ଜୁନ ୧୪ ରେ ୯୦ ବର୍ଷ ପରେ ଦେଖାଯିବ ଜ୍ୟେଷ୍ଠ ପୂର୍ଣ୍ଣିମାର ଚାନ୍ଦ , ଏହି ଚାରୋଟି ରାଶିର ବଦଳିବ ଭାଗ୍ୟ :-

ବର୍ଷରେ ସବୁ ପୂର୍ଣ୍ଣିମା ଠାରୁ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଯାହାକି ଜୁନ ୧୪ ରେ ପଡୁଛି ତାହା ଖୁବ ଖାସ ଅଟେ । ଏହିଦିନ ସ୍ନାନ ଏବଂ ଦାନର ମହତ୍ତ୍ୱ ରହିଛି । ଏହିଦିନ ଭଗବାନ ବିଷ୍ଣୁ , ଶିବ ଏବଂ ମାତା ଲକ୍ଷ୍ମୀଙ୍କୁ ନିଷ୍ଠାର ସହିତ ପୂଜା କଲେ ସବୁ ମନସ୍କାମନା ପୂରଣ ହୋଇଥାଏ । ଏହିଦିନ ଦାନ ଧର୍ମ କଲେ ଭଲ ଫଳ ମଧ୍ୟ ମିଳିଥାଏ । ବିବାହିତା ନାରୀ ମାନେ ଏହି ଦିନ ସାବିତ୍ରୀ ବ୍ରତ କରିଥାନ୍ତି ଏବଂ ଅନେକ ଲୋକ ଗଙ୍ଗା ଜଳ ନେଇ ଅମରନାଥ ଯାତ୍ରା ମଧ୍ୟ କରନ୍ତି । ତେବେ ଏହି ବର୍ଷ ଜ୍ୟେଷ୍ଠ ମାସର ପୂର୍ଣ୍ଣିମା ଅତ୍ୟନ୍ତ ଖାସ ହେବ ।

କାରଣ ଏହିଦିନ ମାତା ଲକ୍ଷ୍ମୀ ପ୍ରସନ୍ନ ରହିବେ ଯାହାଦ୍ୱାରା ଧନ ପ୍ରାପ୍ତିର ଯୋଗ ରହିଛି । ଏହି ଦିନ ରାହୁ ମେଶରେ , କେତୁ ତୁଳାରେ ଏବଂ ଗୁରୁ ମୀନ ରାଶିରେ ରହିବେ । ବାଣୀ ବ୍ୟାପାର ଏବଂ ବୁଦ୍ଧିରେ ଗୁରୁ ଦେବତା ୩ ଜୁନରେ ମାର୍ଗୀ ହେବା କାରଣରୁ ବ୍ୟାପାରରେ ଅଧିକ ଲାଭ ମିଳିବ । ତେଣୁ ଏହିଦିନ ୪ ଟି ରାଶି ଏପରି ଅଛି ଯାହାର ଭାଗ୍ୟ ପୁରାପୁରି ବଦଳି ଯିବ । ଚାଲନ୍ତୁ ସେହି ରାଶି ଗୁଡ଼ିକ ବିଷୟରେ ଜାଣିନେବା ।

୧ . ମେଷ ରାଶି :-

ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହା ପ୍ରଗତିର ସମୟ ଅଟେ । ଏମାନେ ନିଜର ବୁଦ୍ଧି ଏବଂ ବିବେକର ସମ୍ୟର୍ଥ୍ୟରେ ଆଗକୁ ବଢ଼ିବେ । ବ୍ୟବସାୟରେ ଲାଭ ହେବ । ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ । ଧନର ଅଭାବ ରହିବ ନାହିଁ । ନିବେଶ ପାଇଁ ସମୟ ଖୁବ ଉପଯୁକ୍ତ ଅଟେ । ପରିଶ୍ରମର ଭଲ ଫଳ ମିଳିବ । ମାତା ଲକ୍ଷ୍ମୀ ପ୍ରସନ୍ନ ରହିବେ । ଏକାଧିକ ଉପାୟରେ ଧନ ପ୍ରାପ୍ତ ହେବାର ଯୋଗ ରହିଛି । ମାତ୍ର ସ୍ୱାସ୍ଥ୍ୟ କ୍ଷେତ୍ରରେ ସମସ୍ୟା ଦେଖାଦେଇ ପାରେ ।

୨ . ମିଥୁନ ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ବଦଳିବାକୁ ଯାଉଛି । ଏମାନେ ଅଧିକ ସଞ୍ଚୟ କରିବେ । ଚାକିରୀରେ ଉନ୍ନତି ହେବାର ଯୋଗ ରହିଛି । ବିଦେଶ ଯାତ୍ରା କରି ପାରନ୍ତି । ଯଦି କର୍ମ କ୍ଷେତ୍ରରେ ବରିଷ୍ଠ ଅଧିକାରୀଙ୍କ ମନୋଭାବ ଠିକ ନାହିଁ ତେବେ ପରିଶ୍ରମ ଦ୍ୱାରା ସେମାନଙ୍କ ମନ ଖୁସି କରିବାକୁ ଚେଷ୍ଟା କରନ୍ତୁ । ଜୀବନସାଥିଙ୍କ ସହଯୋଗ ପ୍ରାପ୍ତ ହେବ । ସନ୍ତାନ ତରଫରୁ କୌଣସି ଶୁଭ ସମାଚାର ମିଳିପାରେ । ଅଟକି ରହିଥିବା କାମ ପୂରଣ ହେବ ।

୩ . କନ୍ୟା ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଆଶ୍ୱସ୍ତିର ସମୟ ଅଟେ । ଏହି ସମୟରେ କୌଣସି ଶୁଭ ସମାଚାର ମିଳିପାରେ । ନିଜର ଅତି ଛୋଟ ନିଷ୍ପତ୍ତି ମଧ୍ୟ ଭାବିଚିନ୍ତି ନିଅନ୍ତୁ । କୌଣସି ବଡ଼ ଚିନ୍ତାରୁ ମୁକ୍ତି ମିଳିପାରେ । ମାନସିକ ରୂପରେ ପ୍ରସନ୍ନତା ମିଳିପାରେ । ବ୍ୟବସାୟ ପାଇଁ ଏହି ସମୟ ଆପଣଙ୍କ ପାଇଁ ଉତ୍ତମ ରହିବ । ଆର୍ଥିକ ଲାଭ ହେବାର ଯୋଗ ରହିଛି । ଘର ପରିବାରରେ ଖୁସିର ବାତାବରଣ ରହିବ । ଜୀବନସାଥୀଙ୍କୁ ଭାବନାତ୍ମକ ସମର୍ଥନ ଦେବେ ।

୪ . ମୀନ ରାଶି :-

ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ସାଙ୍ଗସାଥିଙ୍କ ସହଯୋଗ ପ୍ରାପ୍ତ ହେବ ଯାହାଦ୍ୱାରା ଅଟକି ରହିଥିବା କାର୍ଯ୍ୟ ସଫଳ ହେବ । କିନ୍ତୁ କାହା ଉପରେ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ଯଦି ଆପଣ ଜମି , ଘର , ବାହାନ କିଣିବାକୁ ଚାହୁଁଛନ୍ତି ତେବେ ଏହା ଉପଯୁକ୍ତ ସମୟ ଅଟେ । ବ୍ୟାପାରରେ ବଡ଼ ନିବେଶ ମିଳିବାର ସମ୍ଭାବନା ରହିଛି ।

Leave a Reply

Your email address will not be published. Required fields are marked *