ନିର୍ଜଳା ଏକାଦଶୀ ଦିନ ରାତିରେ ଚୁପଚାପ ଏହିଠାରେ ରଖି ଦିଅନ୍ତୁ ୧୦ ଟଙ୍କାର କୋଏନ , ହୋଇଯିବେ ମାଲାମାଲ :-

ଶୁଳ୍କ ପକ୍ଷରେ ପଡୁଥିବା ଏହି ଏକାଦଶୀ ଅତ୍ୟନ୍ତ କଠିନ ହୋଇଥାଏ । ମାତ୍ର ଏହାକୁ ନିଷ୍ଠାର ସହିତ ପୂରଣ କଲେ ଅନେକ ଫଳ ମିଳିଥାଏ । ତେବେ ଏହି ଏକାଦଶୀ ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ସମୟରେ ଦକ୍ଷିଣା ସ୍ୱରୂପ ଏକ ଟଙ୍କା ନିଶ୍ଚିତ ଭାବରେ ଅର୍ପଣ କରନ୍ତୁ । ତାସହିତ ଏକ ସୁପାରି , କିଛି ମିଠା ବସ୍ତୁ , ଲବଙ୍ଗ , ଅଳେଇଚ , ମୋୖଲି ସୂତା ମଧ୍ୟ ଅର୍ପଣ କରନ୍ତୁ । ପରେ ସେହି ମୁଦ୍ରାକୁ ଉଠାଇ ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ କିମ୍ବା ତାହାକୁ ପର୍ସ ରଖି ଦିଅନ୍ତୁ । କିନ୍ତୁ ମନେ ରଖନ୍ତୁ ଯେପରି ତାହା ଖର୍ଚ୍ଚ ନହୁଏ ।

୧ . ମଣିଷ ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଧନ ଉପାର୍ଜନରେ ଲାଗି ରହିଥାଏ । ତଥାପି ତାକୁ ଧନ ଜନିତ ସମସ୍ୟା ଲାଗିରହେ । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଯଦିବି ଆପଣ କାହା ଠାରୁ ଟଙ୍କା ନେଉଛନ୍ତି ତେବେ ପାଞ୍ଚ ଆଙ୍ଗୁଠିରେ ହିଁ ଧରି ନିଅନ୍ତୁ । ଏହାଦ୍ବାରା ନଅ ଗ୍ରହ ଆପଣଙ୍କ ସାଥିରେ ରହିବେ ଏବଂ ଆପଣଙ୍କର ଜନ ସମ୍ବନ୍ଧିତ ସମସ୍ୟା ଦୂର ହେବ । ମନେ ରଖନ୍ତୁ ଯେଉଁ ବ୍ୟକ୍ତି ଆପଣଙ୍କୁ ଟଙ୍କା ଦେଉଛନ୍ତି ସେ ମଧ୍ୟ ପାଞ୍ଚ ଆଙ୍ଗୁଠିରେ ଟଙ୍କା ଧରି ଦେବା ଉଚିତ । ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ ।

୨ . ଯେତେବେଳେ ଆପଣ କୌଣସି ବ୍ୟକ୍ତିଙ୍କୁ ଶୁଭ କାର୍ଯ୍ୟରେ ଟଙ୍କା ଦେଉଛନ୍ତି ତେବେ ଅଯୁଗ୍ମ ଗଣତିରେ ଟଙ୍କା ଦିଅନ୍ତୁ । ଯଦି ଆପଣଙ୍କ ପର୍ସ କେତେବେଳେ ଖାଲି ହୋଇ ଯାଉଛି ତେବେ ଏକ ନାଲି କପଡ଼ାରେ ଏକ କୋଏନ ଏବଂ ଲବଙ୍ଗ ନେଇ ଲକ୍ଷ୍ମୀଙ୍କୁ ଆରାଧନା କରି କପଡ଼ାରେ ବାନ୍ଧିବା ପରେ ତାହାକୁ ପର୍ସ କିମ୍ବା ଧନ ଥିବା ସ୍ଥାନରେ ରଖି ଦିଅନ୍ତୁ ।

୩ . ଯଦି ଆପଣଙ୍କର ଧନ ଜନିତ କୌଣସି ସମସ୍ୟା ଥାଏ ତେବେ ଏକ କୋଏନରେ ନାଲି ରଙ୍ଗରେ ନିଜ ନାମର ପ୍ରଥମ ଅକ୍ଷର ଲେଖି ନିଜ ଛାତ ଉପରେ ଥିବା ପାଣି ଟାଙ୍କି ଉପରେ ରଖି ଦିଅନ୍ତୁ ଯେପରି ନାମ ଲେଖା ଯାଇଥିବା ଭାଗ ଆକାଶ ଦିଗରେ ରହିବ । ରାତି ସାରା ତାହା ଚନ୍ଦ୍ରମାର ଛାୟାରେ ରହିବା ପରେ ସକାଳେ ତାହାକୁ ଆଣି ପର୍ସରେ ରଖି ଦିଅନ୍ତୁ ।

୪ . ଯଦି ଆପଣଙ୍କର କରଜ ସମ୍ବନ୍ଧୀତ ସମସ୍ୟା ରହିଛି ତେବେ ଏକ ଧଳା କପଡ଼ାରେ ଅଳ୍ପ ମସୁରି ଡାଲି , ଅଳ୍ପ ଚାଉଳ ଏବଂ ଏକ କଉଡ଼ିକୁ ବାନ୍ଧି ଅଶ୍ୱତ୍ଥ ଗଛ ତଳେ ରଖି ଦିଅନ୍ତୁ ଏବଂ ପଛକୁ ବୁଲି ଦେଖିବେ ନାହିଁ । ଏହାଦ୍ବାରା ଆପଣଙ୍କର କରଜ ଜନିତ ସମସ୍ୟା ଶୀଘ୍ର ଦୂରୀଭୂତ ହୋଇଯିବ ।

୫ . ଯଦି ଧନ ଜନିତ ସମସ୍ୟା ଥାଏ ତେବେ ଏକ ମାଟି କଳସରେ ସିନ୍ଦୁରରେ ଶ୍ୱସ୍ତିକ ବନାଇ ପାଣିରେ ଏକ ମୁଦ୍ରା ରଖନ୍ତୁ । ଗୋଟିଏ ଦିନ ପରେ ସେହି ମୁଦ୍ରାକୁ ବାହାର କରି ପାଣିକୁ ଗଛରେ ଦିଅନ୍ତୁ । ଏହିପରି ଲଗାତାର ୫ ଦିନ ପରେ ଆପଣଙ୍କର ଧନ ଜନିତ ସମସ୍ୟା ଦୂର ହୋଇଯିବ ।

୬ . ଯଦି ଆପଣଙ୍କ ଘରେ ଲକ୍ଷ୍ମୀଙ୍କ ଅସ୍ଥାୟୀ ବାସ ରହିଛି ତେବେ ଏକ ମାଟି ଦୀପରେ କିଛି ଚାଉଳରେ ଏକ ମୁଦ୍ରାକୁ ରଖି କିଛି ଦୁବ ଘାସ ରଖନ୍ତୁ । ମୁଦ୍ରାକୁ ଏକ ନାଲି କପଡ଼ାରେ ବାନ୍ଧି ଘରର ଉତ୍ତର ପଶ୍ଚିମ ଦିଗରେ ରଖି ଦିଅନ୍ତୁ । ଏହାଦ୍ବାରା ଧନ ବୃଦ୍ଧି ହେବ ।

୭ . ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏକ ଚାନ୍ଦି ପ୍ଲେଟରେ ଏକ ମୁଦ୍ରା ରଖନ୍ତୁ । ଏହା ଉପରେ କିଛି ଚାଉଳ ରଖନ୍ତୁ । ଏହି ପାତ୍ରକୁ ପୂଜା ସ୍ଥାନରେ ରଖି ଦିଅନ୍ତୁ । ଏହାପରେ ଭଗବାନଙ୍କ ପୂଜା କରନ୍ତୁ । ଆପଣ ବାହାରକୁ କୌଣସି କାମ ପାଇଁ ଗଲେ ସେହି ଚାଉଳରୁ ଗୋଟିଏ ଦାନା ନେଇ ନିଜ ପାଖରେ ରଖନ୍ତୁ । ଏହାଦ୍ବାରା ଆପଣଙ୍କୁ ସବୁ ପ୍ରକାରର ସଫଳତା ମିଳିବ ଏବଂ ଧନର ଅଭାବ ହେବ ନାହିଁ ।

Leave a Reply

Your email address will not be published. Required fields are marked *