ଜାଣିରଖନ୍ତୁ ମାଛ କଣ୍ଟା ତଣ୍ଟିରେ ଲାଗିଲେ ତୁରନ୍ତ କରିବେ ଏହି ୫ଟି କାମ

ସମସ୍ତଙ୍କୁ ମାଛ ଖାଇବାକୁ ବହୁତ ଭଲ ଲାଗିଥାଏ । କାହିଁକି ନା ମାଛ ତରକାରି ଅତ୍ୟନ୍ତ ସୁଆଦିଆ ହୋଇଥାଏ । ଖାଲି ମାଛକୁ ରାନ୍ଧି ଜାଣିଲେ ହେଲା । ପ୍ରାୟତଃ ମାଆ ମାନେ ଅତ୍ୟନ୍ତ ସ୍ୱାଦିଷ୍ଟ ମାଛ ତରକାରୀ ରୋଷେଇ କରିଥାନ୍ତି । ଆଉ ଆମେ ତାକୁ ଅତ୍ୟନ୍ତ ଆନନ୍ଦର ସହ ଉପଭୋଗ ମଧ୍ୟ କରିଥାଉ । କିନ୍ତୁ କେତେକ ମାଛର କଣ୍ଟା ବହୁତ ଛୋଟ ଛୋଟ ହୋଇଥାଏ ଆଉ ଯାହାକୁ ଖାଇଲା ବେଳେ ଏହା ଆମ ତଣ୍ଟିରେ ଲାଗିଥାଏ । ଆଉ ମାଛ କଣ୍ଟା ତଣ୍ଟିରେ ଲାଗିଲେ ଅନେକ କଷ୍ଟ ହୋଇଥାଏ, ଏ କଥା ଆମେ ସମସ୍ତେ ଜାଣିଥିବା । ଏହି ସମୟରେ ପ୍ରାୟତଃ ଆମ ନିଃଶ୍ବାସ ଅଟକିଲା ଭଳି ଅନୁଭବ ହୋଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି କିଛି ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ , ଯାହାକୁ କରିବା ଦ୍ୱାରା ଆମର ସବୁ ଅସୁବିଧା ସମାଧାନ ହୋଇଯିବ । ଆଉ ଆମର କୌଣସି ଚିନ୍ତା ରହିବ ନାହିଁ । ତେବେ ଆସନ୍ତୁ ସେ 8 ଜାଣିନେବା । ସାଧାରଣତଃ କଣ୍ଟା ଗଳାରେୱ1 ଲାଗିଗଲା ପରେ ସମସ୍ତେ କାଶିବା ଆରମ୍ଭ କରିଦିଅନ୍ତି । ଏହାଦ୍ବାରା କଣ୍ଟା ବାହାରିବା ବହୁତ ସହଜ ହୋଇଯାଏ । ଆଉ ତାପରେ ମଧ୍ୟ ଅତ୍ୟନ୍ତ ଶାନ୍ତି ଅନୁଭବ ହୋଇଥାଏ । କିନ୍ତୁ ଆମେ ଯେଉଁ ଉପାୟ ବିଷୟରେ କହିବାକୁ ଯାଉଛୁ , ତାହା ଟିକିଏ ନିଆରା ଅଟେ ।

ତାହା ହେଉଛି ଯଦି ଗଳାରେ ମାଛ କଣ୍ଟା 3 , ତେବେ ସେହି ବ୍ୟକ୍ତିଙ୍କୁ ତୁରନ୍ତ ଅଲିଭ ତେଲ ପିଆନ୍ତୁ । ଏହାଦ୍ବାରା କଣ୍ଟା ସହଜରେ ଗଳାରୁ ଖସି ଯାଇଥାଏ । ଆଉ ଶରୀର ପାଇଁ ମଧ୍ୟ ଏହା ହାନିକାରକ ହୋଇ ନଥାଏ । ଏହାବ୍ୟତୀତ ମାଛକଣ୍ଟା ଗଳାରେ ଲାଗିଲେ ଲୋକେ ବ୍ୟକ୍ତିଙ୍କୁ କଦଳୀ ଖୁଆଇଥାନ୍ତି । ଏହାକୁ ନ ଚୋବାଇ ଖଣ୍ଡ ଖଣ୍ଡ କରି ତୁରନ୍ତ ଗିଳି ଦିଅନ୍ତୁ । ଏହା ଗିଳିବାକୁ ଟିକିଏ ଅସୁବିଧା ହୋଇପାରେ । କିନ୍ତୁ ଏହା ବହୁତ ଭଲ ହୋଇଥାଏ ।

ଏହାବ୍ୟତୀତ ଆଉ ଏକ ଚମତ୍କାର ଉପାୟ ରହିଛି । ତାହା ହେଉଛି ଶୁଖିଲା ରୁଟିକୁ ଚୋବାଇ ଖାଇବା । ଏହାଦ୍ବାରା ସହଜରେ ମାଛ କଣ୍ଟା ତଣ୍ଟିରୁ ତଳକୁ ଖସି ଯାଇଥାଏ । ତେଣୁ ଏହି ସମସ୍ତ ଆଶ୍ଚର୍ଯ୍ୟଜନକ ଉପାୟ ବିଷୟରେ ଜାଣି ନିଅନ୍ତୁ । ଆଉ କଣ୍ଟା ଲାଗିଲେ ମାତ୍ରେ ହିଁ ତୁରନ୍ତ ଏହି ଉପାୟ ଗୁଡିକୁ କରିନିଅନ୍ତୁ । ଦେଖିବେ ନିଶ୍ଚିତ ଭାବରେ ଯନ୍ତ୍ରଣାରୁ ମୁକ୍ତି ମିଳିବ ।

Leave a Reply

Your email address will not be published. Required fields are marked *