ସରକାରଙ୍କ ବଡ ଘୋଷଣା: ରୋଷେଇ ଗ୍ୟାସର ସବସିଡିକୁ ନେଇ ନୂତନ ଯୋଜନା, ଜାଣନ୍ତୁ କାହା ଆକାଉଣ୍ଟକୁ ଆସିବ ସବସିଡି ଟଙ୍କା…

ସବୁବେଳେ ସରକାରଙ୍କ ଦ୍ୱାରା ସମସ୍ତ ଯୋଜନାରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳିଥାଏ । ଏହାଦ୍ବାରା ଜନ ସମାଜର ମଙ୍ଗଳ ହୋଇଥାଏ । ତେବେ ଲୋକେ ଏହାକୁ ସହଜରେ ଗ୍ରହଣ କରିନିଅନ୍ତି । କାହିଁକି ନା ସରକାରଙ୍କୁ ଏ ଦେଶର ଲୋକମାନେ ଭଗବାନ ହିସାବରେ ବିବେଚନା କରିଥାନ୍ତି । ତେଣୁ ତାଙ୍କ ଆଦେଶକୁ ସହଜରେ ପାଳନ କରିନିଅନ୍ତି । ତେବେ ବର୍ତ୍ତମାନ ସମୟରେ ରୋଷେଇ ଗ୍ୟାସ ସବସିଡିକୁ ନେଇ ଏକ ନୂତନ ନିୟମ ଆସିଅଛି ।

ଗ୍ରାହକ ମାନଙ୍କୁ ସିଲିଣ୍ଡରର ସବସିଡ଼ି ପାଇଁ ଏକ ବଡ଼ ଖବର ମିଳିପାରେ । ଘରୋଇ ଗ୍ୟାସର ଦାମ ବୃଦ୍ଧି ନେଇ ଏକ ନୂତନ ଯୋଜନା ଆସିଅଛି । ଆପଣ ସମସ୍ତେ ଜାଣିଥିବେ ଯେ , ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ଯୋଗୁଁ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ଏ ସବୁ ମଧ୍ୟରେ ସୂଚନା ମିଳିଅଛି କି, ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ ୧୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଯାହା ଗ୍ରାହକ ମାନଙ୍କର ମୁଣ୍ଡ ବୁଲାଇ ଦେଇଛି ।

ତେବେ ଏସବୁ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ମତ ପ୍ରକାଶ ପାଇନାହିଁ । କିନ୍ତୁ ଆନ୍ତରିକ ମୁଲ୍ୟରୁ ମିଳିଥିବା ସୂଚନା ଅନୁଯାୟୀ, ସିଲିଣ୍ଡର ପାଇଁ ଗ୍ରାହକ ମାନେ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ଅଛନ୍ତି । ତେବେ ସୂଚନା ମୁତାବିକ, ଏଲପିଜି ସିଲିଣ୍ଡର ଉପରେ ସରକାର ଦୁଇଟି ଆଭିମୁଖ୍ୟ ଗ୍ରହଣ କରିପାରିବେ । ତେବେ ପ୍ରଥମତଃ ସରକାର ବିନା ସବସିଡିରେ ସିଲିଣ୍ଡର ଯୋଗାଇ ଦେଇପାରନ୍ତି । ଆଉ ଦ୍ୱିତୀୟତଃ କିଛି ଚୟନିୟ ଗ୍ରାହକ ମାନଙ୍କୁ ବିନା ସବସିଡ଼ିରେ ସିଲିଣ୍ଡର ଯୋଗାଇ ଦେଇପାରନ୍ତି ।

ତେବେ ସବସିଡ଼ି ଉପରେ ସରକାର ଏପର୍ଯ୍ୟନ୍ତ କୋୖଣସି ମନ୍ତବ୍ୟ ପ୍ରକାଶ କରିନାହାଁନ୍ତି । କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ , ୧୦ ଲକ୍ଷ ଟଙ୍କାର ଆୟ ବଳବତ୍ତର ରହିବ । ଆଉ ଏହାବ୍ୟତୀତ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ମାନଙ୍କୁ ସବସିଡ଼ିର ଲାଭ ମିଳିବ । ଆଉ ଏହା ବ୍ୟତୀତ ସବସିଡ଼ି ଅନ୍ୟ ଲୋକମାନଙ୍କ ପାଇଁ ବନ୍ଦ ହୋଇପାରେ ।

Leave a Reply

Your email address will not be published. Required fields are marked *