ ଉନ୍ନତି ହୋଇଥାଏ ।

୪ . ଗୁରୁବାର ଦିନ ଯଦି ଆପଣ ବାହାରକୁ କୌଣସି ଜରୁରୀ କାମରେ ଯାଉଛନ୍ତି ଏବେ ଏକ ହଳଦିଆ ଲୁମାଲ ପାଖରେ ରଖନ୍ତୁ କିମ୍ବା ଅଳ୍ପ ହଳଦୀ ନିଜ ମଣିବଦ୍ଧରେ ଲଗାଇ ଦିଅନ୍ତୁ । ଏହାଦ୍ବାରା ଯେଉଁ କାମ ପାଇଁ ଆପଣ ବାହାରକୁ ଯାଉଛନ୍ତି ତାହା ନିଶ୍ଚିତ ଭାବରେ ସଫଳ ହେବ ।

୬ . ଯଦି ଆପଣଙ୍କ ଭାଗ୍ୟ ସାଥ ଦେଉନାହିଁ ତେବେ ଗୁରୁବାର ଦିନ ‘ ଓଁ ବ୍ରି ବୃହଷ୍ପତୟେ ନମଃ ‘ ମନ୍ତ୍ରର ଜପ କରନ୍ତୁ । ଯଦି ଆପଣ ଶ୍ରୀକୃଷ୍ଣଙ୍କ ଚରଣରେ ଗୁରୁବାର ଦିନ ଠାରୁ ଆରମ୍ଭ କର ପ୍ରତ୍ୟେକ ଦିନ ଦୁଇଟି ତୁଳସୀ ପତ୍ର ଅର୍ପିତ କରନ୍ତି ତେବେ ମାନ ସମ୍ମାନ ବଢ଼ିବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ।

୭ . ଯଦି ଅନେକ ଦିନରୁ ଆପଣଙ୍କ ବିବାହ ଠିକ ହୋଇ ପାରୁନାହିଁ ତେବେ ବାହାରିବା ପୂର୍ବରୁ ହଳଦିଆ ମିଠା ଖାଇ ବାହାରନ୍ତୁ । ସବୁକିଛି ଠିକ ହୋଇଯିବ । ଭଗବାନ ଶ୍ରୀକୃଷ୍ଣଙ୍କୁ ହଳଦିଆ ରଙ୍ଗ ବହୁତ ପସନ୍ଦ ଥାଏ । ତେଣୁ ଏହି ଗୁରୁବାର ଦିନ ହଳଦିଆ ବସ୍ତ୍ର , ଚଣା ଡାଲି ଏବଂ ଗୁଡ଼ ଭୋଗ ଲଗାଯାଏ । ବେସନ ହାଲୁଆ ମଧ୍ୟ ଭୋଗ ଲଗାଇଲେ ଖୁବ ଭଲ ଫଳ ମିଳିଥାଏ । ହଳଦିଆ କଦଳୀ ମଧ୍ୟ ଭୋଗ ଲଗାଇ ପାରିବେ । ମନେ ରଖନ୍ତୁ ହଳଦିଆ କଦଳୀ ଭୋଗ ଲଗାଇଲେ ସମ୍ପର୍କରେ ମଧୁରତା ଆସିଥାଏ ମାତ୍ର ମନେ ରଖନ୍ତୁ କଦଳୀର ସେବନ କରିବେ ନାହିଁ ।

୭ . ଗୁରୁବାର ଦିନ କଦଳୀ ଖାଇଲେ ସମ୍ପର୍କରେ ବିବାଦ ସୃଷ୍ଟି ହେବ ଏବଂ ଚିନ୍ତା ବଢ଼ିବ । ଗୁରୁବାର ଦିନ ଯଦି ଆପଣ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଏବଂ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରି ଦିଅନ୍ତି ତେବେ ଘରକୁ ଆଉ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଆପଣଙ୍କ ଜୀବନର ସମସ୍ୟା ମଧ୍ୟ କମିଯାଏ ।

୮ . ସ୍ନାନ କରିବା ସମୟରେ ଯଦି ପାଣିରେ ଅଳ୍ପ ହଳଦୀ ମିଶାଇ କନ୍ୟା ମାନେ ସ୍ନାନ କରନ୍ତି ତେବେ ଶୀଘ୍ର ବିବାହ ଯୋଗ ହୋଇଥାଏ ଏବଂ ସବୁ ନଜର ଦୂର ହୋଇଯାଏ । ଏହା ସହିତ ଛୋଟ ପିଲା ମନେ ମଧ୍ୟ ସ୍ନାନ କଲେ seas ପାଇଁ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *