ଦିଅର ବାହାଘରରେ ଭାଉଜଙ୍କର ମସ୍ତି,କଲେ ଏମିତି କିଛି କାର୍ଯ୍ୟ ଯେ ଆଶ୍ଚର୍ଯ୍ୟ ହୋଇଗଲେ ବରଯାତ୍ରୀ,ଦେଖନ୍ତୁ ଭିଡ଼ିଓ

ଦିଅର ଆଉ ଭାଉଜଙ୍କ ସମ୍ପର୍କ ଅତ୍ୟନ୍ତ ମଧୁର ହୋଇଥାଏ । ଭାଉଜ ସମୟ ଆସିବା ବେଳେ ଦିଅରଙ୍କ ମା ମଧ୍ୟ ବନିଯାନ୍ତି ଆଉ ପରିବେଶକୁ ଦେଖି ସାଙ୍ଗ ପରି ମଧ୍ୟ ରୁହନ୍ତି । ଭାଉଜଙ୍କୁ ଘରେ କୌଣସି ବି ଅସୁବିଧା ହେଲେ ସେ ଦିଅରଙ୍କୁ ଖୋଲିକି କୁହନ୍ତି । ତେବେ ଦିଅର ମଧ୍ୟ ନିଜ ଭାଉଜଙ୍କୁ କିଛି ବି ଲୁ-ଚନ୍ତି ନାହିଁ । ଅନେକ ଥର କମ ବୟସ କାରଣରୁ ସେମାନେ ବହୁତ ହସ ମଜାକ ମଧ୍ୟ କରନ୍ତି । ଏମିତି ରେ ଯେତେବେଳେ ଦିଅରଙ୍କ ବିବାହ ହୁଏ ତ ସବୁଠୁ ଅଧିକ ଖୁସି ଭାଉଜଙ୍କୁ ହିଁ ହୋଇଥାଏ ।

ଦିଅରଙ୍କ ବିବାହରେ ଜମେଇକି ନାଚିଲେ ଭାଉଜମାନେ :-

ଦିଅରଙ୍କ ବିବାହରେ ଭାଉଜ ଖୁବ ଉପଭୋଗ କରନ୍ତି ।ତାଙ୍କର ବିବାହରେ ନାଚ ଗୀତ ମଧ୍ୟ ବହୁତ ଚାଲିଥାଏ । ଆଜିକାଲି ଏହିପରି ଦୁଇ ଭାଉଜଙ୍କ ଡ୍ୟାନ୍ସ ସୋସିଆଲ ମିଡ଼ିଆ ରେ ଧୁମ ମଚାଉଛି । ଏହି ଦୁଇଜଣ ଭାଉଜ ନିଜ ଦିଅରଙ୍କ ବିବାହରେ ଏତେ ଖୁସି ହୋଇଛନ୍ତି କି ମନ ଖୋଲି ଡ୍ୟାନ୍ସ କରନ୍ତି । ତାଙ୍କର ଡ୍ୟାନ୍ସ ଭିଡ଼ିଓ ବର୍ତ୍ତମାନ ଲକ୍ଷ ଲକ୍ଷ ହୃଦୟ ଜିତି ପାରିଛି ।

ଏହି ଭାଇରାଲ ଭିଡ଼ିଓ ରେ ଦେଖିପାରିବେ କି ବର ଘୋଡା ଉପରେ ବସିଛି । ତାଙ୍କ ଆଖପାଖ ରେ ଦୁଇ ଜଣ ଭାଉଜ ଛିଡା ହୋଇଛନ୍ତି । ସେ ଦିଅରଙ୍କ ବିବାହରେ ନାଚିକରି ନିଜ ଖୁସି ପ୍ରକାଶ କରିଛନ୍ତି । ଏହି ଭାଉଜ ‘ହମ୍ ଆପକେ ହୈ କୌନ’ ଫିଲ୍ମର ପ୍ରସିଦ୍ଧ ଗୀତ ‘ଲୋ ଚଲି ମେ’ଅପନି ଦେବର କି ବାରାତ୍ ଲେ କେ’ ରେ ଡ୍ୟାନ୍ସ କରନ୍ତି । ନାଲି ଆଉ ଗୋଲାପୀ ଲେହେଁଙ୍ଗା ପିନ୍ଧିକି ଏହି ଭାଉଜମାନେ ଯେତେବେଳେ ଠୁମୁକା ଲଗେଇବା ଆରମ୍ଭ କରନ୍ତି ତ ଲୋକ ଦେଖିକି ରହିଯାନ୍ତି ।

ଭାଉଜମାନଙ୍କ ଡ୍ୟାନ୍ସ ଦେଖି ଖୁସି ହେଲେ ଲୋକ ;-

ଭାଉଜମାନଙ୍କ ନାଚିବା ଦ୍ୱାରା ବିବାହରେ ଗୋଟିଏ ଅଲଗା ପରିବେଶ ବନିଯାଏ । ସମସ୍ତେ ତାଙ୍କର ଡ୍ୟାନ୍ସ ରେ ହଜିଥିବାର ନଜର ଆସନ୍ତି । ଘୋଡା ଉପରେ ବସିଥିଵା ବର ମଧ୍ୟ ନିଜ ଭାଉଜ ମାନଙ୍କୁ ଡ୍ୟାନ୍ସ କରୁଥିବାର ଦେଖି ଝୁମିବାକୁ ଲାଗେ । ଏହି ଭାଉଜଙ୍କ ନାମ ପୂଜା ଏବଂ ସେଫଳି କୁହାଯାଉଛି । ଦୁହେଁ ନିଜ ଦିଅରଙ୍କ ବିବାହରେ ବହୁତ ଉପଭୋଗ କରୁଥିବାର ଦେଖାଯାଉଛନ୍ତି ।

ଭାଉଜମାନଙ୍କର ଡ୍ୟାନ୍ସର ଏହି ସୁନ୍ଦର ଭିଡ଼ିଓ

‘witty_wedding’ ନାମକ ଇଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି । ଏହି ଭିଡ଼ିଓ କୁ ଲୋକ ବହୁତ ପସନ୍ଦ କରୁଛନ୍ତି । ଏହା ଉପରେ ବଢିଆ କମେଣ୍ଟ ମଧ୍ୟ ଆସୁଛି । ଗୋଟିଏ ୟୁଜର ଲେଖିଲେ ‘ବହୁତ ସୁନ୍ଦର ଡ୍ୟାନ୍ସ ‘। ପୁଣି ଆଉ ଜଣେ କହିଲେ ‘ ଦିଅର ବହୁତ ଭାଗ୍ୟବାନ ତାକୁ ଏତେ ସୁନ୍ଦର ପ୍ରେମ କରୁଥିବା ଦୁଇ ଟି ଭାଉଜ ମିଳିଛନ୍ତି । ତାପରେ ଆଉ ଗୋଟିଏ କମେଣ୍ଟ ଆସେ ‘ଦିଅର ଆଉ ଭାଉଜଙ୍କ ମଧ୍ୟରେ ବିବାହ ଶାନଦାର ଲାଗୁଚି ‘ । ତେବେ ସେଇଠି ଆଉ ଜଣେ କହିଲେ ‘ଏମାନେ ତ ବହୁତ କୁଲ ଭାଉଜ ‘।

Leave a Reply

Your email address will not be published. Required fields are marked *