ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଘରେ ଏହି ପାଞ୍ଚଟି ଚିତ୍ର ଲଗାଇଲେ ଧନର ନାଶ ହୋଇଥାଏ

ଆମ ଆଖପାଖରେ ଯେତେ ସକାରାତ୍ମକ ଶକ୍ତି ରହିବ ଆମ ମନ ସେତେହିଁ ଶାନ୍ତ ରହିବ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଏପରି କିଛି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରେ ରଖିଲେ ଘର ସକାରାତ୍ମକ ଶକ୍ତିରେ ପୁରିଯାଏ । କିନ୍ତୁ ତାବଦଳରେ ଯଦି ଆପଣ କୌଣସି ନକରାତ୍ମକ ଜିନିଷ ରଖି ଦିଅନ୍ତି ତେବେ ତାହାର ଖରାପ ପ୍ରଭାବ ଆପଣଙ୍କ ମନ ମସ୍ତିଷ୍କ ଉପରେ ପଡ଼ିଥାଏ । ଯାହାଦ୍ୱାରା ଆପଣ ସବୁବେଳେ ଚିନ୍ତିତ ଏବଂ ନିରାଶ ରହିବାକୁ ଲାଗିବେ । ଆପଣ ମାନେ ନିଶ୍ଚିତ ଭାବରେ ନିଜେ ଘରର କାନ୍ଥରେ ଦେବାଦେବୀଙ୍କ ଫୋଟ , ପୂର୍ବ ପୁରୁଷଙ୍କ ଫୋଟ କିମ୍ବା ଅନ୍ୟାନ୍ୟ ଫୋଟ ଲଗାଇଥାନ୍ତି । ଯାହାଦ୍ୱାରା ସେମାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦୈବ ରହିପାରିବ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ଏପରି ଫୋଟ ବିଷୟରେ କୁହାଯାଇଛି ଯାହାକୁ ଘରେ ଲଗାଇବା ଦ୍ୱାରା ତାହାର ଖରାପ ପ୍ରଭାବ ଆପଣଙ୍କ ମନ ଏବଂ ମସ୍ତିଷ୍କ ଉପରେ ପଡ଼ିଥାଏ । ସେହି ଫୋଟ ଆପଣଙ୍କ ମନରେ କାମ , କ୍ରୋଧ , ମୋହ ଏବଂ ହିଂସା ଭାବ ଜାଗ୍ରତ କରିପାରେ । ଯାହା ଆଗାମୀ ସମୟରେ ସମସ୍ୟା ଆଣିପାରେ ।

ଥରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରିକା ନଗରୀକୁ ତାଙ୍କ ସାଙ୍ଗ ଆସିଥିଲେ । ସେ ଭଗବାନ ଶ୍ରୀକୃଷ୍ଣଙ୍କୁ ପଚାରି ଥିଲେ ଯେ ଘରେ କେଉଁ ପ୍ରକାରର ଫୋଟ ଲଗାଇବା ଉଚିତ ଏବଂ କେଉଁଟି ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣ ତାଙ୍କୁ ସବୁ ଚିତ୍ରର ମହତ୍ତ୍ୱ ଦର୍ଶାଇ କହିଛନ୍ତି ଯାହାର ବର୍ଣ୍ଣନା ପ୍ରାଚୀନ ଧର୍ମ ପୁରାଣରେ ରହିଛି । ତେଣୁ ଚାଲନ୍ତୁ ଜାଣିନେବା ଯେ ଘରେ କେଉଁ ପ୍ରକାରର ଫୋଟ ଲଗାଇବା ଉଚିତ ଏବଂ କେଉଁଟି ନୁହେଁ ।

ଘରେ କେଉଁ ଚିତ୍ର ଲଗାଇବା ଶୁଭ ହୋଇଥାଏ :-

ଯଦି ଆପଣଙ୍କ ବ୍ୟବସାୟରେ ବାରମ୍ବାର କ୍ଷତି ହେଉଛି କିମ୍ବା ଆପଣଙ୍କୁ ସଫଳତା ମିଳୁନାହିଁ ତେବେ ଆପଣଙ୍କ ଘରେ କିମ୍ବା ଆପଣ ଯେଉଁଠି କାମ କରନ୍ତି ସେଠାରେ କିମ୍ବା ଅଫିସରେ ସମୁଦ୍ର କୂଳରେ ଦୌଡ଼ୁଥିବା ସାତୋଟି ଧଳା ଘୋଡ଼ାର ଫୋଟ ନିଶ୍ଚିତ ଲଗାନ୍ତୁ । ସମୁଦ୍ର କୂଳରେ ଦୌଡ଼ୁଥିବା ସାତୋଟି ଘୋଡ଼ାର ଫୋଟ ଉନ୍ନତି , ବେଗ ଏବଂ ଶାନ୍ତିର ପ୍ରତୀକ ଅଟେ । ପ୍ରତ୍ୟେକ ଦିନ ଏହାର ଦର୍ଶନ କଲେ ମଣିଷର ନିଶ୍ଚିତ ଭାବରେ ଉନ୍ନତି ହେବ ।

୨ . ଗର୍ଭବତୀ ମହିଳାଙ୍କ ପାଇଁ ସୁନ୍ଦର ବିଚାର , ଭଲ ବାତାବରଣ ଏବଂ ମନର ପ୍ରସନ୍ନତା ପାଇଁ ନିଜ ଶୋଇବା କକ୍ଷରେ ଯୋଶୋଦା ମାଙ୍କ ସହିତ ଶ୍ରୀକୃଷ୍ଣଙ୍କ ଫୋଟ ରହିବା ଉଚିତ । ଯଦି ଏହି ଫୋଟ ଘରେ ଲଗାଯାଏ ତେବେ ଏହା ମା ଏବଂ ସନ୍ତାନ ଉଭୟଙ୍କ ପାଇଁ ଲାଭଦାୟକ ହୋଇଥାଏ ।

୩ . ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ଏକ ଆଦର୍ଶ ପରିବାର ଭାବରେ ରହୁ , ଘରେ କେବେବି କଳହ କିମ୍ବା କ୍ଳେଶ ନହେଉ ତେବେ ଆପଣ ନିଜ ଘରେ ରାମ ଦରବାରର ଫୋଟ ନିଶ୍ଚିତ ଲଗାନ୍ତୁ । ଏହାଦ୍ବାରା ପରିବାରରେ ସମସ୍ତଙ୍କ ମଧ୍ୟରେ ସ୍ନେହ ପ୍ରେମ ବଜାୟ ରହିବ ।

୪ . ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଘରେ କେବେ ଧନର ଅଭାବ ନହେବ ତେବେ ଆପଣ ନିଜ ଘରେ ଭଗବାନ ଧର୍ମେନ୍ଦ୍ରଙ୍କ ଫୋଟ ନିଶ୍ଚିତ ଲଗାନ୍ତୁ । ଏହାଦ୍ବାରା ଆପଣଙ୍କ ଘରକୁ ସଦୈବ ଧନର ଆଗମନ ହେବ ।

୫ . ଯଦି ଆପଣଙ୍କ ମନ ସଦୈବ ବିଚଳିତ ରହେ କିମ୍ବା କୌଣସି କାର୍ଯ୍ୟରେ ମନ ଲାଗୁନାହିଁ ତେବେ ରୋଷେଇ ଘରେ ଫୁଲ ଦସ୍ତାର ଫୋଟ ରଖିବା ଉଚିତ । କିମ୍ବା ଆପଣ ସୁଗନ୍ଧିତ ପୁଷ୍ପ ମଧ୍ୟ ରଖି ପାରିବେ । ଏହାଦ୍ବାରା ଆପଣଙ୍କ ମନ ସବୁବେଳେ ପ୍ରସନ୍ନ ରହିବ ଅବ ଏବଂ କାର୍ଯ୍ୟ କରିବାକୁ ମନ ଲାଗି ରହିବ ।

୬ . ଯଦି ଆପଣ ନବବିବାହିତ ଯୋଡ଼ିଙ୍କ କକ୍ଷରେ ରାଧାକୃଷ୍ଣଙ୍କ ଫୋଟ ରଖୁଛନ୍ତି ତେବେ ଦାମ୍ପତ୍ୟ ଜୀବନ ଆହୁରି ଭଲ ହେବ । ଉଭୟଙ୍କର ପରସ୍ପର ଉପରେ ପୂର୍ଣ୍ଣ ଭରସା ବଜାୟ ରହିବ ।

୭ . ମାତା ସରସ୍ୱତୀ ବିଦ୍ୟା ବୁଦ୍ଧି ଏବଂ ଆତ୍ମବିଶ୍ବାସର ଦେବୀ ଅଟନ୍ତି । ଛାତ୍ର ଛାତ୍ରୀ ନିଜ ପଢ଼ା ଘରେ ମାତା ସରସ୍ୱତୀଙ୍କ ଫୋଟ ରଖିଲେ ତାଙ୍କୁ ସଫଳତା ମିଳିଥିଏ ।

ଘରେ କେଉଁ ଫୋଟ ଲଗାଇଲେ ଅଶୁଭ ହୋଇଥାଏ :-

୧ . ଆମେ ସମସ୍ତେ ଜାଣିଛୁ ଯେ ମହାଭାରତର ଫୋଟ କିମ୍ବା ଯୁଦ୍ଧର ଫଟୋ କେବେ ଘରେ ଲଗାଇବା ଉଚିତ ନୁହେଁ । ଏପରି ଫୋଟ ଦ୍ୱାରା ଘରେ କାହାରି ସହିତ ସମ୍ପର୍କ ରହେ ନାହିଁ । ଘରର ବାତାବରଣ ଖରାପ ରହେ ଏହାଦ୍ବାରା ଘରେ ଖୁବଶୀଘ୍ର ବିନାଶ ହୋଇଯାଏ ।

୨ . ଘରେ କେବେବି ବୋହୁଥିବା ଝରଣାର ଫୋଟ ଲଗାଇବା ଉଚିତ ନୁହେଁ । ବୋହୁଥିବା ପାଣି ଧନର ନାଶ ଦିଗରେ ଦର୍ଶାଇ ଥାଏ । ଝରଣା କିମ୍ବା ବୋହୁଥିବା ପାଣିର ଫୋଟ ଲଗାଇଲେ ପାଣି ଭଳି ଟଙ୍କା ମଧ୍ୟ ପାଣି ବୋହିବା ଭଳି ଖର୍ଚ୍ଚ ହୋଇଥାଏ ।

Leave a Reply

Your email address will not be published. Required fields are marked *