ଏହି ଫଳର ଗୋଟିଏ ଖଣ୍ଡରେ ବଦଳିଯିବ ଭାଗ୍ୟ,ଏଠାରେ ରଖିଲେ ହେବ ଧନ ବୃଦ୍ଧି:-

ହିନ୍ଦୁ ଶାସ୍ତ୍ରରେ ଏହିପରି ଅନେକ ଗଛ ଏବଂ ଉଦ୍ଭିଦକୁ ବର୍ଣ୍ଣନା କରାଯାଇଛି, ଯାହା କେବଳ ମାନବ ଜୀବନକୁ ସହଜ କରିବାରେ ସାହାଯ୍ୟ କରେ ନାହିଁ, ବରଂ ଭବିଷ୍ୟତରେ ଆସିପାରେ ଅନେକ ସମସ୍ୟାରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଧଳା ଅରଖ ଏପରି ଏକ ଗଛ, ଯାହା ବିଷୟରେ ଅନେକ ପ୍ରକାରର ଯାଦୁ ବିଷୟରେ କୁହାଯାଇଛି।

କୁଆଯାଏ ଯେ ଯଦି ଧଳା ଅରଖ ପତ୍ରକୁ ଘରର ମୁଖ୍ୟ ଦ୍ୱାରରେ ଟାଙ୍ଗିଲେ ଘରେ କିଛି ଅନିଷ୍ଠ ଘଟେ ନାହିଁ। ଏବଂ ଧଳା ଅରଖ ଭଗବାନ ଶିବଙ୍କର ଅତିପ୍ରିୟ ଫୁଲ ଅଟେ। ଆମେ ଆଜି ଅରଖ ଫୁଲ ସହିତ କିଛି ତନ୍ତ୍ର ସାଧନା ବିଷୟରେ କହିବୁ,ଯାହା ଘରେ ଯଦି ଟଙ୍କା ରହୁ ନଥିବ ଅଧିକ ଖର୍ଚ୍ଚ ହୋଇଯାଉଥିବ,ତାହାଲେ ଏହିକାମ କଲେ ଆପଣଙ୍କ ଟଙ୍କା ଘରେ ରହିବ। ପ୍ରଥମେ ଘରର ମୁଖ୍ୟ ଦ୍ୱାରରେ ଅରଖ ଗଛର ଚେରକୁ ବାନ୍ଧିଲେ ଘରର ସର୍ବଦା ସୁଭ ହୋଇଥାଏ କିନ୍ତୁ ଆପଣଙ୍କୁ ଶନିବାର,ରବିବାର ଏବଂ ମଙ୍ଗଳବାର ଦିନ ଏହାକୁ ଆଣିପାରିବେ କିନ୍ତୁ।

ଏହା ପୂର୍ବରୁ କିଛି ପାଣି ଏବଂ ଟଙ୍କା ଓ ଗୁଆକୁ ନେଇ ଗଛ ପାଖକୁ ଯିବାକୁ ପଡ଼ିବ ଏବଂ ସେଠାରେ ପାଣି ଢଳାନ୍ତୁ ଓ ଟିକିଏ ଚେର ଓପାଡନ୍ତୁ ଓ ଗୁଆ ଏବଂ ଟଙ୍କାକୁ ସେଠାରେ ରଖି ଦିଆନ୍ତୁ ଓ କୁହନ୍ତୁ ଯେ ଆମେ କାଲି ନବାକୁ ଆସିବୁ। ଏବଂ ସକାଳେ ଜାନ୍ତୁ ଏବଂ ଚେର କୁ ଆଣି ଏକ ନୀଳ କପଡ଼ାରେ ବାନ୍ଧି ମୁଖ୍ୟ ଦ୍ୱାରରେ ଟାଙ୍ଗି ଦିଅନ୍ତୁ ଏହା ଦ୍ୱାରା ଘରେ ନେଗେଟିଭ ଶକ୍ତି ପସିପାରେ ନାହିଁ ଏବଂ ଘରେ ଧନ ବୃଦ୍ଧି ହୁଏ।

ଯଦି ଘରେ ଭଉଣୀ ଏବଂ ଝିଅଙ୍କର୍ ବହୁତ ଦିନ ବାହାଘର ପରେ ମଧ୍ୟ କୌଣସି ସନ୍ତାନ ହେଉନାହିଁ ତେବେ ରବିପୁଷ୍ୟ ନକ୍ଷତ୍ର ଏବଂ ଗୁରୁପୁଷ୍ୟା ନକ୍ଷେତ୍ର ଦିନ ଅରଖ ଚେର ଆଣି ଶିବଙ୍କ ଲିଙ୍ଗ ଉପରେ ପାଣି ରେ ଧୋଇ ଦିଅନ୍ତୁ ଏବଂ ଏହାକୁ 21 ଥର ବୁଳାନ୍ତୁ ଏବଂ ପରେ ଏହାକୁ ନାଲି କପଡ଼ାରେ ଅଣ୍ଟାରେ ବାନ୍ଧନ୍ତୁ ଏହା ଦ୍ୱାରା 3 ମାସ ମଧ୍ୟରେ ଖୁସୀ ଖବର ମିଳିଯିବ।

ଅରଖ ଚେରକୁ ଆଣି ଧୋଇକି ଏହାକୁ ଗଣେଶଙ୍କ ନିକଟରେ ଏହାକୁ ଅର୍ପିତ କଲେ ହେଉଥିବା ଧନର କ୍ଷତି ବନ୍ଦ ହୋଇଯାଏ ଏବଂ ଧନ ବୃଦ୍ଧି ହୁଏ। ଅରଖ ଚେରର ଯେତିକି ମହତ୍ଵ ଅଛି ଏହାର ଖୀରର ମଧ୍ୟ ସେତିକି ମହତ୍ଵ ଅଛି। ଯଦି ଅପଣଙ୍କ ଶତ୍ରୁ ଆପଣଙ୍କୁ ଅଧକ ହଇରାଣ କରୁଛି ତେବେ ଅରଖ ଖୀରରେ ଶତ୍ରୁଙ୍କ ନାମ ଲେଖି ଏହାକୁ ପୋତି ଦିଅନ୍ତୁ ଶତ୍ରୁ ଶାନ୍ତ ହୋଇଯିବ। ଏବଂ ଯଦି ଆପଣ ଭଗବାନ ଶିବଙ୍କୁ ଅରଖ ଫୁଲକୁ ଭଗବାନ ଶିବଙ୍କୁ ଅର୍ପିତ କରନ୍ତି ତେବେ ଧନ ବୃଦ୍ଧି ପାଇଥାଏ ଏବଂ ଶତ୍ରୁ ନାଶ ହୁଅନ୍ତି।

ଘରେ ଛୋଟ ଛୁଆଙ୍କ ଉପରେ ନଜର ପଡିଗଲେ ତାଙ୍କ ବେକରେ 11 ଟା ଅରଖ ଫୁଲର ମାଳା ପିନ୍ଧେଇ ଦିଅନ୍ତୁ ଏହାଦ୍ୱାରା କିଏ ଆଉ ନଜର ପକେଇ ପାରିବେନି। ଯଦି ଘାରର ଲୋକଙ୍କ ଉପରେ କିଏ ତନ୍ତ୍ର ବିଦ୍ୟା କରୁଛି ତାହାଲେ ଅରଖ ଗଛର ଚେର ଆଣି ସେହି ଲୋକଙ୍କ ବେକରେ ପକାଇ ଦିଅନ୍ତୁ ,ଯେଉଁ ବ୍ୟକ୍ତି ତନ୍ତ୍ର କରିଥିବ ତା ପାଖକୁ ତନ୍ତ୍ର ଫେରିଯିବା।

Leave a Reply

Your email address will not be published. Required fields are marked *