ଏହି ଶୋ’ରେ ନିଜର ରହସ୍ୟ ଖୋଲିଲେ, ନିଜ ମା’ଙ୍କ ସାଙ୍ଗ ସହିତ ରଖିଥିଲେ ସମ୍ପର୍କ :-

କରଣବୀର ବୋହରା :

ବର୍ତ୍ତମାନ ସେ ଟ୍ରେଣ୍ଡରେ ଅଛନ୍ତି । ସେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡିତ ଏକ ବଡ଼ ରହସ୍ୟ ପ୍ରକାଶ କରିଛନ୍ତି। ତାଙ୍କ କହିବା ଅନୁସାରେ ସେ ଏକ ବଡ଼ ଋଣରେ ପଡିଯାଇଥିଲେ । ତାଙ୍କ ସ୍ଥାନରେ ଅନ୍ୟ କେହିଥିଲେ ବର୍ତ୍ତମାନ ସୁଦ୍ଧା ସେ ଆତ୍ମହତ୍ୟା କରିଥାଆନ୍ତେ ।

ସାୟଶା ଶିନ୍ଦେ :

ସେ ମଧ୍ୟ ଏକ ରହସ୍ୟ ଖୋଲିଛନ୍ତି । ସେ କହିଛନ୍ତି ଯେ 10 ବର୍ଷ ବୟସରେ ତାଙ୍କର ଜଣେ ପରିବାର ସଦସ୍ୟ ତାଙ୍କ ସହିତ ଅସଦାଚରଣ କରିଥିଲେ ।

ଅଞ୍ଜଳି ଅରୋଡା :

ଅଞ୍ଜଳି ମଧ୍ୟ ଏହି ଶୋ’ରେ ନିଜର ଏକ ରହସ୍ୟ କହିଛନ୍ତି । ସେ କହିଛନ୍ତି ଗତବର୍ଷ ଯେତେବେଳେ ସେ ଋଷିଆ ଯାଇଥିଲେ ସେଠାରେ ସେ ହୋଟେଲରେ ଥିବା ଜଣେ
ରିସେପ୍ସନିଷ୍ଟଙ୍କ ପ୍ରତି ଆକର୍ଷିତ ହୋଇଥିଲେ । କେବଳ ଏତିକି ନୁହେଁ ରିସେପ୍ସନିଷ୍ଟ ମଧ୍ୟ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ । ତାଙ୍କ ସହିତ ପାର୍ଟିକୁ ଯିବାପାଇଁ ଅଞ୍ଜଳି ରିସେପ୍ସନିଷ୍ଟଙ୍କୁ ଟଙ୍କା ମଧ୍ୟ ମାଗିଥିଲେ ।

ଶିବମ ଶର୍ମା :

ଶିବମ ମଧ୍ୟ ନିଜ ଜୀବନ ସହ ଜଡିତ ଏକ ବଡ଼ ରହସ୍ୟର ଖୁଲାସା କରିଛନ୍ତି । ଏହି ପ୍ରକାରର secret କରିବାପାଇଁ ସାହାସର ଆବଶ୍ୟକତା ପଡିଥାଏ । ସେ ନିଜ ମା’ଙ୍କ ବନ୍ଧୁଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କ ମା’ଙ୍କ ବନ୍ଧୁଙ୍କର ଛାଡପତ୍ର ହୋଇଥିଲା ଏବଂ ଉଭୟ ନିଜ ଇଚ୍ଛାରେ ସମ୍ପର୍କ ରଖିଥିଲେ ।

ତହସୀନ ପୂନାୱାଲା :

ତହସୀନ ମଧ୍ୟ ଏକ ରହସ୍ୟର ପରଦା ଉଠାଇଛି । ସେ କହିଛନ୍ତି ଥରେ ତାଙ୍କୁ ଦେଶର ଜଣେ ବଡ ବ୍ୟବସାୟୀ ନିଜ ପତ୍ନୀଙ୍କ ସହିତ ଗୋଟିଏ ରାତି ରହିବାପାଇଁ କହିଥିଲେ । ସେହି ବ୍ୟବସାୟୀ କିଛି ସର୍ତ୍ତ ମଧ୍ୟ ରଖିଥିଲେ । ତାଙ୍କର କଳ୍ପନା ମଧ୍ୟ ଥିଲା ।

Leave a Reply

Your email address will not be published. Required fields are marked *