ପାରିବାରିକ କଳହ ସାଙ୍ଗେ ସାଙ୍ଗେ ଦୂର ହୋଇଯିବ, ଟିକିଏ କେଶର ଏବଂ ବୁନ୍ଦାଏ ପାଣିରେ କରନ୍ତୁ ଏହି କାମ…

ଘର ପରିବେଶରେ ସଦା ସର୍ବଦା ସୁଖ ଶାନ୍ତି ବଜାୟ ରଖିବା ପାଇଁ ଏ ଦୁନିଆଁର ସମସ୍ତେ ଚାହିଁଥାନ୍ତି । କେହି କେବେ ଚାହାଁନ୍ତି ନାହିଁ କି ତାଙ୍କ ପରିବାରରେ କଳହ ସୃଷ୍ଟି ହେଉ ଆଉ ଅଶାନ୍ତ, ପାଟିତୁଣ୍ଡ , କଳି ଝଗଡା ଲାଗିରହୁ । ସମସ୍ତେ ଚାହାଁନ୍ତି ପରିବାରରେ ହସ ଖୁସି ଭରି ଯାଉ ଆଉ ପରିବାରର ସଦସ୍ୟଙ୍କ ମଧ୍ୟରେ ଶାନ୍ତି ବଜାୟ ରହୁ ।

ସାଧାରଣତଃ ପରିବାରର ସଦସ୍ୟ ମାନଙ୍କ ମଧ୍ୟରେ ମନ ମତାନ୍ତର ଲାଗି ରହିଥାଏ । କେହି କାହାର କଥାରେ ସହମତ ହୋଇନଥାନ୍ତି । ତେଣୁ ପରିବାରର ସଦସ୍ୟଙ୍କ ମାନସିକ ସ୍ତର ଉପରେ ପ୍ରଭାବ ପଡ଼। ତେବେ ଏ ସବୁରୁ ରକ୍ଷା ପାଇବାପାଇଁ ଶାସ୍ତ୍ରରେ ଅତ୍ୟନ୍ତ ପ୍ରଭାବଶାଳୀ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ପ୍ରାୟତଃ ଘର ପରିବାର ମଧ୍ୟରେ ଝଗଡା ଲାଗି ରହିଥାଏ ଆଉ ସବୁବେଳେ ପରିବାରର ପରିବେଶ ଅଶାନ୍ତମୟ ହୋଇ ଯାଇଥାଏ । ତେବେ ଏ ସବୁରୁ ମୁକ୍ତି ପାଇବାପାଇଁ କେଶରର 3ଉପାୟ ଲାଭଦାୟକ ହୋଇ ଯାଇପାରେ । ଏଥିପାଇଁ ଟିକିଏ କେଶରକୁ ପାଣିରେ ପକାଇ ଗାଧୋଇ ପଡନ୍ତୁ । ଏହାବ୍ୟତୀତ କେଶର ପକା ଯାଇଥିବା କ୍ଷୀର ପିଇବା ଦ୍ୱାରା ମାନସିକ ଶାନ୍ତି ବଜାୟ ରହିଥାଏ ।

ଏହାବ୍ୟତୀତ କ୍ରମାଗତ ଭାବରେ ୭ଟି ମଙ୍ଗଳବାର ହନୁମାନ ମନ୍ଦିରକୁ ଯାଇ କିମ୍ବା ଘରେ ତାଙ୍କ ଫୋଟ ସମ୍ମୁଖରେ ପଞ୍ଚମୁଖୀ ଦୀପ ଜଳାନ୍ତୁ । ଏହାବ୍ୟତୀତ ଅଷ୍ଟଗନ୍ଧ ଜଳାନ୍ତୁ । ଏହାଦ୍ବାରା ଘରେ ସୁଖ ଶାନ୍ତି ବଜାୟ ରହିଥାଏ ଆଉ ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ ।

ଏହାବ୍ୟତୀତ ଘରର ଅଶାନ୍ତିରୁ ମୁକ୍ତି ପାଇବାପାଇଁ ରାତିରେ ଶୋଇବା ପୂର୍ବରୁ ଏକ ଗାଈର ଘିଅରେ କପଡା ବୁଡାଇ ଜଳାନ୍ତୁ । କପୁରକୁ ପିତ୍ତଳ ବାସନରେ ଜଳାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ । ଏଭଳି କରିବା ଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହିବ । ଆଉ ମାନସିକ ଶାନ୍ତି ମଧ୍ୟ ମିଳିବ ।

ଘର ପୋଛୁଥିବା ସମୟରେ ପାଣିରେ ଟିକିଏ ଲୁଣ ମିଶାଇ ଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୁରେଇ ଯାଇଥାଏ । ଆଉ ଘରର ସଦସ୍ୟ ମାନଙ୍କ ମଧ୍ୟରେ ସୁଖ ଶାନ୍ତି ବଜାୟ ରହିଥାଏ । ଏହାବ୍ୟତୀତ ଅଧିକ କଳହ ଲାଗୁଥିବା ଘରେ ପ୍ରତି ମାସରେ ସତ୍ୟନାରାୟଣ ପୂଜା କରିବା ଉଚିତ । ଏଭଳି କରିବା ଦ୍ୱାରା ଘରୁ କ୍ଳେଶ ଦୂର ହୋଇଯିବ ଆଉ ଖୁସିର ମାହୋଲ ହୋଇଯିବ ।

Leave a Reply

Your email address will not be published. Required fields are marked *