ହିନ୍ଦୁ ସହିତ ବିବାହ କର ! ନହେଲେ ମୋ ଭଳି ସ୍ଥିତି ହେବ, ଭାଇରଲ ହେଲା ଲଭ ଜିହାଦ ର ଶିକାର ହୋଇଥିବା ଅପୂର୍ବାଙ୍କ ଭିଡ଼ିଓ….

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଯେଉଁ ଭିଡ଼ିଓ ରେ ହସ୍ପିଟାଲରେ ବେଡ଼ ରେ ଅପୂର୍ବା ନାମକ ଜଣେ ମହିଳା ନିଜର ଖୁବ ଦୁଃଖଦ ଘଟଣା ବିଷୟରେ ସେୟାର କରି କହିଛନ୍ତି । ନିଜ ସ୍ୱାମୀ ଙ୍କ ଦ୍ଵାରା ଆକ୍ରମଣ ର ଶିକାର ହୋଇ ସେ ସବୁ ମଣିଷ ଙ୍କୁ ଏକ କଥା ଶିକ୍ଷା ଦେଉଛନ୍ତି । ତାଙ୍କ ସ୍ୱାମୀ ଏଜାଜ୍ ତାଙ୍କୁ ୨୩ ଥର କୁରାଢ଼ି ରେ ହାଣିଥିବା କଥା ସେ ସୋସିଆଲ ମିଡିଆ ଜରିଆରେ କହିଛନ୍ତି ।

କର୍ଣ୍ଣାଟକ ର ଗଡ଼କ ଜିଲ୍ଲାରେ ଜଣେ ମୁସଲମାନ ଯୁବକଙ୍କ ପ୍ରେମରେ ଫଶି ହସ୍ପିଟାଲରୁ ଅପୂର୍ବା ନାମକ ଜଣେ ଯୁବତୀଙ୍କର ଏକ ମାର୍ମିକ ଭିଡ଼ିଓ ବର୍ତ୍ତମାନ ଲୋକ ଲୋଚନକୁ ଆସିଛି । ତେବେ ସେ କହିଛନ୍ତି ଯେ ସବୁ ହିନ୍ଦୁ ଝିଅ ହିନ୍ଦୁ ପୁଅଙ୍କୁ ହିଁ ବିବାହ କରନ୍ତୁ । ଦୟାକରି କୌଣସି ହିନ୍ଦୁ ଝିଅ ଅଲଗା ଧର୍ମର ପୁଅଙ୍କୁ ବିବାହ ନକରି ହିନ୍ଦୁ ପିଲାଙ୍କୁ ହିଁ ବିବାହ କରନ୍ତୁ । କାରଣ ସେମାନଙ୍କର ସଂସ୍କାର ଅଲଗା । ଯଦି ହିନ୍ଦୁ ଧର୍ମର ସଂସ୍କାର ଏବଂ ସଭ୍ୟତା କୁ ଜୀବିତ ରଖିବାକୁ ସମସ୍ତେ ଚାହାଁନ୍ତି ତେବେ ହିନ୍ଦୁ ପିଲାଙ୍କୁ ହିଁ ବିବାହ କରିବା ଉଚିତ ।

କ୍ୟାମେରା ସାମ୍ନାରେ ନିଜେ ଅପୂର୍ବା ନିଜ କାହାଣୀ ଶୁଣାଇ କହିଛନ୍ତି ଯେ ସେ ଯେଉଁଭଳି ପରିସ୍ଥିତିରେ ଗତି କରୁଛନ୍ତି ଆଉ କେହି ସେପରି ପରିସ୍ଥିତି ର ଶିକାର ନହୁଅନ୍ତୁ । ସେ ଏହା ମଧ୍ୟ କହିଛନ୍ତି ଯେ ଯଦି କେହି ଝିଅ ନିଜ ମଧ୍ୟରେ କିଛି ପରିବର୍ତ୍ତନ ଦେଖୁଛନ୍ତି ତେବେ ନିଜ ପିତା ମାତାଙ୍କ ସହିତ କଥା ହୁଅନ୍ତୁ ଏବଂ ସବୁକିଛି ଖୋଲି କୁହନ୍ତୁ । ପିତା ମାତା ସବୁ ଜାଣିବା ପରେ କଲେଜ ବଦଳାଇ ଦେବା କିମ୍ବା ଏପରି କିଛିବି କରିବେ ନାହିଁ ।

ସେ କହିଛନ୍ତି ଯେ ଯଦି କେହି ନିଜ ବାପା ମା ଙ୍କ କଥା ନ ମାନନ୍ତି ତେବେ ତାଙ୍କ ଭଳି ସମସ୍ୟାର ଶିକାର ହେବେ । ଏମିତିକି ସେ କାହା ଉପରେ ବିଶ୍ୱାସ କରିବାକୁ ମଧ୍ୟ ମନା କରିଛନ୍ତି । ତାଙ୍କୁ ତାଙ୍କ ସ୍ୱାମୀ ଏଜାଜ ଗତ ୧୦ ତାରିଖରେ କୁରାଢ଼ୀ ଯୋଗେ ଆକ୍ରମଣ କରିଥିବା କଥା ସେ କହିଛନ୍ତି । ଏମିତିକି ଥରେ ଦୁଇଥର ନୁହେଁ ବରଂ ୨୩ ଥର ।

ତେବେ ଠିକ ସମୟରେ ହସ୍ପିଟାଲରେ ଚିକିତ୍ସା ହେବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିବା ସେ କହିଛନ୍ତି । ତେଣୁ ସେ ସୋସିଆଲ ମିଡିଆରେ ଏହି ପୋଷ୍ଟ କରିଛନ୍ତି । ପରେ ତାଙ୍କ ବିଷୟରେ ସୂଚନା ମିଳିଛି ଯେ ସେ ଜଣେ ମୁସଲିମ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ । କିନ୍ତୁ ତାଙ୍କ ଚେତା ଆସିବା ପରେ ନିଜେ ମତ ଦେଇଛନ୍ତି ଯେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା ଏବଂ ବ୍ଲାକମେଲ କରି ବିବାହ କରାଯାଇଥିଲା । ତାଙ୍କର ଏହି ଭିଡ଼ିଓ କୁ ଚିରୁ ଭଟ୍ଟ ନାମକ ଜଣେ ସାମ୍ବାଦିକ ସେୟାର କରିଛନ୍ତି ।

୨୬ ବର୍ଷୀୟା ଏମବିଏ ଗ୍ରାଜୁଏଟ ଅପୂର୍ବା ଯିଏକି ବ୍ରାହ୍ମଣ ପରିବାରର ଥିଲେ । କିନ୍ତୁ ଏଜାଜ ଜଣେ ଅଟୋ ଚାଳକ । କଲେଜ ଯିବାଆସିବା ସମୟରେ ଉଭୟଙ୍କ ସାକ୍ଷାତ ହୋଇଥିଲା । ଏଜାଜ ଅପୂର୍ବା ଙ୍କୁ ମିଛ କହିଥିଲେ ଯେ ସେ ପାଠ ପଢ଼ନ୍ତି ଏବଂ ଖାଲି ସମୟରେ ଅଟୋ ଚଳାନ୍ତି ବୋଲି ।

ଏମିତି ଅପୂର୍ବା ଙ୍କୁ ସେ ପ୍ରେମ ଜାଲରେ ଫସାଇ ଥିଲା । ପରେ ଦୁଷ୍କର୍ମ କରି ଭିଡ଼ିଓ ରେକର୍ଡ଼ କରି ବ୍ଲାକମେଲ କରିଥିଲା ଏବଂ ବିବାହ ପାଇଁ ବାଧ୍ୟ କରିଥିଲା । ଅପୂର୍ବା ଙ୍କ ପରିବାରକୁ ଧମକ ମଧ୍ୟ ଦେଉଥିଲା । ୨୦୧୮ ମସିହାରେ ଯେତେବେଳେ ଅପୂର୍ବା ବିବାହ ପାଇଁ ରାଜି ହେଲେ ତାଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କଲା ଏବଂ ଅପୂର୍ବା ଙ୍କ ନାମ ଆର୍ଫାବାନୁ ମଧ୍ୟ ରଖିଲା ।

ସେ ଏମିତି ଭାବରେ ତାଙ୍କ ବ୍ରେନ ୱାଶ କରିଥିଲା ଯେ ଅପୂର୍ବା ନିଜ ବାପା ମା ଙ୍କ କଥା ମଧ୍ୟ ଶୁଣୁ ନଥିଲେ । ଏହାପରେ ତାଙ୍କୁ ନୋନଭେଜ ରୋଷେଇ କରିବା ଏବଂ ଖାଇବାକୁ ମଧ୍ୟ ବାଧ୍ୟ କରିଥିଲା । ବିବାହ ପରେ ସେ ପୂର୍ବରୁ ବିବାହିତ ଥିବା ମଧ୍ୟ ଜଣା ପଡ଼ିଥିଲା । ତାପରେ ଅପୂର୍ବା ଘରକୁ ଫେରିଆସି ଛାଡପତ୍ର ପାଇଁ କୋର୍ଟ ରେ ଆବେଦନ କରିଥିଲେ । କୋର୍ଟ ଶୁଣାଣି ର ଗୋଟିଏ ଦିନ ପୂର୍ବରୁ ଏଜାଜ ଏକ କୁରାଢ଼ୀ ଧରି ତାଙ୍କ ଘରକୁ ଆସିଥିଲେ ଏବଂ ୨୩ ଥର ହାଣିଥିଲେ । ଏହାପରେ ଏଜାଜ ଫେରାର ହୋଇ ଯାଇଥିଲା କିନ୍ତୁ କର୍ଣ୍ଣାଟକ ପୋଲିସ ତାକୁ ଗିରଫ କରିଥିବା ସୂଚନା ରହିଛି ।

Leave a Reply

Your email address will not be published. Required fields are marked *