‘ବୋଲ ଦେନା ପାଲ୍ ସାହେବ ଆଏ ଥେ’ ନମ୍ୱର ପ୍ଲେଟରେ ଏମିତି ଲେଖାଥିବା ଦେଖି ବାଇକକୁ ଅଟକାଇଲା ପୋଲିସ୍ ଆଉ ତାପରେ….

‘ବୋଲ ଦେନା ପାଲ ସାହବ ଆଏ ଥେ’ – ଏହା କୌଣସି ଫିଲ୍ମର ଡ଼ାଇଲଗ୍ ନୁହେଁ ବରଂ ଉତ୍ତରପ୍ରଦେଶର ଅରେୟା ଜିଲ୍ଲାର ଏକ ବାଇକର ନମ୍ବର ପ୍ଲେଟ ଅଟେ । ମଙ୍ଗଳବାର ଦିନ ମୁରାଦଗଞ୍ଜ ଚୌକି ପ୍ରଭାରୀ ଅବନୀଶ କୁମାର ଗାଡି ଚେକିଂ ଡ୍ୟୁଟି ସମୟରେ ତିନିଜଣ ବ୍ୟକ୍ତିଙ୍କୁ ବାଇକ୍ ଉପରେ ବସିଥିବାର ଦେଖିଲେ । ସେ ଯୁବକମାନଙ୍କୁ ତ୍ରିପଲିଂ ବିଷୟରେ ପଚାରିବାକୁ ଅଟକାଇବା ସମୟରେ ଆଉ ଏକ ଅଜବ ଜିନିଷ ଦେଖିଲେ । ନମ୍ବର ପ୍ଲେଟରେ ରେଜିଷ୍ଟେଶନ ନମ୍ବର ବଦଳରେ ଏକ ଅଜବ ଲାଇନ୍ ଲେଖାଯାଇଥିଲା । ନମ୍ୱର ପ୍ଲେଟରେ ଲେଖା ଥିଲା, ‘ବୋଲ ଦେନା ପାଲ ସାହେବ ଆଏ ଥେ ।’ କେବଳ ଏତିକି ନୁହେଁ, ବାଇକରେ ହାଇ ସାଉଣ୍ଡର ଏକ ସାଇଲେନ୍ସର ମଧ୍ୟ ଲାଗିଥିଲା ।

ଏକ ରିପୋର୍ଟ ଅନୁସାରେ ଯୁବକମାନଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରେ ଦୁଇ ଭାଇ ଅଙ୍କିତ ପାଲ ଏବଂ ଅନୁଜ ପାଲ ଏବଂ ତୃତୀୟ ବ୍ୟକ୍ତିଜଣକ ହ ଶିବମ ସିଂ ବୋଲି ଜଣାପଡ଼ିଛି । ଏହି ତିନିଜଣ ବନ୍ଧୁ ଅରେୟା ସହରର ଅନପୁର ଗ୍ରାମରେ ଅବସ୍ଥିତ ସାଇ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ । ଅରେୟା ଏସପି ଅଭିଷେକ ବର୍ମା ଏହି ଘଟଣାର ଟ୍ୱିଟ୍ କରି ବାଇକର ଫଟୋ ସେୟାର କରିଛନ୍ତି ।

ଆଇପିଏସ୍ ଅଧିକାରୀ ଅଭିଷେକ ବର୍ମା ଟ୍ୱିଟରରେ ଲେଖିଛନ୍ତି, ‘ଆଜି @auraiyapolice ର ନଜର ଏକ ମୋଟରସାଇକେଲ୍ ଉପରେ ପଡିଛି ଯାହାର ନମ୍ୱରପ୍ଲେଟରେ ଲେଖା ଅଛି,”ବୋଲ୍ ଦେନା ପାଲ୍ ସାହେବ ଆଏ ଥେ’. କିନ୍ତୁ ଏଥିରେ ବସିଥିବା ଯୁବକମାନେ ଜାଣିନଥିଲେ ଯେ ପାଲ ସାହେବଙ୍କ ସବାରି ଆଉ ଫେରିବ ନାହିଁ । ଏହା ସେହି ଘଟଣା ପରି ହୋଇଗଲା “ରାହ ମେ ଚଲତେ ମୁଲାକାତ ହୋ ଗୟୀ ଜିସସେ ଡରତେ ଥେ ୱହି ବାଥ୍ ହୋ ଗୟୀ @uppolice । ଏହି ଟ୍ୱିଟକୁ 4000 ରୁ ଅଧିକ ଲୋକ ଲାଇକ କରିଛନ୍ତି ଏବଂ 700 ରୁ ଅଧିକ ଲୋକ ରିଟ୍ୱିଟ କରିଛନ୍ତି ।

Leave a Reply

Your email address will not be published. Required fields are marked *