ଅଳ୍ପ ଲୁଣକୁ ଗୋଟିଏ କପଡାରେ ରଖି ଚୁପଚାପ ଏହିଠାରେ ରଖିଦିଅନ୍ତୁ,ତାପରଦିନ ସକାଳେ ଦେଖନ୍ତୁ ଚମତ୍କାର ।

ସାଧାରଣତଃ ଲୁଣ ଆମେ ଖାଦ୍ୟର ସ୍ୱାଦ ପାଇଁ ବ୍ୟବହାର କରିଥାଉ କିନ୍ତୁ ଲୁଣ ଜ୍ୟୋତିଷ ରେ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ପରିଚାଳନା କରିଥାଏ । ଲୁଣକୁ ଜୀବନରେ ବିଭିନ୍ନ ଉପାୟରେ ଉପଯୋଗ କରାଯାଇପାରେ ତେବେ ସେ ନିଜ ସ୍ୱାସ୍ଥ୍ୟ ପାଇଁ ହେଉ କିମ୍ବା ଜ୍ୟୋତିଷକୁ ସୁଧାରିବା ପାଇଁ ହେଉ ସବୁ ପ୍ରକାରରେ ଲୁଣ ଆମ ଜୀବନରେ ଉପଯୋଗ ହୋଇଥାଏ ଏବଂ ଏଥିସହିତ ଲୁଣ ଆମ ଆୟୁ ମଧ୍ୟ ବଢ଼ାଇ ଥାଏ । ଲୁଣ ଆମ ଆୟୁ କମାଇ ମଧ୍ୟ ଲୁଣର ଅନେକ ଉପାୟ ମଧ୍ୟ କୁହାଯାଏ । କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତି ଅଦ୍ଭୁତ ଉପାୟ କହିବୁ ଯାହାକୁ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।

ଅନେକ ପ୍ରକାରର ଲୁଣ ଥାଏ ,ସିନ୍ଧା ଲୁଣ ଯାହାକୁ ପାହାଡ଼ ଲୁଣ କୁହାଯାଏ ସମୁଦ୍ର ଲୁଣ ହେଉଛି କଳା ଲୁଣ ଆଉ ଧଳା ଲୁଣ ଯାହାକୁ ବ୍ୟବହାର କରି ଆପଣ ଘରେ ସୁଖ ସମୃଦ୍ଧ ଆଣିପାରିବେ । କୁହାଯାଏ ଯଦି କୁଣ୍ଡଳୀରେ ଚନ୍ଦ୍ରମା କମଜୋର ଥିବ ତେବେ ସମୁଦ୍ର ଅର୍ଥାତ ସାମାନ୍ୟ ଲୁଣର ବ୍ୟବହାର କରିବା କଥାନୁହେଁ ବରଂ ସିନ୍ଧା ଲୁଣର ବ୍ୟବହାର କରିବା ଉଚିତ । ଏହା ଦ୍ୱାରା ଆପଣ ରକ୍ତଚାପ ଠାରୁ ମଧ୍ୟ ମୁକ୍ତି ପାଇପାରିବେ । ଘରର କୌଣସି କୋଣ ରେ ସର୍ବଦା କାଚ ବାସନ ରେ ଲୁଣ ଭରି ରଖନ୍ତୁ ଏହାଦ୍ୱାରା ଆପଣଙ୍କ ଘରେ ସକାରାତ୍ମକ ଉର୍ଜାର ସଂଚାର ହେବ

ଯେଉଁ ପ୍ରକାରରେ ଆପଣଙ୍କ ମୋବାଇଲର ଯେଉଁ ରେଞ୍ଜ ଆପଣଙ୍କ ଘରେ ଘୁରିରହିଥାଏ ଠିକ ସେହିପରି ଲୁଣର କିରଣ ଆପଣଙ୍କ ଘରେ ବୁଲି ସମସ୍ତ ନକାରାତ୍ମକ ଉର୍ଜାକୁ ଦୁର କରିବ ।ଯଦି ଆପଣଙ୍କ ମନରେ କୌଣସି ଖରାପ ବିଚାର ଏବଂ ଡର ଆସୁଛି ତେବେ ଏହାର ନିବାରଣ ମଧ୍ୟ ଲୁଣ ରଖିବା ଦ୍ୱାରା ହୋଇଥାଏ ।

ଲୁଣକୁ ଆମେ ଚନ୍ଦ୍ର ଆଉ ଶୁକ୍ରର ପ୍ରତିନିଧି ମାନିଥାଉ । ଚନ୍ଦ୍ର ଅର୍ଥାତ ମନର କାରକ ଶୁକ୍ର ଅର୍ଥାତ ଲକ୍ଜରିର କାରକ କିନ୍ତୁ କେତେକ ସ୍ଥାନରେ ଏହାକୁ ରାହୁର ପ୍ରତୀକ ମଧ୍ୟ ମନାଯାଏ । ଏଥିପାଇଁ ଲୁଣକୁ କିପରି ରଖିବା ଏହା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ପ୍ରାୟତଃ ସମସ୍ତେ ଲୁଣକୁ କୌଣସି ବି ଷ୍ଟିଲର ଡବା କିମ୍ବା ପ୍ଲାଷ୍ଟିକ ଡବା ରେ ରଖିଥାନ୍ତୁ କିନ୍ତୁ ଆପଣଙ୍କୁ କହିରଖୁଛୁ ଯେ ଲୁଣ କୁ ଷ୍ଟିଲ କିମ୍ବା ପ୍ଲାଷ୍ଟିକ ଡବାରେ ରଖିବା ଉଚିତ ନୁହେଁ । କାରଣ ଏହା ଚନ୍ଦ୍ର ଆଉ ଶନିର ମିଳନ ହୋଇଥାଏ ଯାହା କି ବହୁତ ଘାତକ ପ୍ରମାଣିତ ହୋଇପାରେ ।

ଆପଣଙ୍କ ଘରେ ଦୁର୍ଭାଗ୍ୟ ନେଇକି ଆସିପାରେ ରୋଗ ଆଉ ଶୋକର କାରଣ ବନିପାରେ । ଏଥିପାଇଁ ଆପଣଙ୍କୁ କାଚ ପାତ୍ର ରେ ସର୍ବଦା ଲୁଣ ଭରିକି ରଖିବା ଉଚିତ । ଏବଂ ଏଥିସହିତ ଯଦି ଆପଣ କାଚ ପାତ୍ର ରେ ଲୁଣ ଭରି ଆପଣଙ୍କ ଗାଧୁଆ ଘରେ ରଖନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଘରର ବାସ୍ତୁ ଦୋଷ ମଧ୍ୟ କଟିଯାଏ । ଘରୁ ନକାରାତ୍ମକ ଉର୍ଜା ଦୁର ହୁଏ,ଏଥି ସହିତ ଶାସ୍ତ୍ରୀୟ ଦୃଷ୍ଟି କୋଣରୁ ଦେଖାଗଲେ ଘରେ ଥିବା ସୂକ୍ଷ୍ମ କିଟାଣୁ ବ୍ୟାକ୍ଟେରିଆ ଯାହା ଖାଲି ଆଖିରେ ଦେଖାଯାନ୍ତି ନାହିଁ ତାକୁ ମଧ୍ୟ ଏହି ଲୁଣ ଦୁର କରେ ।

ତେବେ ପାଇଖାନା ରେ କାଚ ପାତ୍ର ରେ Crystal salt ରଖିବା ଉଚିତ, ଆଉ ପ୍ରତି ୧୫ ଦିନ ରେ ଥରେ ତାକୁ ବଦଳେଇ ଦେବା ଉଚିତ । ଯଦି ଆପଣ ଏହା ନକରିପାରିବେ ତେବେ ବଜାରରେ ବର୍ତ୍ତମାନ Rock salt lamp ମଧ୍ୟ ମିଳୁଛି ଜାହାକୁ ଆପଣ ଘରେ ସକାରତ୍ମକ ଉର୍ଜାର ବୃଦ୍ଧି ପାଇଁ ବ୍ୟବହାର କରିପାରିବେ । କିନ୍ତୁ ଧ୍ୟାନ ରଖିବେ ଲୁଣକୁ କାଚ ପାତ୍ର ରେ ହିଁ ରଖିବେ । ଏବଂ ସିଧା ସିଧା କୌଣସି ଲୋକଙ୍କୁ ଲୁଣ ଦେବା ଉଚିତ ନୁହେଁ ତେବେ ଆପଣଙ୍କ ଯେବେ ବି ଖାଦ୍ୟ ପରୋସିବା ସମୟରେ ହାତରେ ଚାମଚ ନେଇକି ଯାଆନ୍ତୁ ଏବଂ ଟିକେ ଲୁଣ ଦିଅନ୍ତୁ ଅନ୍ୟଙ୍କ ହାତରେ ଦିଅନ୍ତୁ ନାହିଁ । କାରଣ ଏହା ମଧ୍ୟ ଆପଣଙ୍କ ଭାଗ୍ୟ,ଚିନ୍ତାଧାରା ଉପରେ ପ୍ରଭାବ ପକାଏ । ଏଥି ସହିତ ଲୁଣ ପ୍ୟାକେଟ ମଧ୍ୟ କାହାକୁ ହାତକୁ ହାତ ଦେବା ଉଚିତ ନୁହେଁ କାରଣ ଏହା ଦ୍ୱାରା ମଧ୍ୟ ଆପଣଙ୍କ ଉପରେ ଏହାର ନକାରାତ୍ମକ ପ୍ରଭାବ ପଡିଥାଏ । ଏହା ଦ୍ୱାରା ମନୁଷ୍ୟର ସମ୍ପର୍କ ମଧ୍ୟ ଖରାପ ହୋଇଥାଏ ।

ଲୁଣ ଆମ ଘରର ସହାୟତା କରିଥାଏ କେବଳ ଭିତରେ ନୁହେଁ ବାହାରେ ମଧ୍ୟ ଯଦି ଆପଣ ଚାହିଁବେ କଳା ଲୁଣ ନାଲି କପଡା ରେ ବାନ୍ଧିଦେବା ଦରକାର ଯଦି ଆପଣଙ୍କ ଘରେ ଶନି ଦୋଷ ଅଛି ରାହୁ ଦୋଷ କେତୁ ଦୋଷ ଅଛି ଏବଂ ଯଦି ଆପଣଙ୍କୁ ଲାଗୁଚି ଘରେ କେହି କିଛି କରିଛନ୍ତି,କେହି କିଛି ବାନ୍ଧି ଦେଇଛନ୍ତି କି ଭୂତ ପ୍ରେତ ର ଆଶଙ୍କା ଅଛି ,କୌଣସି ଖରାପ ଶକ୍ତି କିମ୍ବା ନକାରାତ୍ମକ ଶକ୍ତି ଥିଲେ ଆପଣଙ୍କୁ ଘରର ମୁଖ୍ୟ ଦ୍ୱାରାରେ କଲା ଲୁଣ ବାନ୍ଧିବା ଉଚିତ । ଏଥିସହିତ ଏହି ଲୁଣ ଧନ ପାଇଁ ମଧ୍ୟ ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ ।ଯଦି ଆପଣଙ୍କର କୌଣସି ଦୋକନ ଅଛି କିମ୍ବା କୌଣସି institution କିମ୍ବା ଅନ୍ୟ କୌଣସି ବ୍ୟବସାୟ ତେବେ ଆପଣ ଏହି କଳା ଲୁଣ କୁ ନାଲି କପଡା ରେ ବାନ୍ଧି ମୁଖ୍ୟ ଦ୍ୱାରା ରେ ଟାଙ୍କି ଦେଵା ଉଚିତ ।

ଧନ ଅର୍ଜନ ପାଇଁ ଆପଣଙ୍କୁ ଲୁଣ ରେ ଲବଙ୍ଗ ମିଶାଇ କାଚ ପତ୍ର ରେ ରଖିବା ଉଚିତ । ଏହା ଦ୍ୱାରା ନକାରାତ୍ମକ ଉର୍ଜାର ବିନାଶ ହୋଇଥାଏ ଏବଂ ଘରେ ଶାନ୍ତି ଆସିଥାଏ ଏବଂ ଧନର ମଧ୍ୟ ଅନେକ ବୃଦ୍ଧି ଘଟିଥାଏ । ପ୍ରତ୍ୟେକ ଦିନ ସପ୍ତାହ ରେ କେବଳ ଗୁରୁବାର କୁ ଛାଡି ଲୁଣ ପୋଛା ଲଗେଇବା ଉଚିତ ଏହା ଦ୍ୱାରା ଆପଣଙ୍କ ଘରେ ଥିବା ନକାରାତ୍ମକ ଉର୍ଜା କମିଯିବା ସହ ଧନର ବୃଦ୍ଧି ହୋଇଥାଏ ।

Leave a Reply

Your email address will not be published. Required fields are marked *