ଏହି ପଶୁ ମାନଙ୍କ ସହ ପଙ୍ଗା ! ନା ବାବା ନା …।।

ବନ୍ଧୁମାନେ ଆମ ଭିତରୁ କିଛି ଲୋକ ପଶୁଙ୍କୁ ବହୁତ୍ ଭଲ ପାଆନ୍ତି ତ ଆଉ କିଛି ନମୁନା ଥାଆନ୍ତି ଯିଏ ପଶୁଙ୍କ ସହିତ ପଙ୍ଗା ନେଇ ନିଜ ଜୀବନକୁ ବାଜି ଲଗାନ୍ତି। ଆମେ ସମସ୍ତେ ଜାଣନ୍ତି ପଶୁ ମାନେ ବହୁତ୍ ସୁନ୍ଦର ହୋଇଥାନ୍ତି। ଏହି ପଶୁ ମାନେ ବେଳେବେଳେ କିଛି ଏପରି କାମ କରିଥାନ୍ତି ଯାହା ଲୋକ ଲୋଚନରେ ହାସ୍ୟାସ୍ପଦ ସୃଷ୍ଟି କରିଥାନ୍ତି। ଆପଣ ବି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏମାନେ ଏପରି କିଛି କରିଥାନ୍ତି ଯାହା ଆଜି ଆମେ ଆପଣଙ୍କୁ କହିବୁ।

ମଜାଦାର ପଶୁଙ୍କ କଥା ପଡିଲେ ପ୍ରଥମେ ମାଙ୍କଡ଼ର କଥା ଆଗ ମନେପଡେ। ଏମାନେ ଏପରି କିଛି କରିଥାନ୍ତି ଯାହାକୁ ଦେଖି ଆମେ ମାନେ ନ ହସି ରହି ପାରୁନା। ଆସନ୍ତୁ ଜାଣିବା ଏହି ମାଙ୍କଡ଼ କଥା ଯିଏ ଏକା ଥରକେ ତିନୋଟି ବ୍ୟାକ ପ୍ଲେ କରି ମଧ୍ୟ ତାହାର କାମ ସରେ ନାହିଁ ତାହା ପରେ ସେ ରାମ୍ପ୍ ସୋ ପରି ଚାଲେ। ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବିବେ କି ବଲିଉଡ୍ ହିରୋ ସବୁ ପଛରେ ରହିଯିବେ।

ହେଲେ ମାଙ୍କଡ଼ ଯେ ସବୁବେଳେ ସମସ୍ତଙ୍କୁ ହଇରାଣ କରିବେ ସେମିତି ମାନେ ନାହିଁ। ଯେପରି ମାଙ୍କଡ଼ ଟି ଏକ କୁକୁଡ଼ାକୁ ହଇରାଣ କରିବାକୁ ଚେଷ୍ଟା କରିଛି। ହେଲେ କିଛି ସମୟ ପରେ ତାକୁ ଜଣା ପଡ଼ିଛି କି ସେ ଭୁଲ ଶତ୍ରୁ ସହ ପାଙ୍ଗା ନେଇଛି। ଏହାର ପରିଣାମ ବି ତାକୁ ମିଳିଯାଇଛି।

ଭୁଲ କାହା ସହିତ ବି ହୋଇପାରେ । ଯେପରି ଏକ କୁକୁର କିଛି କୁକୁଡ଼ାଙ୍କୁ ଦେଖି ବାଡ଼ ପାଖରେ ଭୁକିବାକୁ ଲାଗୁଥିଲା। କିନ୍ତୁ ଏହି ସମୟରେ ତାର ମାଲିକର ନଜର ତା ଉପରେ ପଡିଯିବାରୁ ସେ ତାକୁ ବାଡ଼ ଭିତରକୁ ନେଇଯାଏ। ହେଲେ ବାଡ଼ ଭିତରକୁ ଗଲା ପରେ ସେ ବାଘରୁ ଛେଳି ହୋଇଯାଏ। ଏହା ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବେ ନାହିଁ କି ଆପଣଙ୍କ ହସକୁ ରୋକି ପାରିବେ ନାହିଁ।

ଆପଣ ତ ଜାଣିଥିବେ କି କୁକୁର ଏବଂ ମାଙ୍କଡ଼ର ଶତ୍ରୁତା ବହୁତ୍ ପୁରୁଣା। ପ୍ରଥମେ ମାଙ୍କଡ଼ କୁକୁରକୁ ଚେତାବନୀ ଦେଇ ସେଠାରୁ ଚାଲିଯିବା ପାଇଁ କହିଲା। କିନ୍ତୁ ନିଜ ଶକ୍ତି ଉପରେ ଗର୍ବ ଥିବା କୁକୁର ସେଠାରୁ ଗଲା ନାହିଁ। ଫଳରେ ମାଙ୍କଡ଼ କୁକୁରକୁ ତା ଓକାତ୍ ଦେଖେଇ ଦେଲା।

ଆପଣ ଜାଣିଥିବେ ବିଲେଇ କେତେ ଚାଲାଖ ଆଉ ଚତୁରତାର ସହିତ ତା ଶିକାର ଆଡ଼କୁ ଯାଇଥାଏ। ସେପରି ଏକ ଘଟଣାରେ ବିଲେଇ ଛପି ଛପି ଆସି ଏକ ପାରା ପାଖକୁ ଆସିଥାଏ ଓ ତାକୁ ଗୋଟେ କିସ୍ କରି ଚାଲିଯାଏ। ଏହା କେବେ ହେବ ବୋଲି ଆପଣ ମଧ୍ୟ ଭାବି ନଥିବେ।

ଛୋଟ ବେଳେ ସିଢିରୁ ଖସିବାକୁ ସମସ୍ତେ ଚାହିଁଥାନ୍ତି। ସେପରି ଏକ ମାଙ୍କଡ଼ ଗୋଟେ ମନ୍ଦିରର ସିଡି ଚଢି ସାରି ତଳକୁ ସ୍ଲାଇଡରେ ଖାଇବାକୁ ଚେଷ୍ଟା କରିଛି। ସେପରି ଅନ୍ୟ ଏକ ଜାଗାରେ ଏକ ସିମ୍ପାଞ୍ଜି ମଣିଷ ଛୁଆ ଭଳି ତଳେ ସ୍ଲାଇଡ କରୁଛି।

ଆପଣ ଏତେ ପର୍ଯ୍ୟନ୍ତ କୌଣସି ଛେଳିକୁ ଡାନ୍ସ କରୁଥିବାର ଦେଖିନଥିବେ। କାରଣ ଛେଳି ମାନଙ୍କର ଡାନ୍ସ ଷ୍ଟାଇଲ ପୁରା ଅଲଗା ପ୍ରକାର ଯାହା ସଭିଙ୍କୁ ପଛରେ ପକେଇଦବ। ଆପଣ ଜାଣିଥିବେ କି ମାଙ୍କଡ଼ ମାନେ ମଣିଷର ନକଲ କରନ୍ତି। ସେପରି ଏକ ଜାଗାରେ କିଛି ପଣ୍ଡିତ ଲୋକଙ୍କୁ ମାଇକରେ ଧର୍ମ ବାଣୀ ଶୁନୋଉଥିଲେ। ଏହା ଦେଖି ମାଙ୍କଡ଼ ବସିଥିବା ବେଳେ ହଠାତ୍ ମାଇଲ ଟି ଛଡେଇ ଆଣି ନିଜେ ଧର୍ମ ବାଣୀ ସୁଣେଇବାକୁ ଲାଗିଲା।

ପଶୁମାନେ ଚୋରି କରିବା ପାଇଁ ମଣିଷ ମାନଙ୍କୁ ବି ପଛରେ ପକେଇ ଦେବେ ବୋଲି ଆପଣ ମଧ୍ୟ କେବେ ଭାବି ନଥିବେ। ସେହିପରି ଏଠାରେ ଏକ ମାଙ୍କଡ଼ ଚୋରି କରିବା ପାଇଁ କିଛି ଏପରି କଲା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏଠାରେ କିଛି ଲୋକ ବାଇକ୍ ପାର୍କ କରି ନିଜ ଅଫିସକୁ ଯାଇଥିଲା। ଏହି ମଧ୍ୟରେ ୨ଟି ମାଙ୍କଡ଼ ସେଠାକୁ ଚାଲି ଆସିଛନ୍ତି। ସେଥିରୁ ଜଣେ ବହୁତ୍ ଚାଲାଖ ମାଙ୍କଡ଼ ଖାଇବା ଜିନିଷକୁ ଚୋରି କରି ନେଲା। ଯାହା ଆପଣ ଜାଣି ଆଶ୍ଚର୍ଯ୍ୟ ହେବା ସହ ନହସି ରହିପାରିବେ ନାହିଁ।

Leave a Reply

Your email address will not be published. Required fields are marked *