ଯେଉଁ ଲୋକଙ୍କ ନିଦ ସକାଳ ୩ ରୁ ୫ ମଧ୍ୟରେ ଭାଙ୍ଗିଥାଏ ତାଙ୍କୁ ମିଳିଥାଏ ଏହି ସଙ୍କେତ , ଜାଣନ୍ତୁ ଏହା ମଧ୍ୟରେ ରହସ୍ୟ :-

ପ୍ରାୟ ସବୁ ମନୁଷ୍ୟ ରାତିର କୌଣସି ଏକ ମୁହୂର୍ତ୍ତରେ ଗଭୀର ନିଦରେ ଶୁଅନ୍ତି କିନ୍ତୁ ସକାଳର ଭିନ୍ନ ଭିନ୍ନ ସମୟରେ ନିଦ ଭାଙ୍ଗିଥାଏ । କାହାରି ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଥାଏ ତ ଆଉ କେହି ସକାଳ ୬ କିମ୍ବା ତାପରେ ଉଠନ୍ତି । ସକାଳ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଲେ ଏହାକୁ ସାଧରଣତଃ ଲୋକେ ଶାରୀରିକ କିମ୍ବା ମାନସିକ ଥକାପଣ କାରଣରୁ ହୋଇଥାଏ ବୋଲି କହନ୍ତି । କିନ୍ତୁ ବାସ୍ତବରେ ପ୍ରାଚୀନ ପୁରାଣ ଅର୍ଥାତ ପଦ୍ମପୁରାଣ ଅନୁଯାୟୀ ଏହି ସମ୍ବନ୍ଧିତ କିଛି ରହସ୍ୟ ବିଷୟରେ କୁହାଯାଇଛି । ରାତିରେ ହଠାତ ନିଦ ଭାଙ୍ଗିଲେ ତାହା କେଉଁ ସଙ୍କେତ ଦର୍ଶାଇ ଥାଏ ତାହା ଏହି ପଦ୍ମ ପୁରାଣରେ ବିସ୍ତୃତ ଭାବରେ ବର୍ଣ୍ଣିତ ହୋଇଛି ।

ସକାଳ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଲେ ଏହା ମନୁଷ୍ୟକୁ ସ୍ବୟଂ ଭଗବାନ ଶ୍ରୀକୃଷ୍ଣଙ୍କ ତରଫରୁ ଏକ ସଙ୍କେତ ହୋଇଥାଏ । ପୁରାଣ ଅନୁଯାୟୀ ଏହି ମୁହୂର୍ତ୍ତକୁ ବ୍ରହ୍ମମୁହୂର୍ତ୍ତ ବୋଲି କୁହାଯାଏ । ବ୍ରହ୍ମା ଏହି ସମୟରେ ହିଁ ସୃଷ୍ଟିର ନିର୍ମାଣ କରିଥିଲେ । ତାସହିତ ଏହି ସମୟରେ ସବୁ ଦେବତାଗଣ ପୃଥିବୀ ଭ୍ରମଣ ପାଇଁ ବାହାରନ୍ତି । ତେଣୁ ଏହି ସମୟକୁ ଖୁବ ଶୁଭ ବୋଲି ବିବେଚନା କରାଯାଏ । ଏପରି କୁହାଯାଏ ଯେ ଏହି ସମୟରେ ଯେଉଁ ଲୋକଙ୍କର ନିଦ ଭାଙ୍ଗିଥାଏ ସେମାନଙ୍କୁ ଭଗବାନଙ୍କ ଆଶୀର୍ବାଦ ଥାଏ । ସେମାନଙ୍କ ସହିତ ଭଗବାନ ସବୁବେଳେ ରହନ୍ତି । ଆଉ ଏହି ସମୟରେ ଏକ ଚମତ୍କାରୀ ଶକ୍ତି ସୃଷ୍ଟି ହୋଇଥାଏ ଯାହାକି ବ୍ୟକ୍ତିର କାର୍ଯ୍ୟ କରିବାର କ୍ଷମତାକୁ ବଢ଼ାଇ ଦେଇଥାଏ । ବର୍ତ୍ତମାନ ସମୟରେ ବିଜ୍ଞାନ ମଧ୍ୟ ଏହାକୁ ବିଶ୍ୱାସ କରୁଛି । ତେବେ ଚାଲନ୍ତୁ ସକାଳ ୩ ରୁ ୫ ମଧ୍ୟରେ ନିଦ ଭାଙ୍ଗିଲେ ପଦ୍ମପୁରାଣ ଅନୁଯାୟୀ ତାହାର କଣ ରହସ୍ୟ ରହିଥାଏ ।

୧ . ମଣିଷ ଜନ୍ମ କୌଣସି ସାଧାରଣ ଜନ୍ମ ହୋଇନଥାଏ । ୮୪ ଲକ୍ଷ ଜନ୍ମ ପରେ ଏବଂ ଅନେକ ତପସ୍ୟା ପରେ ହିଁ ମଣିଷ ଜନ୍ମ ମିଳିଥାଏ । ତେଣୁ ମଣିଷ ଜନ୍ମ ମିଳିବା ପରେ ମଣିଷ ମୋକ୍ଷ ପାଇବାକୁ ଉଦ୍ୟମ କରିବା ଉଚିତ । ଯାହାଦ୍ୱାରା ଆଗାମୀ ସମୟରେ ବି ତାକୁ ମଣିଷ ଜନ୍ମ ହିଁ ମିଳିବ । କିନ୍ତୁ ବର୍ତ୍ତମାନ ସମୟରେ ଲୋକେ କାମନା , ବାସନା , ଅହଂକାର , ଲୋଭରେ ଅନ୍ଧ ହୋଇ ମୋକ୍ଷ ବିଷୟରେ ଭୁଲି ଯାଉଛନ୍ତି । ତେଣୁ ଯଦି ସକାଳ ୩ ରୁ ୫ ମଧ୍ୟରେ କୌଣସି ବ୍ୟକ୍ତିଙ୍କ ନିଦ ଭାଙ୍ଗି ଯାଉଛି ତେବେ ତାହା ଭଗବାନଙ୍କର ଏକ ଇଙ୍ଗିତ ଅଟେ ଯେ ସେହି ସମୟରେ ବ୍ୟକ୍ତି ଅଳ୍ପ ସମୟ ବି ହେଉ ଭଗବାନଙ୍କ ଆରାଧନା କରୁ । ତାଙ୍କ ସହିତ ଭଗବାନ ସବୁବେଳେ ରହନ୍ତି ।

୨ . ଦ୍ୱିତୀୟତଃ ଯଦି ଆପଣଙ୍କ ନିଦ ସକାଳ ୩ ରୁ ୫ ମଧ୍ୟରେ ଭାଙ୍ଗୁଛି ତେବେ ଏହାର ଅର୍ଥ ଆପଣଙ୍କ ଜୀବନ ଧନ ଧାନ୍ୟରେ ଭରିଯିବ । ଏହାସହିତ ଘରେ ସବୁବେଳେ ସୁଖଶାନ୍ତି ବଜାୟ ରହିବ ।

୩ . ତୃତୀୟ ସଙ୍କେତ ଅନୁଯାୟୀ ସକାଳ ୩ ରୁ ୫ ମଧ୍ୟରେ ବ୍ରହ୍ମ ଶକ୍ତି ଏବଂ ଅଲୌକିକ ଶକ୍ତି ଚରମରେ ଥାଏ । ଏହା ସେହି ମାନଙ୍କ ପାଇଁ ଯେଉଁ ମାନଙ୍କ ଉପରେ ଭଗବାନ ପ୍ରସନ୍ନ ଥାଆନ୍ତି । ତେଣୁ ଏହି ସମୟରେ ଉଠିଥିବା ବ୍ୟକ୍ତିଙ୍କୁ ଏହି ଶକ୍ତି ପ୍ରାପ୍ତ ହୋଇଥାଏ ।

୪ . ଏସବୁ ବ୍ୟତୀତ ବିଜ୍ଞାନ ମଧ୍ୟ ଏହା କହୁଛି ଯେ ସକାଳ ୩ ରୁ ୫ ମଧ୍ୟରେ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ଏକ ଅଲୌକିକ ଶକ୍ତିର ସଞ୍ଚାର ହୋଇଥାଏ । ଯାହାକି ବୈଜ୍ଞାନିକ ଭାଷାରେ ପୋଜିଟିଭ ଶକ୍ତି ହୋଇଥାଏ । ତେଣୁ ଯେଉଁ ବ୍ୟକ୍ତି ଏହି ସମୟରେ ଜାଗୃତ ହୋଇ ନିଜର କାମ କରେ ସେ ଦୀର୍ଘ ଆୟୁ ପ୍ରାପ୍ତ କରିଥାଏ । ସେହି ବ୍ୟକ୍ତି ମାନେ ଖୁବ କମ ରୋଗଗ୍ରସ୍ତ ହୁଅନ୍ତି । ଏବଂ ତାସହିତ ବ୍ରହ୍ମ ମୁହୂର୍ତ୍ତରେ ଜାଗ୍ରତ ହେଉଥିବା ମଣିଷର ଜୀବନରେ ସବୁ ସଫଳତା ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *