ଗରିବ ହେବାର ୧୦ଟି ମୁଖ୍ୟ କାରଣ,୯୯ ପ୍ରତିଶତ ଲୋକ କରନ୍ତି ଏହି ଭୁଲ୍ !

ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଜୀବନରେ ସଫଳତା ପାଇବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । ଏବଂ ନିଜ ଜୀବନରେ ସଫଳତା ପାଇବା ପାଇଁ ପ୍ରତିଦିନ ସେମାନେ ଚେଷ୍ଟା କରନ୍ତି | ଏହା ସହିତ ସମସ୍ତ ଲୋକମାନଙ୍କୁ ସଫଳତା ଏକା ସମାନର ମିଳିନଥାଏ | ଯେଉଁଠି କେହି କେହି ଲୋକ ଅଳ୍ପ କଷ୍ଟ ଏବଂ ଅଳ୍ପ ପରିଶ୍ରମରେ ବହୁତ ସଫଳତା ପାଇଯାଆନ୍ତି ତେବେ ଆଉ କେହି କେହି ଅନେକ କଷ୍ଟ ଏବଂ ଅନେକ ପରିଶ୍ରମ ପରେ ମଧ୍ୟ କୌଣସି ପ୍ରକାରର ସଫଳତା ପାଇ ପାରିନଥାନ୍ତି | ହେଲେ ଏହି ଲୋକମାନଙ୍କୁ ସଫଳତା ମିଳେନାହିଁ କାହିଁକି, ଏହା ପଛରେ କାରଣ କଣ । ଯେତେବେଳେ ଅନେକ ଚେଷ୍ଟା ପରେ ମଧ୍ୟ ସଫଳତା ମିଳେନାହିଁ ସେତେବେଳେ ବହୁତ କଷ୍ଟ ହୁଏ ।ଏବଂ ଘରେ ଯେଉ ଅସୁବିଧା ଅଛି, ଯେଉ ଟେନସନ ଅଛି ଯେଉ ରୋଗ ସବୁ ଲାଗିରହିଛି ସେସବୁର କାରଣ କଣ

ବାସ୍ତବରେ ଦରିଦ୍ରତା ଏବଂ ଚିନ୍ତା ଅନେକ ପ୍ରକାର ମାଧ୍ୟମରେ ଘଋକୁ ଆସିଥାନ୍ତି ଏବଂ ଏହାର ଅନେକ ଗୁଡିଏ କାରଣ ମଧ୍ୟ ଅଛି | କିନ୍ତୁ ଆମେ ଆଜି ବାସ୍ତୁ ବିଷୟରେ କଥା ହେବାକୁ ଯାଉଛେ | କରିରଖୁଛୁ ଯେ ଆମେ ଆପଣଙ୍କୁ ଆଜି ଏପରି କିଛି ଉପାୟ ବତେଇବୁ ଯେ ଯେଉଁଥିରେ ଆପଣ ଏବଂ ଆପଣଙ୍କ ପରିବାର ଏହି ସମସ୍ୟା ଗୁଡିକ ମଧ୍ୟରୁ ବାହାରିକୁ ଆସିବେ | ଚାଲନ୍ତୁ ଜାଣିବା ବାସ୍ତୁ ବିଷୟରେ,କେମିତି କରିବା ଏବଂ କଣ କରିବା |

ଯେତେବେଳେ ସବୁକିଛି ଆପଣଙ୍କୁ ଧୂଆଁ ଧୂଆଁ ନଜର ଆସିବ ସେତେବେଳେ ସର୍ବପ୍ରଥମେ ଆପଣ ଦେଖିବେ ଯେ ଆପଣ ଠାକୁରଙ୍କୁ କେଉଁଠି ରଖି ପୂଜା କରୁଛନ୍ତି । କାରଣ ଘରର ଉତ୍ତର-ପୂର୍ବ ଯେଉଁ କୋଣ ଅଛି ଯାହାକୁ ଆମେ ମାନେ ଐଶାନ୍ୟ କୋଣ ବୋଲି କହିଥାଉ ଏବଂ ମନେ ରଖିବେ ପୂଜା ସବୁବେଳେ ସେହି ଜାଗାରେ ହିଁ କରିବା ଉଚିତ । କିନ୍ତୁ ଗୋଟେ କଥାର ଅତ୍ୟନ୍ତ ଧ୍ୟାନ ରଖିବେ ଏହି କୋଣରେ ଆପଣ ଭଗବାନଙ୍କୁ ରଖନ୍ତୁ କିନ୍ତୁ ଭଗବାନଙ୍କ ମୂର୍ତ୍ତି କିମ୍ଭା ଭଗବାନଙ୍କ ଫୋଟୋକୁ ଏମିତି ରଖନ୍ତୁ ଯେମିତି କି ଗଣେଶ ପ୍ରଭୁଙ୍କର ଯେଉ ଫୋଟୋ କିମ୍ଭା ମୂର୍ତ୍ତି ଥିବ ତାହାଲେ ବାହାର ପଟକୁ ରହିବା ଉଚିତ | ଅର୍ଥାତ ତାହା ଘର ଭିତରେ ନୁହେଁ ବରଂ ବାହାରେ ରହିବା ଦରକାର | କାହିଁକି ନା ଗଣେଶ ପ୍ରଭୁଙ୍କ ଫୋଟୋରେ ଦୂତ ମାନଙ୍କର ବାସ ହୋଇଥାଏ | ସେଥିପାଇଁ ଆପଣ ଯେତେବେଳେ ଗଣେଶ ପ୍ରଭୁଙ୍କ ଫୋଟୋକୁ ପୂଜା ପାଇଁ ରଖିବେ ଧ୍ୟାନ ଦେବେ ଯେମିତି ଗଣେଶ ପ୍ରଭୁଙ୍କ ପିଠି ପଟ ଘରର ବାହାରକୁ ରହିବ | ଏହା ବ୍ୟତୀତ ଆପଣ କିଛି କିଛି ଦାନ ମଧ୍ୟ କରନ୍ତୁ, ଆପଣଙ୍କ ରୋଜଗାର ଯେତିକି ହେଉ ନା କାହିଁକି ଆପଣଙ୍କୁ ସେଥିରୁ କିଛି କିଛି ଦାନ କରିବା ନିହାତି ଆବଶ୍ୟକ ଅଟେ |

ଯଦି ଆପଣଙ୍କ ଘରେ କିଛି ଜିନିଷ ଭାଙ୍ଗିଯାଇଛି ଖାସ କରି ଭାଙ୍ଗିଯାଇଥିବା ଆଇନା ଯଦି ଆପଣଙ୍କ ଆଇନା ଭାଙ୍ଗିଯାଇଛି ତାକୁ ସାଇତିକି ନ ରଖି ଫିଙ୍ଗି ଦେବା ଉଚିତ | ତେଣିକି ସେ ଯେତେ ଦାମିକା ହେଉ ଥାଉ ନା କାହିଁକି | ଅନେକ ଥର ଘରେ ଭଙ୍ଗା ବାସନ ମଧ୍ୟ ଦେଖିବାକୁ ମିଳିଥାଏ | ଏମିତି ବାସନ ହଟେଇ ଦିଅନ୍ତୁ ଏବଂ ଅନେକ ଥର ଘଣ୍ଟାରୁ ମଧ୍ୟ କାଚ ଭାଙ୍ଗିଯାଇଥାଏ | ଏବଂ ଘଣ୍ଟାର ଯଦି ବେଟ୍ରି ଖରାପ ହୋଇଯାଇଥିବା କିମ୍ବା ଘଣ୍ଟା ଯଦି ଚାଲୁନଥିବ,ତେବେ ଏହା ଆପଣଙ୍କ ଗତିଵିଧି ଉପରେ ପ୍ରଭାବ ପକାଇଥାଏ | ସେଥିପାଇଁ ଆପଣଙ୍କ ପାଖେ ଥିବା ଅଦରକାରୀ ବାସନ ଅଦରକାରୀ କାଚ ଅଦରକାରୀ ଘଣ୍ଟା ଏ ସବୁ କୁ ଫିଙ୍ଗି ଦିଅନ୍ତୁ |

ଯଦି ଆପଣ ଘର ପୋଛା ମାରୁଛନ୍ତି ତେବେ ସବୁବେଳେ ଲୁଣ ଆଉ ଫିଟିକିରି ମିଶା ପାଣିରେ ହିଁ ପୋଛା ମାରନ୍ତୁ | ଏବଂ ଯଦି ଝାଡୁ ମାରିବା ବେଳେ ଝାଡୁରୁ କିଛି କିଛି ଛିଣ୍ଡି ତଳେ ପଡୁଛି ତାହାଲେ ତାକୁ ଜଲ୍ଦି ଫୋପାଡ଼ି ଦିଅନ୍ତୁ କାରଣ ଏହା ଘର ପାଇଁ ବହୁତ ଅଶୁଭ ହୋଇଥାଏ | ଆପଣ କେବେ ଵି ଘରର ଭଙ୍ଗା ଜିନିଷ ଭଙ୍ଗା କାଚ ସାଇତିକି ରଖନ୍ତୁ ନାହିଁ କାରଣ ଭଙ୍ଗା ଜିନିଷ କେବଳ ନାକାରତ୍ମକ ଶକ୍ତିକୁ ବଢ଼ାଇଥାଏ ନା କି ସକାରତ୍ମକ ଶକ୍ତିଙ୍କୁ | ଏବଂ ମନ ରଖିବେ କି ଘରର ଆଲିଆ ଜିନିଷ କି ଭଙ୍ଗା ଭାଙ୍ଗି ଜିନିଷ ଜମା ଵି ନିଜ ଘରର ଛାତରେ ରଖନ୍ତୁ ନାହିଁ | ବହୁତ ଲୋକ ଏମିତି ଥାନ୍ତି ଯେଉ ମନେ ଘରକୁ ତ ସଜଡ଼ାନ୍ତି କିନ୍ତୁ ଘରର ସବୁ ଭଙ୍ଗା ଭାଙ୍ଗି ଜିନିଷକୁ ନେଇ ନିଜ ଛାତରେ ଥୋଇଦିଅନ୍ତି | ଏବଂ ସେଠାରେ ବୁଧ ଏବଂ ରାହୁ ମିଶି ଗ୍ରହଣ ଦୋଷ ହୋଇ ବସିଯିବେ | ଯାହା ଦ୍ୱାରା ଆପଣଙ୍କ ଜୀବନରେ ବହୁତ ଅସୁବିଧା ଆସିବ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିବ | ଯଦି କାନ୍ଥ ଫାଟି ଯାଇଛି ତାକୁ ମଧ୍ୟ ଆପଣ ଜଲଦି ଠିକ କରନ୍ତୁ | ଯଦି ଆପଣଙ୍କ କବାଟ ବନ୍ଦ କଲା ବେଳେ କିମ୍ବା ଖୋଲିଲା ବେଳେ ଶବ୍ଦ ହେଉଛି ତେବେ ତାହାକୁ ଜଲ୍ଦି ତେଲ ଦେଇ ଠିକ କରି ଦିଅନ୍ତୁ | କାରଣ ଏହି ସବୁ ଜିନିଷ ମଧ୍ୟ ଆପଣଙ୍କୁ ସଫଳତା ପାଇବାକୁ ଦେଇନଥାନ୍ତି |

ଯଦି ଆପଣଙ୍କ ପାଖେ ବହୁତ ହଳ ଜୋତା ଅଛି ତେବେ ଆପଣ ଯାହାକୁ ପିନ୍ଧୁଛନ୍ତି ତାକୁ ରଖି ଅନ୍ୟ ସବୁଠୁ ଅଲଗା ରଖନ୍ତୁ କିମ୍ଭା କାହାକୁ ଦେଇଦିଅନ୍ତୁ | ଏବଂ ଲମ୍ବା ସମୟରୁ ଗୋଟେ ଜାଗାରେ ପଡିଥିବା ଝାଡୁ ମଧ୍ୟ ନାକାରତ୍ମକ ଶକ୍ତିକୁ ବଢ଼େଇ ଦେଇଥାଏ | ଆପଣ ଦୀପାବଳୀ ପୂର୍ବରୁ ସେମିତିକା ଝାଡୁ ଘରୁ ବାହାର କରିଦିଅନ୍ତୁ ଯଦି ଆପଣ ଘଋକୁ ଲଷ୍ମୀଙ୍କୁ ଆଣୁଛନ୍ତି | ଘରର ଭଙ୍ଗା ଝରକାକୁ ମଧ୍ୟ ନ ରଖି ବାହାର କରିଦିଅନ୍ତୁ ଏବଂ ଯଦି ଆପଣ ଧୀରେ ଧୀରେ ଏମିତି ନିଜ ଘରକୁ ସଫା କରିଚାଳିବେ ତେବେ ଆପଣଙ୍କୁ ମଧ୍ୟ ଧୀରେ ଧୀରେ ସଫଳତା ମିଳିଯିବ | ଯଦି ଆପଣଙ୍କ ପାଖେ ବହୁତ କପଡା ଅଛି ତେବେ ତାକୁ ଆପଣ ପୋଟଳୀ କରି ରଖନ୍ତୁ ନାହିଁ କପଡାରେ ରଶି ବନ୍ଧୀକି ରଖି ପାରିବେ କିନ୍ତୁ ପୋଟଳୀ କରିବେ ନାହିଁ |

ଯଦି ଆପଣ ଏହି ଛୋଟ ଛୋଟ କଥାର ଧ୍ୟାନ ରଖିବେ ତେବେ ଆପଣଙ୍କୁ ସଫଳତା ହାସଲ କରିବାରୁ କେହିବି ରୋକି ପାରିବେ ନାହିଁ | ଆପଣମାନେ ଏହି କଥାର ଧ୍ୟାନ ଦେଲେ ଏବଂ ନିଜକୁ ଭଗବାନଙ୍କ ପ୍ରତି ନିଷ୍ଠା ଏବଂ ଭକ୍ତିର ସହକାରେ ସମର୍ପଣ କରିଲେ ତେବେ ଆପଣ ଯଥାଶୀଘ୍ର ଲାଭବାନ ହେବା ସହିତ ଆପଣଙ୍କର ସବୁ ଇଛା ପୂରଣ ହେବ ଏବଂ ଆପଣଙ୍କୁ ଆପଣ ଚାହୁଁଥିବା ସଫଳତା ମଧ୍ୟ ହାସଲ ହେବ |

Leave a Reply

Your email address will not be published. Required fields are marked *