ଜଙ୍ଗଲରେ ୧୫ବର୍ଷର ଝିଅକୁ ୩ଜଣ ମୁସ୍ଲିମ ଯୁବକ କଲେ ବଳାତ୍କାର,ପ୍ରଶାସନ ତିନି ଜଣଙ୍କ ଘର ଉପରେ ଚଳେଇଲେ ବୁଲଡୋଜର

ସ୍ୟୋପୁର ( ମଧ୍ୟପ୍ରଦେଶ ) : ନିକଟରେ ମଧ୍ୟପ୍ରଦେଶର ଶୋପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ୧୫ବର୍ଷର ଏକ ନିରୀହ ଝିଅ ସହ ତିନି ଜଣ ରାକ୍ଷସ ଦୁଷ୍କର୍ମ କରିଛନ୍ତି । ନାବାଳିକାଙ୍କୁ ତାଙ୍କ ବନ୍ଧୁଙ୍କ ସହ ଏକୁଟିଆ ପାଇ ତିନି ଜଣ ଅମଣିଷଙ୍କ ଉଦ୍ଦେଶ୍ୟ ବିଗିଡି ଯାଇଥିଲା ଏବଂ ଜଙ୍ଗଲ ରେ ତିନିଜଣ ନିରୀହ ଝିଅଟିକୁ ବଳାତ୍କାର କରିଥିଲେ ।

ଗଣବଳାତ୍କାରର ତିନିଜଣ ଅଭିଯୁକ୍ତଙ୍କ ନାମର ଖୁଲାସା ହୋଇସରିଛି ଏବଂ ତାଙ୍କ ଘର ଉପରେ ପ୍ରଶାସନଙ୍କ ବୁଲଡୋଜର ମଧ୍ୟ ଚାଲିଯାଇଛି । କୁହାଯାଉଛି କି ୧୫ବର୍ଷର ଆଦିବାସୀ ଝିଅ ସହିତ ଖରାପ କାମ କରିଥିବା ରାକ୍ଷସମାନଙ୍କ ନାମ ହେଉଛି ମୋହାସିନ୍,ରିୟାଜ୍ ଏବଂ ସହବାଜ । ତିନିଜଣ ଅଭିଯୁକ୍ତ ମୁସ୍ଲିମ ଅଟନ୍ତି । ମାର୍ଚ୍ଚ ୧୭ରେ ତିନିଜଣ ୧୫ବର୍ଷୀୟ ଝିଅ ସହ ଦୁଷ୍କର୍ମ କରିଥିଲେ ।

ନାବାଳିକାଙ୍କୁ ବଳାତ୍କାର କରିଥିବା ତିନି ଅଭିଯୁକ୍ତ ମୋହସିନ୍, ରିୟାଜ୍ ଏବଂ ସେହବାଜଙ୍କ ବିରୋଧରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଲୋକମାନେ ତିନି ଅଭିଯୁକ୍ତଙ୍କ ବିରୋଧରେ ଉଚିତ୍ ରୁ ଉଚିତ୍ କାର୍ଯ୍ୟନୁଷ୍ଠାନ ପାଇଁ ଦାବି କରିଥିଲେ ଏବଂ ପ୍ରଶାସନ ତାଙ୍କ ବେଆଇନ ଘର ଉପରେ ବୁଲଡୋଜର ଚଳାଇ ତାଙ୍କୁ ବଡ଼ ଝଟକା ଦେଲା ଏବଂ ଅଭିଯୁକ୍ତମାନଙ୍କୁ କଡ଼ା ସନ୍ଦେଶ ମଧ୍ୟ ଦେଲେ ।

ପ୍ରଶାସନ,ରାଜସ୍ୱ ବିଭାଗ ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ଘର ଭାଙ୍ଗିଥିଲେ…

ମାର୍ଚ୍ଚ ୧୭ ରେ ଅଭିଯୁକ୍ତମାନେ ଏହି ଦୁଷ୍କର୍ମ କରିଥିଲେ ଏବଂ ମାର୍ଚ୍ଚ ୨୦ ରେ ପ୍ରଶାସନ ମଧ୍ୟ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ପ୍ରଶାସନ ଗଣବଳାତ୍କାରର ଅଭିଯୁକ୍ତ ମାନଙ୍କ ଘରକୁ ଜେସିବି ସାହାଯ୍ୟରେ ଭାଙ୍ଗିଦେଇଛି ।
ରାଜସ୍ୱ ବିଭାଗ ଏବଂ ମ୍ୟୁନିସିପାଲିଟି କର୍ମଚାରୀମାନେ ମଧ୍ୟ ଏହି କାର୍ଯ୍ୟରେ ପ୍ରଶାସନକୁ ସମର୍ଥନ କରିଥିଲେ ।

୨ଘଣ୍ଟା ମଧ୍ୟରେ ଭାଙ୍ଗି ଦିଆଯାଇଥିଲା ଅଭିଯୁକ୍ତଙ୍କ ଘର ।

ରାଜସ୍ୱ ବିଭାଗ ଏବଂ ମ୍ୟୁନିସିପାଲିଟି କର୍ମଚାରୀଙ୍କ ସହ ପ୍ରଶାସନ ଯେତେବେଳେ ଅଭିଯୁକ୍ତଙ୍କ ଘର ଭାଙ୍ଗିବା ପାଇଁ ସେଠାରେ ପହଂଚିଲା ଆଖ ପାଖରେ ବହୁତ ଭିଡ ଜମା ହୋଇଯାଇଥିଲା । ଲୋକମାନେ ଅଭିଯୁକ୍ତଙ୍କ ଘର ଭାଙ୍ଗିବାର ଭିଡିଓ ତିଆରି କରିବାକୁ ଲାଗିଗଲେ ଏବଂ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ କରିଦିଆଗଲା । ଗୋଟିଏ ପରେ ଗୋଟିଏ ତିନି ମୁସଲମାନ ଅଭିଯୁକ୍ତ ମୋହସିନ୍, ରିୟାଜ୍ ଏବଂ ସହବାଜଙ୍କ ଘର ୨ଘଣ୍ଟା ମଧ୍ୟରେ ଜେସିବି ମେସିନ୍ ସହିତ ଭାଙ୍ଗି ଦିଆଯାଇଥିଲା ।

ଜଣେ ଅଭିଯୁକ୍ତର ସ୍ଥାୟୀ ଫସଲ ମଧ୍ୟ ଉଚ୍ଛେଦ କରାଯାଇଥିଲା…

ପ୍ରଶାସନ କେବଳ ଅଭିଯୁକ୍ତଙ୍କ ଘରକୁ ଭାଙ୍ଗି ଦେଇନାହିଁ ବରଂ ଜଣେ ଅଭିଯୁକ୍ତଙ୍କ କ୍ଷେତର ଫସଲକୁ ମଧ୍ୟ ଉପାଡି ଦେଇଛି। ଜଣେ ଅଭିଯୁକ୍ତର ପଲିଟେକ୍ନିକ୍ କଲେଜ ନିକଟରେ ଥିବା ଜମିରେ ଗହମ ଫସଲ ଲାଗିଥିଲା,ପ୍ରଶାସନ ତା ଉପରେ ମଧ୍ୟ ବୁଲଡୋଜର ଚଲେଇଦେଲା ଆଉ ଫସଲ ନଷ୍ଟ କରିଦେଲା ।

ଏହା ହେଉଛି ସମ୍ପୁର୍ଣ୍ଣ ଘଟଣା…

ଘଟଣାଟି ହେଉଛି ୧୭ମାର୍ଚ୍ଚର,ଏଠାରେ ସ୍ୟୋପୁରର ବାଲାପୁର ବସ୍ତିରେ ଜଣେ ନାବାଳିକା ତାଙ୍କର କୌଣସି ସମ୍ପର୍କୀୟଙ୍କୁ ଭେଟିବାକୁ ଏକୁଟିଆ ଯାଉଥିଲେ । ରାସ୍ତାରେ ହିଁ ତାଙ୍କୁ ତାଙ୍କ ବନ୍ଧୁ ମିଳିଗଲା ଆଉ ତାପରେ ଦୁହେଁ ଜଙ୍ଗଲ ଆଡକୁ ଯିବାକୁ ଲାଗିଲେ । ସେତେବେଳେ ହିଁ ସେଠାକୁ ତିନିଜଣ ଯୁବକ ରିୟାଜ୍,ମୋହାସିନ୍ ଏବଂ ସହବାଜ ଆସିଗଲେ ।

ତିନିଜଣ ସୁଯୋଗର ଫାଇଦା ଉଠେଇ ନାବାଳିକାକୁ ବଳତ୍କାର କରିଥିଲେ । ସେ ଝିଅଟି ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ । ଏହାଦ୍ୱାରା ଝିଅଟିର ସାଙ୍ଗ ଡରିକି ଦୌଡ଼ି ପଳାଇଲା । ତିନିଜଣଙ୍କ ବିରୋଧରେ ପୋଲିସ ଦ୍ଵାରା ପୋସ୍କୋ ଆକ୍ଟ ଅନୁଯାୟୀ ମାମାଲା ରୁଜୁ କରିଦିଆ ଗଲା ଏବଂ ତିନି ଜଣଙ୍କୁ ପୋଲିସ ଧରି ମଧ୍ୟ ଦେଲା ।

ଏହି ଘଟଣାକୁ ନେଇକି ଆଖ ପାଖର ଲୋକମାନେ ବହୁତ ରାଗିଥିବାର ଦେଖିବାକୁ ମିଳୁଛ । ଲୋକମାନେ ଅଭିଯୁକ୍ତଙ୍କ ବିରୋଧରେ ୟୁପି ଲାଇନରେ ଅପରାଧୀଙ୍କ ବେଆଇନ ଘର ଭାଙ୍ଗିବାକୁ ଦାବି କରିଥିଲେ ଏବଂ ପ୍ରଶାସନ ମଧ୍ୟ ସେମାନଙ୍କ ଘରେ ବୁଲଡୋଜର୍ ଚଳାଇଦେଲା ।

Leave a Reply

Your email address will not be published. Required fields are marked *