ସାଧରଣତଃ କୌଣସି ବ୍ୟକ୍ତି ଜୀବନରେ ଦାରିଦ୍ର୍ୟତା କିମ୍ବା ସମସ୍ୟା ହଠାତ ଆସି ନଥାଏ । ଏହା ପୂର୍ବରୁ ଘରେ ଏପରି କିଛି ଘଟଣା ଘଟିଥାଏ ଯାହାକି ପୂର୍ବରୁ ହିଁ ସଙ୍କେତ ଦେଇଥାଏ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ଦୈନନ୍ଦିନ ଜୀବନ ସହିତ ଜଡ଼ିତ କିଛି ସଙ୍କେତ ବିଷୟରେ କହିବୁ ।
୧ . ତୁଳସୀ ଗଛ ମରିଯିବା :-
ଯଦି ଆପଣଙ୍କ ଘରର ତୁଳସୀ ଗଛ ହଠାତ ଶୁଖି ମରି ଯାଉଛି । ତେବେ ଏହା ନିଶ୍ଚିତ ଭାବରେ ଦାରିଦ୍ର୍ୟତା ଦିଗରେ ସଙ୍କେତ ଦେଇଥାଏ । ପ୍ରତ୍ୟେକ ଘରେ ତୁଳସୀ ଚଉରା ଥାଏ । ମାତ୍ର ସେହି ତୁଳସୀ ଗଛ ଯଦି ମରିଯାଏ ତେବେ ଏହା ବିପଦର ସଙ୍କେତ ଦେଇଥାଏ।
୨ . ଗଛପତ୍ର ଶୁଖିଯିବା :-
ଯଦି ଆପଣ ଘର ଭିତରେ କିମ୍ବା ବାହାରେ କିଛି ଗଛ ଲଗାଉଛନ୍ତି । ତେବେ ଧ୍ୟାନ ରଖିବେ ଯେପରି ଗଛ ସବୁବେଳେ ହରାଭରା ରହେ । କିନ୍ତୁ ଯଦି ହଠାତ ଗଛର ପତ୍ର ଶୁଖିଯାଏ ତେବେ ଏହା ଘର ଉପରେ ଆସିବାକୁ ଥିବା ସମସ୍ୟା ଦିଗରେ ଇଙ୍ଗିତ କରେ । ତେଣୁ ଗଛରେ ନିୟମିତ ପାଣି ଦେବା ଉଚିତ । ଗଛ ସବୁଜ ରହିଲେ ଘରକୁ ସୁଖ ସମୃଦ୍ଧି ଆସିଥାଏ ।

୩ . ଝାଡ଼ୁ :-
ଝାଡୁ ଉପରେ ପାଦ ପଡ଼ିଲେ ଏହା ଭଲ ସଙ୍କେତ ହୋଇନଥାଏ । ଯଦି ଘରର କୌଣସି ଛୋଟ ପିଲା ହଠାତ ଝାଡ଼ୁ ମାରୁଥିବାର ଦେଖାଯାଏ ତେବେ ଘରକୁ କୌଣସି ଅତିଥିଙ୍କ ଆସିବାର ସୁଚନା ମିଳିଥାଏ । ସୂର୍ଯ୍ୟାସ୍ତ ପରେ ଝାଡ଼ୁ ମାରିବା ଆଦୌ ଉଚିତ ନୁହେଁ । ଝାଡୁକୁ ସମସ୍ତଙ୍କ ନଜର ଠାରୁ ଲୁଚାଇ ରଖିବା ଆବଶ୍ୟକ । ଘରର ସଦସ୍ୟ ବାହାରକୁ ଯିବାର ତୁରନ୍ତ ଝାଡୁ ମାରିବା ଉଚିତ ନୁହେଁ । କିଛି ସମୟ ପରେ ଆପଣ ଭଗବାନଙ୍କୁ ପ୍ରାର୍ଥନା କରି ଝାଡୁ ମାରି ପାରିବେ । ଝାଡୁକୁ ଏଣେତେଣେ ପକାଇଲେ ଘରକୁ ଦାରିଦ୍ର୍ୟତା ଆସିଥାଏ ।
ଗାଈ କିମ୍ବା ଅନ୍ୟ କୌଣସି ପଶୁକୁ ଝାଡୁରେ ମାରିବା ଆଦୌ ଉଚିତ ନୁହେଁ । ଏହାଦ୍ବାରା ମାତା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲି ଯାଆନ୍ତି । ଘରେ କ୍ଷୀର ଉତୁରିଲେ ଘରେ ଖର୍ଚ୍ଚ ବୃଦ୍ଧି ହୋଇଥାଏ ଏବଂ ଘରର ଲୋକ ରୋଗରେ ପଡ଼ନ୍ତି ।

୪ . ଝିଟିପିଟି :-
ଯଦି ଆପଣ ବାହାରକୁ ଯାଇଛନ୍ତି ଏବଂ ଘରକୁ ଫେରିବା ବେଳେ ଘରର ମୁଖ୍ୟ ଦ୍ୱାରରେ ଝିଟିପିଟିର ଦର୍ଶନ ହୁଏ ତେବେ ଜାଣି ରଖନ୍ତୁ ଯେ ଆପଣଙ୍କ ଖରାପ ସମୟ ଆସିବାକୁ ଯାଉଛି । ତେଣୁ ପୂର୍ବରୁ ହିଁ ଖରାପ ସମୟକୁ ସାମ୍ନା କରିବାକୁ ପ୍ରସ୍ତୁତ ରୁହନ୍ତୁ । ଘରେ ଝିଟିପିଟି ଦେଖିବାକୁ ମିଳିଲେ ତାହା ଶୁଭ ହୋଇଥାଏ । ମାତ୍ର ଯଦି ଆପଣ ଏକ ନୂଆ ଘରକୁ ପ୍ରବେଶ କରୁଛନ୍ତି ତେବେ ଯଦି ଆପଣଙ୍କୁ ମରିଯାଇଥିବା ଝିଟିପିଟି ଦେଖିବାକୁ ମିଳେ ତେବେ ଏହା ଅଶୁଭ ସଙ୍କେତ ହୋଇଥାଏ ।
ତେଣୁ ସେହି ଘରକୁ ପ୍ରବେଶ କରିବା ପୂର୍ବରୁ ପୂଜା ଯଜ୍ଞ କରନ୍ତୁ । ଯଦି ଭୁଲରେ ବି ଝିଟିପିଟି ଆପଣଙ୍କ ଶରୀର ଉପରେ ପଡ଼େ ତେବେ ଏହା ମଧ୍ୟ ଅଶୁଭ ସଙ୍କେତ ଦେଇଥାଏ । ପରିବାରରେ ସଦସ୍ୟଙ୍କ ଦେହ ଖରାପ ହେବାର ଏହା ଏକ ସଙ୍କେତ ଅଟେ । ମାତ୍ର ଝିଟିପିଟି ଯଦି ମୁଣ୍ଡ ଉପରେ ପଡ଼େ ତେବେ ଏହା ଧନ ଲାଭର ସଙ୍କେତ ହୋଇଥାଏ ।
