ସ୍ୱାମୀ ସହିତ ଭୋଜନ କରୁଥିବା ସ୍ତ୍ରୀ ନିଶ୍ଚୟ ଜାଣି ରଖନ୍ତୁ କିଛି ନିୟମ , ନଚେତ !

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ୱାମୀ ଏବଂ ସ୍ତ୍ରୀ ର ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ହୋଇଥାଏ । ତାସହିତ ସବୁଠାରୁ ଦୁର୍ବଳ ସମ୍ପର୍କ ମଧ୍ୟ ସ୍ୱାମୀ ସ୍ତ୍ରୀ ସମ୍ପର୍କ ହିଁ ହୋଇଥାଏ । ଯଦି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଉଭୟଙ୍କର ମନ , ବିଚାର , କର୍ମ , ସଂସ୍କାର ମିଳିତ ହୋଇଯାଏ ତେବେ ତାହା ଅତ୍ୟନ୍ତ ଉତ୍ତମ ହୋଇଥାଏ ଏବଂ ସମ୍ପର୍କ ମଧ୍ୟ ଖୁବ ଦୃଢ଼ ହୋଇଥାଏ । ମାତ୍ର ତାର ବିପରୀତରେ ଯଦି ଏସବୁ ମଧ୍ୟରୁ କେଉଁଟିବି ମିଳିତ ହୁଏ ନାହିଁ ତେବେ ଜୀବନ କ୍ଳେଶପୂର୍ଣ୍ଣ ହୋଇଯାଏ । ବୈବାହିକ ଦମ୍ପତ୍ତିଙ୍କୁ ନିଜ ବିବାହର ସବୁ ଧର୍ମ , ବଚନ ଏବଂ କର୍ତ୍ତବ୍ୟର ପୁରା ହୃଦୟରୁ ପାଳନ କରିବା ଉଚିତ ।

ଦାମ୍ପତ୍ୟ ଜୀବନରେ କୌଣସି କାରଣକୁ ନେଇ କିମ୍ବା ବିନା କାରଣରେ ମତଭେଦ ହୋଇଯିବା ଏକ ସାମାନ୍ୟ କଥା ଅଟେ । ଯାହାକୁ ସ୍ୱାମୀ ସ୍ତ୍ରୀ ଉଭୟେ ମିଳିତ ଭାବରେ ସମାଧାନ କରିବା ଉଚିତ । ଏଥିରେ ଅନ୍ୟ କୌଣସି ବ୍ୟକ୍ତିକୁ ଦଖଲ କରିବାକୁ ଅନୁମତି ଦେବା ଉଚିତ ନୁହେଁ । ପୁଣି ସେ ଯେତେବି ନିକଟତର ହୋଇଥାଉ ନା କାହିଁକି । ଏହାଦ୍ବାରା କଥାର ସମାଧାନ ହେବା ପରିବର୍ତ୍ତେ ଆହୁରି ଅଧିକ ବିଗିଡ଼ି ଯାଏ । ଯେହେତୁ ସ୍ୱାମୀ ସ୍ତ୍ରୀ ବିବାହରେ ଯୁଗ ଯୁଗର ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି ତେଣୁ ଉଭୟଙ୍କୁ ଉଭୟଙ୍କ ମନ ନେଇ ହିଁ ଜୀବନ ଅତିବାହିତ କରିବା ଉଚିତ ।

ମହାଭାରତ ସମୟରେ ମହାରାଜ ଯୁଧିଷ୍ଠିରଙ୍କୁ ଯେତେବେଳେ ଯୋକ୍ଷ ଏକ ପ୍ରଶ୍ନ ପଚାରିଥିଲେ ସେହି ପ୍ରଶ୍ନ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏହା ଥିଲା ଯେ ଭଗବାନଙ୍କ ଦ୍ଵାରା ନିର୍ମିତ ପୁରୁଷଙ୍କର ସବୁଠାରୁ ବଡ଼ ମିତ୍ର କିଏ । ଉତ୍ତରରେ ଯୁଧିଷ୍ଠିର କହିଥିଲେ ଯେ ପୁରୁଷର ପତ୍ନୀ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ମିତ୍ରତାର ସମ୍ବନ୍ଧ ରହିବା ଉଚିତ । ଯେଉଁ ବନ୍ଧୁତ୍ୱ ସମ୍ପର୍କରେ ଦୁଇ ବନ୍ଧୁଙ୍କ ମଧ୍ୟରେ ମନ ମାଳିନ୍ୟ ହୁଏ ମାତ୍ର ଅଧିକ ସମୟ ପର୍ଯ୍ୟନ୍ତ ସେମାନେ ଅଭିମାନ କରି ରହନ୍ତି ନାହିଁ ଏବଂ ଆପୋସ ବୁଝାମଣା କରି ନିଅନ୍ତି ଏବଂ ସାଥିରେ ରହନ୍ତି । କୌଣସି ପରିସ୍ଥିତିରେବି କାହାକୁ ଛାଡ଼ନ୍ତି ନାହିଁ । ପରସ୍ପର ନିଜର ଶକ୍ତି ଏବଂ ଦୁର୍ବଳତା ଅନୁଯାୟୀ ସ୍ୱୀକାର କରନ୍ତି ।

ଅନେକ ସମୟରେ ଏପରି ଦେଖାଯାଇଛି ଯେ ଜନସାଧାରଣ ସ୍ଥାନରେ ସ୍ୱାମୀ ସ୍ତ୍ରୀ ଝଗଡ଼ା କରନ୍ତି ଏବଂ ପରସ୍ପରକୁ ଖରାପ ଭଲ କହିବାରେ ଲାଗନ୍ତି । ମାତ୍ର ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ ଅନ୍ୟ ଲୋକଙ୍କ ସାମ୍ନାରେ ପରସ୍ପରର ସମ୍ମାନ ପ୍ରତି ଧ୍ୟାନ ଦେବା ଉଚିତ । ପରସ୍ପର ମଧ୍ୟରେ ଯେତେବି ସମସ୍ୟା ଥାଉ ତାହାକୁ ଅନ୍ୟ ସାମ୍ନାରେ କେବେବି ବର୍ଣ୍ଣନା କରିବା ଉଚିତ ନୁହେଁ । ନଚେତ ସମ୍ପର୍କରେ ଫାଟ ସୃଷ୍ଟି ହୁଏ ଏବଂ ଜୀବନରେ ନକରାତ୍ମକତା ଆସେ ଏବଂ ଧନହାନୀ ହୁଏ । କାରଣ ଯେଉଁଠି କ୍ଳେଶ ଥାଏ ସେଠାରେ ଅଲକ୍ଷ୍ମୀ ବାସ କରିଥାଏ ।

ଏହାବ୍ୟତୀତ ଯେଉଁ ଘରେ ମହିଳା ମାନେ ନିଜ ସ୍ୱାମୀ ପଛରେ ତାଙ୍କୁ ଅପଶବ୍ଦ କହନ୍ତି ସେହି ଘରେ ମାତା ଲକ୍ଷ୍ମୀ ରହନ୍ତି ନାହିଁ । ତେଣୁ ମହିଳାଙ୍କୁ ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ସ୍ୱାମୀ ଏବଂ ସ୍ତ୍ରୀ କୁ ପରସ୍ପର ପ୍ରତି ନିଷ୍ଠାବାନ ହେବା ଉଚିତ । ଚରିତ୍ର ଏବଂ ବିଶ୍ୱାସ ଏକ କାଚ ଟୁକୁଡ଼ା ହୋଇଥାଏ । ତେଣୁ ତାହାକୁ ଯତ୍ନର ସହକାରେ ରଖିବା ଉଚିତ । ଧୋକା ଶବ୍ଦ ସ୍ୱାମୀ ସ୍ତ୍ରୀ ଜୀବନରେ ଆସିବା ଉଚିତ ନୁହେଁ । ପର ବ୍ୟକ୍ତି ସହ ସମ୍ବନ୍ଧ ଯେମିତି ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ନରଖନ୍ତି । କାରଣ ଏପରି କଲେ ଘର ପରିବାର ସବୁକିଛି ନଷ୍ଟ ହୋଇଯାଏ । ସ୍ୱାମୀ ସ୍ତ୍ରୀକୁ କେବେବି କିଛି ଲୁଚାଇବା ଉଚିତ ନୁହେଁ । ସଂସାର ଗଢ଼ିବା ପାଇଁ ଉଭୟ ହିଁ ମହତ୍ୱପୂର୍ଣ୍ଣ ହୋଇଥାନ୍ତି । ସ୍ୱାମୀ ସ୍ତ୍ରୀଙ୍କୁ କେବେବି ପରସ୍ପରକୁ ନିଚ ଦେଖାଇବା ଉଚିତ ନୁହେଁ ବରଂ ପରସ୍ପରକୁ ସବୁ କ୍ଷେତ୍ରରେ ସପୋର୍ଟ କରିବା ଉଚିତ ।

ଶାସ୍ତ୍ର ଅନୁସାରେ ମହିଳାଙ୍କୁ ନିଜ ସ୍ୱାମୀ ବ୍ୟତୀତ ଅନ୍ୟ କୌଣସି ପୁରୁଷ ସହିତ ବାହାନରେ ଆଦୌ ବସିବା ଉଚିତ ନୁହେଁ । ଏପରି କଲେ ସେହି ବ୍ୟକ୍ତିର ଚରିତ୍ର ମଧ୍ୟ ନଷ୍ଟ ହୋଇଯାଏ । ଯେଉଁ କାରଣରୁ ଘରେ କ୍ଳେଶ ଏବଂ ଦାରିଦ୍ର୍ୟତା ବଢ଼ିଥାଏ । ସ୍ୱାମୀ ସ୍ତ୍ରୀ ଉଭୟଙ୍କୁ କେବେ ନିଜର ସ୍ୱାମୀ ସ୍ତ୍ରୀ ବ୍ୟତୀତ ଅନ୍ୟ ମହିଳା କିମ୍ବା ଅନ୍ୟ ପୁରୁଷ ସହିତ ବସିବା ଉଚିତ ନୁହେଁ । ଶାସ୍ତ୍ର ଅନୁସାରେ ସ୍ତ୍ରୀକୁ ସ୍ୱାମୀଙ୍କ ସହିତ କିମ୍ବା ସ୍ୱାମୀଙ୍କ ଭୋଜନ ପରେ ହିଁ ଭୋଜନ କରିବା ଉଚିତ । ସ୍ୱାମୀ ପୂର୍ବରୁ ଭୋଜନ କରୁଥିବା ସ୍ତ୍ରୀ ର ପତିବ୍ରତା ଧର୍ମ ନଷ୍ଟ ହୋଇଯାଏ । ଏହି କାରଣରୁ ଘରେ ନକରାତ୍ମକତା ବଢ଼ିଥାଏ ।

Leave a Reply

Your email address will not be published. Required fields are marked *