ହିନ୍ଧୁ ଧର୍ମରେ ନିର୍ଜଳା ଏକାଦସୀକୁ ଭୀମସେନ ଏକାଦଶୀ ମଧ୍ୟ କୁହା ଯାଇଥାଇ। ଏହି ଏକାଦଶୀ ବହୁତ କଷ୍ଟ କର ହୋଇଥାଏ କାରଣ ଏଥିରେ ଖାଇବା ପି ବା ବନ୍ଦ ଥାଏ। ଏବଂ ଏହି ଏକାଦଶୀ କୁ ଠିକ ଭାବରେ କରିଦେଲେ ସମସ୍ତ ପାପ ଧୋଇ ହୋଇଯାଏ। ତେବେ ଚାଲନ୍ତୁ ଜାଣିବା ପୂଜା କିପରି କରିବା।
ସୂର୍ଯ୍ୟଦୟ ହେବା ଠାରୁ ଏକାଦଶୀ ସୁର୍ଯ୍ୟାସ୍ତ ହେବା ପର୍ଯ୍ୟନ୍ତ ଏହି ଏକାଦଶୀ ପାଳନ କରାଯାଏ। ଏବଂ ଏହି ଏକାଦଶୀରେ କଳସ,ଚିନି ,ଛତା,ଚପଲ ଇତ୍ୟାଦି ଦାନ କଲେ ବହୁତ ଭଲ ହୋଇଥାଏ। ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା କରନ୍ତୁ। ପୂଜା କରିବା ପାଇଁ ଧୁଆ ହୋଇଥିବା ହଳଦିଆ ବସ୍ତ୍ର ଏବଂ ପାଣିରେ ଟିକେ ଗଙ୍ଗା ଜଳ ପକାଇ ସ୍ଥାନ କରନ୍ତୁ ଏବଂ ପୂଜା ସ୍ଥାନଙ୍କୁ ସଫା ରଖନ୍ତୁ ଘରର ମୁଖ୍ୟ ଦ୍ୱାରରେ ସ୍ୱସ୍ତିକ ଚିହ୍ନ କରନ୍ତୁ। ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କୁ ପଞ୍ଚାମୃତରେ ଗାଧାନ୍ତୁ ଏବଂ କମଳ ଫୁଲ ଦିଅନ୍ତୁ। ଏବଂ ନୈବେଦ୍ୟ ଅର୍ପଣ କରନ୍ତୁ। ପ୍ରଥମେ ଭଗବାନ ଗଣେଶ ଏବଂ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜା କରନ୍ତୁ। ଏବଂ ଯେମିତି ହେଲେ ବୀ ତୁଳସୀ ପତ୍ର ଦିଅନ୍ତୁ।
2ଟି କଦଳୀ ଆଣି ଗୋଟିକରେ ସ୍ୱସ୍ତିକ ଏବଂ ଅନ୍ୟଟିରେ ନିଜ ନାମ ଲେଖନ୍ତୁ ଓ ଭଗବାନ ବିଷ୍ଣୁଙ୍କୁ ଅର୍ପିତ କରି ଦିଅନ୍ତୁ। ଏବଂ ଦ୍ଵଦାସୀ ଦିନ ଏହି କଦଳୀକୁ ଆଣି ନିଜ ଉପରେ ବୁଲାଇ ଦିଅନ୍ତୁ ଏବଂ ତାପରେ ସ୍ୱସ୍ତିକ ଥିବା କଦଳିକୁ ଗାଈକୁ ଖାଇବାକୁ ଦିଅନ୍ତୁ। ଏବଂ ଅପଣଙ୍କ ଇଚ୍ଛା କୁହନ୍ତୁ ଏବଂ ନିଜ ନାମ ଥିବା କଦଳୀ କୁ ନିଜେ କହିଦିଅନ୍ତୁ। ମାସରେ ଏକାଦଶୀ ଦୁଇ ଥର ଆସିଥାଏ ଏବଂ ବର୍ଷରେ 24 ଥର ଆସିଥାଏ ଏହି ଏକାଦଶୀ କୁ କରିବା ଦ୍ଵରା ଅଜଣାତରେ ହୋଇଥିବା ଭୁଲ କ୍ଷମା ହୋଇଯାଏ ଏବଂ ଦେହ ସୁସ୍ଥ ରୁହେ। ଏବଂ ଏକାଦଶୀ ରେ କେବେ କାହାର।
ଚୁଗୁଳି କରିବା ଚାଉଳ ଖାଇବା,ମଦ ମାନ୍ସ,ବେଡ଼ ରେ ଶୋଇବା ଠାରୁ ଦୂରେଇ ରହିବା ଉଚିତ। ଏହି ଏକାଦଶୀ ଦିନ ତେଲ ମସଲା।ମଧ୍ୟ ଖାଇବା କଥା ନୁହେଁ। କିନ୍ତୁ ଏହିଦିନ ଫଳ ଖାଇ ପାରିବେ। ଏହିଦିନ ଦାନ୍ତ ଘଷିବା କଥା ନୁହେଁ। କିନ୍ତୁ ଆଙ୍ଗୁଠିରେ ଘଷି ପାରିବେ ଏବଂ ଏହି ଦିନ ଭାଗବତ ଗୀତାର 11 ତମ ଅଧ୍ୟାୟ ପାଠ କରି ପାରିବେ। ଏହି ଏକାଦଶୀ ରେ ବେସି କଥା ହେବା ଉଚିତ ନୁହେଁ ଏବଂ ସଲାଡ଼ ଖାଇବା କଥା ନୁହେଁ। ଏହିଦିନ ବ୍ରତ କଥା ନିଶ୍ଚିନ୍ତ ଶୁଣନ୍ତୁ। ଏବଂ ସନ୍ଧ୍ୟା ସମୟରେ ଯଦି ଆପଣ ଏକ ଦୀପରେ ଲବଙ୍ଗ ପକାଇ ଘରେ ବୁଲନ୍ତି ତେବେ ଦୁଷ୍ଟ ଆତ୍ମା ଚାଲି ଯାଆନ୍ତି।