ମନୁଷ୍ୟର ସବୁବେଳେ ଗୋଟିଏ ଚିନ୍ତା ଯେ ଧନ ପ୍ରାପ୍ତି କିପରି ହେବ । ଯେତେ ପରିଶ୍ରମ କଲେ , ଯେତେ ରୋଜଗାର କଲେ ବି ଧନ ସଞ୍ଚୟ ହୋଇ ପାରେ ନାହିଁ । ପୁଣି ଜୀବନାରେ ସମସ୍ୟାବି କମ ନୁହେଁ । ଏଥିପାଇଁ କେବଳ ଦାୟୀ ହେଉଛି ମଣିଷ ନିଜେ । ଆମ ପ୍ରାଚୀନ ଧର୍ମ ଶାସ୍ତ୍ରରେ ଏଥିପାଇଁ ଅନେକ ଉପାୟ କୁହାଯାଇଥିଲେ ହେଁ ମଣିଷ ତାହାକୁ ମାନି ନଥାଏ । ଯାହାଦ୍ୱାରା ସେ ଏମିତି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ ଉଠିବା ପରେ ମଣିଷ ଯଦି ଗୋଟିଏ ଜିନିଷ ଖାଏ ତେବେ ତାର ସବୁ ସମସ୍ୟା ଦୂର ହୋଇଯିବ । ଏତେ ଧନ ପ୍ରାପ୍ତି ହେବ ଯେ ତାହାର ସମାପ୍ତି ରହିବ ନାହିଁ । ତେଣୁ ଆଜିକାର ଲେଖାରେ ଆମେ ଏହି ବିଷୟରେ କହିବୁ ଯେ ସକାଳୁ ଉଠିବା କ୍ଷଣି କଣ କରିବା ଉଚିତ ଏବଂ କଣ କରିବା ଉଚିତ ନୁହେଁ ।
୧ . ସକାଳୁ ଉଠିବା ମାତ୍ରେ ତୁରନ୍ତ ଦର୍ପଣ ଦେଖିବା ଉଚିତ ନୁହେଁ । ଏପରି କରିବା ଦୁର୍ଭାଗ୍ୟ ଏବଂ ଦାରିଦ୍ର୍ୟତାର କାରଣ ହୋଇଥାଏ ।
୨ . ସକାଳୁ ଉଠିବା ମାତ୍ରେ ଭୋଜନ କରିବ ଅନୁଚିତ । ଆମ ଶାସ୍ତ୍ର ଅନୁଯାୟୀ ସକାଳୁ ଉଠି ନିତ୍ୟକର୍ମ ଏବଂ ସ୍ନାନ ପରେ ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରିବା ପରେ ହିଁ ଭୋଜନ କରିବା ଉଚିତ । ସୂର୍ଯ୍ୟ ଦେବହିଁ ଆମକୁ ଅନ୍ନ ଦିଅନ୍ତି । ତେଣୁ ତାଙ୍କୁ ଧନ୍ୟବାଦ ନକହିବା ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରିବା ଉଚିତ ନୁହେଁ । ଅନେକ ଲୋକଙ୍କର ଗୋଟିଏ ଖରାପ ଅଭ୍ୟାସ ଥାଏ ଯେ ସକାଳୁ ଉଠିବା ମାତ୍ରେ ହିଁ ଚା ପିଅନ୍ତି । କିନ୍ତୁ ଅତି କମରେ ଚା ପିଇବା ଆଗରୁ ମୁଁହ ଏବଂ ଦାନ୍ତ ସଫା କରିବା ଉଚିତ ।
୩ . ସକାଳୁ ଉଠିବା ମାତ୍ରେ ନିଜ ଦୁର୍ଭାଗ୍ୟ ବିଷୟରେ ଚିନ୍ତା କଲେ ନକରାତ୍ମକତା ବଢ଼ିଥାଏ ଏବଂ ଜୀବନରେ ସମସ୍ୟା ଆସିଥାଏ । ତେଣୁ ସକାଳୁ ଉଠିବା ମାତ୍ରେ ଭଗବାନଙ୍କୁ ଧ୍ୟାନ କରିବା ଉଚିତ । ଏହାଦ୍ବାରା ସକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ ।
୪ . ଶାସ୍ତ୍ର ଅନୁଯାୟୀ ଗଙ୍ଗା ଜଳ ଖୁବ ପବିତ୍ର ହୋଇଥାଏ । ଗଙ୍ଗା ନଦୀରେ ସବୁ ଦେବୀ ଦେବତା ସ୍ନାନ କରନ୍ତି ବୋଲି କୁହାଯାଏ । ତେଣୁ ପ୍ରତ୍ୟେକ ଦିନ ରାତିରେ ଶୋଇବା ବେଳେ ଏକ ତମ୍ବା ପାତ୍ରରେ ଅଳ୍ପ ଗଙ୍ଗା ଜଳ ନେଇ ମୁଣ୍ଡ ପାଖରେ ରଖି ଶୋଇ ଯାଆନ୍ତୁ । ଏହାପରେ ସକାଳୁ ଉଠି କିଛି ଗଙ୍ଗା ଜଳ ନିଜ ବିଛଣାରେ ସିଞ୍ଚି ଅବଶିଷ୍ଟ ପିଇଦିଅନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏପରି କରିବା ଦ୍ୱାରା ମନୁଷ୍ୟକୁ ଯୁଗ ଯୁଗର ପ୍ରାପ୍ତି ହୋଇଯାଏ ଏବଂ ତାକୁ ଅମାପ ଧନର ପ୍ରାପ୍ତି ହୋଇଥାଏ ।
୫ . ସକାଳୁ ଉଠିବା ମାତ୍ରେ ଦର୍ପଣ ନଦେଖି ଭଗବାନଙ୍କ ପ୍ରତିମା ଆଖି ସାମ୍ନାରେ ରଖନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ଭୂଇଁକୁ ସ୍ପର୍ଶ କରି ଭୂଇଁ ମାତାଙ୍କ ଆଶୀର୍ବାଦ ନେଇ ଦିନଟିଏ ଆରମ୍ଭ କରନ୍ତୁ । ଏହାପରେ ବଡ଼ ଲୋକଙ୍କ ଆଶୀର୍ବାଦ ନିଅନ୍ତୁ । ଏହାଦ୍ବାରା ଭାଗ୍ୟ ପ୍ରାପ୍ତ ହୋଇଥାଏ ଏବଂ କର୍ମରେ ସଫଳତା ମିଳିଥାଏ ।
ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳ ସମୟରେ କଣ ଖାଇବା ଉଚିତ :-
୧ . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳ ସମୟରେ ଦୁଇ ପାଞ୍ଚଟି ଚାଉଳ ପାଟିରେ ପକାଇବା ଉଚିତ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ ଅସୀମ କୃପା ପ୍ରାପ୍ତ ହୋଇଥାଏ ।
୨ . ଯଦି ଆପଣ ସକାଳୁ କୌଣସି କାମ ପାଇଁ ବାହାରକୁ ଯାଉଛନ୍ତି ତେବେ ଭଗବାନଙ୍କ ପାଖରେ ଥିବା ମାଳା କିମ୍ବା ପାଦ ତଳେ ଲାଗିଥିବା ମାଳାର ଫୁଲରୁ ଗୋଟିଏ ପାଖୁଡ଼ା ନେଇ ଖାଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଭଗବାନଙ୍କ ଆଶୀର୍ବାଦ ଆପଣଙ୍କୁ ପ୍ରାପ୍ତ ହେବ ଏବଂ ଆପଣଙ୍କୁ କାମରେ ସଫଳତା ମିଳିବ ।
୩ . ସକାଳ ସମୟରେ କୌଣସି ଶୁଭ କାର୍ଯ୍ୟ ପାଇଁ ବାହାରକୁ ଯାଉଥିଲେ ମିଠା ନିଶ୍ଚିତ ଖାଆନ୍ତୁ । ଏପରି କରିବା ଦ୍ୱାରା ଭାଗ୍ୟ ଖୋଲିଯାଏ ଏବଂ ସବୁ କାମ ସଫଳ ହୋଇଥାଏ । ଏହାବ୍ୟତୀତ ବାହାରକୁ ଯିବା ପୂର୍ବରୁ ଚନ୍ଦନର ତିଲକ ନିଶ୍ଚୟ ଲଗାଇବା ଉଚିତ । ମଥାରେ ତିଳକ ଲଗାଇଲେ କାଳ ମଧ୍ୟ ଆପଣଙ୍କର କିଛିବି କରି ପାରିବ ନାହିଁ ।
ଯେଉଁ ବ୍ୟକ୍ତି ନିୟମିତ ଭାବରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତି ସେମାନେ ନିୟମିତ ଭାବରେ ଦୁନିଆରେ ମାନ ସମ୍ମାନ ଅର୍ଜନ କରନ୍ତି । ଭଲ ସ୍ୱାସ୍ଥ୍ୟ ସହିତ ଦିର୍ଘାୟୁ ମଧ୍ୟ ହୁଅନ୍ତି । ଏହି ଉପାୟ ଦ୍ୱାରା ତ୍ୱଚା ଉଜ୍ଜ୍ୱଳ ହୋଇଥାଏ ଏବଂ ଶରୀର ନିରୋଗ ମଧ୍ୟ ରହିଥାଏ । ପ୍ରତିଦିନ ଘରୁ ବାହାରିବା ପୂର୍ବରୁ ଅଳ୍ପ ଦହି ଏବଂ ଚିନି ମେ ସେବନ ନିଶ୍ଚୟ କରନ୍ତୁ । ଏପରି କରିବା ଦ୍ୱାରା କାର୍ଯ୍ୟରେ ସଫଳତା ମିଳିଥାଏ ।