ଗୋଟେ ମାସରେ କରୋଡ ଋଣ ବି କେଉଁ ଦିନ ଶେଷ ହୋଇଯିବ ହନୁମାନ ମନ୍ଦିରରେ ଏହି ଗୋଟିଏ ଜିନିଷ ଚଢ଼େଇ ଦିଅନ୍ତୁ।

ଭଗବାନ ହନୁମାନଙ୍କ ପାଖରେ ସବୁ ସଙ୍କଟକୁ ଦୂର କରିବାର ଶକ୍ତି ଅଛି। ଆପଣ ଯଦି ଏକ ଦୀପ ଜାଳୁଛନ୍ତି ଓ ହନୁମାନ ଚାଳିଶା ପାଠ କରୁଛନ୍ତି। ତେବେ ଏହି ସବୁ ସଙ୍କଟ ଅଚିରେ ଦୂର ହୋଇଥାଏ। ଆଜି ଆପଣଙ୍କୁ ଆମେ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବାର କିଛି ଉପାୟ କହିବୁ। ଆପଣ ହନୁମାନଙ୍କୁ ପ୍ରସାଦ ଅର୍ପଣ କରି ଅବା କିଛି ବିଶେଷ ପୂଜା କରି ତାଙ୍କୁ ପ୍ରସନ୍ନ କରିପାରିବେ। ମଙ୍ଗଳବାର ଦିନ ଆପଣ ସନ୍ଧ୍ୟାରେ ଗୋଟିଏ ଚାମେଲିର ଦୀପ ଲଗାନ୍ତୁ। ପାନ ପତ୍ର ଉପରେ ଶ୍ରୀ ଅବା ସ୍ଵସ୍ତିକ ଚିଂହ୍ନ କରି ନିଅନ୍ତୁ। ଏହି ପାନ ଉପରେ ଅନ୍ୟକିଛି ରଖିବେ ନାହିଁ ମିଶିରି,ଲବଙ୍ଗ,ସୂପାରି ଆଦି ରଖି ବିଡା ବାନ୍ଧି ଦିଅନ୍ତୁ।

ଯଦି ଆପଣ ଭାବନ୍ତି କି ଆପଣଙ୍କର ବହୁତ୍ ସଙ୍କଟ ରହିଛି ବା ଜୀବନରେ ବହୁ ଅସୁବିଧା ରହିଛି ଯାହା କେବଳ ଦିବ୍ୟ ଶକ୍ତି ବା ଭଗବାନଙ୍କ କୃପା ଦ୍ଵାରା ସମ୍ଭବ ହୋଇପାରିବ। ତେବେ ଆପଣ ଏହି ପାନ ବିଡାକୁ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏହି ପାନ ବିଡା ସହିତ ଆପଣ ଏହି ଦୁଃଖର ଦାୟିତ୍ଵ ଆପଣ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏବେ ଦେଖନ୍ତୁ କିପରି ଆପଣଙ୍କ ମାନୋକାମନା ପୂର୍ଣ୍ଣ ହେଉଛି।

ଯେଉଁ ବ୍ୟକ୍ତି ଋଣ ବା କରଜରେ ଡୁବି ରହିଛି ତାକୁ ବଜାରକୁ ଯାଇ ମୋଟା ଶୁଖିଲା ଖଡ଼ି ଆଣି ଘରେ ୩ଟି ରେଖା ଟାଣନ୍ତୁ ଓ ପାଦରେ ଏହାକୁ ଲିଭାଇବାକୁ ଚେଷ୍ଟା କରନ୍ତୁ। ଏହା ମଙ୍ଗଳ ବାର ଦିନ କରନ୍ତୁ କଷ୍ଟ କିପରି ବି ହେଇ ଥାଉ ନା କାହିଁକି ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ। ଏହି ରେଖା ଟାଣିବା ବେଳେ ଆପଣ କାହା ସାଙ୍ଗରେ କଥା ବି ହୁଅନ୍ତୁ ନାହିଁ। ଯେପରି ଲକ୍ଷଣ ରେଖା ସେପରି ୩ଥର ଟାଣି ଚୁପ୍ ଚାପ୍ ଲିଭେଇ ଦିଅନ୍ତୁ ବାମ ପାଦ ଅବା ଡାହାଣ ପାଦରେ। ଏହାଦ୍ବାରା ସମସ୍ତ କରଜରୁ ମୁକ୍ତି ମିଳିଯାଏ।

ଆପଣ ମଙ୍ଗଳ ବାର ଦିନ ସୋରିଷ ତେଲର ଦିପରେ ୨ଟି ଲବଙ୍ଗ ପକେଇ ଦିଅନ୍ତୁ। ଏହା ଦ୍ଵାରା ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଦୂର ହୋଇଥାଏ। ଯେବେ ଆପଣଙ୍କୁ ଲାଗେ କେହି ଜଣେ ତନ୍ତ୍ର ମନ୍ତ୍ର ଅବା ଯାଦୁ ଟୋନା କରିଛି ଅବା ନଜର ଲାଗିଛି। ତେବେ ଗୋଟିଏ ନଡିଆ ଉପରେ ସିନ୍ଦୂରରେ ସ୍ଵସ୍ତିକ ଚିହ୍ନ ବନେଇ ଦିଅନ୍ତୁ। ଏହାପରେ ଲାଲ ଢାଗାରେ ବାନ୍ଧି ଦିଅନ୍ତୁ ଏବଂ ହନୁମାନଙ୍କ ଚରଣରେ ରଖି ଦିଅନ୍ତୁ। ଗୋଟିଏ ନଡିଆ ହିଁ ନିଅନ୍ତୁ ଏବଂ ୧୧ ମଙ୍ଗଳ ବାର ହନୁମାନଙ୍କୁ ଚଢ଼ାନ୍ତୁ। ଏହି ନଡ଼ିଆକୁ କିଛି ସୋରିଷ ସହିତ ଘରର ମୁଖ୍ୟ ଦ୍ଵାରରେ ବାନ୍ଧି ଦିଅନ୍ତୁ।

ଯଦି ଘରେ ଅଶାନ୍ତି ବନି ରହୁଚି ଭାଇର ଭଉଣୀ ସହିତ ପଡୁନି। ତେବେ ଦୀପ ତଳେ ଲାଲ ମସୁର ଡାଲି ରଖି ଏହାକୁ ଜଳେଇବା ଦ୍ଵାରା ସମସ୍ତ ସଙ୍କଟ ଦୂରେଇ ଯିବ। ଯଦି ଆପଣଙ୍କ କୁଣ୍ଡଳୀରେ ଜୋରଦାର ଦୁର୍ଘଟଣା ଲେଖା ଥାଏ। ତେବେ ହନୁମାନଙ୍କ ମନ୍ଦିର ଯାଇ ଗୁଡ଼ ଏବଂ ଚଣା ଦାନ କରନ୍ତୁ। ଏହି ଭୋଗ ଲଗେଇଲେ ଜୀବନରେ ସବୁ ଦୁଃଖ କଷ୍ଟ ଦୂରେଇ ଯାଏ। ଯଦି ହନୁମାନଙ୍କୁ ଲଡୁ ଅର୍ପଣ କରାଯାଏ ତେବେ ସମସ୍ତ ଗ୍ରହ ଶାନ୍ତ ରହିଥାଏ ଓ ପାପୀ ଗ୍ରହ କାବୁରେ ଆସି ଯାଏ।

ଯଦି ଆପଣ କରଜରେ ବୁଡି ରହୁଛନ୍ତି ଅବା ଏଥିରୁ ମୁକ୍ତି ଚାହାନ୍ତି ତେବେ ଅଟା ନେଇ ସେଥିରେ ଦୀପ ବନାନ୍ତୁ ଏବଂ ୫ଟି ବର ପତ୍ର ସହିତ ଏହା ଉପରେ ଦୀପ ରଖି ଜଳାନ୍ତୁ। କରଜରୁ ମୁକ୍ତି ସହ ଜିବନରୁ କଷ୍ଟ ଦୂରେଇ ଯିବ। ଓସ୍ତ ପତ୍ରରେ ମାଳ ବନେଇ ହନୁମାନଙ୍କୁ ଅର୍ପଣ କରି ପାରିବେ। ଆପଣ ୧୧ଟି ଓସ୍ତ ପତ୍ର ନିଅନ୍ତୁ ଏହା ଉପରେ ସିନ୍ଦୂର ଏବଂ ଘିଅ ମିଶେଇ ସବୁ ପତ୍ରରେ ଲଗାନ୍ତୁ ଏବଂ ଏହା ଉପରେ ଲାଲ ଢାଗାରେ ବାନ୍ଧି ଅର୍ପଣ କରନ୍ତୁ। ଆପଣଙ୍କ ଭାଗ୍ୟରେ ନଥିବା କାମ ବନି ଯିବ।

ଆପଣଙ୍କ ଘରେ ଥିବା ଛୋଟ ଛୁଆଙ୍କୁ ଯେପରି କିଛି କଷ୍ଟ ନଆସୁ। ତେବେ ଏକ ଛୋଟ ପାତ୍ରରେ ଘିଅ ସାଙ୍ଗରେ ସିନ୍ଦୂର ମିଶେଇ ରଖନ୍ତୁ। ଏହି ସିନ୍ଦୂର ଆପଣ ହନୁମାନଙ୍କୁ ଅର୍ପଣ କରନ୍ତୁ। ଏପରି ଆପଣ ୨୧ ମଙ୍ଗଳ ବାର ପର୍ଯ୍ୟନ୍ତ କରନ୍ତୁ ଏବଂ ଦେଖିବେ ଛୁଆ ବୁଦ୍ଧିମାନ ହେବା ସହିତ ସୌଭାଗ୍ୟ ବଢିବ ଏବଂ ଦୁର୍ଘଟଣାରୁ ଵର୍ତି ଯିବେ।ଆସନ୍ତୁ ଜାଣିବା ହନୁମାନଙ୍କ ଉପରେ ଏପରି କେଉଁ ପୂଜା କରିବା ଯାହା ଆମକୁ କଷ୍ଟରୁ ମୁକ୍ତି ଦେବ।

ଆପଣ ସୋରିଷ ତେଲରେ ଲବଙ୍ଗ ଦେଇ ଦୀପ ଲଗାନ୍ତୁ କିମ୍ବା ଘରେ କର୍ପୁରରେ ଲବଙ୍ଗ ଲଗେଇ ଘର ସାରା ଜଳାନ୍ତୁ। ନଚେତ୍ ଗୋଲମରିଚ ରଖି ଜଳାନ୍ତୁ। ଏହାଦ୍ବାରା ଅତୃପ୍ତ ଆତ୍ମା ଶାନ୍ତ ହୁଅନ୍ତି ଏବଂ ଜୀବନରେ ଆସୁଥିବା ବାଧା ଦୁରେଇ ଯାଏ। ଯଦି ଚାକିରି ଅବା ବ୍ୟବସାୟ କ୍ଷେତ୍ରରେ ନିଜର ଇଚ୍ଛା ପୂର୍ଣ୍ଣ ହୁଏ ନାହିଁ। ତେବେ ଏହି ଉପାୟ କରନ୍ତୁ କି ଲେମ୍ବୁ ସାଙ୍ଗରେ କିଛି ଅରୁଆ ଚାଉଳ ମିଶେଇ ହନୁମାନଙ୍କୁ ଅର୍ପଣ କରନ୍ତୁ।

ଯଦି ଶତ୍ରୁ ମାନଙ୍କୁ ଦୂରେଇ ରଖିବାକୁ ଚାହାନ୍ତି ତେବେ ଲେମ୍ବୁ ନିଅନ୍ତୁ ଘରଠୁ ଦୂରରେ ଏକ ଗାଡ ଖୋଳନ୍ତୁ ଏବଂ ଗାଡରେ କଳା ଗୁଡ଼ ସହିତ ଅରୁଆ ଚାଉଳ ଉପରେ ଲେମ୍ବୁ ଚିପୁଡି ଦିଅନ୍ତୁ। ଏହି ସମୟରେ ଶତ୍ରୁର ନାମ ନେଇ କରନ୍ତୁ। ଶତ୍ରୁ ସାଥ ଛାଡି ଚାଲିଯିବ। ଏହା ପରେ ବିନା ପଛକୁ ଚାହିଁ ଘରକୁ ଫେରି ଆସନ୍ତୁ।

ଘରେ ଯଦି କିଛି ବି ଅସୁବିଧା ଆସେ ଚାକିରି କ୍ଷେତ୍ରରେ ହେଉ ଅବା ବ୍ୟବସାୟରେ ଅବା ସନ୍ତାନ ଜନିତ କଷ୍ଟ ହେଉ ଆପଣ ଏକ ଛୋଟ ପ୍ରୟୋଗ କରନ୍ତୁ। ଏକ ପାନ ପତ୍ର ନିଅନ୍ତୁ ତାର ମୁଣ୍ଡି କାଟି ଦିଅନ୍ତୁ। ପତ୍ରକୁ ଓଲଟା କରି ୨ଟି ଲବଙ୍ଗ ରଖନ୍ତୁ। ଦୁଇ ହାତରେ ଧରି ଏହାକୁ ପ୍ରବାହିତ ଜଳରେ ଭସେଇ ଦିଅନ୍ତୁ। ତେବେ ସମସ୍ୟା ପ୍ରବାହିତ ଜଳ ପରି ସମସ୍ୟା ଦୂରେଇ ଯାଏ। ଯଦି ପ୍ରବାହିତ ଜଳ ନଥିବ ତେବେ ଓସ୍ତ ଗଛ ତଳେ ରଖି ଦିଅନ୍ତୁ। ଏହା ଥିଲା କିଛି ଉପାୟ ମାନ ଯାହା ଆପଣ ପ୍ରୟୋଗ କଲେ ନିଜ ଜୀବନ ସୁଖମୟ ହେଇ ପାରିବ।

Leave a Reply

Your email address will not be published. Required fields are marked *