କୋବ୍ରା ସାପର ବନ୍ଧୁ ହୋଇ ରହିଛନ୍ତି ଏହି ପିଲା , ୨୪ ଘଣ୍ଟା ଜଗି ରହନ୍ତି ପିଲାକୁ : ଦେଖନ୍ତୁ ଭିଡ଼ିଓ

ମନୁଷ୍ୟ ମନୁଷ୍ୟ ସମ୍ପର୍କ ଆଜିକା ସମୟରେ ଯେତେ ନିବିଡ଼ ନୁହେଁ ମନୁଷ୍ୟ ଏବଂ ପଶୁ ପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ସେତେ ନିବିଡ଼ । ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହିପରି କିଛି ସତ୍ୟ ଘଟଣା ବିଷୟରେ କହିବୁ ଯେ କିପରି ମନୁଷ୍ୟ ଏବଂ ପଶୁ ମାନଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥାଏ ।

 

୧ . ପ୍ରଥମ ଭିଡ଼ିଓ ଟି କର୍ଣ୍ଣାଟକ ର ଅଟେ । କର୍ଣ୍ଣାଟକ ର ଏକ ଗାଁ ରେ କଜଣେ ଛୋଟ ପିଲାର ଜନ୍ମ ଠାରୁ ଏବେ ସୁଦ୍ଧା ବନ୍ଧୁ ହେଉଛି ମାଙ୍କଡ଼ ମାନେ । ଭିଡ଼ିଓ ଅନୁଯାୟୀ ମାଙ୍କଡ଼ ମାନେ ସକାଳ ହେବା ମାତ୍ରେ ଘର ପାଖରେ ପହଞ୍ଚି ଯାଇଛନ୍ତି ଏବଂ ପିଲାଟି ସେମାନଙ୍କୁ ଖାଇବାକୁ ଦେଇଛି ଏବଂ ତାଙ୍କ ସହିତ ଖେଳିବାରେ ଲାଗିଛି ମଧ୍ୟ । ପ୍ରାୟ ସକାଳ ୬ ଠାରୁ ମାଙ୍କଡ଼ ମାନେ ଆସି ଯାଇଛନ୍ତି । ତେବେ ଆପଣ ମାନେ ସେମାନଙ୍କ ମଧ୍ୟରେ ଥିବା ନିବିଡ଼ ସମ୍ପର୍କ ବିଷୟରେ ଭଲ ଭାବରେ ଜାଣି ପାରୁଥିବେ ।

୨ . ଦ୍ୱିତୀୟ ଭିଡ଼ିଓ ଅନୁଯାୟୀ ବାଘ ଏବଂ ଜଣେ ବ୍ୟକ୍ତି ମଧ୍ୟରେ ଥିବା ବନ୍ଧୁତା ଦେଖିବାକୁ ମିଳିଛି । ଏହା ଶୁଣି ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ହେଉଥିବେ । ଆମେ ଭାବୁ ଯେ ମନୁଷ୍ୟ ଏବଂ ବାଘ ମଧ୍ୟରେ କେବଳ ଭକ୍ଷକ ଏବଂ ଖାଦ୍ୟର ସମ୍ପର୍କ ଥାଏ । କିନ୍ତୁ ଏହି ବ୍ୟକ୍ତି ଜଣକ ଏହି ଉକ୍ତିକୁ ଭୁଲ ପ୍ରମାଣିତ କରି ଦେଇଛନ୍ତି । ଭିଡ଼ିଓ ରେ ତାଙ୍କ ସହିତ ବାଘ ସୁଇମିଙ୍ଗ ପୁଲରେ ଗାଧଉଛି ଏବଂ ସେମାନଙ୍କ ମଧ୍ୟରେ ଥିବା ବନ୍ଧୁତା ସ୍ପଷ୍ଟ ଭାବରେ ଜଣା ପଡୁଛି ।

୩ . ତୃତୀୟ ଭିଡ଼ିଓ ରେ ଆପଣ ମାନେ ସାପ ଏବଂ ଏକ ଛୋଟ ପିଲା ମଧ୍ୟରେ ଥିବା ବନ୍ଧୁତା ବିଷୟରେ ଜାଣି ପାରିବେ । ଛୋଟ ବେଳୁ ହିଁ ପିଲାଟିର ସାଙ୍ଗ ସାଥି ହେଉଛନ୍ତି ବିଷଧର ସାପ ମାନେ । ଏମିତିକି ସେହି ସାପ ମାନେ ସବୁବେଳେ ପିଲାଟି ସହିତ ରହନ୍ତି ଏବଂ ପିଲାଟି ପାଠ ପଢିବା ସମୟରେ ସାପ ଗୁଡ଼ିକ ତାକୁ ଜଗିବାରେ ଲାଗିଛନ୍ତି । ତେବେ କେବଳ ପାଠ ପଢିବା ସମୟରେ ନୁହେଁ ବରଂ ପିଲାଟିର ସବୁବେଳେ ଧ୍ୟାନ ରଖିଥାନ୍ତି ଏହି ସାପ ଗୁଡିକ ।

୪ . ଚତୁର୍ଥ ଭିଡ଼ିଓ ଅନୁଯାୟୀ ଏହି ନିବିଡ଼ ବନ୍ଧୁତ୍ୱ ହେଉଛି ହାତୀ ଏବଂ ଜଣେ ବ୍ୟକ୍ତି ମଧ୍ୟରେ । ଭିଡ଼ିଓ ରେ ଦେଖି ପାରୁଥିବା ଭଳି ହାତୀ ଟି ଭାବିଛି ଯେ ତାର ମାଲିକ ପାଣିରେ ବୁଡ଼ି ଯାଉଛି ତେଣୁ ସେ ପାଣିକୁ ଓଲ୍ହାଇ ଆସିଛି ଏବଂ ତାର ମାଲିକଙ୍କୁ ଶୁଣ୍ଢ ସାହାଯ୍ୟରେ ଠେଲି ଠେଲି କୂଳକୁ ନେଇ ଆସିଛି ।

୫ . ପଞ୍ଚମ ଭିଡ଼ିଓ ଅନୁଯାୟୀ ତୁର୍କୀର ଜଣେ ଭିଡ଼ିଓ ଏକ ହଂସକୁ ନିଜର ବନ୍ଧୁ ବନାଇ ନେଇଛି । ବାସ୍ତବରେ କିଛି ଦିନ ପୂର୍ବରୁ କ୍ଷତ ବିକ୍ଷତ ଅବସ୍ଥାରେ ବ୍ୟକ୍ତି ଜଣକ ଦ୍ୱାରା ଏକ ହଂସ ଉଦ୍ଧାର ହୋଇଥିଲା । ହଂସଟି ନିଜର ଡେଣା ହରାଇଥିଲା । ବ୍ୟକ୍ତି ଜଣକ ତାର ଶୁଶ୍ରୁଷା କରି ଜୀବନ ବଞ୍ଚାଇଲେ ଏବଂ ଆଜି ଦୁହେଁ ନିବିଡ଼ ବନ୍ଧୁ ହୋଇ ରହିଛନ୍ତି ।

Leave a Reply

Your email address will not be published. Required fields are marked *