ବ୍ୟାଟ୍ସମ୍ୟାନ୍ ରୁ ସିଙ୍ଗର ବନିଲେ ବିରାଟ କୋହଲି,ଗୀତ ଶୁଣି ଲୋକ କହିଲେ – ଅବସର ପରେ ପ୍ରଫେସନାଲ୍ ସିଙ୍ଗର ବନିଯିବ ।

ବିରାଟ କୋହଲିଙ୍କ ଗଣନା ଦେଶ ବିଦେଶର ପ୍ରସିଦ୍ଧ କ୍ରିକେଟର୍ସଙ୍କ ଭିତରେ ହୋଇଥାଏ । ସେ ଜଣେ ବହୁତ ବଢିଆ ବ୍ୟାଟ୍ସମ୍ୟାନ ଅଟନ୍ତି । ଆଜିକାଲି ବିରାଟ ଆଇପିଏଲ୍ ୨୦୨୨ କୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ରୟଲ୍ ଚ୍ୟାଲେଞ୍ଜର୍ ବାଙ୍ଗାଲୋର ତରଫରୁ ଖେଳୁଛନ୍ତି । ତେବେ ଏହି ଥର ସେ ଟିମ୍ ର ଅଧିନାୟକ ନୁହନ୍ତି । RCB ଏବେ ପର୍ଯ୍ୟନ୍ତ ଦୁଇଟି ମ୍ୟାଚ ଖେଳିଛି । ଏଥିରୁ ସେ ଗୋଟିଏ ଜିତିଥିବା ବେଳେ ଅନ୍ୟଟି ହରିଯାଇଛି । ତେବେ ଆଜି ଆମେ ଆପଣଙ୍କୁ ବିରାଟଙ୍କ ଖେଳ ଅବା ଆଇପିଏଲ୍ ବିଷୟରେ କହୁନାହୁଁ । ବରଂ ଆମେ ଆପଣଙ୍କୁ ବିରାଟଙ୍କ ନୂଆ ଟ୍ୟାଲେଣ୍ଟ ସିଙ୍ଗିଙ୍ଗର ଝଲକ ଦେଖାଉଛୁ ।

ବ୍ୟାଟ୍ସମ୍ୟାନ ରୁ ଗୀତଗାଇବାକୁ ଲାଗିଲେ ବିରାଟ :-

କ୍ରିକେଟ କୁ କିଛି ସମୟ ପାଇଁ ସାଇଡ ରେ ରଖି ଦେଖିବା ତ ବିରାଟ ବାକି ସବୁ ଜିନିଷକୁ ନେଇ ମଧ୍ୟ ଫ୍ୟାନ୍ସଙ୍କ ପ୍ରିୟ ଅଟନ୍ତି ।ତାଙ୍କ ଲୁକ୍ ଏବଂ ଷ୍ଟାଇଲ୍ ପ୍ରାୟତ ହେଡଲାନ ରେ ରହିଥାଏ । ତେବେ ତାଙ୍କ ବ୍ୟକ୍ତିତ୍ୱର ମଧ୍ୟ ଅନେକ ଲୋକ ଦିୱାନା ଅଟନ୍ତି । ଏହି କାରଣରୁ ମଧ୍ୟ ବ୍ରାଣ୍ଡ ଙ୍କର ମଧ୍ୟ ପ୍ରଥମ ପସନ୍ଦ ଅଟନ୍ତି । ତେବେ କ୍ରିକେଟ,ମଡେଲିଙ୍ଗ ବ୍ୟତୀତ ବିରାଟ ଙ୍କ ଭିତରେ ଗାଇବାର ବି କଳା ରହିଛି । ତାଙ୍କର ଏହି ଅନୋଖା ଟ୍ୟାଲେଣ୍ଟ ନିକଟରେ ହିଁ ଗୋଟିଏ ଭିଡ଼ିଓ ମାଧ୍ୟମରେ ଦେଖିବାକୁ ମିଳିଥିଲା ।

ଆଇପିଏଲ୍ ମ୍ୟାଚ ମଝିରେ ବିରାଟଙ୍କ ଏକ ଗୀତ ଗାଉଥିବା ଭିଡ଼ିଓ ବହୁତ ଭାଇରାଲ ହେଉଛି । ଏହି ଭିଡ଼ିଓ ରେ କୋହିଲି ‘ଜୋ ୱାଦା କିୟା ନିଭାନା ପଡେଗା ‘ ଗୀତ ଗାଉଥିବାର ଦେଖା ଦେଇଛନ୍ତି । ଏହି ସମୟରେ ସେ କ୍ରିକେଟ ବୋର୍ଡଙ୍କ ଅଫିସିଆଲ୍ କୋର୍ଟ ପିନ୍ଧିଛନ୍ତି । ଅର୍ଥାତ ସେ କ୍ରିକେଟର ହିଁ କେଉଁ କାଯ୍ୟକର୍ମ ରେ ତାଙ୍କର ଟ୍ୟାଲେଣ୍ଟ ଦେଖାଉଛନ୍ତି । ବିରାଟଙ୍କ ସହ ଷ୍ଟେଜରେ ଜଣେ ମହିଳା ମଧ୍ୟ ଦେଖା ଯାଉଛନ୍ତି ।

ପ୍ୟାନ୍ସଙ୍କୁ ପସନ୍ଦ ଆସିଲେ ସିଙ୍ଗର କୋହଲି :-

ବିରାଟ ଗୀତ ଗାଉଥିବା ବେଳେ ବହୁତ ସୁନ୍ଦର ଆଉ ନିରୀହ ଦେଖାଯାଉଥିଲେ । ତାଙ୍କର ଏହି ଅବତାର ଫ୍ୟାନ୍ସ କେବେ ଦେଖିନଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି କି ବିରାଟ ଗୀତ ସମ୍ପୂର୍ଣ୍ଣ ସୁର ଆୟ ତାଳ ସହ ଗାଉଛନ୍ତି । ତାଙ୍କୁ ଗୀତ ଗାଉଥିବାଟ ଶୁଣିବାକୁ କାନ ଆଉ ଆଖି କୁ ବହୁତ୍ ଭଲ ଲାଗିଥାଏ । ତେବେ କହିରଖୁଛୁ କି ଏହି ଭିଡ଼ିଓ ଟିକେ ପୁରୁଣା ଅଟେ । କିନ୍ତୁ ଆଇପିଏଲର ଚର୍ଚ୍ଚା ଭିତରେ ପୁଣି ଭାଇରାଲ ହେଉଛି ।

ବିରାଟଙ୍କ ଗୀତ ଗାଇବାବେଳେ ଏହି ଭିଡିଓକୁ ଭାରତର ଜଣାଶୁଣା ବ୍ୟବସାୟୀ ହର୍ଷ ଗୋଏଙ୍କା ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଭିଡ଼ିଓ ସହିତ ସେ କ୍ୟାପସନ ରେ ଲେଖିଛନ୍ତି ” ବିରାଟ କୋହଲି ଙ୍କୁ ଗୀତ ଗାଉଥିବାର ଦେଖି ଭଲ ଲାଗିଲା ।” ଫ୍ୟାନ୍ସ ବିରାଟଙ୍କର ଏହି ସିଙ୍ଗିଙ୍ଗ ଭିଡିଓକୁ ବହୁତ ପସନ୍ଦ କରୁଛନ୍ତି । ସମସ୍ତେ ବିରାଟଙ୍କର ଏହି ଟ୍ୟାଲେଣ୍ଟକୁ ପ୍ରସଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *