ମାତା ଲକ୍ଷ୍ମୀ କରିବେ ଧନର ବର୍ଷା । କେବଳ ୨୧ ଟି ଗହମ ଦାନା ଏପରି ଫିଙ୍ଗି ଦିଅନ୍ତୁ :-

ଯେତେବେଳେ ଧନ ସମ୍ବନ୍ଧୀୟ ସମସ୍ୟା ଅଧିକ ବଢ଼ିଯାଏ , ଅନେକ ପ୍ରୟାସ କରିବା ସତ୍ତ୍ୱେ ବି ଧନ ସଞ୍ଚୟ କରିପାରୁ ନାହାଁନ୍ତି ତେବେ ଏକ ଛୋଟ ପ୍ରୟୋଗ ନିଶ୍ଚୟ କରନ୍ତୁ । ସବୁବେଳେ ମଣିଷର ସବୁ ଇଚ୍ଛା ପୂରଣ ହୋଇ ନଥାଏ । ଅନେକ ସମୟରେ ଏପରି ବି ହୋଇଥାଏ ଯେ ଅନେକ ପ୍ରୟାସ କରିବା ସତ୍ତ୍ୱେବି ଆପଣ ସଫଳ ହୁଅନ୍ତି ନାହିଁ । ତେଣୁ ଏପରି ସମସ୍ୟା ମଣିଷକୁ ବହୁତ ଚିନ୍ତିତ କରେ ।

୧ . ଯଦି ଆପଣ ଏପରି ସମସ୍ୟାରେ ରହୁଛନ୍ତି ତେବେ ଏକ ମାଟିର ଦୀପ ନେଇ ତାହାକୁ ଗହମରେ ପୂର୍ଣ୍ଣ କରନ୍ତୁ ଏବଂ ଘରର ପୂର୍ବ ଦିଗରେ ରଖି ଦିଅନ୍ତୁ । ଏଥିରେ ନାଲି ଫୁଲର କିଛି ପାଖୁଡ଼ା ମଧ୍ୟ ରଖି ଦିଅନ୍ତୁ । ଏହାକୁ ଏମିତି ଭାବରେ ଏକ ସପ୍ତାହ ପର୍ଯ୍ୟନ୍ତ ରଖନ୍ତୁ । ଏକ ସପ୍ତାହ ପରେ ମଙ୍ଗଳବାର ଦିନ ଏହି ଗହମକୁ ଛାତରେ ପକାଇବେ ନାହିଁ । ନଚେତ ଏହାକୁ ପାରା ଆସି ଖାଇଲେ ରାହୁ ସମସ୍ୟା ବଢ଼ିଯାଏ । ତେଣୁ ଆପଣ ଏହି ଗହମ ନେଇ ଗଛ ମୂଳରେ ଢାଳି ଦିଅନ୍ତୁ ।

ଆପଣ ଚାହିଁଲେ କେବଳ ୨୧ ଦାନ ଗହମ ହିଁ ନେଇ ପାରିବେ । ଏହାସହିତ ସେଥିରେ ରଖିଥିବା ପୁଷ୍ପ ପାଖୁଡ଼ାକୁ କୌଣସି ପବିତ୍ର ସ୍ଥାନରେ ରଖି ଦିଅନ୍ତୁ । ଏପରି କରିବା ଦ୍ୱାରା ଜୀବନରେ ଯେଉଁ ସବୁ ସମସ୍ୟା ରହିଛି କିମ୍ବା ଆସିବାକୁ ଯାଉଛି ତାହା ଟଳିଯିବ । ଆପଣ ଚାହିଁଲେ କେବଳ ୨୧ ଟି ଗହମ ଦାନା ନେଇ ଏହି ଉପାୟକୁ କରି ପାରିବେ । ମାତ୍ର ଏହାକୁ ଛାତରେ ପକାଇବେ ନାହିଁ । କାରଣ ଛାତ ବୁଧର ପ୍ରତିନିଧିତ୍ବ କରିଥାଏ ଏବଂ ପାରା ରାହୁ । ତେଣୁ ପାରା ଗହମ ଖାଇଲେ ରାହୁ ଦୋଷା ଭୋଗିବାକୁ ପଡ଼ିଥାଏ ।

ତେଣୁ ଆପଣ ଗହମ ଦାନା କୌଣସି ଗଛ ତଳେ ଢାଳି ପଛକୁ ନବୁଲି ସିଧା ଘରକୁ ଚାଲି ଆସନ୍ତୁ । ଏହି ଉପାୟ କରିବା ସମୟରେ ଏକାନ୍ତରରେ କରନ୍ତୁ । ଯେପରି ଏହା କରିବା ସମୟରେ କେହିବି ନଦେଖନ୍ତି । ଆମ ଶାସ୍ତ୍ର ଅନୁସାରେ ଗହମର ତୁଳନା ସୁନା ସହିତ କରାଯାଇଛି । ତେଣୁ ମାତା ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ କାହାକୁବି ଗହମ ଦିଅନ୍ତୁ ନାହିଁ ଏବଂ ଚାଉଳ ମଧ୍ୟ କାହାକୁ ଦିଅନ୍ତୁ ନାହିଁ ।

ପ୍ରତିଦିନ ଭଗବାନ ଶ୍ରୀବିଷ୍ଣୁଙ୍କୁ ପାଞ୍ଚଟି ଗହମ ଦାନା ଅର୍ପଣ କରନ୍ତୁ । ଏବଂ ସେହି ଗହମ ଦାନା ହୃଷ୍ଟପୃଷ୍ଟ ହେଲେ ଆହୁରି ଉତ୍ତମ ହେବ । ଏପରି ସେତେ ପର୍ଯ୍ୟନ୍ତ କରାନ୍ତୁ ଯେତେ ପର୍ଯ୍ୟନ୍ତ ସନ୍ତାନ ପ୍ରାପ୍ତି ନହୋଇଛି । ପାଞ୍ଚ ପାଞ୍ଚଟି ଦାନ ସଂଗ୍ରହ କରି ରଖନ୍ତୁ ଏବଂ ମନସ୍କାମନା ପୂରଣ ହେବାପରେ ଘର ପାଖରେ ବିଷ୍ଣୁଙ୍କ ମନ୍ଦିର ଥିଲେ ସେଠାରେ ଭଗବାନଙ୍କ ନିକଟରେ ଗହମ ଚଢ଼ାଇ ପ୍ରାର୍ଥନା କରନ୍ତୁ ।

Leave a Reply

Your email address will not be published. Required fields are marked *