କ’ଣ ଆପଣଙ୍କ କିଚେନ୍-ଷ୍ଟୋର ରୁମରେ ମଧ୍ୟ ରଖିଛନ୍ତି କି ଏହି ଜିନିଷ? ତୁରନ୍ତ ହଟାନ୍ତୁ ଏହି ଜିନଷ ସବୁକୁ, ନହଲେ ହେଇଯିବେ ଗରିବ |

Vastu Tips for Kitchen in Hindi: ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ରଖିଥିବା ସବୁ ଜିନିଷ ସକାରାତ୍ମକ କିମ୍ବା ନକାରାତ୍ମକ ଉର୍ଜାର ସଂଚାର କରେ । ଯଦି ଘରେ ବସ୍ତୁ ଅଧିକ ହେବ ଯାହା ନକାରାତ୍ମକତା ଆଣିଥାଏ ତେବେ ଘରେ କଳହ ଅଶାନ୍ତି ହେବ । ଘରର ଲୋକ କ୍ୟାରିଅରରେ ବାଧା,ପଇସାର ଅସୁବିଧା ଭୋଗନ୍ତି । ଏମିତିରେ ଘରେ ଥିବା ଏହି ନକାରାତ୍ମକ ଜିନିଷକୁ ଜଲ୍ଦି ଜଲ୍ଦି ବାହାର କରିବା ଭଲ ହୋଇଥାଏ । ଏତିକି ନୁହେଁ ଏହି ଜିନିଷକୁ ଷ୍ଟୋର ରୁମ ରେ ଏହା ଭାବିକି ବର୍ଷ ଯାଏଁ ରଖନ୍ତୁ କି ସେ ବର୍ଷ ପରେ କାମ ରେ ଆସିବ । ବରଂ ତାକୁ କାହାକୁ ଦାନ ଦେଇଦିଅନ୍ତୁ ନହେଲେ ଫିଙ୍ଗି ଦିଅନ୍ତୁ ।

ଘରେ ରଖନ୍ତୁ ନାହିଁ ଏହି ଜିନିଷ :

ଭାଙ୍ଗି ଯାଇଥିବା କିମ୍ବା ଅନୁପଯୋଗୀ ବାସନ :ଆଜିକାଲି ଘରେ ଅନେକ ବାସନ ଏବଂ ପାତ୍ର ଅଛି | ଫ୍ୟାଶନର ପରିବର୍ତ୍ତନ ସହିତ, ଏହି ପୁରୁଣା ବାସନଗୁଡିକ ଷ୍ଟୋର୍‌କୁ ବାଟ ଦେଖାଇ ଦେଇଛି | କିନ୍ତୁ ପୁରୁଣା ପିତ୍ତଳ ବାସନ କିମ୍ବା ଷ୍ଟିଲ, ଗ୍ଲାସ-ପ୍ଲାଷ୍ଟିକ ଭଙ୍ଗା କିମ୍ବା ଅବ୍ୟବହୃତ ବାସନରେ ଶନି ବାସ କରନ୍ତି | ଏଭଳି ପରିସ୍ଥିତିରେ ସେମାନେ ଜୀବନରେ ଅନେକ ସମସ୍ୟାର କାରଣ ହେବା ଆରମ୍ଭ କରନ୍ତି | ତେଣୁ ସେଗୁଡିକୁ ଘରୁ ବାହାର କରିବାଦେବା ଭଲ ।

ଜଙ୍କ ଲାଗିଥିବା ଜିନିଷ: ଘରେ ଅନେକ ଥର ଜଙ୍କ ଲାଗିଥିବା ପୁରୁଣା ଜିନିଷ, ବାକ୍ସ , ଧାରୁଆ ଅସ୍ତ୍ର ଇତ୍ୟାଦି ରଖିଥାନ୍ତି | ଷ୍ଟୋର ରୁମରେ ପଡ଼ିଥିବା ଏହି ଜିନିଷ ଯଦିଓ ଆପଣଙ୍କୁ ପ୍ରତିଦିନ ନଜର ଆସନ୍ତି ନାହିଁ କିନ୍ତୁ ଏହା ଆପଣଙ୍କ ଜୀବନର ସକରାତ୍ମକ ଶକ୍ତି ନଷ୍ଟ କରିଦିଏ | ତେଣୁ, ଯଦି ଆପଣ ଜୀବନରେ ଅଗ୍ରଗତି କରିବାକୁ ଚାହାଁନ୍ତି, ତେବେ ତୁରନ୍ତ ଏହି ଜିନିଷଗୁଡ଼ିକୁ ଘରୁ ବାହାର କରନ୍ତୁ |

ପୁରୁଣା ପୋଷାକ: ଲୋକମାନେ ପ୍ରାୟତ ଏହା ଭାବି ପୁରୁଣା ପୋଷାକ କୁ ବର୍ଷ ବର୍ଷ ଧରି ରଖନ୍ତି ଯେ ସେଗୁଡିକ କେବେ ନା କେବେ କାମରେ ଆସିବେ | ବେଳେବେଳେ ତ ବର୍ଷ ବର୍ଷ ଧରି ଏହିପରି ରଖାଯିବା କାରଣରୁ ସେଇଥିରେ ପୋକ ମଧ୍ୟ ହୋଇଯାଆନ୍ତି | ଏହିପରି ଅବ୍ୟବହୃତ ପୋଷାକ ଘରର ଲୋକଙ୍କ ସ୍ୱାସ୍ଥ୍ୟ ଏବଂ ଶକ୍ତି ଉପରେ ଖରାପ ପ୍ରଭାବ ପକାଇଥାଏ |

ବନ୍ଦ ଘଣ୍ଟା: ବନ୍ଦ ଘଣ୍ଟା ନିଜ ଘରେ ରଖିବା ମାନେ ନିଜର ପ୍ରଗତିର ରାସ୍ତା ନିଜେ ବନ୍ଦ କରିବା ସହ ସମାନ | ତେଣୁ ଘରେ ଭୁଲ୍ ରେ ଵି ବନ୍ଦ ଘଣ୍ଟା , ଜଙ୍କ ଲାଗିଥିବା ତାଲା ରଖନ୍ତୁ ନାହିଁ | ଏହି ଜିନିଷଗୁଡ଼ିକ ଆପଣଙ୍କର ଭଲ ସମୟକୁ ମଧ୍ୟ ଖରାପ ସମୟରେ ପରିଣତ କରିପାରେ |

Leave a Reply

Your email address will not be published. Required fields are marked *