ରାସ୍ତା ପାର ହେଉଥିବା ମୂଷାର କାଉ ବଞ୍ଚେଇଲା ଜୀବନ, ଭିଡିଓ ଦେଖି କହିବେ – ଏହା ହେଉଛି ପ୍ରକୃତ ବନ୍ଧୁତା : ଦେଖନ୍ତୁ ଭିଡିଓ

IPS ଅଧିକ ଦିଂପାଶୁ କାବରା ଏହି ଭାଇରାଲ ଭିଡିଓକୁ ନିଜ ଟୁଇଟର ହ୍ୟାଣ୍ଡଲରେ ଶେୟାର କରିଛନ୍ତି।ଏହି ଭିଡିଓ ହୃଦୟକୁ ଛୁଇଁ ଯିବା ଭଳି ଅଟେ।ଏହି ଭିଡିଓକୁ ଦେଖିବା ପରେ ଲୋକମାନେ କହୁଛନ୍ତି- ଜଣେ ଭଲ ବନ୍ଧୁ ସେହି ହୋଇଥାଏ,ଯିଏ ଖରାପ ସମୟରେ ସାଥିରେ ରହିଥାନ୍ତି।

ସୋସିଆଲ ମିଡିଆରେ ସବୁବେଳେ କୈାଣସି ନା କୈାଣସି ଭିଡିଓ ଭାଇରାଲ ହେବାରେ ଲାଗିଥାଏ।ଭାଇରାଲ ଭିଡିଓରେ ଦେଖା ଯାଉଛି କି ଗୋଟିଏ କାଉ ରାସ୍ତା ପାର ହେଉଥିବା ଗୋଟିଏ ମୂଷାର ଜୀବନ ବଞ୍ଚାଉଛି। ବାସ୍ତବରେ, ରାସ୍ତା ଉପରେ ଅନେକ ଗାଡ଼ି ଯାଉଥିଲା, ସେହି ସମୟରେ ମୂଷା ମଧ୍ୟ ରାସ୍ତା ପାର ହେଉଥିଲା। ସେହି ସମୟରେ କାଉ ଦେଖିଥିଲା କି ଗୋଟିଏ ଗାଡି ଆସୁଛି, ସେହି ସମୟରେ କାଉ ନିଜ ଥଣ୍ଟରେ ମୂଷାକୁ ପଛରୁ ଟାଣି ନେଇଥିଲା ଏବଂ ତା’ର ଜୀବନ ବଞ୍ଚେଇ ଦେଇଥିଲା।ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଖନ୍ତୁ ଭାଇରାଲ ଭିଡିଓ

ଭାଇରାଲ ଭିଡିଓରେ ଆପଣ ଦେଖି ପାରୁଥିବେ କି ରାସ୍ତା ଉପରେ ଗାଡି ଯିବା ଆସିବା କରୁଛି ଏବଂ ଗୋଟିଏ ଛୋଟ ମୂଷା ତା ମଧ୍ୟରେ ରାସ୍ତା ପାର ହେବାପାଇଁ ଯାଉଛି।ଠିକ ସେହି ସମୟରେ ଗୋଟିଏ କାଉ ତା’ର ଲାଞ୍ଜକୁ ଧରି ପଛକୁ ଟାଣି ନେଇଥାଏ। ବର୍ତମାନ ଏହି କାଉ ପାଖରେ ଏତିକି ତ ବୁଦ୍ଧି ଅଛି କି ରାସ୍ତା ଉପରେ ଚାଲିବା ଉଚିତ ନୁହେଁ, ନହେଲେ ଜୀବନ ମଧ୍ୟ ଯାଇପାରେ। ଏହି ଭିଡିଓ ଲୋକମାନଙ୍କୁ ବହୁତ ହିଁ ଅଧିକ ପସନ୍ଦ ଆସୁଛି। ଏହି ଭିଡିଓ ଉପରେ ସୋସିଆଲ ମିଡ଼ିଆ ୟୁଜର୍ସଙ୍କର ବହୁତ ହିଁ ଅଧିକ କମେଣ୍ଟ ଆସୁଛି।

ଭାଇରାଲ ହେଉଥିବା ଏହି ଭିଡିଓକୁ ଆଇପିଏସ ଅଧିକାରୀ ଦୀପାଂଶୁ କାବରା ନିଜ ଟୁଇଟର ହ୍ୟାଣ୍ଡଲରେ ଶେୟାର କରିଛନ୍ତି। ଏହି ଭିଡିଓ ସହିତ ସେ ଗୋଟିଏ କ୍ୟାପଶନ ମଧ୍ୟ ଲେଖିଛନ୍ତି।କ୍ୟାପଶନରେ ସେ ଲେଖିଛନ୍ତି, ‘ଯିଏ ଭୁଲ ରାସ୍ତାରୁ ଯିବାପାଇଁ ରୋକିବ, ସେ ଆପଣଙ୍କର ପ୍ରକୃତ ବନ୍ଧୁ ଅଟନ୍ତି।’୧୨ ସେକେଣ୍ଡର ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୬ ହଜାରରୁ ମଧ୍ୟ ଅଧିକ ଥର ଦେଖା ଯାଇ ସାରିଛି, ଯେତେବେଳେ କି ଶହଶହ ଲୋକ ଭିଡିଓକୁ ଲାଇକ ମଧ୍ୟ କରିଛନ୍ତି।

Leave a Reply

Your email address will not be published. Required fields are marked *