ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷରେ ନିର୍ଜଳା ଏକାଦାଶି ପାଳନ କରାଯାଏ। ଏହାକୁ ଭୀମସେନି ଏକାଦାଶି ମଧ୍ୟ କୁହାଯାଏ।ଏଥର ଏହି ଉପବାସକୁ 10 ଜୁନ୍ କରାଯିବ। ସମସ୍ତ ଏକାଦଶୀ ଉପବାସ ମଧ୍ୟରୁ ନିର୍ଜଳା ଏକାଦାଶି ସବୁଠାରୁ କଷ୍ଟକର। କାରଣ ଏହି ଉପବାସରେ ଖାଦ୍ୟ, ଜଳ, ଫଳ ଇତ୍ୟାଦି କିଛି ଖାଆନ୍ତି ନାହିଁ। ଏବଂ ଏହି ଏକାଦଶୀ ସକାଳ 7 ଟା 25 ରୁ ଆରମ୍ଭ ହୋଇ 11 ଜୁନ ସକାଳ 5 ଟା 45 ରେ ଶେଷ ହେବ।
ଏହିଦିନ ଆପଣ ଦାନ କରିବା ଉଚିତ କାରଣ ଏଥିରେ ଆପଣଙ୍କୁ ସଫଳତା ମିଳିବ। ଆପଣ କଳସ,ଚପଲ ଜୋତା,ଛତା ଇତ୍ୟାଦି ଦାନ କରି ପାରିବେ। ଏବଂ କଳା ତେଲ ଏବଂ କଳସ ଦାନ କଲେ ଅଧିକ ଫଳ ପ୍ରାପ୍ତ ହୋଇଥାଏ। କିନ୍ତୁ ଏକାଦଶୀ ଦିନ ସକାଳୁ ଭଗବାନ ହରି ବିଷ୍ଣୁଙ୍କ ସହିତ ମାତା ଲକ୍ଷ୍ମୀ ଙ୍କୁ ଜଳରେ ଟିକେ ହଳଦୀ ପକାଇ ଅର୍ପଣ କଲେ ଲାଭଫଳ ମିଳିଥାଏ ଏବଂ ହଳଦିଆ ବସ୍ତ୍ର ପିନ୍ଧିବା ନିହାତି ଜରୁରୀ ଅଟେ।
ଭଗବାନ ଙ୍କୁ ପଞ୍ଚାମୃତ ଚଢାନ୍ତୁ। ଏବଂ ଆପଣ ଯଦି ଉପବାସ ରଖି ପାରୁ ନାହାନ୍ତି ତେବେ ଫଳ ଖାଇପାରିବେ ଏବଂ ପାଣିରେ ଲେମ୍ବୁ ଚକାଟି ପି ପାରିବେ। ଏହିଦିନ ଦୁଃଖୀ ଦରିଦ୍ର ବ୍ୟକ୍ତିଙ୍କୁ ଦାନ କରନ୍ତୁ ପାପରୁ ମୁକ୍ତି ପାଇଯିବେ। ଏକାଦଶୀର୍ ସୂର୍ଯ୍ୟ ଦେୟ ଠାରୁ ଦ୍ଵାଦଶୀ ସୂର୍ଯ୍ୟ ଅସ୍ତ ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ। ଏହି ଦିନ ଭାତ ଏବଂ ମାଂସ ଖାଆନ୍ତୁ ନାହିଁ ଏବଂ କଠୋର ଶବ୍ଦ କୁହନ୍ତୁ ନାହିଁ। ଏବଂ ଲେମ୍ବୁ ପାଣି ପିଇ ବ୍ରତ ସମାପ୍ତ କରନ୍ତୁ।
ଏହିଦିନ ବେଡ଼ ରେ ସୁଅନ୍ତୁ ନାହିଁ ଏବଂ ପୂଜାରେ ଚାଉଳ ବ୍ୟବହାର କରନ୍ତୁ ନାହିଁ କିନ୍ତୁ ଏହା ବଦଳରେ କଲା ତେଲ ବ୍ୟବହାର କରିପାରିବେ। ଭୁଲ ରେ ମଧ୍ୟ ଦାନ୍ତକାଠି ବ୍ୟବହାର କରନ୍ତୁ ନାହିଁ। ଏବଂ ଏହିଦିନ ଭଗବାନ ହରୀଙ୍କୁ ତୁଳସୀ ପତ୍ର ଦିଅନ୍ତୁ। ଏବଂ ଏହିଦିନ କଥା ଶୁଣିଲେ ବହୁତ ଭଲ ହୋଇଥାଏ,ଲାଭ ମିଳିଥାଏ। ଏହିଦିନ ଦୁଖୀ ଲୋକଙ୍କୁ ଖାଇବାକୁ ଦେଲେ ଅନେକଁ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ଯେତେ ଜନ୍ମରେ ଯେତେ ପାପ କରିଥଲେ ମଧ୍ୟ ଯଦି ଏହି ଏକାଦଶୀ କୁ ଠିକ ଭାବରେ କରାଯାଏ ତେବେ ସମସ୍ତ ପାପରୁ ମୁକ୍ତି ମିଳିଥାଏ।