ଘରର ଆଗ ସାମ୍ନା ରେ ଏହି ଗଛ ରହିବା ଦ୍ଵାରା ପରିବାର ନଷ୍ଟ ହେଇଯାଏ। ଜାଣନ୍ତୁ ଘର ସାମ୍ନା ରେ କେଉଁ ଗଛ ରହିବା ଉଚିତ୍ ନୁହେଁ।

ବାସ୍ତୁ ଶାସ୍ତ୍ରରେ ୮ ଟି ପୁରାଣ ଏବଂ ୧୮ ଟି ବାସ୍ତୁ ଛଡ଼ା ମଧ୍ୟ ଅନେକ ପ୍ରକାର ବାସ୍ତୁ ବିଷୟରେ ବର୍ଣ୍ଣନା କରାଯାଇଛି। ଯାହା ପ୍ରକୃତି କିମ୍ୱା ମନୁଷ୍ୟ ଦ୍ଵାରା ତିଆରି ହେଇପାରେ। ଯାହାକୁ ଆମେ ବେଦ ବୋଲି କହୁ। ଆମକୁ କିଛି ବେଦ ସହଜରେ ନଜର ଆସେ ଯେପରି ଅଟକି ରହିଥିବା ପାଣି, ନାଳ, ଖୁମ୍ବ ଇତ୍ୟାଦି। ଅନେକ ଗୁଡ଼ିଏ ବୃକ୍ଷ ମଧ୍ୟ ଘରର ଆଖ ପାଖରେ ରହିବା ଦ୍ଵାରା ବାସ୍ତୁ ଦୋଷର କାରଣ ହେଇଥାଏ। ଘରର ମୁଖ୍ୟ ପ୍ରବେଶ ଦ୍ଵାର ସାମ୍ନାରେ କୌଣସି ପ୍ରକାର ଗଛ ରହିଲେ ବୃକ୍ଷ ବେଦ ଉତ୍ପନ ହୁଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ବୃକ୍ଷ ଘରର ଆଗରେ ରହିଲେ ମାଲିକକୁ ଗରିବ କରିଦିଏ। ଚାଲନ୍ତୁ ଜାଣିବା ଆମ ଘର ଆଗରେ କେଉ ସବୁ ଜିନିଷ ଏବଂ ଗଛ ରହିବା ଉଚିତ୍ ନୁହେଁ।

ଘରର ପ୍ରବେଶ ଦ୍ଵାରରେ କୌଣସି ଗଛ ରହିବା ଉଚିତ୍ ନୁହେଁ।ଯଦି ଗଛ ଥାଏ ତେବେ ଘରଲୋକଙ୍କୁ ସବୁ ବେଳେ ବିପଦର ସାମ୍ନା କରିବାକୁ ପଡ଼ିଥାଏ। ଦ୍ଵାର ସାମ୍ନା ରେ ଖୁମ୍ବ,ଗୋଲେଇ, ମନ୍ଦିର ରହିବା ଶୁଭ ମାନାଯାଏ। ମୁଖ୍ୟ ଦ୍ଵାର ସାମ୍ନା ରେ କୂଅ, ପଣିଟାଙ୍କି ରହିଥାଏ ତେବେ ମାନସିକ ସନ୍ତୁଳନ ସବୁବେଳେ ବନିରହେ। ଏବଂ ଘରେ ସବୁବେଳେ ଧନ ର କମି ବନି ରହିଥାଏ। ଏଥିପାଇଁ ଘରର ସଦସ୍ୟ ସବୁବେଳେ ଚିନ୍ତିତ ରୁହନ୍ତି। ଘରର ଆଗରେ ସିଡ଼ି ବନେଇବା ମଧ୍ୟ ଅଶୁଭ ହେଇଥାଏ। ଏହା ପାରିବାର ଉନ୍ନତି କୁ ରୋକିଥାଏ। ବିଦୁତ୍ କିମ୍ୱା ଟେଲିଫୋନ ଖୁମ୍ବ ଘର ଆଗରେ ରହିବା ଉଚିତ୍ ନୁହେଁ।

ଯଦି ଘର ଆଗରେ ପାଳସ ଗଛ ଥାଏ ତେବେ ଘରର ସ୍ଵାମୀ ସବୁବେଳେ ପରାଜିତ ରହିଥାନ୍ତି। ଯଦି ମୁଖ୍ୟ ଦ୍ଵାର ବା ପ୍ରବେଶ ଦ୍ଵାର ସାମ୍ନାରେ ତେନ୍ତୁଲି ଗଛ ଥାଏ ତେବେ ଘର ଲୋକଙ୍କର ଅକାଳ ମୃତୁ ହେଇଥାଏ। ଘରର ସାମ୍ନା ରେ ଓସ୍ତ ଗଛ ଥିଲେ ଭୂତ୍ ପ୍ରେତର ଭୟ ଉତ୍ପନ କରାଇଥାଏ। ଘର ଉପରେ ଯଦି ଗଛ ର ଛାଇ ପଡୁଥାଏ ତେବେ ନିଦ୍ରାଦେବି ସବୁବେଳେ ସେହି ଘରେ ବାସକରନ୍ତି।

ଅଗଣାରେ କ୍ଷୀର ବାହାରୁ ଥିବା ଗଛ ରହିଲେ ଏହା ପାରିବାର ର ବିନାଶ କରେ।ଘରେ ବର,ଆମ୍ବ, ମନ୍ଦାର ଗଛ ଲଗାଇବା ଉଚିତ୍ ନୁହେଁ।ବର ଗଛ ଏବଂ ଚନ୍ଦନ ଗଛ ଲାଗଇ ପାରିବେ କିନ୍ତୁ ଘର ଆଗରେ ଲଗାନ୍ତୁ ନାହିଁ। ଘରର ଆଗରେ ତୁଳସୀ ଗଛ ରହିବା ଉଚିତ୍। ଘରର ପଶ୍ଚିମ ଦିଗରେ ଓସ୍ତ ଗଛ ପୂର୍ବ ଦିଗରେ ବର ଗଛ ଲଗାଇବା ଉଚିତ୍। ଘରର ଅଗଣାରେ ଧନିଆ ଗଛ ଲଗାଇବା ଦ୍ଵାରା ଘରର ସ୍ଵାମଙ୍କୁ ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିଥାଏ। ଚାଲନ୍ତୁ ଜାଣିବା ଘରର ଆଗରେ କେଉଁ ଗଛ ରହିବା ଉଚିତ୍।

ତୁଳସି ଗଛ-

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କ ରୂପ ବୋଲି ମନାଯାଏ। ଯେଉଁ ଘରେ ତୁଳସୀର ପୂଜା କରାଯାଏ ସେହି ଘରେ ସବୁବେଳେ ବ୍ରିଷ୍ଣୁଙ୍କର କୃପା ଲଗିରୁହେ। ତୁଳସୀ ଗଛକୁ ଘରର ଦକ୍ଷିଣ କୋଣରେ ଲଗାଇବା ଉଚିତ୍ ନୁହେଁ ଏହା ଆପଣଙ୍କୁ ଲାଭ ଦେବା ବଦଳରେ କ୍ଷତି ଦେଇଥାଏ। ତୁଳସୀ ଗଛକୁ ପୂର୍ବ ଦିଗରେ ଲଗାଇବା ଉଚିତ୍।

ବେଲ ଗଛ-

ବେଲ ଗଛ ଭଗବାନ ଶିବଙ୍କ ପ୍ରିୟ ଅଟେ। ଭଗବାନ ଶିବଙ୍କ ନିଜେ ଏହି ଗଛରେ ବାସ କରନ୍ତି। ବେଲ ଗଛ ଯେଉଁ ଘରେ ଥାଏ ସେଠାରେ ମା ଲକ୍ଷ୍ମୀ ବିଜେ ହୁଅନ୍ତି। ସବୁ ସମସ୍ୟା ଦୂର ହେଇଥାଏ। ବେଲ ଗଛ ଏବଂ ଅରଖ ଗଛ କୁ ଯୋଡ଼ି କରି ଲଗାଇବା ଦ୍ଵାରା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୁଏ। ବେଲ ଗଛ କୁ ସକାଳେ ଏବଂ ସନ୍ଧ୍ୟାରେ ଦର୍ଶନ କରିବା ଦ୍ୱାରା ଆପଣଙ୍କର ଜଣା ଅଜଣା ଭୁଲ ନାଶ ହେଇଥାଏ।

ଶନି ବୃକ୍ଷ-

ଶନି ବୃକ୍ଷ ଘରେଥିଲେ ବହୁତ ଶୁଭ ମନାଯାଏ।ଏହି ବୃକ୍ଷକୁ ଶନି ଦେବ ବୋଲି ମନାଯାଏ। ଶନି ଦେବଙ୍କ କୃପା ପାଇବା ପାଇଁ ଏହି ବୃକ୍ଷକୁ ପୂଜା କରାଯାଏ। ଏହି ଗଛକୁ ଘରର ଡାହାଣ ପଟେ ଲଗାଇବା ଉଚିତ୍। ଗଛ ତଳେ ସବୁବେଳେ ସୋରିଷ ତେଲରେ ଦୀପ ଲଗାଇବା ଉଚିତ୍। ଯାହାଦ୍ଵାରା ଶନି ଦେବଙ୍କ ପ୍ରକୋପ ଆପଣଙ୍କ ଉପରେ ରହିବ ନାହିଁ। ବିଜୟଦଶମୀ ଦିନ ପୂଜା କରିବା ଦ୍ଵାରା ମଣିଷ କୁ କେବେବି ଧନ ର ଅଭାବ ରୁହେ ନାହିଁ।

ଅଶ୍ଵଗନ୍ଧା-

ଅଶ୍ଵଗନ୍ଧା କୁ ମଧ୍ୟ ବହୁତ୍ ଶୁଭ ମନାଯାଏ। ଏହି ଗଛ କୁ ଲଗାଇବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହେଇଥାଏ।ଏହି ଗଛ ଆୟୁର୍ବେଦିକ ଔଷଧ ଅଟେ।

ଅଶୋକ ବୃକ୍ଷ-

ଅଶୋକର ଅର୍ଥ ଶୁଭର ଉଣା ନହେବା। ଅଶୋକ ଗଛ ଯେଉଠାରେ ଥାଏ ସେହି ଘରର ଲୋକମାନଙ୍କ ମଧ୍ୟ ରେ ଭଲ ସମ୍ପର୍କ ଥାଏ। ସବୁ ମାଙ୍ଗଳିକ ଏବଂ ଧାର୍ମିକ କାର୍ଯ୍ୟ ରେ ଅଶୋକ ପତ୍ର ବ୍ୟବହାର ହୁଏ।ଅଶୋକ ଗଛ ଘରେ ଲଗାଇବା ଦ୍ଵାରା ବ୍ୟକ୍ତି କୁ ସବୁ ସମସ୍ୟାରୁ ମୁକ୍ତି ମିଳେ।

ଅରଖ ଗଛ-

ଅରଖ ଗଛ କ୍ଷୀର ବାହାରୁ ଥିବା ଗଛ। ବାସ୍ତୁ ଶାସ୍ତ୍ର ଅନୁସାରେ କ୍ଷୀର ବାହାରୁ ଥିବା ଗଛ ଘରେ ରହିଲେ ଅଶୁଭ କିନ୍ତୁ ଶ୍ୱତ ଅରଖ କୁ ହଳଦୀ ଏବଂ ଜଳ ରେ ସେବନ କଲେ ସେହି ଘରେ ରହୁଥିବା ଲୋକଙ୍କୁ ସୁଖ ଶାନ୍ତି ମିଳିଥାଏ।

Leave a Reply

Your email address will not be published. Required fields are marked *