ସୋମବାର ଦିନ କେବଳ ଅଳ୍ପ ଚାଉଳ ନେଇ କରନ୍ତୁ ଏହି ଉପାୟ , ପୂରଣ ହେବ ସବୁ ମନସ୍କାମନା ଏବଂ ପ୍ରାପ୍ତ ହେବ ଧନ

ଭଗବାନ ଶିବ ସର୍ବେସର୍ବା ଅଟନ୍ତି । ଯେତେବେଳେ ଆପଣ ଶିବଙ୍କ ସରଣକୁ ଆସିଯାଆନ୍ତି ସେତେବେଳେ କଣ ଶତ୍ରୁ କଣ ସମସ୍ୟା ସବୁକିଛି ଦୂର ହୋଇଯାଏ ଓ ଜୀବନର ଦୁଃଖ କଷ୍ଟ କିଛି ବି ଆପଣଙ୍କ ଉପରେ ପ୍ରଭାବ ପକାଇ ନ ଥାଏ । କିନ୍ତୁ ଆପଣ ସବୁ ସମସ୍ୟା ରୁ ମୁକ୍ତ ହେଇଯାଆନ୍ତି । ତ ଆସନ୍ତୁ ଜାଣିବା ଆଜିର ଲେଖାରୁ କେମିତି ଆମେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ଏବଂ ଉପକୃତ ଲାଭ କରିବା ।

୧ . ମନସ୍କାମନା ପୂରଣ :-

ସୋମବାର ଦିନ ବ୍ରହ୍ମ ମୂହର୍ତରୁ ଉଠି ନିତ୍ୟକର୍ମ ସାରି ସ୍ନାନ କରି , ଯଦି ଭଗବାନ ଶିବଙ୍କୁ ପୂଜା କରନ୍ତି , ତାହାଲେ ଆପଣଙ୍କ ସବୁ ମନସ୍କାମନା ପୂରଣ ହେଇଯିବ । ସୋମବାର ଦିନ ଶିବଙ୍କ ପୂଜା ଅର୍ଚ୍ଚନା କଲେ କୈାଣସି ପ୍ରକାର ସମସ୍ୟା , ବାଧା , କଷ୍ଟ ଆପଣଙ୍କୁ ସ୍ପର୍ଶ କରିପାରିବ ନାହିଁ ।

୨ . କଣ ଅର୍ପଣ କରିବେ :-

ଯେତେବେଳ ଆପଣ ଶିବଲିଙ୍ଗକୁ ପୂଜା କରିବେ , ସେତେବେଳେ ଗଙ୍ଗାଜଳ ଏବଂ କ୍ଷୀର ଦ୍ଵାରା ଅଭିଷେକ କରନ୍ତୁ । ତାସହିତ ମାତା ପାର୍ବତୀ , ନନ୍ଦୀ ଏବଂ ଭଗବାନ ଶିବଙ୍କୁ ମଧ୍ୟ ଭାଙ୍ଗ, ଚନ୍ଦନ ଏବଂ ଚାଉଳ ନିହାତି ଅର୍ପଣ କରନ୍ତୁ ।

୩ . ଶତ୍ରୁ ଦମନ ଓ କୃପା :-

ଭଗବାନ ଶିବଙ୍କୁ ସନ୍ନିପାତ ଅର୍ପଣ କରିବା ଦ୍ୱାରା ଶତ୍ରୁ ଶାନ୍ତ ରୁହନ୍ତି ଏବଂ ତାଙ୍କ କୃପା ଆପଣଙ୍କ ଉପରେ ବର୍ଷୁଥାଏ । ଏହା ସହ ଆପଣ ଯଦି ଗଣେଶ ଓ ଭଗବାନ ଶିବଙ୍କୁ ଘିଅ ଅଭିଷେକ ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତି , ତାହେଲେ ଆପଣ ଓ ଆପଣଙ୍କ ପରିବାରବର୍ଗଙ୍କ ସ୍ବାସ୍ଥ୍ୟ ସମସ୍ୟା ଦୂର ହୋଇଥାଏ ।

୪ . ସମସ୍ୟା ସମାପ୍ତ :-

ଯେତେବେଳେ ସଂସାରକୁ ବଞ୍ଚାଇବା ପାଇଁ ଯାଇ ଭଗବାନ ଶିବ ବିଷ ପାନ କରିଥିଲେ, ସେ ବିଷ କୁ ତାଙ୍କ କଣ୍ଠ ରେ ଧାରଣ କରିଥିଲେ ,ସେଥିପାଇଁ ଭଗବାନ ଶିବଙ୍କୁ ଦୁଗ୍ଧ ଅଭିଷେକ କରାଯାଏ । ଯାହାକି ବିଷର ପ୍ରଭାବକୁ କମ୍ କରେ । ସେଥିପାଇଁ ଦୁଗ୍ଧରେ ମିଶ୍ରୀ ମିଶାଇ ଅଭିଷେକ କରିବା ଉଚିତ୍ । ଯାହାଦ୍ଵାରା ଆପଣଙ୍କ ଜୀବନର ସମସ୍ୟା ସମାପ୍ତ ହେଇଥାଏ ।

୫ . ନବରାତ୍ରି ସମୟରେ କଣ କରିବେ :-

ଏବେ ନବରାତ୍ରି ସମୟ , ଏବଂ ଏହି ସମୟରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାପାଇଁ ବହୁତ୍ ଚେଷ୍ଟା କରାଯାଏ । ଏହି ନବରାତ୍ରିରେ କଣ କରିବେ ଆସନ୍ତୁ ଜାଣିବା ।

୧ . ସ୍ବାମୀ ସ୍ତ୍ରୀ ଙ୍କ ସମସ୍ୟା :-

ଯଦି ସ୍ବାମୀ ସ୍ତ୍ରୀଙ୍କ ଭିତରେ ସମସ୍ୟା ଥାଏ , ସୋମବାର ପରେ ମଙ୍ଗଳବାର ଆସିବ ଯାହାକି ଚତୁର୍ଥ ନବରାତ୍ରୀ ।ଶିବମନ୍ଦିର ରେ ଥିବା ପାଞ୍ଚ ଦେବା ଦେବୀ , ବ୍ରହ୍ମା ,ବିଷ୍ଣୁ , ମହେଶ୍ୱର , ଗଣେଶ ଏବଂ ମାତା ପାର୍ବତୀଙ୍କ ସମ୍ମୁଖରେ ଗୋଟିଏ ପାନପତ୍ର ଉପରେ ଟିକେ ବୋଟର ରଖିକି ଅର୍ପଣ କରନ୍ତୁ । ସମସ୍ୟା ଦୂର ହୋଇଯିବ ।

୨ . ଧନର ସମସ୍ୟା :-

ସୋମବାର ଦିନ ଗୋଟିଏ ଚୁଟକି ହଳଦୀ , ଗୋଟେ ଚୁଟକି ଚାଉଳ ଚୂନାକୁ ଏକ ଲୋଟା ପାଣିରେ ମିଶାଇ ବରଗଛ ତଳେ ଅର୍ପଣ କରି ବଟ ମହାଦେବକୁ ପ୍ରଣାମ କୋରି , ସେହି ବରଗଛର ଚେରରୁ ଅଳ୍ପ ଅଂଶ ଆଣି ଶୋଇବା ଘରେ କିମ୍ବା ବ୍ୟବସାୟ ସ୍ଥାନ କିମ୍ବା ବେକରେ ଧାରଣ କଲେ ଧନ ସମସ୍ୟା ଦୂର ହେଇଥାଏ ।

ଯେତେବେଳେ ଭଗବାନ ଶିବଙ୍କୁ ଆରତୀ କରୁଛନ୍ତି ସେତେବେଳେ ‘ ॐ ‘ ଆକୃତି କରନ୍ତୁ । ଏହାଦ୍ବାରା ଜୀବନର କଷ୍ଟ ଦୂର ହେଇଥାଏ ଏବଂ ସୁଖ ଶାନ୍ତି ବଢ଼େ । ଭଗବାନ ଶିବଙ୍କ ପୂଜାରେ ଦକ୍ଷିଣା ନିହାତି ଦାନ କରାଯାଏ । ଦକ୍ଷିଣାରେ ପାନପତ୍ର , ସୁପାରି , ପଇସା , ଲବଙ୍ଗ , ଅଲେଇଚ ଏବଂ ଟିକେ ମିଠା ପଦାର୍ଥ ଦେଇ ପାରନ୍ତି । ପୂଜା ସରିଲା ପରେ ଆପଣଙ୍କ ମନସ୍କାମନା ନନ୍ଦୀଙ୍କ କାନରେ ନିହାତି କୁହନ୍ତୁ । ଏପରି କରିବା ଦ୍ବାରା ମଙ୍ଗଳ ହେଇଥାଏ ।

Leave a Reply

Your email address will not be published. Required fields are marked *