ଏପରି କରନ୍ତୁ ନିର୍ଜଳା ଉପବାସ , ଦୂରେଇ ଯିବ ସବୁ ସମସ୍ୟା , ପ୍ରାପ୍ତ ହେବ ଅଜସ୍ର ଧନ ଏବଂ ସମ୍ମାନ :-

ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଏକାଦଶୀକୁ ନିର୍ଜଳା ଏକାଦଶୀ କିମ୍ବା ଭୀମସେନି ଏକାଦଶୀ କୁହାଯାଏ । ଯେଉଁ ବ୍ରତକୁ ପୁରା ଦିନ ବିନା ଜଳ ଏବଂ ଖାଦ୍ୟରେ ହିଁ କରିବାକୁ ପଡିଥାଏ । ମାତ୍ର ଯଦି ଏହି ବ୍ରତରେ ଆପଣ ଜଳ ଗ୍ରହଣ କରୁଛନ୍ତି ତେବେ ଆପଣଙ୍କୁ ଏହିପରି ୨୪ ଟି ବ୍ରତ କରିବା ପରେ ଯାଇ ଫଳ ପ୍ରାପ୍ତ ହେବ । କିନ୍ତୁ ଯଦି ଗୋଟିଏ ବ୍ରତ କୁ ନିଷ୍ଠାର ସହିତ ବିନା ଜଳରେ ରଖି ପାରିବେ ତେବେ ଏହା ୨୪ ବର୍ଷର ଏକାଦଶୀ ବ୍ରତର ଫଳ ଦେଇଥାଏ । ଏହାବ୍ୟତୀତ ଜୀବନରେ ସୁଖ , ବୈଭବର କେବେ ଅଭାବ ହୋଇ ନଥାଏ । ତେଣୁ ଏହିଦିନ ନିଶ୍ଚିତ ଭାବରେ ବ୍ରତ ରଖିବା ଉଚିତ ।

ଏହି ବ୍ରତକୁ କରିବା ପାଇଁ ଆପଣ ସକାଳ ସମୟରେ ସୂର୍ଯ୍ୟଦୟ ପୂର୍ବରୁ ସ୍ନାନ କରି ନିଅନ୍ତୁ । ଏକାଦଶୀର ଗୋଟିଏ ଦିନ ପୂର୍ବରୁ ସନ୍ଧ୍ୟା ପରେ ଆଉ ଭୋଜନ କରିବେ ନାହିଁ । ଏକାଦଶୀ ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରି ବ୍ରତ ସଂକଳ୍ପ କରନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ କଦଳୀ ଏବଂ ତୁଳସୀ ଭୋଗ ଲଗାନ୍ତୁ । ଏହାପରେ ଦ୍ୱାଦଶୀ ଦିନ କୌଣସି ବ୍ରାହ୍ମଣଙ୍କୁ ଭଜନ କରାଇ ବ୍ରତ ଖୋଲନ୍ତୁ ।

ବ୍ରତ କରିବାର ସମ୍ପୂର୍ଣ୍ଣ ବିଧି :-

ଏହି ବ୍ରତକୁ କରିବା ପାଇଁ ସକାଳୁ ସ୍ନାନ କରି ଧଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ । ଏହାପରେ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କ ପ୍ରତିମର୍ତ୍ତିକୁ ଏକ ଚୌକି ଉପରେ ସ୍ଥାପିତ କରି ହାତରେ ହଳଦିଆ ଫୁଲ ନେଇ ବ୍ରତର ସଂକଳ୍ପ ନିଅନ୍ତୁ । ଏହି ବ୍ରତରେ ଲବଙ୍ଗ ଏବଂ ଅଳେଇଚର ମହତ୍ତ୍ୱ ଅଧିକ ରହିଛି । ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଏବଂ ମାତା ଲକ୍ଷ୍ମୀଙ୍କ ଆରାଧନା ସମୟରେ ଶ୍ରୀକୃଷ୍ଣ ଭଗବାନଙ୍କ ପାଇଁ ” ଓଁ ନମଃ ଭଗବତେ ବାସୁଦେବାୟ ” ଏବଂ ” ଓଁ ମାତା ଲକ୍ଷ୍ମୈ ନମଃ ” ଜପ ଏଗାର ଥର କିମ୍ବା ୧୦୧ ଥର କରନ୍ତୁ । ଏହାପରେ ଲବଙ୍ଗ ଏବଂ ଅଳେଇଚକୁ ଏକ କପଡ଼ାରେ ବାନ୍ଧି ଅନ୍ୟ କୌଣସି ସ୍ଥାନରେ କିମ୍ବା ନିଜ ପର୍ସରେ ରଖନ୍ତୁ । ଏହାଦ୍ୱାରା ଧନ ଜନିତ ସମସ୍ୟା ଦୂରେଇ ଯିବ ।

ଭଗବାନ ଶ୍ରୀକୃଷ୍ଣଙ୍କ ପୂଜାରେ ଧୂପ , ଫୁଲ ଏବଂ ଗୂଡ଼ କିମ୍ବା ବେସନ ଲଡ଼ୁ ଭୋଗ ଭାବରେ ଲଗାନ୍ତୁ । ମନେ ରଖନ୍ତୁ କୌଣସି ବି ଭୋଗ ଲଗାଇଲେ ସେଥିରେ ତୁଳସୀ ପତ୍ର ନିଶ୍ଚିତ ପକାଇବେ । ପଞ୍ଚାମୃତରେ ତୁଳସୀ ପକାଇ ଭଗବାନଙ୍କୁ ଅର୍ପଣ କରନ୍ତୁ । ଏହାବ୍ୟତୀତ ଯଦି ଆପଣ କୌଣସି କରଜରେ ବୁଡ଼ି ରହିଛନ୍ତି ତେବେ ଆପଣ ଏକ ପାନ ପତ୍ରରେ ଦୁଇ ଦୁଇଟି ଲେଖାଏଁ ଲବଙ୍ଗ ଏବଂ ଅଳେଇଚ ବାନ୍ଧି ଶିବ ମନ୍ଦିରରେ ଅର୍ପଣ କରନ୍ତୁ । କରଜରୁ ମୁକ୍ତି ମିଳିବ ।

ପୁଣି ଯଦି କୌଣସି ପାରିବାରିକ ସମସ୍ୟା ଯେପରିକି ଘରେ କୌଣସି ଶୁଭ କାମ ହେଉନାହିଁ କିମ୍ବା ପିଲାଙ୍କ ବିବାହ ହେଉନାହିଁ ତେବେ ଏକ ପାନ ପତ୍ରକୁ ଓଲଟାଇ ସେଥିରେ ଲବଙ୍ଗ ଏବଂ ଅଳେଇଚ ରଖି ଏକ ଜଳାଶୟରେ ଭସାଇ ଦିଅନ୍ତୁ ଏହା କହି ଯେ ‘ ହେ ଦୁର୍ଭାଗ୍ୟ ମୁଁ ତୋତେ ଏଠାରେ ଛାଡ଼ି ଯାଉଛି ‘ । ଏହାଦ୍ବାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ମନେ ରଖନ୍ତୁ ଜଳାଶୟରେ ପାନ ପତ୍ରକୁ ଭସାଇ ସାରିବା ପରେ ପଛକୁ ବୁଲି ଆଉ ଦେଖିବେ ନାହିଁ । ସନ୍ଧ୍ୟା ସମୟରେ ଦୀପ ଜଳାଇବା ସମୟରେ ଏକ ଲବଙ୍ଗ ପକାଇ ଜଳାନ୍ତୁ ଯାହାଦ୍ୱାରା ଘରୁ ସବୁ ପକାରର ସମସ୍ୟା ଦୂରେଇ ଯିବ ।

ଯଦି ଆପଣଙ୍କ ଦାମ୍ପତ୍ୟ ଜୀବନରେ କୌଣସି ସମସ୍ୟା ଥାଏ ତେବେ ଦୁଇଟି ପାନ ପତ୍ରରେ ଘିଅ ଲଗାଇ ଗୋଟିଏକୁ ମା ଦୁର୍ଗା ମଦିରକୁ ଯାଇ ଦେବୀଙ୍କ ସାମ୍ନାରେ ରଖି ଦିଅନ୍ତୁ ଏବଂ ଅନ୍ୟଟିକୁ ମୂର୍ତ୍ତି କିମ୍ବା ମନ୍ଦିର ପଛରେ ରଖିଦିଅନ୍ତୁ । ଆଉ ଲବଙ୍ଗ ଭୋଗ ଲଗାଇ ଆଗାମୀ ଦିନ ସେହି ଭୋଗକୁ ସେବନ କରନ୍ତୁ । ଏହିପରି କିଛି ଦିନ କରିବା ଦ୍ୱାରା ଆପଣଙ୍କର ସବୁ ପ୍ରକାରର ସମସ୍ୟା ଦୂରୀଭୂତ ହୋଇଯିବ । ଏହାଛଡ଼ା ଯଦି ଆପଣ ଦୁଇଟି ଲବଙ୍ଗ ନିଜ ଘରେ ଥିବା ଖାଇବା ଲୁଣରେ ପକାଇ ଦିଅନ୍ତି ତେବେ ସମସ୍ୟା ଆପଣଙ୍କୁ ଛୁଇଁ ପାରିବ ନାହିଁ ।

Leave a Reply

Your email address will not be published. Required fields are marked *