ପେନସନ ପାଉଥିବା ଲୋକଙ୍କ ପାଇଁ ଖୁସିଖବର,ଶେଷ ହୋଇଗଲା ୧୫ହଜାରର ଲିମିଟ

କେନ୍ଦ୍ର ସରକାର ପେନସନ ଧାରୀମାନଙ୍କ ପାଇଁ ଭଲ ଖବର ଦେବାର କାମ କରିଛି । ରିଟାୟାରମେଣ୍ଟ ଫଣ୍ଡ ସଂସ୍ଥା ଅର୍ଥାତ ଇପିଏଫକୁ ଶୀଘ୍ର ହିଁ ନୂଆ ପେନସନ ସ୍କିମ ଆଣିବା ଉପରେ ବିଚାର କରୁଛି । ଏମ୍ପ୍ଲଇ ପେନସନ ସ୍କିମ (EPS) ଜରିଆରେ ଲାଗିଥିବା କୈପ୍ କୁ ମଧ୍ୟ ସରକାର ହଟେଇ ପାରେ । ଆସନ୍ତୁ ଜାଣିବା ଏହାଦ୍ୱାରା ଆପଣଙ୍କ ଜୀବନରେ କଣ ପ୍ରଭାବ ପଡିବ ।

ବର୍ତ୍ତମାନରେ କଣ ରହିଛି EPSର ସୀମା ?

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ସମୟରେ ସର୍ବାଧିକ ପେନସନ୍ ଯୋଗ୍ୟ ବେତନ ମାସକୁ ୧୫,୦୦୦ ଟଙ୍କା ମଧ୍ୟରେ ସୀମିତ ରହିଛି । ଅର୍ଥାତ ଆପଣଙ୍କ ଦରମା ଯେତେ ହେଉନା କାହିଁକି, କିନ୍ତୁ ପେନସନର ହିସାବ କେବଳ ୧୫,୦୦୦ ଟଙ୍କା ହେବ । ଏହି ସୀମା ହଟାଇବାକୁ ନେଇକି ମାମଲା କୋର୍ଟରେ ଚାଲିଛି ।

ବର୍ତ୍ତମାନ ଏହା ଅଛି EPS ର ନିୟମ :-

ଯଦି ଆପଣ ଚାକିରୀ କରୁଛନ୍ତି ତେବେ ଆପଣ ମଧ୍ୟ EPS ର ସଦସ୍ୟ ଜରୁର ହୋଇଥିବେ । ଇପିଏସ୍ ଅଧୀନରେ, କର୍ମଚାରୀ ତାଙ୍କ ବେତନର ୧୨ ପ୍ରତିଶତ ଇପିଏସ୍ ଆକାଉଣ୍ଟରେ ରଖନ୍ତି ଏବଂ ତା’ପରେ ସେହି ସମାନ ପରିମାଣତର ଟଙ୍କା ମଧ୍ୟ ତାଙ୍କ କମ୍ପାନୀ ଦେଇଥାଏ,କିନ୍ତୁ ଏହାର ଗୋଟିଏ ଅଂଶ ୮.୩୩ ପ୍ରତିଶତ ମଧ୍ୟ ଇପିଏସ୍ କୁ ଯାଇଥାଏ । କିନ୍ତୁ ୧୫ ହଜାର ଟଙ୍କାର ସୀମା ହେତୁ ଯାହା ସମୁଦାୟ ପେନସନ୍ ହେଉଛି ୧୨୫୦ ଟଙ୍କା ହୋଇଥାଏ ।

EPS ହିସାବ କରିବାର ଫର୍ମୁଲାକୁ ଜାଣି ନିଅନ୍ତୁ :-

ମାସିକ ପେନସନ୍ = (ପେନସନ୍ ଯୋଗ୍ୟ ଦରମା x EPS ଅବଦାନର ବର୍ଷ ) / ୭୦ ।

ଏଠାରେ, ଧରାଯାଉ କର୍ମଚାରୀ ୧ସେପ୍ଟେମ୍ବର ୨୦୧୪ ପରେ EPS ରେ ଅବଦାନ ଆରମ୍ଭ କରନ୍ତି, ତେବେ ପେନସନ୍ ଅବଦାନ ୧୫,୦୦୦ ଟଙ୍କା ହେବ । ଧରାଯାଉ ତାଙ୍କର ୩୦ ବର୍ଷ ପାଇଁ ଚାକିରି ଥିଲା ।

ମାସିକ ପେନସନ୍ = ୧୫,୦୦୦ X ୩୦ / ୭୦ ।

ମାସିକ ପେନସନ୍ = ୬୪୨୮ ଟଙ୍କା ।

ଆପଣଙ୍କ ସୂଚନା ପାଇଁ,ଆପଣଙ୍କୁ କହିରଖୁଛୁ ଯେ ଯେତେବେଳେ କର୍ମଚାରୀ ଅବସର ନେବେ, ସେତେବେଳେ ପେନସନ୍ ଗଣନା ପାଇଁ ସର୍ବାଧିକ ବେତନ ମାତ୍ର ୧୫ ହଜାର ଟଙ୍କା ବୋଲି ଧରାଯାଏ ।

Leave a Reply

Your email address will not be published. Required fields are marked *