କେବଳ ଥରେ ହିଁ ଉଚ୍ଚାରଣ କରନ୍ତୁ ଶ୍ରୀହନୁମାନଙ୍କର ଏହି ମନ୍ତ୍ର , ୨୪ ଘଣ୍ଟାରେ ପୂରଣ ହୋଇଯିବ ମନସ୍କାମନା :-

କଳିଯୁଗରେ ଭଗବାନ ହନୁମାନଙ୍କ ପୂଜା କରିବା ବହୁତ ପ୍ରଭାବୀ ହୋଇଥାଏ । ହନୁମାନଙ୍କ ପୂଜା ଦ୍ୱାରା ଶୀଘ୍ର ଫଳ ପ୍ରାପ୍ତ ହୋଇଥାଏ । କାରଣ ହନୁମାନଙ୍କୁ ଆଜିବି ଜାଗ୍ରତ ରୂପରେ ପୂଜା କରାଯାଏ । ପୁରାଣରେ ମଧ୍ୟ କୁହାଯାଇଛି ଯେ ହନୁମାନ ସବୁ ଯୁଗରେ ଜାଗ୍ରତ ରହିବେ । କାରଣ ମାତା ସୀତା ଏବଂ ରାମଚନ୍ଦ୍ର ହନୁମାନଙ୍କୁ ଏହି ବରଦାନ ଦେଇଥିଲେ ସେ ସର୍ବଦା ଭୂପୃଷ୍ଠରେ ଚିରଞ୍ଜୀବି ରହି ଭକ୍ତଙ୍କ କଲ୍ୟାଣ କରିବେ । ହନୁମାନ ଜଣେ ଏପରି ଦେବତା ଯିଏକି ନିଜ ଭକ୍ତଙ୍କ ସାମାନ୍ୟ ପୂଜାଅର୍ଚ୍ଚନାରେ ବହୁତ ଜଲଦି ପ୍ରସନ୍ନ ହୋଇଯାନ୍ତି ଏବଂ ନିଜ ଭକ୍ତର ସବୁ କଷ୍ଟ ଏବଂ ଦୁଃଖ ଦୂର କରିଥାନ୍ତି ।

କାରଣ ସେ ସାକ୍ଷାତ ଶିବଙ୍କ ଅବତାର ଅଟନ୍ତି । ଯଦି ଆପଣ ହନୁମାନଙ୍କ ପୂଜା କରୁଛନ୍ତି ତେବେ ଏହା ମୃତ୍ୟୁ ଆପଣଙ୍କ ପାଖକୁ ଆସିବାକୁ ଭୟ କରିବ । ଆଜିକାର ଲେଖାରେ ଆମେ ଆପଣଙ୍କୁ ହନୁମାନଙ୍କର ଦୁଇଟି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କର ସବୁ ଦୁଃଖ ଦୁର୍ଦଶା ଏବଂ ରୋଗ ଦୂର ହୋଇଯିବ । ଯେଉଁ ମନ୍ତ୍ରର ଜପ ନିଜେ ରାମଚନ୍ଦ୍ର ଲଙ୍କାପତି ରାବଣଙ୍କୁ ମାରିବା ସମୟରେ କରିଥିଲେ । ଏହି କାରଣରୁ ହିଁ ରାବଣ ଶିବଙ୍କର ବଡ଼ ଭକ୍ତ ହେବା ସତ୍ତ୍ୱେ ବି ରାମଚଦ୍ରଙ୍କର କିଛିବି କ୍ଷତି କରି ପାରି ନଥିଲେ । ଏହି ଦୁଇଟି ମନ୍ତ୍ର ଏତେ ଚମତ୍କାରୀ ଯେ ଏହାକୁ ଜପ କରିବା ଦ୍ୱାରା ଅତି ପୁରୁଣାରୁ ପୁରୁଣା ରୋଗ ଦୂର ହୋଇଯାଏ ।

ପ୍ରଥମ ମନ୍ତ୍ର :- ନାଶେ ରୋଗ ହରେ ସବ ପୀଡା । ଜପତ ନିରନ୍ତର ହନୁମତ ବୀରା ।।

ଏହାର ଅର୍ଥ ଯଦି କୌଣସି ବ୍ୟକ୍ତି ରୋଗରେ ପୀଡ଼ିତ ଅଛି , ଅନେକ ଚିକିତ୍ସା ସତ୍ତ୍ୱେବି ସେ ଠିକ ହୋଇପାରୁ ନାହିଁ । ତେବେ ତାହାକୁ ଏହି ଖାସ ମନ୍ତ୍ରର ଜପ କରିବା ଉଚିତ । ଏହି ମନ୍ତ୍ରର ଜପ ନିରନ୍ତର ସକାଳ ସନ୍ଧ୍ୟା ୧୦୮ ଥର କରିବା ଉଚିତ । ଏହାବ୍ୟତୀତ ମଙ୍ଗଳବାର ଦିନ ହନୁମାନ ମୂର୍ତ୍ତି ସାମ୍ନାରେ ବସି ପୁରା ହନୁମାନ ଚାଲିଶାର ପାଠ କରିବା ଆବଶ୍ୟକ । ଏହାଦ୍ବାରା ବ୍ୟକ୍ତି ଖୁବଶୀଘ୍ର ରୋଗମୁକ୍ତ ହୋଇଯାଏ ।

ଦ୍ୱିତୀୟ ମନ୍ତ୍ର :- ଜୟ ଜୟ ଜୟ ହନୁମାନ ଗୋସାଇଁ , କୃପା କରହୁ ଗୁରୁଦେବ କି ନାଈ ଜୋ ଶତ ବାର ପାଠ କରେ କୋଈ । ଛୁଟହି ବନ୍ଦୀ ମହସୁଖ ହୋଇ ।।

ଏହାର ଅର୍ଥ ହେଉଛି ହେ ‘ ଭକ୍ତଙ୍କ ରକ୍ଷକ ଶ୍ରୀ ହନୁମାନ ଆପଣଙ୍କ ଜୟ ହେଉ । ଜୟ ହୋ ଜୟ ହୋ । ଆପଣ ମୋ ଉପରେ ଶ୍ରୀଗୁରୁଦେବଙ୍କ ଭଳି କୃପା କରନ୍ତୁ । ଯଦି କେହି ଏହି ମନ୍ତ୍ରର ୧୦୦ ଥର ପାଠ କରେ ତେବେ ତାର ସବୁ ଦୁଃଖ ଯନ୍ତ୍ରଣା ଦୂର ହୋଇଯିବ । ଏହାସହିତ ମହସୁଖ ମଧ୍ୟ ପ୍ରାପ୍ତ ହେବ । ଅର୍ଥାତ ମୋକ୍ଷ ପ୍ରାପ୍ତ ହେବ ।

ଭଗବାନ ଶ୍ରୀରାମଚନ୍ଦ୍ରଙ୍କ ଭକ୍ତ ହନୁମାନଙ୍କର କେବଳ ଦୁଇ ମିନିଟ ଆରାଧନାରେ ଜୀବନର ସବୁ କଷ୍ଟ ଦୂର ହୋଇଯାଏ । ହନୁମାନଙ୍କୁ ପୂଜା କରିବା ପାଇଁ ମଙ୍ଗଳବାର ଏବଂ ଶନିବାର ଦିନ ସର୍ବଶ୍ରେଷ୍ଠ ଅଟେ । ଆଜି ଆମେ ଆପଣଙ୍କୁ ହନୁମାନଙ୍କର ଏପରି ଏକ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ ଯାହା ସର୍ବଶ୍ରେଷ୍ଠ ଅଟେ ଏବଂ ଏହି ମନ୍ତ୍ରକୁ କେହି କାଟି ପାରିବ ନାହିଁ । ଏହି ମନ୍ତ୍ରକୁ ଆପଣ କୌଣସି ଦିନ ଜପ କରି ପାରିବେ । ଏଥିପାଇଁ କୌଣସି ନିର୍ଦିଷ୍ଟ ବାର ନାହିଁ । କିନ୍ତୁ ମଙ୍ଗଳବାର ଏବଂ ଶନିବାର ଏହି ମନ୍ତ୍ରକୁ ଜପ କରିବାର ବିଶେଷ ବାର ଅଟେ ।

ଏହି ମନ୍ତ୍ର ଜପ କରିବା ଦ୍ୱାରା ହନୁମାନ ନିଜ ଭକ୍ତର ସବୁ ମନସ୍କାମନା ପୂରଣ କରିବେ । ହିନ୍ଦୁ ଧର୍ମ ଅନୁସାରେ ମଧ୍ୟ ଏହି ମନ୍ତ୍ର ଜପ କଲେ ସବୁ ସମସ୍ୟା ଦୂର ହୋଇଯିବ । ଏହି ମନ୍ତ୍ରର ଜପ ଆପଣ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ କରି ପାରିବେ । ଆପଣ ରାତିରେ ବିଛଣାରେ ବସି ମଧ୍ୟ କରିପାରିବେ । ଆପଣ ଚାହିଁଲେ ଅନ୍ୟ ସମୟରେ ମଧ୍ୟ କରି ପାରିବେ । ଏହାକୁ ଅତିକମରେ ପାଞ୍ଚ ଥର ଉଚ୍ଚାରଣ କରିବା ଉଚିତ । ନଚେତ ଥରେ ହେଲେ ଏହି ମନ୍ତ୍ରକୁ ଶୁଣିଲେ ଜୀବନରେ ଚମତ୍କାର ହିଁ ଚମତ୍କାର ହୋଇଥାଏ ।

ମନ୍ତ୍ରଟି ହେଉଛି :- ” ଓଁ ଏ ହନୁମତେ , ଶ୍ରୀ ରାମ ଦୂତାୟ ନମଃ ” । ଏହି ମନ୍ତ୍ରକୁ ଥରେ ମାତ୍ର କରିଲେ ହିଁ ଜୀବନର ସବୁ ସମସ୍ୟା ଯେପରିକି ପାରିବାରିକ , ଧନ ସମ୍ବନ୍ଧିତ ଏବଂ ରୋଗ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *