ମନ୍ଦିରରେ ଦ୍ୱିତୀୟ ବିବାହ କରୁଥିଲା ପତି,ମଣ୍ଡପରେ ଚୁପଚାପ ପହଞ୍ଚିଗଲା ପ୍ରଥମ ପତ୍ନୀ,ଆଉ ତାପରେ ଯାହା ହେଲା…ଜାଣନ୍ତୁ ପୁରା ଘଟଣା

ବିବାହର ବନ୍ଧନ ପ୍ରେମ ଆଉ ଭରଷା ଉପରେ ତ୍ରିଷ୍ଠି ରହିଥାଏ । କିଛି ଲୋକ ଏହି ଭରଷାର ଭୁଲ୍ ଫାଇଦା ଉଠେଇବାକୁ ଲାଗିଥାନ୍ତି । ଆମ ଦେଶରେ ଆଇନ ଅନୁଯାୟୀ ପ୍ରଥମ ପତ୍ନୀ ଥିବା ସମୟରେ ଦ୍ୱିତୀୟ ବିବାହ କରିବା ବେଆଇନ ଅଟେ । ଏହି ଆଇନକୁ ଜାଣିବା ପରେ ମଧ୍ୟ କିଛି ଲୋକ ଏହାର ମଜାକ୍ ଉଡାଇବାରେ ପଛାନ୍ତି ନାହିଁ । ତେବେ ଅନେକ ଥର ଏହାର ଫଳାଫଳ ଖରାପ ହୋଇଥାଏ ।

ଛତିଶଗଡ଼ର ଜଣେ ବିବାହିତ ପୁରୁଷଙ୍କ ସହିତ ମଧ୍ୟ କିଛି ଏମିତି ହି ହେଲା । ପ୍ରଥମ ପତ୍ନୀ ଥାଇ ମଧ୍ୟ ଏହି ପୁରୁଷ ଦ୍ଵିତୀୟ ପତ୍ନୀ ଆଣିବାର ପ୍ରସ୍ତୁତି କରୁଥିଲା । ସେ ଗୋଟିଏ ଝିଅକୁ ପ୍ରେମରେ ମଧ୍ୟ ଫସେଇ ଦେଇଥିଲା । ସେ ମନ୍ଦିରର ତାର ଦ୍ଵିତୀୟ ବିବାହ କରିବାକୁ ଯାଉଥିଲା । ତେବେ ଏହାର ଖବର ତାଙ୍କ ପ୍ରଥମ ପତ୍ନୀଙ୍କୁ ଲାଗିଗଲା । ଜାଣନ୍ତୁ ତାପରେ କଣ ହେଲା ।

ଘଟଣାଟି ହେଉଛି ଯାଂଜଗିର୍ – ଚମ୍ପା ଜିଲାର

ବିବାହରେ ଠକାମୀର ଏହି ଘଟଣା ଯାଂଜଗିର୍ – ଚମ୍ପା ଜିଲାରୁ ସାମ୍ନାକୁ ଆସିଛି । ଏଠାରେ ବଲୌଦା ବଜାରରେ ରହୁଥିବା ସୋମ ପ୍ରକାଶ ନାରାୟଣ ଜାୟସୱାଲ୍ ଙ୍କ ବିବାହ ଦାମିନି ସହ ହୋଇଥିଲା । ଦାମିନୀ ଯାଂଜଗିର୍ ର ବିରା ଅଞ୍ଚଳରେ ରହୁଥିଲା । ଦୁହିଁଙ୍କର ବିବାହ ୭ମଇ ୨୦୧୭ ରେ ପୁରା ନିତି ନିୟମ ଆୟ ସମାଜର ସ୍ୱୀକୃତି ସହ ହୋଇଥିଲା ।

ଦାମିନିଙ୍କ ଅଭିଯୋଗ ଏହା କି ଶଶୁରଘର ତାଙ୍କୁ ବାଇକ ଆଉ ୨ଲକ୍ଷ ଟଙ୍କା ଯୌତୁକ ରେ ଦେବାର ଦାବି କରୁଥିଲେ । ଏହି ସମୟରେ ଦାମିନିର ଆଇଟିଆଇ ର ପରୀକ୍ଷା ଥିଲା । ଏମିତିରେ ୧୫ ଜୁଲାଇ ୨୦୧୭ ମସିହାକୁ ତାଙ୍କ ଶଶୁର ଦାମିନିଙ୍କୁ ବାପା ଘରେ ଛାଡ଼ିଦେଇ ଆସିଥିଲେ । ଏଥିସହିତ କହିଥିଲେ କି ଯୌତୁକ ବ୍ୟବସ୍ଥା ହେବା ପରେ ଯାଇ ଶଶୁର ଘରେ ପାଦ ରଖିବ ।

ସାମାଜିକ ବୈଠକରେ ହେଲା ଶାଶୁଘର ଯିବାର ନିଷ୍ପତ୍ତି :-

ଦାମିନି ପରୀକ୍ଷା ଦେଇଦେଲା କିନ୍ତୁ ଏହା ପରେ ଶାଶୁଘରୁ ତାଙ୍କୁ କେହି ନେବାକୁ ଆସିଲେ ନାହିଁ । ତାପରେ ଦାମିନି ଶଶୁର ଲେଖ ରାମ ଜାୟସୱାଲ୍ ଙ୍କ କଥା ଘରଲୋକଙ୍କୁ କହିଲେ । ସେତେବେଳେ ୧୦ଜୁନ ୨୦୧୮ ରେ ସାମାଜିକ ବୈଠକ ଡକାଯାଇଥିଲା । ଏହି ବୈଠକରେ ନିସାବ ହେଲା କି ଦାମିନିଙ୍କୁ ଶାଶୁଘର ଲୋକ ସମ୍ମାନର ସହ ସାଥିରେ ଘରକୁ ନେଇଯିବାକୁ ହେବ ।

ତେବେ ବୈଠକ ପରେ ଶଶୁରଘର ଲୋକ ତାଙ୍କ କଥାରୁ ଓହରିଯାଇଥିଲେ । ସେମାନେ ଯୌତୁକ ବିନା ଦାମିନିଙ୍କୁ ନେଇ ଯିବାକୁ ରାଜି ହିଁ ନଥିଲେ । ଦାମିନିର କହିବାର ଥିଲା କି ଶାଶୁଘର ଲୋକ ତାଙ୍କୁ ମାନସିକ ରୂପରେ ହଇରାଣ ମଧ୍ୟ କରୁଛନ୍ତି । ତେବେ ଏହି ସମୟରେ ତାଙ୍କୁ ଏମିତି ଖବର ମିଳିଲା ଯାହାକୁ ଶୁଣି ତାଙ୍କର ହୋସ୍ ଉଡ଼ିଗଲା ।

ମନ୍ଦିରରେ ଜମେଇକି କଲେ ହଙ୍ଗାମା :-

ବାପଘରେ ରହିଥିବା ଦାମିନିଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଠାରୁ ଖବର ମିଳିଲା କି ତାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି । ସେ କୌଣସି ବଡ଼ ମଠ ମନ୍ଦିରରେ ଦ୍ଵିତୀୟ ବିବାହ କରିବାର ପ୍ରସ୍ତୁତି କରୁଥିଲା । ବିବାହର ପୁରା କାଯ୍ୟକର୍ମ ଚୁପଚାପ ଚାଲି ଥିଲା ଯାହାଦ୍ୱାରା କାହାକୁ ଖବର ଜଣାପଡିବ ନାହିଁ । ଖବର ମିଳିବା ପରେ ଦାମିନି ସିଧା ଯାଇ ମନ୍ଦିରରେ ପହଞ୍ଚିଗଲା ।

ସେଠାରେ ସେ କଥାଟି ସତ ବୋଲି ଜାଣିବାକୁ ପାଇଲେ ।

ତାଙ୍କ ସ୍ୱାମୀ ଦ୍ୱିତୀୟ ଥର ବିବାହ କରୁଥିଲେ । ଏହା ଉପରେ, ଦାମିନୀ ତାଙ୍କ ବାପଘର ଲୋକଙ୍କ ସହିତ ମିଶି ଆତଙ୍କ ସୃଷ୍ଟି କଲେ । ଯେତେବେଳେ ଝଗଡା ବଢିଲା, ସଙ୍ଗେ ସଙ୍ଗେ ପୋଲିସ ମଧ୍ୟ ଠିକ ସମୟରେ ଘଟଣାସ୍ଥଳରେ ପହଞ୍ଚିଲା । ଏହା ପରେ ଉଭୟ ପକ୍ଷଙ୍କୁ ପୋଲିସ ଷ୍ଟେସନକୁ ଡକାଯାଇଥିଲା । ସେଠାରେ ଉଭୟ ପକ୍ଷରୁ ଅଭିଯୋଗ କରାଯାଇଥିଲା । ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *