ଆଜିର ରାଶିଫଳ : ୦୬ ଏପ୍ରିଲ ୨୦୨୨, ବୁଧବାର : ଆଜି ଏହି ରାଶିର ଲୋକଙ୍କୁ କୁଟିଳ ପ୍ରବୃତ୍ତିର ଲୋକଙ୍କ ଠାରୁ ଦୂରେଇ ରହିବାକୁ ହେବ। କର୍କଟ ରାଶି,କନ୍ୟା ରାଶି, କୁମ୍ଭ ରାଶି ଏହି ରାଶିଙ୍କ ପାଇଁ ରହିବ ଖାସ।

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ରହିଛି। ରାଶିଫଳ ବାହାର କରିବା ସମୟରେ ପଞ୍ଚାଙ୍ଗ ଗଣନା ଏବଂ ସଠିକ ଖଗୋଳୀୟ ବିଶ୍ଳେଷଣ କରା ଯାଇଥାଏ। ଦୈନିକ ରାଶିଫଳରେ ସବୁ ୧୨ଟି ରାଶି ଉପରେ ଭବିଷ୍ୟତର ଫଳ କୁହା ଯାଇଛି। ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ ବନେଇବା ପାଇଁ ସଫଳ ରହିବ। ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ଦେବା ନେବା , ପରିବାର ତଥା ବନ୍ଧୁଙ୍କ ସହିତ ସମ୍ବନ୍ଧ, ସ୍ବାସ୍ଥ୍ୟ ଏବଂ ଦିନସାରା ହେବାକୁ ଥିବା ଶୁଭ ଏବଂ ଅଶୁଭ ଘ-ଟ-ଣାର ଭବିଷ୍ୟତ ଫଳ ହୋଇଥାଏ। ଆସନ୍ତୁ ଜାଣିବା ଗ୍ରହର ଚଳନ ଯୋଗୁଁ କିପରି ରହିବ ଆଜିର ଦିନ।

ମେଷ ରାଶି :-

ଆଜି ଆପଣ ଅଧିକ କାର୍ଯ୍ୟ ବ୍ୟସ୍ତରେ ରହିବେ। ତଥାପି ଆପଣଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ କେନ୍ଦ୍ରିତ କରିବା ଉଚିତ। ନୂଆ ବ୍ୟବସାୟ ଆପଣଙ୍କ କରିବା ପାଇଁ ଆପଣ ନିଷ୍ପତ୍ତି ନେଇ ପାରନ୍ତି। କଳା ପ୍ରତି ରୁଚି ରଖୁଥିବା ଲୋକଙ୍କୁ ଉତ୍ତମ ଅବସର ମିଳିପାରେ। ସନ୍ତାନଙ୍କ ପକ୍ଷରୁ ସୁଖଦ ସମାଚାର ମିଳିପାରେ।

ବୃଷ ରାଶି :-

ଜୀବନସାଥୀଙ୍କ ସହିତ ଉତ୍ତମ ସଂପର୍କ ସ୍ଥାପନ ହେବ। ଆପଣଙ୍କୁ ପରିବାର ଲୋକଙ୍କ ଠାରୁ ସଠିକ ସମୟରେ ସହଯୋଗ ପ୍ରାପ୍ତ ହେବ। ଶାରୀରିକ ଓ ମାନସିକ ରୂପରେ ଆପଣ ସୁସ୍ଥ ରହିବେ। କୌଣସି ପୁରୁଣା ବନ୍ଧୁଙ୍କ ସହିତ ଦେଖା ସାକ୍ଷାତ ହୋଇପାରେ।ଚାକିରି କ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିବାର ଯୋଗ ରହିଛି। ଆପଣଙ୍କର ଲାଜୁଆ ସ୍ଵଭାବ ଯୋଗୁଁ ଲୋକେ ଆପଣଙ୍କୁ ପସନ୍ଦ କରିବେ।

ମିଥୁନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। କୌଣସି ବ୍ୟକ୍ତିଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆପଣଙ୍କୁ ଅଯଥା କଥାରେ ଲୋକଙ୍କ ସହିତ ବିବାଦ କରିବା ଉଚିତ ନୁହେଁ, ଏହାଦ୍ଵାରା ସୋନ ହିଁ ସମସ୍ୟାରେ ପଡ଼ି ପାରନ୍ତି।ପରିବାରରେ କୌଣସି ସଦସ୍ୟଙ୍କ ସ୍ବାସ୍ଥ୍ୟ ଖରାପ ହୋଇପାରେ। ପିଲାମାନଙ୍କ ପାଠପଢ଼ାକୁ ନେଇ ଚିନ୍ତିତ ରହି ପାରନ୍ତି।

କର୍କଟ ରାଶି :-

ପାରିବାରିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ପ୍ରୟାସ କରନ୍ତୁ। ଚାକିରି କ୍ଷେତ୍ରରେ ଆପଣଙ୍କ କାର୍ଯ୍ୟ ପ୍ରଣାଳୀ ଉପରେ ବରିଷ୍ଠ ଅଧିକାରୀ ପ୍ରସନ୍ନ ହେବେ। କାରବାରରେ ଆପଣଙ୍କୁ ବହୁତ ଲାଭ ମିଳିବାର ଯୋଗ ରହିଛି। ସାମାଜିକ କାର୍ଯ୍ୟାନୁଷ୍ଠାନରେ ଯୋଗଦାନ କରିବେ। ଆମଦାନୀର ନୂଆ ସ୍ରୋତ ହାସଲ କରିବେ।

ସିଂହ ରାଶି :-

କାର୍ଯ୍ୟକ୍ଷେତ୍ରରେ କିଛି କର୍ମଚାରୀଙ୍କ ସହିତ ଆପଣଙ୍କର ବିବାଦ ହୋଇପାରେ। ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ସାବ୍ୟସ୍ତ ହେବ।ବ୍ୟାପାର କରୁଥିବା ଲୋକଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ। ଅବିବାହିତ ଥିବା ଲୋକଙ୍କ ପାଇଁ ବିବାହର ପ୍ରସ୍ତାବ ଆସିପାରେ। ପରିବାର ଲୋକଙ୍କ ସହିତ କୌଣସି ଭ୍ରମଣରେ ଯାଇ ପାରନ୍ତି।

କନ୍ୟା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ରହିବ। ଆପଣ ଧର୍ମକର୍ମ କାର୍ଯ୍ୟରେ ଯୋଗଦାନ କରିବେ। ରୋଜଗାର ନଥିବା ଲୋକଙ୍କୁ ଆଶାନୁରୂପ ଚାକିରି ମିଳିପାରେ। ବିବାହିତ ଦମ୍ପତ୍ତି ପରସ୍ପର ସହିତ ଉତ୍ତମ ସମୟ ଅତିବାହିତ କରିବେ। ପରିବାରରେ ବୃଦ୍ଧ ଲୋକଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଖର୍ଚ୍ଚ ପ୍ରତି ନିୟନ୍ତ୍ରଣ ରଖନ୍ତୁ।

ତୁଳା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପୈତୃକ ସମ୍ପତ୍ତି ପ୍ରାପ୍ତ ହୋଇପାରେ। ଆପଣଙ୍କୁ ନିଜ ଖାଦ୍ୟପେୟ ଉପରେ ସର୍ବଦା ନିୟନ୍ତ୍ରଣ ରଖିବା ଆବଶ୍ୟକ।ଅଯଥା ବିବାଦରେ ସାମିଲ ହୁଅନ୍ତୁ ନାହିଁ। ଆପଣ ଶାରୀରିକ ଓ ମାନସିକ ରୂପରେ ଦୁର୍ବଳତା ଅନୁଭବ କରି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।

ବିଛା ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ।ଚାକିରି କ୍ଷେତ୍ରରେ ଆପଣ ଉନ୍ନତି ଲାଭ କରିବେ। କାରବାରରେ ଆପଣ ଧନଲାଭ କରି ପାରନ୍ତି।ପରୀକ୍ଷାର୍ଥୀ ମାନେ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ କରିବେ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ। ଘରର ଆର୍ଥିକ ପରିସ୍ଥିତି ସୁଦୃଢ ରହିବ।

ଧନୁ ରାଶି :-

ଆଜି ଆପଣଙ୍କର ଘରୋଇ କାର୍ଯ୍ୟରେ ବାଧା ଉତ୍ପନ୍ନ ହୋଇପାରେ। ଶତ୍ରୁ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରି ପାରନ୍ତି।କୌଣସି ବ୍ୟକ୍ତି ଆପଣଙ୍କ ସହିତ ବିଶ୍ବାସଘାତକତା କରି ପାରନ୍ତି, ତେଣୁ ସତର୍କ ରୁହନ୍ତୁ। ସମାଜରେ ଆପଣ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ।ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟରେ ଅଧିକ ଲାଭବାନ ହେବେ।

ମକର ରାଶି :-

ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରନ୍ତି।କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ସୁଖଦ ସମାଚାର ମିଳିପାରେ।ମାନସିକ ଓ ଶାରିରୀକ ରୂପରେ ଆପଣ ସୁସ୍ଥ ରହିବେ। ଦାମ୍ପତ୍ୟ ଜୀବନ ସୁଖମୟ ରହିବ।କାରବାରରେ ଅଗ୍ରଗତି କରିବା ପାଇଁ ଆପଣଙ୍କୁ କୌଣସି ଅନୁଭବୀ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ନେବା ଉଚିତ।ଆପଣଙ୍କର ସମସ୍ତ ଅଭିଳାଷା ପୂରଣ ହେବ।

କୁମ୍ଭ ରାଶି :-

ବ୍ୟବସାୟିକ କାର୍ଯ୍ୟ ପାଇଁ ଆପଣ ଆଜି କୌଣସି ସ୍ଥାନକୁ ଯାତ୍ରା କରି ପାରନ୍ତି। ଭୁଲ କାର୍ଯ୍ୟରୁ ନିବୃତ ରୁହନ୍ତୁ, ନଚେତ ପରିଣାମ ଭୟଙ୍କର ହୋଇପାରେ। ଆଜି ଘରକୁ ଅତିଥିଙ୍କ ଆଗମନ ହୋଇପାରେ।ପରିବାରର ସମସ୍ତ ଦାୟିତ୍ୱ ପୂରଣ କରନ୍ତୁ। ସାମାନ୍ୟ କଥାରେ କ୍ରୋଧ କରନ୍ତୁ ନାହିଁ, ଏହା ଆପଣଙ୍କ ସ୍ବାସ୍ଥ୍ୟ ପକ୍ଷେ ହାନିକାରକ ଅଟେ। ଟଙ୍କା ସଞ୍ଚୟ ଉପରେ ସର୍ବଦା ଧ୍ୟାନ ଦିଅନ୍ତୁ।

ମୀନ ରାଶି :-

ଆଜିର ଦିନଟି ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଶତ୍ରୁ ଆପଣଙ୍କୁ ଭୟ କରି ପାରନ୍ତି।ଚାକିରି କ୍ଷେତ୍ରରେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଆପଣ ଅଧିକ ଲାଭବାନ ହେବେ। ପ୍ରେମୀ ଯୁଗଳ ପରସ୍ପର ସହିତ ସମୟ ଅତିବାହିତ କରିବେ।ଅଚାନକ ଆପଣଙ୍କୁ ଧନ ପ୍ରାପ୍ତି ହେବାର ଯୋଗ ରହିଛି।

Leave a Reply

Your email address will not be published. Required fields are marked *