ଆମ୍ ଆଦମୀ ପାର୍ଟି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଇଛି । ଏଥିମଧ୍ୟରେ କ୍ରିକେଟର ହରଭଜନ ସିଂହ, ପଞ୍ଜାବର ଆପ ସହ-ଦାୟିତ୍ୱରେ ଥିବା ରାଘବ ଚଡ୍ଡା, ଆଇଆଇଟି ଦିଲ୍ଲୀର ପ୍ରଫେସର ସନ୍ଦୀପ ପାଠକ, ଲଭଲି ପ୍ରଫେସନାଲ ୟୁନିଭରସିଟି ଚାନ୍ସେଲର ଅଶୋକ ମିତ୍ତଲ ଏବଂ କୃଷ୍ଣ ପ୍ରାଣ ବ୍ରେସ୍ଟ କ୍ୟାନ୍ସର କେୟାର ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ସଞ୍ଜୀବ ଆରୋରା ସାମିଲ ଅଛନ୍ତି ।
ଅଶୋକ ମିତ୍ତଳ… ଇଏ ହେଉଛି ସେହି ନାମ ଯାହା ଆଜି ଅଚାନକ ସମସ୍ତଙ୍କ ତୁଣ୍ଡରେ ଅଛି । କାରଣ,ଆମ ଆଦମି ପାର୍ଟି ଅଶୋକ ମିତ୍ତଲ୍ ଙ୍କୁ ପଞ୍ଜାବ ରୁ ଆମର ରାଜ୍ୟସଭାର ପ୍ରାର୍ଥି ଘୋଷଣା କରିଛନ୍ତି । ମିତ୍ତଲଙ୍କ ନାମ ହୁଏତ ଅଧିକାଂଶ ଲୋକଙ୍କୁ ଜଣା ନଥାଇପାରେ, କିନ୍ତୁ ଲଭଲି ପ୍ରଫେସନାଲ ୟୁନିଭରସିଟିର ନାମ ନିଶ୍ଚିତ ଭାବରେ କେହି ନା କେହି ଶୁଣିଥିବେ । ଅଶୋକ ମିତ୍ତଲ ଏହି ବିଶ୍ୱବିଦ୍ୟାଳୟର କୁଳପତି ଅଟନ୍ତି। ଅଶୋକାଙ୍କ ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ଅଟେ । ଆସନ୍ତୁ ଆମେ ଆପଣଙ୍କୁ କହିବୁ ।
୧୯୬୧ : ପିତା ୫୦୦ ଟଙ୍କାର କରଜ ନେଇ ମିଠା ଦୋକାନ ଆରମ୍ଭ କରିଥିଲେ :-
ଅଶୋକ ମିତ୍ତଳଙ୍କ ପୂର୍ବରୁ ତାଙ୍କ ପିତା ସ୍ବର୍ଗତ ବଳଦେବ ରାଜ ମିତ୍ତଳଙ୍କ ବିଷୟରେ ଜାଣିବା ଜରୁରୀ ଅଟେ । ବଳଦେବ ରାଜସ୍ଥାନରେ ମିଲେଟ୍ରିରେ ଠିକାଦାର ଥିଲେ । ତାଙ୍କର ତିନୋଟି ପୁଅ ହେଉଛନ୍ତି ରମେଶ,ନରେଶ ଏବଂ ଅଶୋକ ମିତ୍ତଲ । ନିଜ ପିଲାମାନଙ୍କର ଭବିଷ୍ୟତ ସୁରକ୍ଷିତ କରିବା ପାଇଁ ବଳଦେବ ୧୯୬୧ ରେ ୫୦୦ ଟଙ୍କାର କରଜ ନେଇ ଜଲନ୍ଦର କ୍ୟାଣ୍ଟନ୍ ମେଣ୍ଟ ଅଞ୍ଚଳ ରେ ଗୋଟିଏ ମିଠା ଦୋକାନ ଖୋଲିଲେ । ଏହାର ନାମ ଲଭଲି ସ୍ୱିଟ୍ ହାଉସ ରଖିଥିଲେ ।
ସର୍ବ ପ୍ରଥମେ ୧୯୬୮ରେ ବଡ଼ ପୁଅ ରମେଶ ମିତ୍ତଳ ପିତାଙ୍କର ଏହି ବ୍ୟବସାୟ କୁ ଆଗକୁ ବଢ଼େଇବା ପାଇଁ ଏକାଦଶ ପରେ ପାଠ ପଢା ଛାଡିଦେଲେ । ଏହା ପରେ ୧୯୭୭ରେ ଦ୍ୱିତୀୟ ପୁଅ ନରେଶ ମଧ୍ୟ ବ୍ୟବସାୟରେ ଜଡିତ ହେଲେ । ଦେଖୁ ଦେଖୁ ଲଭଲି ସ୍ୱିଟ୍ ହାଉସ ପ୍ରସିଦ୍ଧ ହୋଇଗଲା । ୧୯୮୬ରେ ଏହା ଜଲନ୍ଦରର ସବୁଠୁ ପ୍ରତିଷ୍ଠିତ ଆଉ ବଡ଼ ମିଠା ଦୋକାନ ହୋଇଗଲା । ୧୯୮୪ ରେ ଅଶୋକ ମଧ୍ୟ ବ୍ୟବସାୟ ରେ ପାଦ ରଖିଥିଲେ । ୨୦୦୪ ରେ ବଳଦେବ ରାଜ ମିତ୍ତଲ୍ ଙ୍କର ଦେହାନ୍ତ ହୋଇଗଲା ।
୧୯୯୧ : ଅଶୋକ ଗାଡିଗୁଡ଼ିକର ଡିଲରସିପ୍ କାର୍ଯ୍ୟ ଆରମ୍ଭ କରିଥିଲେ :-
ଅଶୋକ ପଢିବା ସାଥିରେ ପିତାଙ୍କ ମିଠା ଦୋକାନ ରେ ମଧ୍ୟ କାମ କରୁଥିଲେ । ସେ ତାଙ୍କ ବଡ଼ ଭାଇ ଙ୍କୁ ସାହାଯ୍ୟ କରୁଥିଲେ । ପାଠପଢା ସମାପ୍ତ ହେଲା ତ ୧୯୯୧ ରେ ଅଶୋକ ଅଟୋମୋବାଇଲ ସେକ୍ଟର ରେ ବ୍ୟବସାୟ ଆରମ୍ଭ କଲେ | ବଜାଜ କମ୍ପାନୀର ଡିଲରସିପ୍ ନେଇ ଗଲେ | ୧୯୯୬ ରେ ମାରୁତି ସୁଜୁକିର ଡିଲରସିପ୍ ନେଇଥିଲେ | ଦେଖୁ ଦେଖୁ ଅଶୋକ ପଞ୍ଜାବର ସର୍ବୋଚ୍ଚ ଅଟୋମୋବାଇଲ୍ ଡିଲର ବନିଗଲେ |
ଆଗକୁ ଏମିତି ଚାଲିଲା ତାଙ୍କ ସଫର :-
୨୦୦୧ : ଅଶୋକ ନିଜ ପିତା ବଲଦେବ ରାଜ ମିତ୍ତଲ ସଂରକ୍ଷଣରେ ଫଙ୍ଗବାଡାରେ ୩.୫ ଏକର ଜମି ନେଇ କଲେଜ ପ୍ରତିଷ୍ଠା କରିଥିଲେ |
୨୦୦୫ : ଅଶୋକ ମିତ୍ତଲଙ୍କ ଲଭଲି କଲେଜକୁ ପ୍ରାଇଭେଟ ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଗଲା | ବର୍ତ୍ତମାନ ଏହି ଲଭଲି ପ୍ରଫେସନାଲ୍ ୟୁନିଭରସିଟି ନାମରେ ସାରା ଦୁନିଆରେ ଜଣାଶୁଣା ଅଟେ |
୨୦୨୨ : ପ୍ରାୟ ୫୦ ଟି ଦେଶରୁ ୪୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପଢ଼ନ୍ତି | ବର୍ତ୍ତମାନ ଏହା ୬୦୦ ଏକରକୁ ବିସ୍ତାର ହୋଇସାରିଛି | ଏଠାରେ ୩୬୦୦ ରୁ ଅଧିକ ଶିକ୍ଷକ ଶିକ୍ଷାଦାନ କରନ୍ତି | ଲଭଲି ଗ୍ରୁପ୍ ର ବାର୍ଷିକ କାରବାର ପ୍ରାୟ ୮୫୦ କୋଟିର ହୋଇସାରିଛି |
ପରିବାରର ତୃତୀୟ ପିଢ଼ି ସମ୍ଭାଳିଲେ ଏହି କରବାର :-
ଅଶୋକ ମିତ୍ତଲ,ନରେଶ ଏବଂ ରମେଶ ମିତ୍ତଲଙ୍କ ସହ ୨୦୦୨ ରେ ପରିବାରର ତୃତୀୟ ପିଢ଼ି ମଧ୍ୟ ବ୍ୟବସାୟ କୁ ସମ୍ଭାଳି ନେଲେ | ତିନି ଭାଇଙ୍କ ମଧ୍ୟରୁ ସବୁଠାରୁ ବଡ଼ ହେଉଛନ୍ତି ରମେଶ ମିତ୍ତଲ | ତାଙ୍କ ପୁଅ ଅମିତ ଏବଂ ଅମାନ ମଧ୍ୟ ବ୍ୟବସାୟକୁ ସମ୍ଭାଳି ସାରିଛନ୍ତି | ଦ୍ୱିତୀୟ ନମ୍ବରରେ ନରେଶ ମିତ୍ତଲଙ୍କ ପୁଅ ଶୈଷବ ମିତ୍ତଲ ଏବଂ ବୈଭବ ମିତ୍ତଲ ମଧ୍ୟ ଲଭଲି ଗ୍ରୁପରେ ଯୋଗ ଦେଇସାରିଛନ୍ତି | ସବୁଠାରୁ ଛୋଟ ହେଉଛନ୍ତି ଅଶୋକ ମିତ୍ତଲ | ତାଙ୍କ ପୁଅ ପ୍ରଥମ୍ ମିତ୍ତଲ ମଧ୍ୟ ଲଭଲି ଗ୍ରୁପକୁ ଆଗକୁ ନେବାକୁ ଲାଗିପଡ଼ିଛନ୍ତି | ଅଶୋକଙ୍କ ପତ୍ନୀ ରଶ୍ମୀ ମିତ୍ତଲ ଲଭଲି ପ୍ରଫେସନାଲ ୟୁନିଭରସିଟିର ପ୍ରୋ-ଚାନ୍ସଲର ଅଟନ୍ତି |