କଣ ଆପଣଙ୍କୁ ବି ଉଚ୍ଚରୁ ପଡ଼ିବାର ସ୍ବପ୍ନ ଆସୁଛି କି ? ତାହେଲେ ଜାଣନ୍ତୁ କଣ ଏହାର ଅର୍ଥ ?

ସ୍ବପ୍ନ ଶାସ୍ତ୍ର:-

ରାତିରେ ଶୋଇବା ସମୟରେ ସ୍ବପ୍ନ ଦେଖିବା ଏକ ସାଧାରଣ ଘଟଣା।କେବେ କେବେ ଆମେ ସ୍ବପ୍ନରେ ଏମିତି ଜିନିଷ ଦେଖୁକି ଆମେ ଡରିଯାଉ। କେବେ କେବେ ଆମେ ସ୍ବପ୍ନରେ ନିଜକୁ ଏକ ଉଚ୍ଚ ସ୍ଥାନରୁ ପଡ଼ିବାର ମଧ୍ୟ ଦେଖୁ। ଏମିତି ଅଦ୍ଭୁତ ସ୍ବପ୍ନର ରହସ୍ୟ ସ୍ବପ୍ନ ଶାସ୍ତ୍ରରେ ଲୁଚି ରହିଛି। ଆସନ୍ତୁ ଜାଣିବା ସ୍ବପ୍ନରେ ଉଚ୍ଚ ସ୍ଥାନ ରୁ ପଡ଼ିବାର ଅର୍ଥ କଣ ହୋଇଥାଏ।

ଆକାଶରୁ ନିଜକୁ ପଡ଼ିବାର ଦେଖିବା:-

କେବେ କେବେ ଆମେ ସ୍ବପ୍ନରେ ନିଜକୁ ଆକାଶରୁ ପଡ଼ିବାର ଦେଖିଥାଉ।ସ୍ବପ୍ନ ଶାସ୍ତ୍ର ଅନୁସାରେ ଏ ପ୍ରକାରର ସ୍ବପ୍ନ ଦେଖିବା ଅଶୁଭ ଅଟେ। ଏଭଳି ସ୍ବପ୍ନ ଦେଖିବା ଭବିଷ୍ୟତରେ ଘଟିବାକୁ ଥିବା କିଛି ବିପଦର ସଂକେତକୁ ସୂଚାଇଥାଏ। ଏଭଳି ପରିସ୍ଥିତିରେ ଆପଣଙ୍କୁ ସଜାଗ ଓ ସଞ୍ଜମ ରହିବା ଆବଶ୍ୟକ।

ଘୋଡା ଉପରୁ ପଡ଼ିବାର ଦେଖିବା:-

ଯଦି ଆପଣ ସ୍ବପ୍ନରେ ନିଜକୁ କୌଣସି ଘୋଡା ଉପରୁ ପଡ଼ିବାର ଦେଖୁଛନ୍ତି ତେବେ ଏହା ଆପଣଙ୍କ ଭବିଷ୍ୟତରେ ଆସିବାକୁ ଥିବା ଆର୍ଥିକ ସମସ୍ୟାକୁ ସୂଚାଏ। ସ୍ବପ୍ନ ଶାସ୍ତ୍ର ଅନୁସାରେ ଏହିପରି ସ୍ବପ୍ନ ଦେଖିବା କୌଣସି ପ୍ରକାର ଶାରୀରିକ ଆଘାତର ପ୍ରତୀକ ହୋଇଥାଏ

ନିଜକୁ ନିଜେ ପାହାଡ଼ରୁ ପଡୁଥିବାରୁ ଦେଖିବା:-

ଅନେକ ଥର ଆପଣ ନିଜକୁ ଉଚ୍ଚ ବିଲ୍ଡିଂ କିମ୍ବା ପାହାଡରୁ ତଳକୁ ପଡୁଥିବାରୁ ସ୍ବପ୍ନ ଦେଖନ୍ତି। ସ୍ବପ୍ନ ଶାସ୍ତ୍ର ଅନୁସାରେ, ଏହିପରି ସ୍ୱପ୍ନର ଅର୍ଥ ହେଉଛିକି ଆପଣଙ୍କ ଆୟରେ ନିକଟ ଭବିଷ୍ୟତରେ କମ ହୋଇପାରେ। ଯାହାଫଳରେ ଆପଣଙ୍କୁ ଜୀବନରେ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ।

କୌଣସି ଅଜଣା ସ୍ଥାନରୁ ତଳକୁ ପଡିବା:-

ରାତିରେ ଶୋଇଥିବା ସମୟରେ ଆପଣ ନିଜକୁ ଅଜଣା ସ୍ଥାନରୁ ଅନେକ ଥର ତଳେ ପଡୁଥିବାରୁ ଦେଖୁଥିବେ। ଏମିତି ସ୍ବପ୍ନ ଦେଖିବାର ଅର୍ଥ ହେଉଛିକି ଆପଣ କୌଣସି କଥାକୁ ନେଇ ନିଶ୍ଚିତ ଚିନ୍ତିତ ଥିବେ ଓ ଶୀଘ୍ର କୌଣସି ଅସୁବିଧା ଆପଣଙ୍କ ଘରକୁ ଆସିବାକୁ ଯାଉଛି। ସ୍ବପ୍ନ ଶାସ୍ତ୍ର ଅନୁସାରେ, ଏହିପରି ସ୍ବପ୍ନ ଦେଖିବା ଆପଣଙ୍କୁ ଆଗାମୀ ସମୟ ପ୍ରତି ସଚେତନ କରାଇଦିଏ, ଯାହାଫଳରେ ଆପଣ ଭବିଷ୍ୟତ ପାଇଁ ସଚେତନ ହୋଇଯିବେ।

Leave a Reply

Your email address will not be published. Required fields are marked *