ସିଜିନ ଆରମ୍ଭ ପୂର୍ବରୁ ଆମ୍ବକୁ ମିଳିଲା ଜେଡ ପ୍ଲସ୍ ସୁରକ୍ଷା,ତୋଳିବା ତ ଦୂରର କଥା ପାଖକୁ ବି ଯାଇପାରିବେ ନାହିଁ ଆପଣ ।

ଗରମ ଦିନ ଆସିଗଲାଣି । ଏମିତି ପରିସ୍ଥିତିରେ କିଏ ବା କେମିତି ଫଳର ରାଜା ଆମ୍ବକୁ ଅଣଦେଖା କରିପାରିବ । ଖରା ଦିନ ଆସିବା ମାତ୍ରେ ହିଁ ଲୋକ ଆମ୍ବକୁ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ସହରରେ ଲୋକ ବଜାରକୁ ଆମ୍ବ ଆସିବାର ଅପେକ୍ଷା କରିଥାନ୍ତି ତେବେ ଅନ୍ୟପଟେ ଗାଁର ଲୋକ ନିଜ ଘର ପାଖରେ ହିଁ ଆମ୍ବ ଗଛ ଲଗେଇଥାନ୍ତି । କାରଣ ଗରମ ଦିନରେ ତାଙ୍କୁ ତାଜା ତାଜା ରସିଲା ଆମ୍ବ ଖାଇବାର ଆନନ୍ଦ ମିଳିପାରିବ ।

ଜେଡ ପ୍ଲସ୍ ସୁରକ୍ଷା ମଧ୍ୟରେ ଆମ୍ବ :-

ଏମିତିରେ ଯେଉଁ ଲୋକ ନିଜ ଘରେ କିମ୍ୱା ବଗିଚାରେ ଆମ୍ବ ଗଛ ଲଗେଇଥାନ୍ତି । ସେ ଲୋକ ତ ଏହି ଋତୁରେ ତାଙ୍କ ଆମ୍ବର ସୁରକ୍ଷା ପାଇଁ ନିଜେ ହିଁ ଚୌକିଦାର ବନିଯାନ୍ତି । ଏବେ ଯଦି ରାସ୍ତାରେ ଯାଉଥିବା ବେଳେ କାହା ନଜର ଗଛ ଉପରେ ପଡ଼ିଯାଏ ତାହେଲେ ତାକୁ ଛିଡେଇ ନଖାଇବା ଯାଏଁ କାହାର ମନ ବା କେମିତି ମାନିଥାଏ । ଏଥିପାଇଁ ଲୋକ ଆମ୍ବ ଗଛରେ ଫଳ ଆସିବା ମାତ୍ରେ ହିଁ ତାର ଦେଖାଶୁଣା କରିବାରେ ଲାଗିଯାନ୍ତି

ଏହିପରି କିଛି ଏଠାରେ ମଧ୍ୟ ଦେଖିବାକୁ ମିଳୁଛି । ଏଠାରେ ଗଛରେ ଲାଗିଥିବା ଏହି ଆମ୍ବକୁ ଜେଡ ପ୍ଲସର ସୁରକ୍ଷା ମିଳିଯାଇଛି । ଆପଣ ବି ଭାବୁଥିବେ ଯେଉଁ ସୁରକ୍ଷା ବଡ଼ ବଡ଼ ନେତାମାନଙ୍କୁ ଦିଆଯାଏ । ତାକୁ ଏହି ସାଧାରଣ ଆମ୍ବ ପାଇଁ କାହିଁକି ? ତେବେ ଆପଣଙ୍କୁ କହିରଖୁଛୁ କି ଏହା କୌଣସି ଆମ୍ବ ସୁରକ୍ଷା ବଳ ନୁହେଁ । ଏପରିକି ଏହି ସୁରକ୍ଷା ବଳର ନିୟୋଜନରେ ଭଲ ଲୋକମାନେ ମଧ୍ୟ ପାଖକୁ ଯିବାକୁ ଭୟ କରୁଛନ୍ତି ।

ଏହି ଜେଡ ପ୍ଲସ ସୁରକ୍ଷା ଭିତରକୁ ପ୍ରବେଶ କରିବା ସହଜ ନୁହେଁ :-

କେବଳ ଏତିକି ନୁହେଁ ଏହା ଯୋଗୁ ଲୋକ ପଥର ମାରି ଏହାକୁ ଝଡେଇବାକୁ ମଧ୍ୟ ଭାବିବେ ନାହିଁ । ଆଜିକାଲି ଆପଣ ମଧ୍ୟ ସୋସିଆଲ ମିଡିଆରେ ଏହି ଫୋଟୋ ଦେଖିଥିବେ । ଯେଉଁଠି ଗୋଟିଏ ଆମ୍ବକୁ ଜେଡ ପ୍ଲସର ସୁରକ୍ଷା ମିଳିଛି । ଏହି ଫୋଟୋରେ ଦେଖାଯାଉଥିବା ଏହି ଜେଡ ପ୍ଲସ ସୁରକ୍ଷାକୁ ଭେଦ କରିବା ଏତେ ବି ସହଜ ନୁହେଁ ।

ଏହି ଫୋଟୋରେ ଆପଣ ଦେଖିପାରୁଥିବେ କି ଏହି ସୁରକ୍ଷା ଆଉ କେହି ନୁହେଁ ବରଂ ମହୁମାଛିମାନେ କରୁଛନ୍ତି । ତେବେ ମହୁମାଛି ବିଷୟରେ ତ ଆପଣ ଅଜ୍ଞାନ ନଥିବେ । ଏମିତିରେ ମହୁମାଛିର ଫେଣା ଭିତରକୁ ଟେକା ମାରି ଆମ୍ବ ତୋଳିବାର ଭୁଲ୍ କିଏ ଭଲା କାହିଁକି କରିବ । ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଫୋଟୋରେ ଆପଣ ଦେଖିପାରୁଥିବେ କି ଗୋଟେ ଆମ୍ବ ମହୁମାଛିର ବସା ରେ ଓହଳିକି ରହିଛି ।

କ୍ୟାପସନ – ସିଜନର ପ୍ରଥମ ଆମ୍ବ ଜେଡ ପ୍ଲସ ସୁରକ୍ଷା ସହ :-

ସୋସିଆଲ ମିଡିଆରେ ଭାଇରାଲ ଏହି ଫୋଟୋ ସହିତ କ୍ୟାପସନ ରେ ଲେଖା ହୋଇଛି କି ସିଜିନର ପ୍ରଥମ ଆମ୍ବ,ତାହା ମଧ୍ୟ ଜେଡ ପ୍ଲସର ସୁରକ୍ଷା ସହ । ଲୋକ ଏହି ଫୋଟୋକୁ ଦେଖିବା ପରଠାରୁ ହିଁ ଆମ୍ବ ଖାଇବା ପାଇଁ ଚାହିଁକି ରହିଛନ୍ତି,କିନ୍ତୁ ମହୁମାଛିର ଏହି ଜେଡ ପ୍ଲସ ସୁରକ୍ଷା ମଧ୍ୟରେ ଆମ୍ବ ରହିଥିବାରୁ ଲୋକ ଏହାକୁ ଖାଇବେ ବା କଣ, ତା ପାଖକୁ ଯିବାକୁ ବି ଚାହୁଁନାହାନ୍ତି ।

Leave a Reply

Your email address will not be published. Required fields are marked *