ଶନିଦେବଙ୍କୁ ପ୍ରାୟ ସମସ୍ତେ ଡରନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିବାର ଦିନ କିଛି ବିଶେଷ ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିଲେ ଆପଣଙ୍କ ଜୀବନର ସବୁ ସମସ୍ୟା ଦୂର ହୋଇଯିବ । ଏହାବ୍ୟତୀତ ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ହୋଇ ଆଶୀର୍ବାଦ ମଧ୍ୟ ବର୍ଷଣ କରନ୍ତି । ଶନିଦେବ ଯେତେ ଶୀଘ୍ର ନିଜ ଭକ୍ତ ଉପରେ ପ୍ରସନ୍ନ ହୁଅନ୍ତି ସେତେ ଶୀଘ୍ର କ୍ରୋଧିତ ମଧ୍ୟ ହୁଅନ୍ତି । ଯାହାକୁ ଶନି ଦଶା ବୋଲି ମଧ୍ୟ କୁହାଯାଏ । ତେଣୁ ଯଦି ଆପଣ କୌଣସି ସମସ୍ୟାରେ ପୀଡିତ ହେଉଛନ୍ତି ତେବେ କେବଳ ଗୋଟିଏ ଉପାୟ ଆପଣଙ୍କ ଭାଗ୍ୟ ବଦଳାଇ ଦେବ ।
୧ . ତାଲା :-
ଗୋଟିଏ ତାଲା ମଧ୍ୟ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ତେଣୁ ଆପଣ ଏହି ଉପାୟକୁ କରିବା ପାଇଁ ଶୁକ୍ରବାର ଦିନ ଏକ ତାଲା କିଣି ଆଣନ୍ତୁ । ଧ୍ୟାନ ରଖିବେ ଯେପରି ତାଲା ଷ୍ଟିଲର ହୋଇଥିବା ଆବଶ୍ୟକ । ଆଉ ଆପଣ ତାହାକୁ ବିନା ଚେକ କରି ଆଣିବା ଦରକାର । ଆଣିବା ପରେ ଆପଣ ରାତିରେ ଶୋଇବା ପୂର୍ବରୁ ନିଜ ମୁଣ୍ଡର ଅଖାପାଖ ସ୍ଥାନ ଯେପରିକି ଟେବୁଲ ଉପରେ ରଖି ଦିଅନ୍ତୁ । ଆଗାମୀ ଦିନ ଶନିବାରରେ ସେହି ତାଲାକୁ ନଖୋଲି ଚାବି ସହିତ କୌଣସି ମନ୍ଦିରକୁ ଯାଇ ରଖି ନିଜର ସବୁ ମନସ୍କାମନା ପ୍ରାର୍ଥନା କରନ୍ତୁ । ଏହାପରେ ତାହାକୁ ସେହି ସ୍ଥାନରେ ଛାଡ଼ି ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଯଦି କେହି ସେହି ତାଲାକୁ ଖୋଲିବେ ତେବେ ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହୋଇଯିବ ।
୨ . ଚପଲ :-
ଯଦି ଆପଣ କୌଣସି କରଜ ଜନିତ ସମସ୍ୟା କାରଣରୁ ଚିନ୍ତିତ ଅଛନ୍ତି ତେବେ ଆପଣ ନିଜର ଚପଲ ପିନ୍ଧି ଆଖପାଖ କୌଣସି ମନ୍ଦିରକୁ ଯାଆନ୍ତୁ । ଏହାପରେ ବାହାରେ ଚପଲ ବାହାର କରି ମନ୍ଦିରରେ ପୂଜା ଆରାଧନା କରନ୍ତୁ । ତାପରେ ସେହି ଚପଲକୁ ସେଠାରେ ଛାଡ଼ି ଚାଲି ଆସନ୍ତୁ । ମନେ ରଖନ୍ତୁ ନିଜର ଅନେକ ଦିନର ପିନ୍ଧା ଚପଲ ହିଁ ଛାଡ଼ିବେ । ଯେଉଁଥିରେ ଆପଣଙ୍କ ପାଦ ଚିହ୍ନ ରହିଥିବ । ଏହାଦ୍ବାରା ଆପଣଙ୍କର କରଜ ଜନିତ ସମସ୍ୟା ଦୂର ହୋଇଯିବ । ପୁଣି ଯଦି ଆପଣ ଏହି ଶନିବାର ଦିନ ମାଛକୁ ଅଟା ଖୁଆଉଛନ୍ତି ତେବେ ମଧ୍ୟ ଭଲ ଫଳ ମିଳିଥାଏ ଏବଂ ସନ୍ତାନ ସମ୍ବନ୍ଧୀ ସମସ୍ୟା ଦୂର ହୋଇଯାଏ ।

୩ . କଳା କପଡ଼ା ଏବଂ କଳା ତିଳ :-
ଯଦି ଆପଣଙ୍କୁ କୌଣସି ଶତ୍ରୁ ସମସ୍ୟା ସୃଷ୍ଟି କରିବାକୁ ଚାହୁଁଛନ୍ତି କିମ୍ବା ନିଜ ଘରେ ଏପରି କିଛି ଶତ୍ରୁ ଅଛନ୍ତି ତେବେ ଶନିବାର ଦିନ କଳା କପଡ଼ା କିମ୍ବା କଳା ତିଳ ଯେକୌଣସି ଗୋଟିଏକୁ ନେଇ ତାହା ଯାହାର ଆବଶ୍ୟକତା ଥିବ ତାଙ୍କୁ ଦାନ କରି ଦିଅନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ଜୀବନର ଶତ୍ରୁ ଏବଂ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।
୪ . ରୋଟି :-
ଯଦି ଆପଣଙ୍କୁ କୌଣସି ପ୍ରକାରର ଅର୍ଥ ସମସ୍ୟା କିମ୍ବା କୌଣସି କାର୍ଯ୍ୟ ବିଗିଡ଼ି ଯାଇଥିବା ସମସ୍ୟା ଥାଏ ତେବେ ଘରେ ରୋଟି ହେବା ସମୟରେ ସର୍ବ ଶେଷରେ ହେଇଥିବା ରୋଟିରେ ଦୁଇ ତିନି ବୁନ୍ଦା ସୋରିଷ ତେଲ ଲଗାଇ କୌଣସି ପଶୁ ଯେପରିକି କୁକୁରକୁ ଖାଇବାକୁ ଦିଅନ୍ତୁ । ନିଜର ସମସ୍ୟା ମନେ ମନେ ସ୍ମରଣ କରି କୁକୁରକୁ ସେହି ରୋଟି ଖୁଆଇ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ଅଟକି ରହିଥିବା ଧନ ଏବଂ ଅଟକି ରହିଥିବା କାର୍ଯ୍ୟ ସବୁକିଛି ଠିକ ହୋଇଯିବ ।

୫ . ଲୁହା କଣ୍ଟା :-
ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଅଛି ତେବେ ଶନିବାର ଦିନ ସକାଳୁ ସନ୍ଧ୍ୟା ମଧ୍ୟରେ ଏକ ଲୁହା କଣ୍ଟା କିମ୍ବା ଷ୍ଟିଲ କଣ୍ଟା ନେଇ ଏକ ଅଶ୍ୱତ୍ଥ ବୃକ୍ଷ ପାଖକୁ ଯାଆନ୍ତୁ । ଏହାପରେ ନିଜର ସବୁ ସମସ୍ୟାକୁ କହି ସେହି କଣ୍ଟାକୁ ଗଛ ମୂଳରେ ମାଟିରେ ପୋତି ଦିଅନ୍ତୁ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ ଏବଂ ଚାକିରୀ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦୂର ହେବ ।
