ଏମିତିରେ ତ ମନ୍ତ୍ର ତନ୍ତ୍ର ତୋଟକା କୌଣସି ଦିନବି କରିହେବ । ମାତ୍ର କିଛି ନିର୍ଦିଷ୍ଟ ଦିନ ମାନଙ୍କରେ କଲେ ଏହା ବିଶେଷ ଫଳଦାୟୀ ହୋଇଥାଏ । ଜୀବନରେ ଅନେକ ସମସ୍ୟା ଆସିଥାଏ । କେତେବେଳେ ଶତ୍ରୁ କାରଣରୁ , ଯେତେବେଳେ ପରିବାର ମଧ୍ୟରେ ସମସ୍ୟା ଏବଂ ସବୁଠାରୁ ବଡ଼ ସମସ୍ୟା ହେଉଛି ଧନ ହାନୀ ସମସ୍ୟା ।
୧ . ଅନେକ ସମୟରେ ଏପରି ହୋଇଥାଏ ଯେ ଲୋକେ କଳାଯାଦୁ କରି ଆପଣଙ୍କ ବ୍ୟବସାୟ ଉପରେ ପ୍ରଭାବ ପକାନ୍ତି କିମ୍ବା ଆପଣଙ୍କ ଦୋକାନ ବାନ୍ଧି ଦିଅନ୍ତି । ତେଣୁ ଆଜି ଆମେ ଏହି ଲେଖାରେ ଆପଣଙ୍କୁ ରସୁଣକୁ ଉପଯୋଗ କରି ଏକ ଉପାୟ ବିଷୟରେ କହିବୁ ଯାହା ଆପଣଙ୍କ ଜୀବନର ସବୁ ସମସ୍ୟାକୁ ଦୂର କରିଦେବ । ଆପଣଙ୍କୁ କେବେବି କାହା ସାମ୍ନାରେ ହାତ ପତାଇବାକୁ ପଡ଼ିବ ନାହିଁ ।
୨ . ଅନେକ ସମୟରେ ଏପରି ହୋଇଥାଏ ଯେ ଆପଣ ସବୁଦିଗରୁ ମାନସିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି । ତାହାର କାରଣ ଚାକିରୀ ସମ୍ବନ୍ଧୀୟ , କ୍ୟାରିଅର ସମ୍ବନ୍ଧୀୟ ଏବଂ ବିଜନେସ ସମ୍ବନ୍ଧୀୟ ହୋଇଥାଏ । ଏହାବ୍ୟତୀତ ଯଦି ପାରିବାରିକ ସମସ୍ୟା କାରଣରୁ ମଧ୍ୟ ଆପଣ ଚିନ୍ତିତ ରହନ୍ତି ତେବେ ଏକ ରସୁଣ ପାଖୁଡ଼ା ନେଇ ରାତିରେ ଶୋଇବା ସମୟରେ ନିଜ ତକିଆ ତଳେ ରଖି ଶୋଇ ଯାଆନ୍ତୁ । ଆଗାମୀ ଦିନ ସକାଳୁ ଏହାକୁ ନେଇ ମାଟିରେ ପୋତି ଦିଅନ୍ତୁ । ଏହି ରସୁଣକୁ ଆପଣ ଚୋପା ନଛଡ଼ାଇ ରଖିଲେ ଅଧିକ ସମୟ ରହିବ ଏବଂ ଚୋପା ଛଡ଼ାଇ ଦେଲେ ଅଳ୍ପ ଦିନରେ ଖରାପ ହୋଇଯିବ । ଏହାଦ୍ବାରା ଆପଣଙ୍କ ଚିନ୍ତା ଧୀରେ ଧୀରେ ଠିକ ହୋଇଯିବ ।
୩ . ଯଦି ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ନିଜ ପର୍ସରେ ଏକ ରସୁଣ ପାଖୁଡ଼ା ରଖି ଦିଅନ୍ତୁ । କେବଳ ଗୋଟିଏ ଛୋଟ ପାଖୁଡ଼ାହିଁ ରଖନ୍ତୁ । ଏପରି କଲେ ଆଉ ଧନ ହାନୀ ହେବ ନାହିଁ । ଏହାବ୍ୟତୀତ ରୋଜଗାର ମଧ୍ୟ ବଢ଼ିବ ଏବଂ ଅଯଥା ଖର୍ଚ୍ଚ ବନ୍ଦ ହୋଇଯିବ । ଏହାବ୍ୟତୀତ ରାହୁ କେତୁ ଦୋଷ ମଧ୍ୟ ରସୁଣ ଦ୍ୱାରା ଠିକ ହୋଇଯାଏ । ପୂର୍ବରୁ ଲୋକେ ୭ ଟି ଛୋଟ ଛୋଟ ରସୁଣ ପାଖୁଡ଼ା ନେଇ ତାହାକୁ ମୁଖ୍ୟ ଦ୍ୱାରରେ ବାନ୍ଧି ଦେଉଥିଲେ । ଏହାଦ୍ବାରା ଯଦି କେଉଁ ଖରାପ ଦୃଷ୍ଟି ନେଇ ଘରକୁ ପ୍ରବେଶ କରେ ତେବେ ତାହା ଖରାପ ନଜରକୁ ଓଲଟା ସେହି ବ୍ୟକ୍ତି ଉପରେ ପକାଇ ଦିଏ । ଏହାକୁ କରିବା ପାଇଁ ଆପଣ ଏକ ନାଲି କପଡ଼ା ନିଅନ୍ତୁ ଏବଂ ୭ ଟି ରସୁଣ ପାଖୁଡ଼ା ନେଇ ପ୍ରଥମେ ଗୁଡାଇ ଦିଅନ୍ତୁ ଏବଂ ତାହାକୁ ନେଇ ମୁଖ୍ୟଦ୍ୱାରରେ ବାନ୍ଧି ଦିଅନ୍ତୁ । ଯାହାଦ୍ୱାରା ଘରକୁ ଯାଆସ କରୁଥିବା ବ୍ୟକ୍ତିଙ୍କ ନଜର ସେହି ରସୁଣ ଉପରେ ପଡ଼ିବ ।
୪ . ଯଦି କେହି ଆପଣଙ୍କ ଦୋକାନକୁ ବାନ୍ଧି ଦେଇଛି ତେବେ ଦୁଇଟି ତିନୋଟି କିମ୍ବା ସାତୋଟି ରସୁଣ ପାଖୁଡ଼ା ନେଇ ଏକ ନାଲି କପଡ଼ାରେ ଗୁଡାଇ ଶନିବାର ଦିନ ଦୋକାନ ସାମ୍ନାରେ ବାନ୍ଧି ଦିଅନ୍ତୁ । ଛଅ ମାସ ପରେ ତାହାକୁ ପୁଣି ବଦଳାଇ ଦିଅନ୍ତୁ । ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ ଏବଂ ଗ୍ରାହକ ମଧ୍ୟ ଆପଣଙ୍କ ଦୋକାନକୁ ଆସିବା ଆରମ୍ଭ କରିଦେବେ ।
୫ . ଯଦି ଆପଣଙ୍କୁ ଶତ୍ରୁଙ୍କ କାରଣରୁ ସମସ୍ୟା ଭୋଗିବାକୁ ପଡ଼ୁଛି ତେବେ ଶନିବାର ଦିନ ରସୁଣର ଗୋଟିଏ ପାଖୁଡ଼ା ନେଇ ମାଟି ତଳେ ରଖନ୍ତୁ ଏବଂ ଏକ ଛୁଞ୍ଚିକ୍ୱୟ ନେଇ ଶତ୍ରୁର ନାମ ନେଇ ଫୋଡି ଦିଅନ୍ତୁ । ତାପରେ ତାହାକୁ ମାଟି ତଳେ ପୋତି ଦିଅନ୍ତୁ । ଏହାଦ୍ବାରା ଘରେ ଚୋରି ହେବ ନାହିଁ । ଶତ୍ରୁ ଶାନ୍ତ ରହିବ ଏବଂ ଘରେ ହେଉଥିବା ସମସ୍ୟା ମଧ୍ୟ ଦୂର ହୋଇଯିବ । ମନେ ରଖନ୍ତୁ ଯଦି ସେହି ରସୁଣରୁ ଗଛ ହୁଏ ତେବେ ସେହି ଗଛର ରସୁନକୁ ନେଇ ତୋଟକା କରି ପାରିବେ ମାତ୍ର ତାକୁ ଖାଇବେ ନାହିଁ ।