ଏଠାରେ ଶସ୍ତାରେ ମିଳୁଛି ଏସି,ପଙ୍ଖା ଏବଂ ରେଫ୍ରିଜରେଟର ! ମୂଲ୍ୟ ୯୯୯ ରୁ ଆରମ୍ଭ !

ଯଦି ଆପଣ ନୂଆ ଏୟାର୍ କଣ୍ଡିଶନର କିମ୍ୱା ଏୟାର୍ କୁଲର କିଣିବାର ଯୋଜନା କରୁଛନ୍ତି,ତେବେ ଆମାଜନରେ ଜବରଦସ୍ତ ସେଲ ଚାଲିଛି । ଏହି ସେଲ୍ ରେ ଆପଣଙ୍କୁ ଡିସ୍କାଉଣ୍ଟରେ ଅନେକ ଜିନିଷ ମିଳିବ । ଏହା ସହିତ ୟୁଜର୍ସଙ୍କୁ ବ୍ୟାଙ୍କ ଡିସ୍କାଉଣ୍ଟ ଆଉ କୂପନର ମଧ୍ୟ ଲାଭ ମିଳିବ ।

ଖରାଦିନ ଆସିବା ମାତ୍ରେ ହିଁ ଇ – କମର୍ସ ପ୍ଲାଟଫର୍ମରେ ସେଲ୍ ଆରମ୍ଭ ହୋଇଗଲାଣି । ଆମାଜନରେ ସମର ଆପ୍ଲାୟଂସ ସେଲ୍ ଚାଲିଛି,ଯେଉଁଥିରେ ୬୦ପ୍ରତିଶତ ପର୍ଯ୍ୟନ୍ତର ରିହାତି ମଧ୍ୟ ମିଳୁଛି । ଆମାଜନ ସେଲ୍ ରେ ଗ୍ରାହକମାନଙ୍କୁ ଫେଡେରାଲ୍ ବ୍ୟାଙ୍କ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡରେ ୧୦ପ୍ରତିଶତ ରିହାତି ମିଳୁଛି ।ଯଦିଓ,ଇ-କମର୍ସ ପ୍ଲାଟଫର୍ମ ସେଲ୍ ତାରିଖର ଘୋଷଣା କରିନାହାନ୍ତି । ଅର୍ଥାତ ସେଲ୍ କେବେ ଯାଏଁ ଚାଲିବ,ଏହାର ସୂଚନା ମିଳିନାହିଁ ।

ଆମାଜନ ସେଲ୍ ରେ ଗ୍ରାହକମାନେ ୪୦ପ୍ରତିଶତ ପର୍ଯ୍ୟନ୍ତର ଏୟାର୍ କୁଲର କିଣି ପାରିବେ । ଏହା ବ୍ୟତୀତ ଏହି ସେଲରେ ପ୍ରାରମ୍ଭିକ ମୂଲ୍ୟ ୯୯୯ ଟଙ୍କାରେ ପଙ୍ଖା ମିଳୁଛି । ଇନଭର୍ଟର ଏବଂ ଷ୍ଟାବିଲାଇଜର୍ ଉପରେ ମଧ୍ୟ ୪୦ ପ୍ରତିଶତର ରିହାତି ମିଳୁଛି,ତେବେ ୱାଟ ପ୍ୟୁରିଫାୟର ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି। ଯଦି ଆପଣ ନୂଆ ଏସି କିଣିବାକୁ ଯୋଜନା କରୁଛନ୍ତି,ତେବେ ଏହି ସେଲ୍ ରେ ୪୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି,ଆଉ ରେଫ୍ରିଜିରେଟର ପ୍ରାରମ୍ଭିକ ମୂଲ୍ୟ ୬୭୯୦ଟଙ୍କାରେ ମିଳୁଛି ।

ଏସି ଉପରେ କଣ ରହିଛି ଅଫର୍ :-

କମ୍ପାନୀ ବିଭିନ୍ନ ଜିନିଷ ଉପରେ ଆକର୍ଷଣୀୟ ଅଫର୍ ଦେଉଛି ।ଏହି ସେଲ୍ ରେ ୧ଟନ କ୍ଷମତା ବିଶିଷ୍ଟ ସ୍ପ୍ଲିଟ୍ ଆଡର୍ କଣ୍ଡିସନରକୁଆପଣ ପ୍ରାରମ୍ଭିକ ମୂଲ୍ୟ ୨୨,୪୯୯ ଟଙ୍କା ମୂଲ୍ୟରେ କିଣି ପାରିବେ । ତେବେ ୧.୫ ଟନ କ୍ଷମତା ବିଶିଷ୍ଟ ଏସି ର ମୂଲ୍ୟ ୩୮,୯୯୦ଟଙ୍କାରୁ ଆରମ୍ଭ ହେଉଛି । ସେଇଠି ୱିଣ୍ଡୋ ଏସି ରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ରିହାତି ମିଳୁଛି । ଏହା ବ୍ୟତୀତ ଆମାଜନ୍ ସେଲ୍ ରେ ୨୦୦୦ ଟଙ୍କାର ଏକ କୁପନ୍ ରିହାତି ମଧ୍ୟ ମିଳୁଛି ।

ରେଫ୍ରିଜିରେଟର୍ ଉପରେ ମିଳୁଛି ରିହାତି :-

ଏୟାର୍ କଣ୍ଡିଶନର ବ୍ୟତୀତ ୟୁଜର୍ସଙ୍କୁ ରେଫ୍ରିଜିରେଟର୍ ଉପରେ ମଧ୍ୟ ଆକର୍ଷଣୀୟ ଅଫର୍ ମିଳୁଛି । ୟୁଜର୍ସ ୯୭୯୦ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ସିଙ୍ଗଲ ଡୋର୍ ରେଫ୍ରିଜିରେଟର୍ କିଣି ପାରିବେ । ତେବେ ଡ଼ବଲ୍ ଡୋର୍ ଆଉ ଟ୍ରିପଲ୍ ଡୋର୍ ରେଫ୍ରିଜିରେଟର୍ ର ମୂଲ୍ୟ ୨୫,୪୯୯ ଟଙ୍କାରୁ ଆରମ୍ଭ ହେଉଛି ।ସାଇଡ ବୟ ସାଇଡ ରେଫ୍ରିଜିରେଟର ଉପରେ ଗ୍ରାହକମାନଙ୍କୁ ୪୦ପ୍ରତିଶତ ରିହାତି ମିଳୁଛି । ଏଥି ସହିତ ୟୁଜର୍ସଙ୍କୁ ୩୦୦୦ ଟଙ୍କାର କୂପନ ରିହାତି ମଧ୍ୟ ଏହି ପ୍ରଡ଼କ୍ଟ ଉପରେ ମିଳୁଛି ।

Leave a Reply

Your email address will not be published. Required fields are marked *