ଆମ ଜୀବନରେ ବୃହସ୍ପତିଦେବଙ୍କର ବଡ଼ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ଆମ ଜାତକ ଠାରୁ ଆରମ୍ଭ କରି ଜୀବନରେ ସୁଖ ଶାନ୍ତି ଧନ ସମ୍ପତ୍ତି ସବୁଥିରେ ବୃହଷ୍ପତି ଦେବଙ୍କ ମହତ୍ତ୍ୱ ରହିଛି । ତେଣୁ ଧନ ସମ୍ବନ୍ଧୀୟ କିଛିବି ସମସ୍ୟା ହେଲେ ବୃହଷ୍ପତିଦେବଙ୍କୁ ପ୍ରସନ୍ନ କରିବା ନିହାତି ଜରୁରୀ ହୋଇଥାଏ। ତେଣୁ ବୃହଷ୍ପତିବାରରେ କଲଦୀ ଗଛକୁ କିଛି ବିଶେଷ ଜିନିଷ ଚଢ଼ାଇବା ଫଳରେ ଧନ ସମ୍ବନ୍ଧୀୟ ଏବଂ ସୁଖ ଶାନ୍ତି ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ । ତେଣୁ ଚାଲନ୍ତୁ ଜାଣିନେବା ।
୧ . ଯଦି ଘରେ ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ବୃହଷ୍ପତିବାରରେ ଚନ୍ଦନ କାଠକୁ ଚନ୍ଦନ ହଳଦିଆ ସୂତାରେ ବାନ୍ଧି କଦଳୀ ଗଛ ମୂଳରେ ବାନ୍ଧିଲେ ଘରେ ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ । ଏହା ସହିତ ଘରେ ମାତା ଲକ୍ଷ୍ମୀଙ୍କ ବାସ ହେବ । ତେବେ ଏହି ଉପାୟ ଗୁରୁବାର ଦିନ ହିଁ କରନ୍ତୁ ।
୨ . ଧନ ଏବଂ ବ୍ୟବସାୟ ସମ୍ବନ୍ଧିତ ସମସ୍ୟା ପାଇଁ ଯଦି ଆପଣ ଚିନ୍ତିତ ରହୁଛନ୍ତି ତେବେ ଏହି ଉପାୟ ପ୍ରତି ଗୁରୁବାର କରନ୍ତୁ । ଜଳ ସହିତ ହଳଦୀ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହି ସମୟରେ ବୃହଷ୍ପତିଙ୍କ ମନ୍ତ୍ର ପାଠ କରନ୍ତୁ । ଯାହାଦ୍ୱାରା ଆପଣଙ୍କର ଚାକିରୀ ଓ ଭାଗ୍ୟ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଯିବ ।
୩ . ଯଦି ଆପଣ କୌଣସି କାରଣରୁ ଅଧିକ ଚିନ୍ତିତ ରହୁଛନ୍ତି କିମ୍ବା ବିଦ୍ୟା ସମ୍ବନ୍ଧୀୟ କିଛି ସମସ୍ୟା ରହିଛି ତେବେ ଗୁରୁବାର ଦିନ ଗୁଡ଼ ଏବଂ ଭିଜା ବୁଟ ଡାଲି ପାଣିରେ ମିଶାଇ କଦଳୀ ଗଛ ମୂଳରେ ଅର୍ପିତ କରନ୍ତୁ । ଏହାଦ୍ବାରା ସବୁ ସମସ୍ୟା ଦୂର ହୋଇଯିବ ।
୪ . ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରୁଛନ୍ତି ଏବଂ ଚାହୁଁଛନ୍ତି ଯେ ସେଥିରେ କୌଣସି ସମସ୍ୟା ନଆସୁ ତେବେ ଗୁରୁବାର ଦିନ ଜଳରେ ଚିନି ମିଶାଇ କଦଳୀ ଗଛ ମୂଳରେ ବୃହଷ୍ପତିଦେବଙ୍କ ମନ୍ତ୍ର ପାଠ କରି ଅର୍ପିତ କରନ୍ତୁ ।
୫ . ଘରେ ସୁଖଶାନ୍ତି କିମ୍ବା ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ଦେଖା ଦେଲେ ଗୁରୁବାର ଦିନ ଦୁଇଟି ହଳଦୀ ଗଣ୍ଠି କରି କଦଳୀ ଗଛରେ ବାନ୍ଧି ଦିଅନ୍ତୁ । ଏପରି ସାତ ବୃହଷ୍ପତି ବାର ପର୍ଯ୍ୟନ୍ତ କରନ୍ତୁ । ଏହାଦ୍ବାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ ।
୬ . ଘରେ ଅଭାବ ଦେଖା ଦେଲେ କିମ୍ବା ଧନ ସମ୍ବନ୍ଧୀୟ ସମସ୍ୟା ଦେଖା ଦେଲେ ଗୁରୁବାର ଦିନ ଘରେ କିମ୍ବା ମନ୍ଦିରରେ ଥିବା କଦଳୀ ଗଛର ମୂଳରେ ଏକ ମୁଦ୍ରା ପୋତି ଦିଅନ୍ତୁ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହେବ ଏବଂ ଧନ ପ୍ରାପ୍ତି ହେବ ।
୭ . ଯଦି ଆପଣଙ୍କ ପରିବାରରେ ଅଶାନ୍ତି ଦେଖା ଦେଉଛି ତେବେ ଗୁରୁବାର ଦିନ କଦଳୀ ଗଛର ଶାଖାରେ ହଳଦୀ ଗଣ୍ଠି ବାନ୍ଧି ବୃହଷ୍ପତିଦେବଙ୍କ ମନ୍ତ୍ର ଜପ କରନ୍ତୁ । ଏହାଦ୍ବାରା ଦାମ୍ପତ୍ୟ ଜୀବନରେ ଖୁସି ଆସିବ ଏବଂ ପରିବାରରେ ସୁଖ ଶାନ୍ତି ବଜାୟ ରହିବ ।
୮ . ଯଦି ବିବାହ ଓ ସନ୍ତାନ ପ୍ରାପ୍ତି ସମସ୍ୟା ଥାଏ ତେବେ କଦଳୀ ଗଛ ମୂଳରେ ଜଳରେ ହଳଦୀ ମିଶାଇ ଅର୍ପିତ କରିବା ସହିତ ସାତ ଥର କଦଳୀ ଗଛର ୭ ପରିକ୍ରମା କରନ୍ତୁ । ଏହାଦ୍ବାରା ବୃହଷ୍ପତିଦେବ ଆପଣଙ୍କ ଉପରେ ପ୍ରସନ୍ନ ହେବେ ଏବଂ ଆପଣଙ୍କ ସମସ୍ୟା ଦୂର ହେବ ।