ଅଟାରେ ଏହି ଗୋଟିଏ ଜିନିଷ ମିଶେଇ ଦିଅନ୍ତୁ ଜୀବନରେ କେବେବି ଧନର ଅଭାବ ରହିବ ନାହିଁ।

ବନ୍ଧୁମାନେ ଆମ ହିନ୍ଦୁ ଧର୍ମରେ ଅନ୍ନକୁ ଦେବତା ରୁପେ ତୁଳନା କରାଯାଇଛି। ଏହି ଅନ୍ନର ଆଦର ବା ସମ୍ମାନ ଆମ ଜୀବନରେ ଧନର ଆଗମନକୁ ସୂଚାଇ ଥାଏ ବୋଲି ମାନ୍ୟତା ଅଛି। ତେଣୁ ଅନ୍ନକୁ ବ୍ୟବହାର କରିବା ଯେତିକି ସହଜ ଏହାକୁ ନଷ୍ଟ କରିବା ମଧ୍ୟ ସେତିକି ସହଜ ହୋଇଥାଏ। ଭୋଜନ କରିବା ଏକ ନୀତି ଦିନିଆ କାର୍ଯ୍ୟ ଅଟେ। ବାସ୍ତୁ ଶାସ୍ତ୍ର ଅନୁଯାୟୀ ଭୋଜନ କରିବାର କିଛି ନିର୍ଦ୍ଧିଷ୍ଟ ସମୟ ଏବଂ ନିର୍ଦ୍ଧିଷ୍ଟ ନିୟମ ମାନ ରହିଛି। ଏହି ନିୟମ ମାନ ମହିଳା ପୁରୁଷ ଅବା ଘରର ସମସ୍ତ ସଦସ୍ୟ ପାଳନ କରିବା ଉଚିତ୍।

ଆଜି ଆମେ ଜାଣିବା ଖାଦ୍ୟ ବନେଇବା ସମୟରେ ଆମକୁ କେଉଁ ନିୟମ ଉପରେ ଦୃଷ୍ଟି ରଖିବା ଉଚିତ୍ ଏବଂ ରୁଟି ବା ଅଟା ଚକଟିବା ସମୟରେ ଆମେ କେଉଁ ନିୟମ ଅବଲମ୍ବନ କରିବା। ଆସନ୍ତୁ ଜାଣିବା ଅଟାରେ ଏପରି କେଉଁ ଜିନିଷ ମିଶାଇବା ଯାହା ଆମ ଘରେ ସୁଖ ସମୃଦ୍ଧି ଆଣିଦେବ। ପ୍ରଥମ କଥା ଆମେ ଭୋଜନ କଳା ବେଳେ କେଉଁ ନିୟମକୁ ଆଖି ନଜରରେ ରଖିବା ଉଚିତ୍।

୧. ବାସ୍ତୁ ଶାସ୍ତ୍ର ଅନୁଯାୟୀ ଆମ ଘରର ଅଗ୍ନି କୋଣରେ ଆମ ଘରର ରୋଷେଇ ଘର ହେବା ଉଚିତ୍। ଏହି କୋଣରେ ରୋଷେଇ ହେଲେ ଭୋଜନ ବନୋଉଥିବା ବ୍ୟକ୍ତିର ସ୍ବାସ୍ଥ୍ୟ ଭଲ ରୁହେ ଓ ମନ ମଧ୍ୟ ଭଲ ରହିଥାଏ। ଏହା ସହିତ ଆମକୁ ଏହି କଥାରେ ଧ୍ୟାନ ରଖିବାକୁ ପଡ଼ିବ କି ଆମେ ସବୁ ବେଳେ ପୂର୍ବ ଅବା ଉତ୍ତର ଦିଗକୁ ମୁହଁ କରି ଭୋଜନ ପ୍ରସ୍ତୁତ କରିବା ଉଚିତ୍।

୨. ଭୋଜନ ସବୁବେଳେ ଶୁଦ୍ଧ ମନରେ ବନେଇବା ଉଚିତ୍। ଭୋଜନ ବନେଇବା ସମୟରେ ରାଗିକି ଭୋଜନ ବନେଇବା ଅନୁଚିତ୍। ଏପରି କଲେ ମାତା ଅର୍ଣ୍ଣପୂର୍ଣା ନାରାଜ ହୋଇଯାଆନ୍ତି। ଏପରି ଭୋଜନ ବନାଇଲେ ଫାଇଦା କମ୍ ଏବଂ କ୍ଷତି ଅଧିକା ହୋଇଥାଏ।

୩. ଭୋଜନ ବନେଇବା ସମୟରେ ରୋଷେଇ ଘର ସବୁବେଳେ ସଫା ରଖିବା ଉଚିତ୍। ଭୁଲରେ ମଧ୍ୟ ଚପଲ, ଯୋତାକୁ ରୋଷେଇ ଘରକୁ ଆଣନ୍ତୁ ନାହିଁ। କାରଣ ଅସନା ଜାଗାରେ ବନା ଯାଇଥିବା ଭୋଜନକୁ ଭଗବାନ ଗ୍ରହଣ କରନ୍ତି ନାହିଁ।

୪. ରାଗିକି ଅବା ଅସନା ଜାଗାରେ ବନା ଯାଇଥିବା ଭୋଜନ କେବେ ଭଗବାନ ସ୍ୱୀକାର କରନ୍ତି ନାହିଁ। ଭୋଜନ ବନେଇବା ସମୟରେ ମୁହଁରେ ଅପଶବ୍ଦ କୁହନ୍ତୁ ନାହିଁ। ଏପରି ଭୋଜନ ଶରୀର ଏବଂ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକେଇଥାଇ।

୫. ଭୋଜନ କରିବା ସମୟରେ ଏହାକୁ ବାରମ୍ବାର ଚାଖିବା ଅନୁଚିତ୍। ଏହାକୁ ଅନ୍ୟ ବ୍ୟକ୍ତିକୁ ଖୁଆଇଲେ ହାନି ଘଟି ଥାଏ। ଭଗବାନଙ୍କୁ ମଧ୍ୟ ଏପରି ଖାଦ୍ୟ ଅର୍ପଣ କରିବା ଅନୁଚିତ୍। ଏହା ମହାପାପ ହେବ।

୬. ଭୋଜନ ସବୁବେଳେ ଗାଧେଇ ସାରି ନିତ୍ୟକର୍ମରୁ ନିବୃତ ହୋଇ ବନେଇବା ଉଚିତ୍। ସକାଳୁ ଶୀଘ୍ର ରୋଷେଇ ଆରମ୍ଭ କରିବା ଉଚିତ୍। ସର୍ବ ପ୍ରଥମେ ମାତା ଅନ୍ନପୂର୍ଣାଙ୍କୁ ସ୍ମରଣ କରି ତାପରେ ଅଗ୍ନି ଦେବଙ୍କୁ ସ୍ମରଣ କରନ୍ତୁ। ଏହା ଦ୍ଵାରା ଘରେ କେବେ ଧନର କମି ହୁଏ ନାହିଁ ଅବା ସୁଖ,ଶାନ୍ତି ସବୁବେଳେ ବନି ରୁହେ।

୭. କେବେବି ଭଙ୍ଗା ବାସନରେ ଖାଦ୍ୟ ବନାନ୍ତୁ ନାହିଁ କିମ୍ବା ସେଥିରେ ଖାଆନ୍ତୁ ନାହିଁ। ସବୁବେଳେ ସଫା ବାସନରେ ଖାଆନ୍ତୁ। କଡାଇରେ କେବେ ଖାଆନ୍ତୁ ନାହିଁ। ଏପରି କଲେ ରାହୁ ଦୋଷ ଲାଗିଥାଏ। ସେପରି ପାଣି ପିଇବା ବେଳେ ମଧ୍ୟ ଏହି କଥାକୁ ଧ୍ୟାନ ରଖନ୍ତୁ।

ଆସନ୍ତୁ ଜାଣିବା ଅଟା ଚକଟିବା ବେଳେ ଆମକୁ କେଉଁ କଥାର ଧ୍ୟାନ ରଖିବା ଉଚିତ୍ ଏବଂ ସେଥିରେ କଣ ମିସାଇବା ଉଚିତ୍ ଯାହାର ଶୁଭ ପ୍ରଭାବ ଆମ ଜୀବନ ଉପରେ ପଡ଼ିବ।

୧. ଆବଶ୍ୟକତା ଠାରୁ ଅଧିକ ଅଟା କେବେ ଚକଟି ରଖନ୍ତୁ ନାହିଁ। ଚକଟି ରଖିଥିବା ଅଟା ଘରକୁ ନକାରାତ୍ମକ ଉର୍ଜା ଆଣିଥାଏ। ସେଥିରେ ଵିମାରି ଆସିଥାଏ ଓ ସେହି ରୁଟିକୁ ଖାଇଲେ ମାନସିକ ପ୍ରଭାବ ପଡିଥାଏ। ଏହା ଖରାପ ଶକ୍ତିକୁ ମଧ୍ୟ ଆକର୍ଷଣ କରିଥାଏ। ଏଥିପାଇଁ ଆବଶ୍ୟତା ଠାରୁ ଅଧିକ ଅଟା ଚକଟି ରଖନ୍ତୁ ନାହିଁ।

୨. ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଏହାର ଆତ୍ମାର ସତ୍ ଗତି ପାଇଁ ଅଟାକୁ ଛୋଟ ଛୋଟ ଗୁଳା କରି ପାଣିରେ ଭାସି ଦିଆଯାଏ। ଏହାକୁ ପିଣ୍ଡ କୁହାଯାଏ। ସେଥିପାଇଁ ମହିଳାମାନେ ଯେବେ ଅଟା ଚକଟନ୍ତି ସେଥିରେ ନିଜର ଆଙ୍ଗୁଳି ଅବା ଚିଂହଁ ଛାଡନ୍ତି। ଯାହାର ଅର୍ଥ ଏହା ଘର ଲୋକଙ୍କ ପାଇଁ ବୋଲି ଜଣା ଯାଏ।

୩. ପ୍ରଥମ ରୁଟି ଗୋମାତାଙ୍କ ପାଇଁ ଏବଂ ଦିତୀୟ ରୁଟି କୁକୁର ପାଇଁ ବନେଇବା ଉଚିତ୍। ଅଟା ଚକଟିବା ବେଳେ ଆମେ ଲୁଣ ସହ ଯଦି କିଛି ସାକାର ଅବା ଘିଅ ମିଶେଇବା ତେବେ ଏହା ବହୁ ଶୁଭ ହୋଇଥାଏ। ଏହିସବୁ ଜିନିଷ ଧଳା ହୋଇଥିବାରୁ ଏହାର ସମ୍ବନ୍ଧ ଶୁକ୍ର ଓ ଚନ୍ଦ୍ରମା ସହ ହୋଇଥାଏ। ତେଣୁ ଏହି ୪ ବସ୍ତୁକୁ ଏକାଠି କଲେ ଆମକୁ ଏମାନଙ୍କ ଆଶୀର୍ବାଦ ମିଳିବା ସହ ଶୁଭ ଫଳ ମିଳିଥାଏ। ଏହିସବୁ ଆମକୁ ଅଟା ଚକଟିବା ସମୟରେ ଧ୍ୟାନ ରଖିବା ଉଚିତ୍।

Leave a Reply

Your email address will not be published. Required fields are marked *