ନଡ଼ିଆକୁ ଶ୍ରୀଫଳ ବୋଲି କୁହାଯାଏ । ଯେଉଁଠି ଶ୍ରୀର ଅର୍ଥ ହେଉଛି ଲକ୍ଷ୍ମୀ । କୌଣସିବି ଧାର୍ମିକ ଏବଂ ଶୁଭ କାର୍ଯ୍ୟରେ ନଡ଼ିଆ ରହିବା ଖୁବ ଶୁଭ ହୋଇଥାଏ । କାରଣ ହିନ୍ଦୁ ଧର୍ମ ଅନୁସାରେ ପୂଜା ପାଠରେ ନଡ଼ିଆ ରଖିଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହାଦ୍ବାରା ମାତା ଲକ୍ଷ୍ମୀଙ୍କ କୃପା ବର୍ଷିଥାଏ । ଏହାସହିତ ଘର ସଦା ସର୍ବଦା ଧନ୍ୟ ଧାନ୍ୟରେ ଭରପୁର ରହିଥାଏ । ଏପରି କୁହାଯାଏ ଯେ ଘରେ ସବୁବେଳେ ଜଳ ଥିବା ନଡ଼ିଆ ରଖିବା ଉଚିତ । ଏହାଦ୍ବାରା ଘରକୁ ଧନ ସମ୍ବନ୍ଧିତ ସମସ୍ୟା ଆସେ ନାହିଁ । ଏହାସହିତ ବାସ୍ତୁ ଦୋଷ ମଧ୍ୟ ଦୂର ହୋଇଯାଏ ।
ନଡ଼ିଆର ବ୍ୟବହାର ବଳୀ ରୂପରେ ହୋଇଥାଏ । କାରଣ ତାହାର ଆକାର ମଣିଷର ମୁଣ୍ଡ ଭଳି ହୋଇଥାଏ । ତେଣୁ ପୂଜା ସମୟରେ ନଡ଼ିଆ ଗୋଟିଏ ଥରରେ ଫଟାଇବାକୁ କୁହାଯାଏ । ଯାହାକୁ ନଡ଼ିଆ ଗଡ଼ାଇବା ବୋଲି କୁହାଯାଏ । ଏହାଦ୍ବାରା ଜୀବନର ତମାମ ସମସ୍ୟା ଏବଂ ଜାତକ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଯାଏ । ଏହାଦ୍ବାରା ଆପଣଙ୍କ ଜୀବନରେ ସବୁ ବିପଦ ଟଳିଯାଏ । ନଡ଼ିଆର ବାହ୍ୟ ଆବରଣ ଖୁବ ଶକ୍ତ ହୋଇଥାଏ । କିନ୍ତୁ ଭିତରୁ ଏହା ଖୁବ ନିର୍ମଳ ଏବଂ ପବିତ୍ର ହୋଇଥାଏ ।
ଏପରି କୁହାଯାଏ ଯେ ନଡ଼ିଆର ଧଳା ଅଂଶରେ ଚନ୍ଦ୍ରମାଙ୍କ ବାସ ହୋଇଥାଏ । ଚନ୍ଦ୍ରମାଙ୍କୁ ମନର ଗ୍ରହ କୁହାଯାଏ । ତେଣୁ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ ମନ ଶାନ୍ତ ହେବା ନିହାତି ଜରୁରୀ ହୋଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ କୌଣସି ଜଳ ଥିବା ବସ୍ତୁ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ଯେହେତୁ ନଡ଼ିଆର ଶୀର୍ଷରେ ସକାରାତ୍ମକ ଶକ୍ତିର ଭଣ୍ଡାର ହୋଇଥାଏ ତେଣୁ ତାହାକୁ ଘରେ ରଖାଯାଏ । କୌଣସିବି ଶୁଭ କାର୍ଯ୍ୟରେ କଳସ ଉପରେ ନଡ଼ିଆ ରଖିବା ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ନଡ଼ିଆ ଉପରେ ଚନ୍ଦନ ତିଳକ ଲଗାଯାଏ ତେବେ ମନ ଶାନ୍ତ ରହେ । ବର୍ତ୍ତମାନ ଚାଲନ୍ତୁ ଜାଣିବା ଯେ ଯଦି ନଡ଼ିଆ ଭିତରୁ ବଡ଼ ବୀଜ ବାହାରେ ତେବେ କଣ ହୋଇଥାଏ ।
ଯଦି ଆପଣ ଆଣିଥିବା ନଡ଼ିଆରୁ ବଡ଼ ବୀଜ ବାହାରେ ତେବେ ସେହି ସମୟରେ ହିଁ ସେହି ନଡ଼ିଆ ଗଛ ଲଗାଇ ଦିଅନ୍ତୁ । ନଚେତ ପାଖରେ କୌଣସି ମନ୍ଦିରରେ ରଖି ଦିଅନ୍ତୁ । ଅନେକ ସମୟରେ ନଡ଼ିଆ ଭାଙ୍ଗିବା ପରେ ତାମଧ୍ୟରୁ ଏକ ନରମ ପଦାର୍ଥ ବାହାରିଥାଏ । ତାହା ଧୀରେ ଧୀରେ ଅଙ୍କରଡ୍ଗମ ହୋଇ ନୂଆ ଗଛ ବାହାରି ଥାଏ । ଯଦି ଏପରି କୌଣସି ନଡ଼ିଆ ଆପଣଙ୍କୁ ମିଳେ ତେବେ ଏହା ଧନ ଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ ।