ସକାଳୁ ଘରର ମୁଖ୍ୟ ଦ୍ୱାର ଖୋଲିବା ସମୟରେ କରି ଦିଅନ୍ତୁ ଏହି କାମ । ଧନ ହାନୀ ହେବ ନାହିଁ

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯଦି କେହି ବ୍ୟକ୍ତି ସକାଳୁ ନିଜ ଘରର ଦ୍ୱାର ଖୋଲିବା ସମୟରେ ଏହି କାମ କରନ୍ତି ତେବେ ତାଙ୍କୁ ଜୀବନରେ କେବେ ସମସ୍ୟାର ସାମ୍ନା କରିବାକୁ ପଡ଼େ ନାହିଁ । ଏପରି ବ୍ୟକ୍ତି ଉପରେ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ ବିଛଣା ଛାଡ଼ିବାର ଉପଯୁକ୍ତ ସମୟ ହେଉଛି ପ୍ରାତଃ ସମୟ ଯାହାକୁ ବ୍ରହ୍ମ ମୁହୂର୍ତ୍ତ ମଧ୍ୟ କୁହାଯାଏ । ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ବିଛଣା ଛାଡ଼ିଥାଏ ତାକୁ କେବେବି ପରାଜୟର ସାମ୍ନା କରିବାକୁ ପଡ଼ିନଥାଏ । ସକାଳୁ ଶୀଘ୍ର ଉଠିଥିବା ବ୍ୟକ୍ତିଙ୍କ ଉପରେ ଈଶ୍ବରଙ୍କ କୃପା ସର୍ବଦା ବଜାୟ ରହିଥାଏ । ମାତ୍ର ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେବି ଶୋଇ ରହନ୍ତି ସେମାନଙ୍କ ଭାଗ୍ୟ ମଧ୍ୟ ଶୋଇଯାଏ ।

ଏପରି ଲୋକ ଜୀବନରେ କେବେବି ଉନ୍ନତି କରି ପାରନ୍ତି ନାହିଁ । ଏମାନଙ୍କୁ ସର୍ବଦା ଅପମାନ , ଦାରିଦ୍ର୍ୟତା ଏବଂ ରୋଗର ସାମ୍ନା କରିବାକୁ ପଡ଼ିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସକାଳୁ ମଣିଷ ଘରର ମୁଖ୍ୟ କବାଟ ଖୋଲିବା ପରେ କଣ କରିବା ଆବଶ୍ୟକ ଯାହାଦ୍ୱାରା ଘରକୁ ସୁଖ ସମୃଦ୍ଧି ଆସିଥାଏ ସେହି ବିଷୟରେ କହିବୁ । ବାସ୍ତୁ ଶାସ୍ତ୍ର ଅନୁସାରେ ମଧ୍ୟ ଘରର ସ୍ତ୍ରୀ ମୁଖ୍ୟ ଦ୍ୱାର ଖୋଲିବା ମାତ୍ରେ ଏହି କାର୍ଯ୍ୟ କଲେ ଘରେ କେବେବି ଦାରିଦ୍ର୍ୟତାର ବାସ ହୁଏନାହିଁ ।

୧ . ଯଦି ଆପଣଙ୍କ ସକାଳ ସମୟ କୌଣସି ଶୁଭ କାର୍ଯ୍ୟରୁ ଆରମ୍ଭ ହୁଏ ତେବେ ଆପଣଙ୍କ ପୁରା ଦିନ ମଙ୍ଗଳମୟ ବିତିଥାଏ । ତେଣୁ ଏଥିପାଇଁ ସକାଳୁ ଯେତେବେଳେ ଆପଣ ଘରର ମୁଖ୍ୟଦ୍ୱାରା ଖୋଳୁଛନ୍ତି ସେତେବେଳେ ଦେବୀ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ଏହାଦ୍ବାରା ସବୁ ଦେବୀ ଦେବତା ପ୍ରସନ୍ନ ହୁଅନ୍ତି । ଆପଣଙ୍କ ପ୍ରାର୍ଥନା ଦ୍ୱାରା ସର୍ବପ୍ରଥମେ ଯେଉଁ ଦେବୀ ଦେବତା ଥିବେ ସେହି ଦେବାଦେବୀଙ୍କର ଘରକୁ ପ୍ରବେଶ ହୋଇଥାଏ । ଯାହାଦ୍ୱାରା ଘରକୁ ସକାରାତ୍ମକତା ଆସିଥାଏ ।

୨ . ସକାଳୁ ଉଠିବା ମାତ୍ରେ ଏକ ତମ୍ବା ପାତ୍ରରେ ଜଳ ଭରି ମୁଖ୍ୟଦ୍ୱାରରେ ରଖି ଦିଅନ୍ତୁ । ଯାହାଦ୍ୱାରା ଯେଉଁ ଦେବୀ ଦେବତା ଆପଣଙ୍କ ଘରକୁ ପ୍ରବେଶ କରିବେ ମୁଖ୍ୟ ଦ୍ୱାରରେ ଜଳ ପିଇଲେ ଅଧିକ ପ୍ରସନ୍ନ ହେବେ । ଏହାଦ୍ବାରା ଘରକୁ ସୁଖ ସମୃଦ୍ଧି ଆସିବ ।

୩ . ମାତା ଲକ୍ଷ୍ମୀଙ୍କର ସ୍ୱଚ୍ଛତା ଅଧିକ ପ୍ରିୟ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ଘରର ମୂଖ୍ୟ ଦ୍ୱାରରେ ପାଣି ରଖିବା ସହିତ ଘରକୁ ପରିଷ୍କାର କରିବା ଉଚିତ । ଏହାପରେ ରଙ୍ଗୋଲି ବନାଇ ମାତା ଲକ୍ଷ୍ମୀଙ୍କ ଆଗମନ ପାଇଁ ପ୍ରାର୍ଥନା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଘରୁ ଦାରିଦ୍ର୍ୟତା ନାଶ ହୋଇଥାଏ । ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ ଲଗାନ୍ତୁ । ଏହାଦ୍ବାରା ସବୁ ଦେବୀ ଦେବତା ଘର ମଧ୍ୟକୁ ପ୍ରବେଶ କରନ୍ତୁ ।

୪ . ସକାଳୁ ଘରର ମୁଖ୍ୟ ଦ୍ୱାରା ଖୋଲିବା ମାତ୍ରେ ଯେଉଁ ପଶୁ କିମ୍ବା ପକ୍ଷୀ ଦେଖା ଯାଉଛି ତେବେ ସେମାନଙ୍କ ସେବା କରିବା ଉଚିତ । ତେବେ ଯଦି ମୁଖ୍ୟ ଦ୍ୱାରରେ ଗାଈ ଥାଏ ତେବେ ତାକୁ ରୋଟି ଖୁଆଇବା ଉଚିତ ଏବଂ ଯଦି ପକ୍ଷୀ ଥାଏ ତେବେ ଶସ୍ୟ ଖୁଆଇବା ଉଚିତ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ପ୍ରାତଃ ସମୟରେ ପଶୁ ପକ୍ଷୀର ସେବା କରିଥାଏ ସେମାନଙ୍କ ଉପରେ ଦେବତା ମାନେ ପ୍ରସନ୍ନ ହୁଅନ୍ତି ଏବଂ ଦାରିଦ୍ର୍ୟତା ସବୁଦିନ ପାଇଁ ଦୂରେଇ ଯାଏ ।

୫ . ସକାଳୁ ଭୋଜନ ବନାଇବା ସମୟରେ ସର୍ବପ୍ରଥମେ ନିଶ୍ଚିତ ଭାବରେ କିଛି ମିଠା ବନାନ୍ତୁ । କାରଣ ମିଠା ଜିନ୍ସ ମାତା ଲକ୍ଷ୍ମୀଙ୍କର ଅଧିକ ପ୍ରିୟ ହୋଇଥାଏ । ତେଣୁ ମିଠା ଜିନିଷ ବନାଇବା ମାତା ଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି । ଖର ସୁଖ ଶାନ୍ତିରେ ଭରି ଯାଏ ।

୬ . ସକାଳୁ କବାଟ ଖୋଲିବା ମାତ୍ରେ ଯଦି କେହି ଭିକ୍ଷୁକକୁ ଦେଖୁଛନ୍ତି ତେବେ ସର୍ବପ୍ରଥମେ ତାର ସେବା କରିବା ଅବଶକ। ତେଣୁ ତାଙ୍କୁ ଅନ୍ନ ଦାନ କରି ପୁଣ୍ୟ କରିବା ଉଚିତ।

Leave a Reply

Your email address will not be published. Required fields are marked *